Shani Nakshatra Parivartan: ଆଜି ନକ୍ଷେତ୍ର ପରିବର୍ତ୍ତନ କରିବେ ନ୍ୟାୟର ଦେବତା ଶନି, ସତର୍କ ରୁହନ୍ତୁ ୩ ରାଶି!
Advertisement
Article Detail0/zeeodisha/odisha2103014

Shani Nakshatra Parivartan: ଆଜି ନକ୍ଷେତ୍ର ପରିବର୍ତ୍ତନ କରିବେ ନ୍ୟାୟର ଦେବତା ଶନି, ସତର୍କ ରୁହନ୍ତୁ ୩ ରାଶି!

Shani Nakshatra Parivartan: ଧାର୍ମିକ ବିଦ୍ବାନଙ୍କ ମତ ଅନୁଯାୟୀ, ଶନି ଦେବ ସନ୍ତୁଷ୍ଟ ହେଲେ ମଣିଷର ଭାଗ୍ୟଦୋୟ ହେବାକୁ ବେଶି ସମୟ ଲାଗେ ନାହିଁ । ସେହିପରି ଶନି ଦେବ ରୋଷ କଲେ ବା ଅସନ୍ତୁଷ୍ଟ ହେଲେ ବ୍ୟକ୍ତି କୌଣସି କାର୍ଯ୍ୟରେ ସଫଳ ହୋଇପାରେ ନାହିଁ । ଜୀବନରେ ନାନାଦି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ।

ସୌଜନ୍ୟ-ସୋସିଆଲ ମିଡିଆ

Shani Nakshatra Parivartan 2024: ଶନି ଦେବ ପ୍ରତ୍ୟେକ ମଣିଷକୁ ତା’ କର୍ମ ଅନୁଯାୟୀ ଉପଯୁକ୍ତ ଫଳ ପ୍ରଦାନ କରିଥାଆନ୍ତି । ଧାର୍ମିକ ବିଦ୍ବାନଙ୍କ ମତ ଅନୁଯାୟୀ, ଶନି ଦେବ ସନ୍ତୁଷ୍ଟ ହେଲେ ମଣିଷର ଭାଗ୍ୟଦୋୟ ହେବାକୁ ବେଶି ସମୟ ଲାଗେ ନାହିଁ । ସେହିପରି ଶନି ଦେବ ରୋଷ କଲେ ବା ଅସନ୍ତୁଷ୍ଟ ହେଲେ ବ୍ୟକ୍ତି କୌଣସି କାର୍ଯ୍ୟରେ ସଫଳ ହୋଇପାରେ ନାହିଁ । ଜୀବନରେ ନାନାଦି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ।

ବିଶ୍ବାସ କରାଯାଏ, ଯେତେବେଳେ ଶନି ଦେବ ନିଜ ଚଳନରେ ପରିବର୍ତ୍ତନ କରନ୍ତି,  ସେ ସମୟରେ ପ୍ରଭାବ ପୃଥିବୀରେ ଥିବା ସମସ୍ତ ଜୀବ ଉପରେ ଏହାର ପ୍ରଭାବ ପଡ଼ିଥାଏ । ଏହି ପ୍ରଭାବ ସକରାତ୍ମକ ବା ନକାରାତ୍ମକ ହୋଇପାରେ । ଚଳିତ ବର୍ଷ  ରାଶି ପରିବର୍ତ୍ତନ କରୁଥିବା ଶନି ଦେବ ୧୦ ଫେବୃଆରୀରେ ନକ୍ଷେତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଆଜି ଅପରାହ୍ନ ୨ଟାରେ ଶନି ଶତାବିଶା ନକ୍ଷତ୍ରର ତୃତୀୟ ସ୍ଥାନକୁ ଚଳନ କରିବେ । ତେବେ ଶନିଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ ଫଳରେ କେତେକ ରାଶିଙ୍କୁ ସତର୍କ ରହିବାକୁ ପଡିବ ।

କର୍କଟ ରାଶି-  କର୍କଟ ରାଶି ପାଇଁ ଏହି ନକ୍ଷେତ୍ର ପରିବର୍ତ୍ତନ ବିଶେଷ ଖାସ୍ ସାବ୍ୟସ୍ତ ହେବ ନାହିଁ । ଏହି ସମୟ ମଧ୍ଯରେ ସମସ୍ତ କାର୍ଯ୍ୟରେ ବାଧ୍ୟା ଉତ୍ପନ୍ନ ହେବ । ବ୍ୟବସାୟରେ କ୍ଷତି ସହିବାକୁ ପଡ଼ିବ । ପରିବାରରେ ବିବାଦ ଦେଖାଦେବ । ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଚିନ୍ତିତ ରହିବେ ।

ତୁଳା ରାଶି- ଏହି ପରିବର୍ତ୍ତନ ତୁଳା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ମଧ୍ଯ ଯନ୍ତ୍ରଣାଦାୟକ ସାବ୍ୟସ୍ତ ହେବ । ଶନିଙ୍କ ନକ୍ଷତ୍ରରେ ପରିବର୍ତ୍ତନ ହେତୁ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ । ମାନସିକ ଚାପ ବଢିବ। ଯାତ୍ରା ସମୟରେ ସର୍ତକତା ଅବଲମ୍ବନ କରନ୍ତୁ । ଦାମ୍ପତ୍ୟ ଜୀବନରେ ବିବାଦ ଦେଖାଦେବ ।

ବୃଷ ରାଶି- ଏହି ନକ୍ଷତ୍ର ପରିବର୍ତ୍ତନ ବୃଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ମଧ୍ଯ ଶୁଭ ସାବ୍ୟସ୍ତ ହେବନାହିଁ। ଏହି ସମୟ ମଧ୍ୟରେ କ୍ୟାରିୟର ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ।  ବ୍ୟବସାୟରେ ଛୋଟ ବଡ଼ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଚିନ୍ତିତ ରହିବେ । କୋର୍ଟ କଚେରୀ ମାମଲାରେ ଘାଣ୍ଟି ହୋଇପାରନ୍ତି । ​

(Disclaimer: ଏଠାରେ ଦିଆଯାଇଥିବା ସମସ୍ତ ସୂଚନା ସାଧାରଣ ବିଶ୍ୱାସ ଏବଂ ସୂଚନା ଉପରେ ଆଧାରିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ । ଅଧିକ ଜାଣିବା ପାଇଁ ଆପଣ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)