Shani Sade Sati: ଏହି ସବୁ ରାଶିର ରାସ୍ତା ରୋକିବ ଶନୀ ସାଢେସତୀ, ଆପଣଙ୍କୁ ରହିବାକୁ ହେବ ସତର୍କ, ନଚେତ୍ ମାଡି଼ ଆସିବ ବିପଦ!
Advertisement

Shani Sade Sati: ଏହି ସବୁ ରାଶିର ରାସ୍ତା ରୋକିବ ଶନୀ ସାଢେସତୀ, ଆପଣଙ୍କୁ ରହିବାକୁ ହେବ ସତର୍କ, ନଚେତ୍ ମାଡି଼ ଆସିବ ବିପଦ!

Shani Sade Sati News In Odia: ସମସ୍ତ ଗ୍ରହମାନଙ୍କ ମଧ୍ୟରେ ଶନିଦେବ (shani) ହେଉଛନ୍ତି ମନ୍ଥର ଗତିଶୀଳ ଗ୍ରହ । ଶାସ୍ତ୍ରରେ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ । କର୍ମ ଅନୁସାରେ, ଶନିଦେବ ଫଳ ପ୍ରଦାନ କରନ୍ତି । ଶନିଦେବ ଲୋକମାନଙ୍କୁ ସେମାନଙ୍କର କାର୍ଯ୍ୟ ଆଧାରରେ ଶୁଭ ଏବଂ ଉଦ୍ଦିଷ୍ଟ ଫଳାଫଳ ଦିଅନ୍ତି । ତେବେ, ଆସନ୍ତୁ ଜାଣିବା ଶନୀଙ୍କ ସାଢେ ସତୀ ପ୍ରଭାବ କେଉଁ ରାଶି ଉପରେ ରହିବ ।  ପଢନ୍ତୁ ପୁରା ରିପୋର୍ଟ।...

ସୌଜନ୍ୟ- ସୋସିଆଲ ମିଡ଼ିଆ

Shani Sade Sati News In Odia: ସମସ୍ତ ଗ୍ରହମାନଙ୍କ ମଧ୍ୟରେ ଶନିଦେବ (shani) ହେଉଛନ୍ତି ମନ୍ଥର ଗତିଶୀଳ ଗ୍ରହ । ଶାସ୍ତ୍ରରେ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ । କର୍ମ ଅନୁସାରେ, ଶନିଦେବ ଫଳ ପ୍ରଦାନ କରନ୍ତି । ଶନିଦେବ ଲୋକମାନଙ୍କୁ ସେମାନଙ୍କର କାର୍ଯ୍ୟ ଆଧାରରେ ଶୁଭ ଏବଂ ଉଦ୍ଦିଷ୍ଟ ଫଳାଫଳ ଦିଅନ୍ତି । ଶନି ପ୍ରାୟ ଅଢେଇ ବର୍ଷ ପର୍ଯ୍ୟନ୍ତ ଯେ, କୈଣସି ଗୋଟିଏ ରାଶିରେ ରହିଥାନ୍ତି। ବର୍ତ୍ତମାନ, ଶନି କୁମ୍ଭ ରାଶିରେ ଅଛନ୍ତି । ଯାହା ଫଳରେ ଅନ୍ୟ ରାଶିଙ୍କ (zodiac signs)ଉପରେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିବ । ତେବେ, ଆସନ୍ତୁ ଜାଣିବା ଶନୀଙ୍କ ସାଢେ ସତୀ ପ୍ରଭାବ କେଉଁ ରାଶି ଉପରେ ରହିବ । 

 
ଏହି ସବୁ ରାଶି ଉପରେ ପଡି଼ବ ଶନିଙ୍କ କୋପ:

ବୈଦିକ ଜ୍ୟୋତିଷ ଅନୁଯାୟୀ, ଯେତେବେଳେ  ଶନି କୈଣସି ରାଶିର ଦ୍ବାଦଶ , ପ୍ରଥମ, ଦ୍ବୀତିୟ ଘରେ ଥାନ୍ତି । ସେହି ସମୟକୁ ଶନୀ ସାଢେ ସତୀ କୁହାଯାଏ । ଶନୀ ସାଢେ ସତୀ ଏହାର ନାମ ସୂଚିତ କରେ ଯେ ,ଏହାର ପ୍ରଭାବ ଯେ କୈଣସି ରାଶି ଉପରେ ୭ ବର୍ଷ ପର୍ଯ୍ୟନ୍ତ ରହିଥାଏ । ଏହି ଶନି ସଢେ ସତୀ  କୈଣସି ରାଶି ଉପରେ ପ୍ରଭାବ ରହିଲେ । ସେହି ରାଶିର ବ୍ୟକ୍ତିଙ୍କର କୌଣସି କାର୍ଯ୍ୟରେ ଶୁଭଫଳ ମିଳି ନଥାଏ । ହେବାକୁ ଥିବା କାମ ମଧ୍ୟ ବିଗିଡି ଯାଏ । କୌଣସି ନୂଆ ଯୋଜନା ଏହି ସମୟରେ ଆରମ୍ଭ କରିବା ଉଚିତ୍ ନୁହେଁ ।  ବ୍ୟବସାୟୀ ମାନେ ମଧ୍ୟ ଏହି ସମୟ କୌଣସି ନୂତନ ବ୍ୟବସାୟ ଆରମ୍ଭ କରିବା ଉଚିତ୍ ନୁହେଁ । 

ଏହାବି ପଢନ୍ତୁ  : DJ Azex Death Case: ଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ଆସିଲା ନୂଆ ଟ୍ବିଷ୍ଟ, ଫୋନରୁ କିଭଳି ଡିଲିଟ୍ ହେଲା ଚାର୍ଟ ଆଉ...!

ଏହାବି ପଢନ୍ତୁ  : Amitabh Bachchan: ବାଇକରେ ଲିଫ୍ଟ ମାଗି ସୁଟିଂ ସେଟରେ ପହଞ୍ଚିଲେ ଅମିତାଭ, ଜାଣନ୍ତୁ କ'ଣ ରହିଛି ପୂରା ଘଟଣାକ୍ରମ?

୨୦୨୩ ମସିହାରେ ଶନିଙ୍କ ସାଢେ ସତୀର ପ୍ରଭାବ ଏହି ତିନି ରାଶି ଉପରେ ପଡିବ:

ମକର ରାଶି :
ବୈଦିକ ଜ୍ୟୋତିଷ ଶାସ୍ତ୍ରର  ଅନୁସାରେ,ଶନିଙ୍କ ସାଢେ ସତୀର ପ୍ରଭାବ ଏହି ରାଶି ଉପରେ ପଡିବା । ଫଳରେ ଏଭଳି ସ୍ଥିତିରେ ଆପଣଙ୍କ ଧନହାନୀ ହୋଇପାରେ। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ଅଜଥା ଖର୍ଚ୍ଚାନ୍ତ ବଢିପାରେ। ଯେ କୌଣସି କାର୍ଯ୍ୟରେ ଆପଣଙ୍କୁ ଶୁଭ ଫଳ ମିଳିବ ନାହିଁ। ସାବଧାନ ସହକାରେ ଏ ବର୍ଷ ଆପଣଙ୍କୁ ଚଳିବାକୁ ପଡିପାରେ। 

କୁମ୍ଭ: ୨୦୨୩ ମସିହାରେ ଶନିଙ୍କ ସାଢେ ସତୀର ପ୍ରଭାବ ଏହି  ରାଶି ଉପରେ ମଧ୍ୟ ଦେଖିବାକୁ ମିଳିବ । ଦିର୍ଘ ୩୦ ବର୍ଷ ପରେ ଶନି କୁମ୍ଭ ରାଶିକୁ ଚଳନ କରିଛନ୍ତି । 
ଏହି ରାଶିର ଲୋକଙ୍କୁ କ୍ୟାରିୟରରେ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାରେ ।

ମୀନ: ଶନିଙ୍କ ସାଢେ ସତୀର ପ୍ରଭାବ ଏହି ରାଶି ଉପରେ ମଧ୍ୟ ଦେଖିବାକୁ ମିଳିବ ।ରାଶିର ବ୍ୟକ୍ତିଙ୍କର କୌଣସି କାର୍ଯ୍ୟରେ ଶୁଭଫଳ ମିଳି ନଥାଏ । ହେବାକୁ ଥିବା କାମ ମଧ୍ୟ ବିଗିଡି ଯାଏ । କୌଣସି ନୂଆ ଯୋଜନା ଏହି ସମୟରେ ଆରମ୍ଭ କରିବା ଉଚିତ୍ ନୁହେଁ ।  ବ୍ୟବସାୟୀ ମାନେ ମଧ୍ୟ ଏହି ସମୟ କୌଣସି ନୂତନ ବ୍ୟବସାୟ ଆରମ୍ଭ କରିବା ଉଚିତ୍ ନୁହେଁ । 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)