Health Tips: ଖାଲି ପେଟରେ ବ୍ରେଡ୍ ଖାଉନାହାଁନ୍ତି ତ! ନହେଲେ ମାଡ଼ିବସିବ ଏହିସବୁ ଗମ୍ଭୀର ରୋଗ
Advertisement
Article Detail0/zeeodisha/odisha2374953

Health Tips: ଖାଲି ପେଟରେ ବ୍ରେଡ୍ ଖାଉନାହାଁନ୍ତି ତ! ନହେଲେ ମାଡ଼ିବସିବ ଏହିସବୁ ଗମ୍ଭୀର ରୋଗ

Health Tips: ସକାଳେ ଖାଲି ପେଟରେ ପାଉଁରୁଟି ଖାଇବା ଦ୍ୱାରା ମଧୁମେହ ହେବାର ଆଶଙ୍କା ବଢିଥାଏ, କିନ୍ତୁ ଯେଉଁମାନେ ପୂର୍ବରୁ ମଧୁମେହ ରୋଗୀ ଅଛନ୍ତି ସେମାନଙ୍କ ପାଇଁ ଏହା ଅଧିକ ବିପଜ୍ଜନକ ହୋଇପାରେ । ବାସ୍ତବରେ ଏଥିରେ ଥିବା କାର୍ବୋହାଇଡ୍ରେଟ୍ ଏବଂ ଧଳା ରୁଟି ଦ୍ରୁତ ଗତିରେ ହଜମ ହୋଇ ଗ୍ଲୁକୋଜ୍ ରେ ପରିଣତ ହୋଇ ରକ୍ତରେ ଶର୍କରା ସ୍ତରକୁ ବଢ଼ାଇଥାଏ।

 

Health Tips: ଖାଲି ପେଟରେ ବ୍ରେଡ୍ ଖାଉନାହାଁନ୍ତି ତ! ନହେଲେ ମାଡ଼ିବସିବ ଏହିସବୁ ଗମ୍ଭୀର ରୋଗ

Health Tips: ଆଜିକାଲିର ଜୀବନରେ ସାଧାରଣତଃ ସକାଳ ଜଳଖିଆରେ ସମୟ ବଞ୍ଚାଇବା ପାଇଁ ଲୋକେ କିଛି ନା କିଛି ହାଲୁକା ଖାଦ୍ୟ ଖାଇ ଥାଆନ୍ତି। ସକାଳର ସବୁଠାରୁ ସହଜ ଜଳଖିଆରେ ଲୋକମାନେ ଟୋଷ୍ଟ କିମ୍ବା ସାଣ୍ଡୱିଚ୍ ଭଳି ବ୍ରେଡ୍ ରେ ତିଆରି ଜିନିଷ ସାମିଲ କରିଥାନ୍ତି। ଏହି ସବୁ ଜିନିଷ ଖାଇବା ପାଇଁ ଯେତିକି ସ୍ୱାଦିଷ୍ଟ ସେତିକି ସହଜରେ ତିଆରି ମଧ୍ୟ ହୋଇଥାଏ । କିନ୍ତୁ ସକାଳେ ଖାଲି ପେଟରେ ପାଉଁରୁଟି ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ଏହା ଦ୍ୱାରା କେବଳ ମଧୁମେହ (Diabetes)ନୁହେଁ, ଅନ୍ୟାନ୍ୟ ଗମ୍ଭୀର ସମସ୍ୟା ହେବାର ଆଶଙ୍କା ବଢିଯାଇଥାଏ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ନୁସାରେ, ସକାଳେ ଖାଲି ପେଟରେ ପାଉଁରୁଟି ଖାଇବା ଦ୍ୱାରା ମଧୁମେହ ହେବାର ଆଶଙ୍କା ବଢିଥାଏ, କିନ୍ତୁ ଯେଉଁମାନେ ପୂର୍ବରୁ ମଧୁମେହ ରୋଗୀ ଅଛନ୍ତି ସେମାନଙ୍କ ପାଇଁ ଏହା ଅଧିକ ବିପଜ୍ଜନକ ହୋଇପାରେ । ବାସ୍ତବରେ ଏଥିରେ ଥିବା କାର୍ବୋହାଇଡ୍ରେଟ୍ ଏବଂ ଧଳା ରୁଟି ଦ୍ରୁତ ଗତିରେ ହଜମ ହୋଇ ଗ୍ଲୁକୋଜ୍ ରେ ପରିଣତ ହୋଇ ରକ୍ତରେ ଶର୍କରା ସ୍ତରକୁ ବଢ଼ାଇଥାଏ।

ମେଦ ବହୁଳତା ବଢ଼ିପାରେ
ଯଦି ଆପଣ ଓଜନ କମାଇବାକୁ ଚେଷ୍ଟା କରୁଛନ୍ତି ତେବେ ଖାଲି ପେଟରେ ପାଉଁରୁଟି ଖାଇବାଠାରୁ ଦୂରେଇ ରୁହନ୍ତୁ, ଏଥିରେ ଥିବା ଉଚ୍ଚ କ୍ୟାଲୋରୀ ଏବଂ କାର୍ବୋହାଇଡ୍ରେଟ୍ ଓଜନ ବଢାଇପାରେ । ଏଥିସହିତ ଶୀଘ୍ର ହଜମ ହେଉଥିବା ପାଉଁରୁଟି ବେଳେବେଳେ ଅତ୍ୟଧିକ ଖାଇବାର କାରଣ ପାଲଟିଥାଏ, ଯାହା ମୋଟାପଣକୁ ବଢ଼ାଇଥାଏ। 

କୋଷ୍ଠକାଠିନ୍ୟ ସମସ୍ୟା 
ପାଉଁରୁଟି ବିଶେଷ କରି ମଇଦା ସ୍ପଞ୍ଜରେ ତିଆରି ହୋଇଥାଏ, ଯାହା ପେଟକୁ ସଫା କରିଥାଏ । ଏଭଳି ସ୍ଥିତିରେ ସକାଳେ ଖାଲି ପେଟରେ ପାଉଁରୁଟି ଖାଇବା ଦ୍ୱାରା ପାଚନ କ୍ରିୟା ଉପରେ ଖରାପ ପ୍ରଭାବ ପଡିଥାଏ । ଏହା ଦ୍ୱାରା ମଳ କଠିନ ହୋଇଯାଏ ଏବଂ ବ୍ୟକ୍ତିର ପେଟ ଭଲ ଭାବରେ ସଫା ହୋଇନଥାଏ । ଏଭଳି ସ୍ଥିତିରେ ଏହି ସମସ୍ୟା କୋଷ୍ଠକାଠିନ୍ୟର ରୂପ ନେଇଥାଏ। ଯେଉଁମାନେ କୋଷ୍ଠକାଠିନ୍ୟ ର ଅଭିଯୋଗ କରନ୍ତି ସେମାନେ ଖାଲି ପେଟରେ ପାଉଁରୁଟି ଖାଇବାଠାରୁ ଦୂରେଇ ରହିବା ଉଚିତ୍ । 

ଗ୍ୟାଷ୍ଟ୍ରିକ୍ ସମସ୍ୟା ଦେଖାଦେଇପାରେ
ଏହା ବ୍ୟତୀତ ଯଦି ଆପଣଙ୍କୁ ପୂର୍ବରୁ ଗ୍ୟାସ, ବଦହଜମି କିମ୍ବା ଏସିଡିଟି ଭଳି କୌଣସି ଗ୍ୟାଷ୍ଟ୍ରିକ୍ ସମସ୍ୟା ରହିଛି ତେବେ ଖାଲି ପେଟରେ ପାଉଁରୁଟି ଖାଇବାଠାରୁ ଦୂରେଇ ରୁହନ୍ତୁ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଖାଲି ପେଟରେ ରୁଟି ଖାଇବା ଦ୍ୱାରା ଏସିଡିଟି ସମସ୍ୟା ବଢିଥାଏ । 

(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । 

Also Read: Mulank 3 Numerology: ଏହି ୪ଟି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ପାଖରେ କେବେ ରୁହେନି ଧନର ଅଭାବ!

Also Read: Singha Sankranti: ସୂର୍ଯ୍ୟଙ୍କ କୃପାରୁ ଚମକିବାକୁ ଯାଉଛି ଏହି ୫ ରାଶିର ଭାଗ୍ୟ, ଧନସମ୍ପତ୍ତିରେ ରହିବନି ଅଭାବ!