କ୍ୟାରିୟର ଓ ଅର୍ଥାଭାବ ନେଇ ଚିନ୍ତିତ କି? ତାହାଲେ ସୂର୍ଯ୍ୟ ଦେବଙ୍କୁ ପ୍ରସନ୍ନ ଲାଗି ରବିବାର କରନ୍ତୁ ଏହିସବୁ ଉପାୟ
Advertisement
Article Detail0/zeeodisha/odisha1732961

କ୍ୟାରିୟର ଓ ଅର୍ଥାଭାବ ନେଇ ଚିନ୍ତିତ କି? ତାହାଲେ ସୂର୍ଯ୍ୟ ଦେବଙ୍କୁ ପ୍ରସନ୍ନ ଲାଗି ରବିବାର କରନ୍ତୁ ଏହିସବୁ ଉପାୟ

Sunday Upay: କୌଣସି ରାଶିରେ ସୂର୍ଯ୍ୟ ଦେବଙ୍କ ସ୍ଥିତି ଦୁର୍ବଳ ଥିଲେ ବ୍ୟକ୍ତିକୁ ତା ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ସୂର୍ଯ୍ୟ ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ଅନେକ ଉପାୟ କୁହାଯାଇଛି । ଜୀବନରେ ଧନ ଓ ଖ୍ୟାତି ପାଇବାକୁ ଚାହୁଁଥିଲେ ରବିବାର ଏହିସବୁ ଉପାୟ କରିବା ଦ୍ବାରା ସୂର୍ଯ୍ୟ ଦେବଙ୍କ ଆର୍ଶିବାଦ ଲାଭ ହୋଇଥାଏ ।

ସୌ(ସୋସିଆଲ ମିଡିଆ)

Sunday Upay: ସୂର୍ଯ୍ୟ (Lord Surya) ହେଉଛନ୍ତି ସକଳ ଶକ୍ତିର ଆଧାର। ରବିବାର (Sunday) ଦିନ ସୂର୍ଯ୍ୟ ଦେବଙ୍କ ପାଇଁ ସମର୍ପିତ କରାଯାଇଛି । ଏହି ଦିନ ସୂର୍ଯ୍ୟ ଦେବତାଙ୍କୁ ରୀତିନୀତି ଅନୁଯାୟୀ ପୂଜା କରାଯାଏ। ହିନ୍ଦୁ ଧର୍ମରେ, ପୃଥିବୀ ପୃଷ୍ଠରୁ ସିଧା ସଳଖ ଦେଖାଯାଉଥିବା ପ୍ରତ୍ୟେକ୍ଷ ଦେବତା ହେଉଛନ୍ତି ସୂର୍ଯ୍ୟ (Lord Surya)। ସେ ସମସ୍ତ ପ୍ରାଣୀ,ଗଛ ଲତାଙ୍କ ଜୀବନର ଆଧାର। ସୂର୍ଯ୍ୟ ଦେବତାଙ୍କୁ ସମସ୍ତ ଗ୍ରହର ରାଜା ବୋଲି ମଧ୍ୟ କୁହାଯାଏ। ଯଦିଓ ପ୍ରତିଦିନ ସୂର୍ଯ୍ୟ ଭଗବାନଙ୍କୁ (Surya)ଜଳ ଅର୍ପଣ କରିବା ଶୁଭ ଅଟେ, କିନ୍ତୁ ରବିବାର ଦିନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଦ୍ବାରା ଜୀବନରେ ଅନେକ ସମସ୍ୟାର ସମାଧାନ ହୋଇଥାଏ । ଯେଉଁ ବ୍ୟକ୍ତିର ରାଶିରେ ସୂର୍ଯ୍ୟଙ୍କ ସ୍ଥିତି ସୁଦୃଢ ଥାଏ ସେହି ବ୍ୟକ୍ତିର ଜୀବନରେ ସୁଖ, ଶାନ୍ତି ଓ ଧନ ଓ ଖାତି ବୃଦ୍ଧି ପାଇଥାଏ । ସେହିପରି କୌଣସି ରାଶିରେ ସୂର୍ଯ୍ୟ ଦେବଙ୍କ ସ୍ଥିତି ଦୁର୍ବଳ ଥିଲେ ବ୍ୟକ୍ତିକୁ ତା ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ସୂର୍ଯ୍ୟ ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ଅନେକ ଉପାୟ କୁହାଯାଇଛି । ରବିବାର ଦିନ ଏହି ଉପାୟ କରିବା ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ଯଦି ଆପଣ ମଧ୍ୟ ଜୀବନରେ ଧନ ଓ ଖ୍ୟାତି ପାଇବାକୁ ଚାହୁଁଛନ୍ତି, ତେବେ ରବିବାର ଦିନ ଏହିସବୁ ଉପାୟ କରନ୍ତୁ।

ରବିବାର ଦିନ କରନ୍ତୁ ଏହି ସବୁ କାମ-  ମିଳିବ ସୂର୍ଯ୍ୟ ଦେବତାଙ୍କ ଆର୍ଶିବାଦ,ବର୍ଷିବ ଧନ

  • ଅନ୍ୟ ଦିନ ତୁଳନାରେ ରବିବାର ଦିନ ସୂର୍ଯ୍ୟ ଦେବାତାଙ୍କୁ ଜଳ ଅର୍ପଣ କଲେ ସେ ଅଧିକ ପ୍ରସନ୍ନ ହୋଇଥାଆନ୍ତି । ତେଣୁ ଏହି ଦିନ ସକାଳୁ ଉଠି ଗାଧୋଇସାରିବା ପରେ “ଓମ୍ ସୂର୍ଯ୍ୟୟା ନମଃ, ଓମ୍ ଆଦିତ୍ୟାୟ ନମଃ:ଓମ୍ ନାମୋ ଭାସ୍କର ନମଃ” ଆଦି ମନ୍ତ୍ର ଜାପ କରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ । ମନେ ରଖନ୍ତୁ ଯେ, ସର୍ବଦା ତମ୍ବା ପାତ୍ରରେ ହିଁ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ଉଚିତ୍ । ଏହି ପାଣିରେ ନାଲି ଫୁଲ, ଅକ୍ଷତ ଓ ମିଶ୍ରି ମିଶାଇ ଅର୍ପଣ କରିବା ଅଧିକ ଶୁଭ ହୋଇଥାଏ ।
  • ଏହି ଉପାୟ କରିବା ଦ୍ବାରା ଶୁଭଫଳ ମିଳିବା ସହ ଜୀବନରେ ଉନ୍ନତି ଆସିଥାଏ । ଦୀର୍ଘ ସମୟରୁ ଅଟକି ରହିଥିବା କାର୍ଯ୍ୟ ପୂରଣ ହୁଏ। କ୍ୟାରିୟରେ ସଫଳତା ପାଇବାକୁ ଚାହୁଁଥିଲେ ୭ଟି ରବିବାର ଏହି ଉପାୟ କରିବା ଦ୍ବାରା ସଫଳତା ମିଳିଥାଏ ।
  • ସେହିପରି ନିଜର ମନୋସ୍କାମନା ପୂରଣ ପାଇଁ ରବିବାର ଦିନ ବର ଗଛର ଏକ ପତ୍ର ଆଣି ସେଥିରେ ନିଜ ମନ କଥା ଲେଖନ୍ତୁ । ଏହା ପରେ ପତ୍ରକୁ ନିକଟସ୍ଥ ନଦୀ ବା ଜଳାଶୟରେ ଭସାଇ ଦିଅନ୍ତୁ । 
  • ଆର୍ଥିକ ସ୍ଥିତି ମଜଭୁତ କରିବାକୁ ଚାହୁଁଥିଲେ ରବିବାର ଦିନ ମାଛକୁ ମଇଦାରେ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ଦିଅନ୍ତୁ, ଏପରି କରିବା ଦ୍ବାରା ଟଙ୍କାର ଅଭାବ ହୋଇନଥାଏ ।
  • ରବିବାର ଦିନ ଝାଡୁ କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ତେଣୁ ଏହି ଦିନ ତିନୋଟି ଝାଡୁ କିଣି ନିଜ ଘରକୁ ଆଣନ୍ତୁ, ସୋମବାର ଦିନ ଏହି ଝାଡୁ ଗୁଡିକୁ ନିକଟସ୍ଥ ମନ୍ଦିରରେ ଦାନ କରନ୍ତୁ । ଏହି ଉପାୟ କରିବା ଦ୍ବାର ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି ବୋଲି ବିଶ୍ବାସ ରହିଛି । 
  • ଅର୍ଥର ଅଭାବ ଦୂର କରିବାକୁ ଚାହୁଁଥିଲେ ରବିବାର ଦିନ ସକାଳେ ଓସ୍ତ ଗଛ ତଳେ ଏକ ଦୀପ ଜାଳନ୍ତୁ । କିନ୍ତୁ ମନେ ରଖନ୍ତୁ, ଦୀପରେ ଆପଣ ରାଶି ତେଲ ବଦଳରେ ସୋରିଶ ତେଲ ବ୍ୟବହାର କରିବେ। ଏଭଳି ୫ଟି ରବିବାର କରିବା ଦ୍ବାରା ଅର୍ଥାଭାବ ଦୂର ହୋଇଥାଏ ।
  • ହିନ୍ଦୁ ଧର୍ମରେ ଦୀପ ଜାଳିବାକୁ ଅତ୍ୟନ୍ତ ଶୁଭ ମନା ଯାଇଥାଏ । ସକାଳ ଓ ସନ୍ଧ୍ୟାରେ ପୂଜା ସମୟରେ ଘିଅ ଦୀପ ଜଳାଯାଇଥାଏ । ସୂର୍ଯ୍ୟ ଦେବତାଙ୍କୁ ଖୁସି କରିବା ପାଇଁ ରବିବାର ଦିନ ଘରର ଉଭୟ ପାର୍ଶ୍ୱରେ ଦେଶୀ ଘିଅର ଦୀପ ଜଳାନ୍ତୁ । ଏହା କରିବା ଦ୍ବାରା ଆପଣଙ୍କ ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ ହେବା ସହ ଘରକୁ ମାଆ ଲକ୍ଷ୍ମୀ ଆଗମନ ହୋଇଥାଏ । ବ୍ୟବସାୟରେ ଲାଭ ମିଳିଥାଏ । ଅଭାବ ଅନଟନ ଦୂର ହୋଇଥାଏ ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWS ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )