Trigrahi Yog 2024: ତିନୋଟି ବଡ଼ ଗ୍ରହର ଅପୂର୍ବ ମିଳନ, ୫ରାଶି ହେବେ ବଡ଼ ଭାଗ୍ୟବାନ !
Advertisement
Article Detail0/zeeodisha/odisha2336486

Trigrahi Yog 2024: ତିନୋଟି ବଡ଼ ଗ୍ରହର ଅପୂର୍ବ ମିଳନ, ୫ରାଶି ହେବେ ବଡ଼ ଭାଗ୍ୟବାନ !

Trigrahi Yog 2024: ଏହି ସମୟରେ ସୂର୍ଯ୍ୟ ଦେବତା ମିଥୁନ ରାଶିରେ ଅବସ୍ଥିତ ରହିଛନ୍ତି। ଏଭଳି ସ୍ଥିତିରେ ଜୁଲାଇ ୧୬ ରେ କର୍କଟ ରାଶିରେ ୩ଟି ଗ୍ରହର ଅପୂର୍ବ ମିଳନ ହେବାକୁ ଯାଉଛି। ଅନେକ ବର୍ଷ ପରେ ସୂର୍ଯ୍ୟଦେବତା, ବୁଧ ଓ ଶୁକ୍ର କର୍କଟ ରାଶିରେ ୟୁତିତ ହେବେ। ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିମାନେ ଏଥର ୫ ଗ୍ରହଙ୍କ ମିଳନରୁ ଶୁଭ ଖବର ଶୁଣିବାକୁ ପାଇବେ।

 

Trigrahi Yog 2024: ତିନୋଟି ବଡ଼ ଗ୍ରହର ଅପୂର୍ବ ମିଳନ, ୫ରାଶି ହେବେ ବଡ଼ ଭାଗ୍ୟବାନ !

Trigrahi Yog 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଜିଠାରୁ ଦୁଇ ଦିନ ଅର୍ଥାତ୍ ଜୁଲାଇ ୧୬ ରେ କର୍କଟ ରାଶିରେ ତ୍ରିଗ୍ରାହୀ ଯୋଗ ସୃଷ୍ଟି ହେଉଛି । ଏହି ସମୟରେ ଚନ୍ଦ୍ର ଦେବତା ଅର୍ଥାତ୍ କର୍କଟ ରାଶିର ରାଶିରେ ବୁଧ ଭଗବାନ ଓ ଶୁକ୍ର ଭଗବାନ ବସିଛନ୍ତି। ଜୁଲାଇ ୧୬ ରେ ଗ୍ରହର ରାଜା ଅର୍ଥାତ୍ ସୂର୍ଯ୍ୟ ଦେବତା ମଧ୍ୟ କର୍କଟ ରାଶିରେ ଚଳନ କରିବେ । ଏହି ସମୟରେ ସୂର୍ଯ୍ୟ ଦେବତା ମିଥୁନ ରାଶିରେ ଅବସ୍ଥିତ ରହିଛନ୍ତି। ଏଭଳି ସ୍ଥିତିରେ ଜୁଲାଇ ୧୬ ରେ କର୍କଟ ରାଶିରେ ୩ଟି ଗ୍ରହର ଅପୂର୍ବ ମିଳନ ହେବାକୁ ଯାଉଛି। ଅନେକ ବର୍ଷ ପରେ ସୂର୍ଯ୍ୟଦେବତା, ବୁଧ ଓ ଶୁକ୍ର କର୍କଟ ରାଶିରେ ୟୁତିତ ହେବେ। ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିମାନେ ଏଥର ୫ ଗ୍ରହଙ୍କ ମିଳନରୁ ଶୁଭ ଖବର ଶୁଣିବାକୁ ପାଇବେ।

ମକର ରାଶି
ବ୍ୟବସାୟୀଙ୍କ ଏକ ସ୍ୱତନ୍ତ୍ର ଚୁକ୍ତି ଚୂଡ଼ାନ୍ତ ହୋଇପାରେ, ଯାହା ଭବିଷ୍ୟତରେ ଭଲ ଲାଭ ଦେବ। ଧାର୍ମିକ କାର୍ଯ୍ୟ ସହ ଜଡ଼ିତ ବ୍ୟକ୍ତିମାନେ ମଙ୍ଗଳ ପର୍ବରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। ବିବାହିତ ବ୍ୟକ୍ତିମାନେ ନିଜ ପାର୍ଟନରଙ୍କ ସହ ଭ୍ରମଣରେ ଯାଇ ଖୁସି ସମୟ ବିତାଇବେ। ବ୍ୟବସାୟୀମାନେ ଏହି ସପ୍ତାହରେ ଆଇନଗତ ମାମଲାରେ ସଫଳତା ପାଇପାରନ୍ତି।

କର୍କଟ ରାଶି
ପରିବାରରେ କାହାର ବିବାହ ହେତୁ ଖୁସିର ବାତାବରଣ ରହିବ। ଅଫିସରେ ଅନୁକୂଳ ବାତାବରଣ ରହିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ। ବିବାହିତ ବ୍ୟକ୍ତିମାନେ ସାଥୀଙ୍କ ସହ କଥା ବାର୍ତ୍ତା କରିବା ସମୟରେ ଆଚରଣରେ ସଂଯମ ରଖନ୍ତି ତେବେ ଭଲ ହେବ। ବ୍ୟବସାୟୀମାନେ, ଅଧିକ ଚିନ୍ତା କରନ୍ତୁ ନାହିଁ, ନୂଆ ଡିଲ୍ ସମୟ ପୂର୍ବରୁ ସମାପ୍ତ ହେବ।

ମୀନ ରାଶି
ବେରୋଜଗାଲ ଲୋକମାନେ ଭାଗ୍ୟ ଉପରେ ଭରସା କରନ୍ତୁ, ଖୁବଶୀଘ୍ର ବଡ଼ କମ୍ପାନୀରେ ଚାକିରି ମିଳିପାରେ । ଯେଉଁମାନେ ଗତଦୁଇ ବର୍ଷ ଧରି କାମ କରୁଛନ୍ତି ସେମାନଙ୍କୁ ପଦୋନ୍ନତିର ଶୁଭ ଖବର ମିଳିପାରେ। ଯଦି ଜମି ସମ୍ବନ୍ଧୀୟ କୌଣସି ମାମଲା ବ୍ୟବସାୟୀଙ୍କ କୋର୍ଟରେ ଅଟକି ରହିଥାଏ ତେବେ ଏହି ମାସରେ ଆପଣଙ୍କୁ ଏଥିରେ ସଫଳତା ମିଳିପାରେ ।

ସିଂହ ରାଶି
ସିଂହ ରାଶିର ଲୋକଙ୍କ ଭାଗ୍ୟ ସେମାନଙ୍କ ସାଥ୍ ଦେବାକୁ ଯାଉଛି। ଯେଉଁ କାମ ଆପଣ ନିଷ୍ଠାର ସହ କରିବେ ସେଥିରେ ସଫଳତା ପାଇବେ। ଦୀର୍ଘ ଦିନରୁ ଅଟକି ରହିଥିବା କାମର ସମାଧାନ ହେବ। ଚାକିରି କରୁଥିବା ବ୍ୟକ୍ତିଙ୍କୁ ପଦୋନ୍ନତିର ଶୁଭ ଖବର ମିଳିପାରେ, ଯାହା ମନକୁ ପ୍ରସନ୍ନ କରିବ। ବିବାହିତ ବ୍ୟକ୍ତିଙ୍କୁ ଶୁଭ କାର୍ଯ୍ୟରେ ଯିବାର ସୁଯୋଗ ମିଳିପାରେ।

ମିଥୁନ
ଆଧ୍ୟାତ୍ମିକତା ସହ ଜଡ଼ିତ ବ୍ୟକ୍ତିଙ୍କୁ ସମାଜରେ ସମ୍ମାନ ଓ ଯଶ ବୃଦ୍ଧି ହେବ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀମାନେ ଚାକିରି କରୁଥିବା ବ୍ୟକ୍ତିଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରିପାରନ୍ତି। କିନ୍ତୁ ଧୈର୍ଯ୍ୟର ସହ କାମ କଲେ ସବୁ କିଛି ଠିକ୍ ହୋଇଯିବ। ମିଥୁନ ରାଶିର ଲୋକଙ୍କ ଶୁଭ କାର୍ଯ୍ୟରେ ସୋମବାରଟି କଟିବ।

(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)

Also Read: Plastic Bottle Side Effects: ପ୍ଲାଷ୍ଟିକ ବୋତଲରୁ ପାଣି ପିଉଥିଲେ ସାବଧାନ! ମାଡ଼ିବସିବ ଏହିସବୁ ଗମ୍ଭୀର ରୋଗ

Also Read: Sukhra Negative Impact: ନକ୍ଷତ୍ର ବଦଳାଇବେ ଶୁକ୍ର, ଏହି ୩ ରାଶି ଉପରେ ପଡ଼ିବ ଖରାପ ପ୍ରଭାବ !