Shani Transit: ଚଳନ ବଦଳାଇବେ ଶନି, ସୁଖ ସମୃଦ୍ଧିରେ ଭରିବ ୩ ରାଶିଙ୍କ ଜୀବନ!
Advertisement

Shani Transit: ଚଳନ ବଦଳାଇବେ ଶନି, ସୁଖ ସମୃଦ୍ଧିରେ ଭରିବ ୩ ରାଶିଙ୍କ ଜୀବନ!

Shani Rashi Parivartan: ଶନି ଦେବ ରୋଷ କଲେ ବା ଅସନ୍ତୁଷ୍ଟ ହେଲେ ବ୍ୟକ୍ତି କୌଣସି କାର୍ଯ୍ୟରେ ସଫଳ ହୋଇପାରେ ନାହିଁ। ସେହିପରି ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଜ୍ୟୋତିଷ ଶାସ୍ତ୍ରରେ, ନବ ଗ୍ରହଙ୍କ ମଧ୍ୟରୁ ଶନି ଦେବଙ୍କୁ ସବୁଠାରୁ ଉଗ୍ର ଗ୍ରହ ଭାବେ ବିବେଚନା କରାଯାଇଛି।

Shani Transit: ଚଳନ ବଦଳାଇବେ ଶନି, ସୁଖ ସମୃଦ୍ଧିରେ ଭରିବ ୩ ରାଶିଙ୍କ ଜୀବନ!

Saturn Transit 2024​: କୁହାଯାଏ, ଶନି ଦେବ ପ୍ରତ୍ୟେକ ମଣିଷକୁ ତା କର୍ମ ଅନୁଯାୟୀ ଫଳ ଦେଇଥାଆନ୍ତି । ଶନି ଦେବ ସନ୍ତୁଷ୍ଟ ହେଲେ ମଣିଷର ଭାଗ୍ୟଦୋୟ ହେବାକୁ ବେଶି ସମୟ ଲାଗେ ନାହିଁ । ସେହିପରି ଯଦି ଶନି ଦେବ ରୋଷ କଲେ ବା ଅସନ୍ତୁଷ୍ଟ ହେଲେ ବ୍ୟକ୍ତି କୌଣସି କାର୍ଯ୍ୟରେ ସଫଳ ହୋଇପାରେ ନାହିଁ। ସେହିପରି ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଜ୍ୟୋତିଷ ଶାସ୍ତ୍ରରେ, ନବ ଗ୍ରହଙ୍କ ମଧ୍ୟରୁ ଶନି ଦେବଙ୍କୁ ସବୁଠାରୁ ଉଗ୍ର ଗ୍ରହ ଭାବେ ବିବେଚନା କରାଯାଇଛି।

ଜ୍ୟୋତିଷ ଶାସ୍ତ୍ରରେ, ଶନିଙ୍କ ଗତିବିଧିକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ତେବେ ଆସନ୍ତା ନଭେମ୍ବର ମାସ ୪ ତାରିଖରେ ଶନି କୁମ୍ଭ ରାଶିକୁ ଚଳନ କରି ଏଠାରେ ୨୦୨୫ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଅବସ୍ଥାପନ କରିବେ । ନ୍ୟାୟର ଦେବତାଙ୍କ ଏହି ରାଶି ପରିବର୍ତ୍ତନ ରାଶିଚକ୍ରରେ ଥିବା ସମସ୍ତ ରାଶିକୁ ପ୍ରଭାବ କରିବ । ତେବେ ଶନିଙ୍କ ଏହି ଚଳନ କେତେକ ରାଶି ପାଇଁ ଶୁଭ ସାବ୍ୟସ୍ତ ହେବ । ତେବେ ଆସନ୍ତୁ ଜାଣିବା ସେହି ରାଶିଙ୍କ ବିଷୟରେ।

ବୃଷ ରାଶି: ଶନି ଦେବଙ୍କ ଏହି ଚଳନ ବୃଷ ରାଶି ପାଇଁ ଶୁଭଫଳ ଦାୟୀ ରହିବ । ଏହି ସମୟ ମଧ୍ଯରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଗୁଡ଼ିକ ସଫଳତାର ସହ ସମ୍ପାଦନ ହେବ । ଆୟରେ ବୃଦ୍ଧି । ଚାକିରିଆଙ୍କର ପଦୋନ୍ନତି ନେଇ ଯୋଗ ରହିଛି। ବ୍ୟବସାୟ କରୁଥିବା ଲୋକେ ଲାଭବାନ ହେବେ । ଭ୍ରମଣ ନେଇ ଯୋଗ ରହିଛି । ଜୀବନସାଥୀଙ୍କ ସହଯୋଗ ମିଳିବ ।

କର୍କଟ ରାଶି: ଶନିଙ୍କ ଏହି ଚଳନ କର୍କଟ ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ବଦଳାଇବାକୁ ଯାଉଛି। ଏହି ଅବଧି ମଧ୍ୟରେ ବ୍ୟବସାୟରେ ଲାଭ ମିଳିବ । ଆକସ୍ମିକ୍ ଧନଲାଭ ନେଇ ଯୋଗ ରହିଛି। ଦୀର୍ଘ ଦିନରୁ ଅଟକି ଥିବା କାର୍ଯ୍ୟ ପୂରଣ ହେବ। କର୍ମ କ୍ଷେତ୍ରରେ ସଫଳତା ମିଳିବ । ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ଛାତ୍ରଛାତ୍ରୀଙ୍କ ପାଇଁ ଏହି ସମୟ ଶୁଭ ରହିବ । କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ ।

ମକର ରାଶି: ମକର ରାଶିର ଲୋକଙ୍କ ଭାଗ୍ୟ ମଧ୍ୟ ବଦଳିବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ଋଣର ଭାରରୁ ମୁକ୍ତି ମିଳିବ । ଆର୍ଥିକ୍ ସ୍ଥିତି ମଜବୁତ୍ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସୁଖ ସମୃଦ୍ଧି ବୃଦ୍ଧି ପାଇବ । ମିତ୍ରମାନଙ୍କ ସହଯୋଗ ମିଳିବ। ବୈବାହିକ ଜୀବନରେ ମଧୁରତା ଆସିବ। ବ୍ୟବସାୟ ଓ ଚାକିରିରେ ଅଗ୍ରଗତି । ଧନ ଲାଭ ଯୋଗ । ପରିବାରରେ ଲାଗି ରହିଥିବା ବିବାଦ ଦୂର ହେବ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)