Shukra Gochar 2022: ଗୋଟିଏ ମାସରେ ୨ ଥର ଗୋଚର କରିବେ ଶୁକ୍ର; ଏହି ୪ ରାଶି ଉପରେ ହେବ ଧନ ବର୍ଷା!
Advertisement

Shukra Gochar 2022: ଗୋଟିଏ ମାସରେ ୨ ଥର ଗୋଚର କରିବେ ଶୁକ୍ର; ଏହି ୪ ରାଶି ଉପରେ ହେବ ଧନ ବର୍ଷା!

Shukra Gochar 2022: ଅନ୍ୟପଟେ ଯେତେବେଳେ ଶୁକ୍ର ଦେବଙ୍କ ଅଶୁଭ ହେବା ଉପରେ ଜଣେ ବ୍ୟକ୍ତିଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡେ । ଆଜି ବିଛା ରାଶିରେ ଗୋଚର କରିବା ପରେ ଶୁକ୍ର ଗ୍ରହ ଡିସେମ୍ବର ୨୦୨୨ରେ ଦୁଇଥର ରାଶି ପରିବର୍ତ୍ତନ କରିବେ । ଫଳରେ ବର୍ଷର ଶେଷ ମାସ ଡିସେମ୍ୱର ୪ଟି ରାଶି ପାଇଁ ବହୁତ ଚମତ୍କାର ହେବାକୁ ଯାଉଛି ।

Shukra Gochar 2022: ଗୋଟିଏ ମାସରେ ୨ ଥର ଗୋଚର କରିବେ ଶୁକ୍ର; ଏହି ୪ ରାଶି ଉପରେ ହେବ ଧନ ବର୍ଷା!

Shukra Gochar 2022: ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରକୁ ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରହ ଭାବରେ ଦେଖାଯାଏ । ଶୁକ୍ର ଗ୍ରହ ଶୁଭ ହେଲେ ମାଁ ଲକ୍ଷ୍ମୀଙ୍କ ମଧ୍ୟ ବିଶେଷ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଅନ୍ୟ ପଟେ ଯେତେବେଳେ ଶୁକ୍ର ଦେବଙ୍କ ଅଶୁଭ ହେବା ଉପରେ ଜଣେ ବ୍ୟକ୍ତିଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡେ । ଆଜି (ଶୁକ୍ରବାର) ନଭେମ୍ବର ୧୧, ୨୦୨୨ରେ ବିଛା ରାଶିରେ ଗୋଚର କରିବା ପରେ ଶୁକ୍ର ଗ୍ରହ ଡିସେମ୍ବର ୨୦୨୨ରେ ଦୁଇଥର ରାଶି ପରିବର୍ତ୍ତନ କରିବେ । ଫଳରେ ବର୍ଷର ଶେଷ ମାସ ଡିସେମ୍ୱର ୪ଟି ରାଶି ପାଇଁ ବହୁତ ଚମତ୍କାର ହେବାକୁ ଯାଉଛି ।

ଶୁକ୍ର ଗ୍ରହର ଗୋଟିଏ ମାସରେ ଦୁଇଥର ରାଶି ପରିବର୍ତ୍ତନ ୪ଟି ରାଶିର ଲୋକଙ୍କୁ ବହୁତ ଲାଭ ପ୍ରଦାନ କରିବ । ଶୁକ୍ର ଚଳିତ ଡିସେମ୍ବର ୩ରେ ଧନୁ ରାଶିରେ ଓ ପରେ ଡିସେମ୍ବର  ୨୯ରେ ମକର ରାଶିରେ ଗୋଚର କରିବେ । ଶୁକ୍ରଙ୍କୁ ଏହିପରି ୨ ଥର ଗୋଚର କରିବା ୪ଟି ରାଶିର ଲୋକଙ୍କୁ ଜବରଦସ୍ତ ଆର୍ଥିକ ସମୃଦ୍ଧତା ପ୍ରଦାନ କରିବ । ଗ୍ରହଗୁଡିକର ପରିବର୍ତ୍ତନ ସମସ୍ତ ରାଶିର ଉପରେ ପ୍ରଭାବ ପକାଇଥାଏ । ଶୁକ୍ରଙ୍କ ରାଶି ପରିବର୍ତ୍ତନ ଯୋଗୁଁ ୪ଟି ରାଶି ପାଇଁ ଭଲ ଦିନ ଆରମ୍ଭ ହେବ । ଆସନ୍ତୁ ଜାଣିବା ଶୁକ୍ରଙ୍କ ରାଶି ପରିବର୍ତ୍ତନ ଯୋଗୁଁ କେଉଁ କେଉଁ ରାଶି ଅଧିକ ଲାଭ ପାଇବ...

ବୃଷ ରାଶି

ବୃଷ ରାଶିର ସ୍ୱାମୀ ହେଉଛନ୍ତି ଶୁକ୍ର । ଶୁକ୍ରଙ୍କ ଗୋଚର ଏହି ରାଶିର ଜାତକର ଲୋକଙ୍କୁ ଆର୍ଥିକ ଲାଭ ଦେବ । ସେମାନଙ୍କର ଆୟ ବୃଦ୍ଧି ପାଇବ । ଚାକିରି କରୁଥିବା ଲୋକମାନଙ୍କ ଦରମା ବୃଦ୍ଧି ପାଇପାରେ । ସଞ୍ଚୟ କରିବାରେ ସଫଳ ହେବେ । ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି । ଏହି ସମୟରେ ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

ମିଥୁନ ରାଶି

ଶୁକ୍ର ଗ୍ରହର ଗୋଚର ମିଥୁନ ରାଶିର ଲୋକଙ୍କୁ ଲାଭ ପ୍ରଦାନ କରିବ । ଆୟ ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ ହେବ । ତେବେ ଖର୍ଚ୍ଚ ବୃଦ୍ଧି ଯୋଗୁଁ ଆପଣ ସଞ୍ଚୟ କରିବାକୁ ସମର୍ଥ ହେବେ ନାହିଁ । ଜୀବନରେ ସୁଖ ସୁବିଧା ବୃଦ୍ଧି ପାଇବ ।

କର୍କଟ ରାଶି

ଶୁକ୍ରଙ୍କର ରାଶି ପରିବର୍ତ୍ତନ କର୍କଟ ରାଶିର ଲୋକମାନଙ୍କ ପାଇଁ ଲାଭଦାୟକ ହେବ । କୌଣସି କ୍ୟାରିୟର ସମନ୍ଧୀୟ ସମସ୍ୟାର ସମାଧାନ ହୋଇପାରେ । ତେବେ ସମସ୍ତଙ୍କୁ ଅନ୍ଧ ଭାବରେ ବିଶ୍ୱାସ କରିବା ଠାରୁ ଦୂରେଇ ରୁହନ୍ତୁ । ଜୀବନରେ ବିଳାସପୂର୍ଣ୍ଣ ଜିନିଷ ବୃଦ୍ଧି ପାଇବ । ପ୍ରେମ ଓ ଦାମ୍ପତ୍ୟ ଜୀବନ ଭଲ କଟିବ ।

ଅଧିକ ପଢ଼ନ୍ତୁ:-ଆମ ମନରେ ଆପଣଙ୍କ ପ୍ରତି ସମ୍ମାନ ଆହୁରି ବଢ଼ିଯାଇଛି... ଋଷଭ ପନ୍ତଙ୍କ ଏହି 'ବଳିଦାନ'କୁ ପ୍ରଶଂସା କରୁଛନ୍ତି ଫ୍ୟାନ୍ସ

ଅଧିକ ପଢ଼ନ୍ତୁ:-ସେମିଫାଇନାଲରେ ଭାରତର ପରାଜୟ ପରେ ବିରାଟ କୋହଲିଙ୍କ ଭଉଣୀ ଲେଖିଲେ ଭାବପ୍ରବଣ ପୋଷ୍ଟ୍, ଜାଣନ୍ତୁ କ'ଣ କହିଲେ

ଅଧିକ ପଢ଼ନ୍ତୁ:-ପାକିସ୍ତାନ ପିଏମ ଶାହବାଜ ଭାରତର ପରାଜୟକୁ ନେଇ ଉଡ଼ାଇଲେ ମଜାକ, ଭାରତୀୟ ଫ୍ୟାନ୍ସ ଲଗାଇଲେ କ୍ଲାସ୍

କନ୍ୟା ରାଶି
 
କନ୍ୟା ରାଶିର ଜାତକର ଲୋକଙ୍କ ପାଇଁ ଶୁକ୍ରଙ୍କର ଉଭୟ ରାଶି ପରିବର୍ତ୍ତନ ଅତ୍ୟନ୍ତ ଶୁଭ ବୋଲି ପ୍ରମାଣିତ ହେବ । ସେମାନଙ୍କ ଜୀବନରେ ସୁଖ ଆସିବ । କ୍ୟାରିୟରରେ ଅଗ୍ରଗତି ହେବ । ବ୍ୟବସାୟରେ ଲାଭ ହେବ । ମା’ଙ୍କ ସାହାଯ୍ୟରେ ଏକ ବଡ ସମସ୍ୟାର ସମାଧାନ ହେବ । ଆୟ ବୃଦ୍ଧି ପାଇବ । ଆପଣ ଅପ୍ରତ୍ୟାଶିତ ଟଙ୍କା ପାଇବେ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଓ ବିଭିନ୍ନ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ ।)