Shukra Gochar: ଶୁକ୍ରଙ୍କ ଚଳନ ବଦଳାଇବ ଏହି ସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ରାଶି ଉପରେ କ'ଣ ପଡ଼ିବ ପ୍ରଭାବ?
Advertisement
Article Detail0/zeeodisha/odisha1984983

Shukra Gochar: ଶୁକ୍ରଙ୍କ ଚଳନ ବଦଳାଇବ ଏହି ସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ରାଶି ଉପରେ କ'ଣ ପଡ଼ିବ ପ୍ରଭାବ?

Shukra Gochar 2024 in Scorpio: ଶୁକ୍ର (venus)ଙ୍କୁ ପ୍ରେମ, ସମ୍ପର୍କ, ସୌନ୍ଦର୍ଯ୍ୟ ଏବଂ ଆନନ୍ଦର କାରକ ବୋଲି ବିବେଚନା କରାଯାଏ । ଏହି କ୍ରମରେ ବର୍ତ୍ତମାନ, ଶୁକ୍ର ତୁଳା ରାଶିରେ ବିରାଜମାନ ଅଛନ୍ତି। ବର୍ଷ ଶେଷରେ ଅର୍ଥାତ୍ ଡିସେମ୍ବର ୨୫ ତାରିଖରେ ସକାଳ ୬ଟା ୪୫ ମିନିଟ୍ ସମୟରେ ଶୁକ୍ର ବିଛା ରାଶିକୁ ଚଳନ କରିବେ। ତେବେ, ଶୁକ୍ରଙ୍କ ଏହି ଚଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ । 

Shukra Gochar: ଶୁକ୍ରଙ୍କ ଚଳନ ବଦଳାଇବ ଏହି ସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ରାଶି ଉପରେ କ'ଣ ପଡ଼ିବ ପ୍ରଭାବ?

Shukra Gochar 2024 in Scorpio: ଶୁକ୍ର (venus)ଙ୍କୁ ପ୍ରେମ, ସମ୍ପର୍କ, ସୌନ୍ଦର୍ଯ୍ୟ ଏବଂ ଆନନ୍ଦର କାରକ ବୋଲି ବିବେଚନା କରାଯାଏ ।  ଯେ କୌଣସି ରାଶିରେ ଶୁକ୍ରଙ୍କ ସ୍ଥିତି ଭଲ ରହିଲେ ଜୀବନ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। ଯଦି ରାଶିରେ ଶୁକ୍ରଙ୍କ ସ୍ଥିତି ଜଟିଳ ଥାଏ । ତେବେ, ଜୀବନରେ ନାନାଦି ସମସ୍ୟା ଭୋଗ କରିବାକୁ ପଡିଥାଏ। ଏହି କ୍ରମରେ ବର୍ତ୍ତମାନ, ଶୁକ୍ର ତୁଳା ରାଶିରେ ବିରାଜମାନ ଅଛନ୍ତି। ବର୍ଷ ଶେଷରେ ଅର୍ଥାତ୍ ଡିସେମ୍ବର ୨୫ ତାରିଖରେ ସକାଳ ୬ଟା ୪୫ ମିନିଟ୍ ସମୟରେ ଶୁକ୍ର ବିଛା ରାଶିକୁ ଚଳନ କରିବେ। ତେବେ, ଶୁକ୍ରଙ୍କ ଏହି ଚଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ । ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...

ଧନବାନ୍ ହେବେ ଏହି ତିନି ରାଶି:

ବିଛା:  ଶୁକ୍ରଙ୍କ ଆର୍ଶିବାଦ କାରଣରୁ ବିଛା ରାଶିଙ୍କ ଭାଗ୍ୟ ଚମକିବ। ଏହି ଅବଧି ମଧ୍ୟରେ, ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ଆକସ୍ମିତ ଧନଲାଭର ଯୋଗ ମଧ୍ୟ ରହିଛି । ଏହି କ୍ରମରେ କମ୍ପିଟେଟିଭ୍ ଏକ୍ସାମ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଶୁଭଫଳ ପାଇବେ। ଅର୍ଥାତ୍ ସରକାରୀ ଚାକିରି ପାଇବାର ସମ୍ଭାବନା ରହିଛି।  ବ୍ୟବସାୟରେ ଲାଭ ଅଧିକ ହେବା ସହ ବଡ଼ ଡିଲ୍ ଫାଇନାଲ୍ ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ବ ମିଳିପାରେ। ଏଥିସହ କ୍ୟାରିୟରରେ ବି ଉନ୍ନତି ହେବାର ସମ୍ଭାବନା ରହିଛି। ବିଶେଷକରି ଏହି ଅବଧି ମଧ୍ୟରେ ଆୟ ବଢିବ।

ବୃଷ: ଶୁକ୍ରଙ୍କ ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କୁ ଲାଭବାନ୍ କରିବ। ବ୍ୟବସାୟରେ ଆୟ ବଢିବା ସହିତ ଅଗ୍ରଗତି ହେବ। ବିଶେଷ କରି କ୍ୟାରିୟରରେ ସଫଳତା ପାଇବେ।  ମଙ୍ଗଳ ଗୋଚର ବିଦ୍ୟାର୍ଥୀମାନଙ୍କ ପାଇଁ ଭଲ ଫଳାଫଳ ଆଣିପାରେ। ଏହି ଅବଧି ମଧ୍ୟରେ ଆପଣ ସେୟାର ବଜାରରେ ବିନିଯୋଗ କଲେ ଅଧିକ ଲାଭ ପାଇବେ। ସମୟ ଅନୂକୁଳ ଥିବାରୁ ଯେ କୌଣସି ଶୁଭକାର୍ଯ୍ୟ ମଧ୍ୟ ଆପଣ ଆରମ୍ଭ କରିପାରିବେ। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହ ବୈବାହିକ ଜୀବନ ସୁଖମୟ ହେବ। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। 

ତୁଳା: ବର୍ଷ ଆରମ୍ଭରୁ ଏହି ରାଶିର ଲୋକେ ରାଜସୁଖ ଭୋଗ କରିବେ। ଶୁକ୍ରଙ୍କ କୃପାରୁ ଏହି ରାଶିର ଲୋକଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ।  ଏହି ସମୟ ମଧ୍ୟରେ, ଧନ ବଢିବା ସହ ଅଟକି ରହିଥିବା ଟଙ୍କା ଆପଣଙ୍କୁ ପ୍ରାପ୍ତ ହେବ। ରୋଜଗାରର ନୂଆ ବାଟ ଖୋଲିବ। ଛୋଟ ବିନିଯୋଗରେ ଆପଣ ବଡ଼ ଲାଭ ପାଇବେ । ମୋଟ ଉପରେ କହିବାକୁ ଗଲେ ଆସନ୍ତାବର୍ଷ ଅର୍ଥାତ୍ ୨୦୨୪ ଏହି ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି।

​(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)