Shani Sade Sati 2023: ଏହି ସବୁ ରାଶି ଉପରେ ରହିଛି ଶନି ସାଢେ ସତୀର ପ୍ରଭାବ, ରୁହନ୍ତୁ ସତର୍କ, ନଚେତ୍ ମାଡି଼ ଆସିବ ବିପଦ!
Advertisement
Article Detail0/zeeodisha/odisha1792809

Shani Sade Sati 2023: ଏହି ସବୁ ରାଶି ଉପରେ ରହିଛି ଶନି ସାଢେ ସତୀର ପ୍ରଭାବ, ରୁହନ୍ତୁ ସତର୍କ, ନଚେତ୍ ମାଡି଼ ଆସିବ ବିପଦ!

Shani Sade Sati: କୁହାଯାଏ, ଶନି ଦେବ ପ୍ରତ୍ୟେକ ମଣିଷକୁ ତାର କର୍ମ ଅନୁଯାୟୀ ଉପଯୁକ୍ତ ଫଳ ଦେଇଥାଆନ୍ତି । ସମସ୍ତ ଗ୍ରହମାନଙ୍କ ମଧ୍ୟରେ ଶନିଦେବ (shani) ହେଉଛନ୍ତି ମନ୍ଥର ଗତିଶୀଳ ଗ୍ରହ । ଶନି ପ୍ରାୟ ଅଢେଇ ବର୍ଷ ପର୍ଯ୍ୟନ୍ତ ଯେ, କୈଣସି ଗୋଟିଏ ରାଶିରେ ରହିଥାନ୍ତି।  ଯେଉଁ ରାଶି ଉପରେ ଶନି ଶାଢେ ସତୀ ରହିଥାଏ । ସେମାନଙ୍କ ଜୀବନର ଦାରିଦ୍ରତା ,ଅଶାନ୍ତି....ପଢନ୍ତୁ ପୂରା ରିପୋର୍ଟ...

 

 

ସୌଜନ୍ୟ- ସୋସିଆଲ ମିଡ଼ିଆ

Shani Sade Sati: ଶନିଙ୍କୁ (Shani dev) ନ୍ୟାୟର ଦେବତା ବୋଲି କୁହାଯାଏ। ଏବଂ ସେ ମଣିଷକୁ ତାର କର୍ମ ଅନୁସାରେ ଫଳ ପ୍ରଦାନ କରନ୍ତି। ସମସ୍ତ ଗ୍ରହମାନଙ୍କ ମଧ୍ୟରେ ଶନିଦେବ (shani) ହେଉଛନ୍ତି ମନ୍ଥର ଗତିଶୀଳ ଗ୍ରହ ।  ଶନି ପ୍ରାୟ ଅଢେଇ ବର୍ଷ ପର୍ଯ୍ୟନ୍ତ ଯେ, କୈଣସି ଗୋଟିଏ ରାଶିରେ ରହିଥାନ୍ତି। ବର୍ତ୍ତମାନ, ଶନି କୁମ୍ଭ ରାଶିରେ ଅଛନ୍ତି । ଏହି ରାଶିରୁ ଅନ୍ୟ ରାଶିକୁ ଯିବ ପାଇଁ ତାଙ୍କୁ ପ୍ରାୟ ତିନି ବର୍ଷ ଲାଗିବ। ବୈଦିକ ଜ୍ୟୋତିଷ ଅନୁଯାୟୀ, ଯେତେବେଳେ  ଶନି କୈଣସି ରାଶିର ଦ୍ବାଦଶ , ପ୍ରଥମ, ଦ୍ବୀତିୟ ଘରେ ଥାନ୍ତି । ସେହି ସମୟକୁ ଶନୀ ସାଢେ ସତୀ(Shani Sade Sati) କୁହାଯାଏ । ଶନି ସାଢେ ସତୀ ଏହାର ନାମ ସୂଚିତ କରେ ଯେ ,ଏହାର ପ୍ରଭାବ ଯେ କୈଣସି ରାଶି (zodiacsigns)ଉପରେ ୭ ବର୍ଷ ପର୍ଯ୍ୟନ୍ତ ରହିଥାଏ । ଯେଉଁ ରାଶି ଉପରେ ଶନି ଶାଢେ ସତୀ ରହିଥାଏ । ସେମାନଙ୍କ ଜୀବନର ଦାରିଦ୍ରତା ,ଅଶାନ୍ତି ଓ କ୍ୟାରିୟରରେ ଅସଫଳତାର ସାମ୍ନା କରିବାକୁ ପଡିଥାଏ।  ତେବେ, ଆସନ୍ତୁ ଜାଣିବା ଶନିଙ୍କ ସାଢେ ସତୀ ପ୍ରଭାବ କେଉଁ ରାଶି ଉପରେ ରହିବ । 

Also Read: Horoscope Today 24 July 2023: ଆଜି ଏସବୁ ରାଶି ଉପରେ ହେବ ପ୍ରବଳ ଧନର ବର୍ଷା, ଏହି ୩ଟି ରାଶି ରୁହନ୍ତୁ ସାବଧାନ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ସୋମବାର

ଏହି ସବୁ ରାଶି ମାନଙ୍କ ଉପରେ ରହିଛି ଶନି ସାଢେ ସତୀର କୋପ:

ଶନି ଏକ ଅତି ଧୀର ଗତିଶୀଳ ଗ୍ରହ । ଏହି କାରଣରୁ,ଶନିଙ୍କ ପ୍ରଭାବ ଦୀର୍ଘ ସମୟ ଧରି ରାଶିମାନଙ୍କ ଉପରେ ରହିଥାଏ। ଶନି ବର୍ତ୍ତମାନ ନିଜର ରାଶି କୁମ୍ଭରେ ଅବସ୍ଥାନ କରିଛନ୍ତି। ଏହିପରି ଭାବରେ ଶନିଙ୍କ ସାଡେ ସତୀ ମକର ରାଶି, କୁମ୍ଭ ଏବଂ ମୀନରେ ଚାଲିଥାଏ। ଅନ୍ୟପକ୍ଷରେ, ଶନିଙ୍କ କୋପ କର୍କଟ ଏବଂ ବିଛା ଉପରେ ମଧ୍ୟ ରହିଛି। ଶନି ସାଢେ ସତୀ ତିନୋଟି ପର୍ଯ୍ୟାୟ ଦେଇ ଗତି କରିଥାଏ। ମକର ରାଶିର ଲୋକଙ୍କ ପାଇଁ ଶନି ସାଢେ ସତୀ ଶେଷ ପର୍ଯ୍ୟାୟରେ ଥିବା ବେଳେ କୁମ୍ଭ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଏବଂ ମୀନ ରାଶିର ଲୋକଙ୍କ ପାଇଁ ଶନୀ ସାଢେ ସତୀର ପ୍ରଥମ ପର୍ଯ୍ୟାୟ ଚାଲିଛି। 

ଶନି ସାଢେସତୀର ପ୍ରଥମ ପର୍ଯ୍ୟାୟ :
ବୌଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯେତେବେଳେ ଶନି ଜନ୍ମ ଚନ୍ଦ୍ରରୁ ଦ୍ୱାଦଶ ଘରେ ପ୍ରବେଶ କରନ୍ତି,ସେତେବେଳେ ଶନି ସାଢେ ସତୀର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୁଏ। ଶନିଙ୍କ ପ୍ରଭାବ ଅଢେଇ ବର୍ଷ ପର୍ଯ୍ୟନ୍ତ ରହିଥାଏ । ଯେତେବେଳେ ଶନିଙ୍କ  ସାଢେ ସତୀର ପ୍ରଥମ ପର୍ଯ୍ୟାୟ  ଆରମ୍ଭ ହୁଏ, ସେତେବେଳେ ସେହି ରାଶିର ବ୍ୟକ୍ତିଙ୍କର ସମ୍ପତି ଓ ଜମିବାଡି ଜନିତ ସମସ୍ୟା ଦେଖାଦେଇଥାଏ। ଅଯଥାରେ ବହୁ ବାଦବିବାଦର ସମ୍ମୁଖିନ ହେବାକୁ ପଡିଥାଏ। ଏବଂ ଆର୍ଥିକ ସ୍ଥିତି ଦୁର୍ବଳ ହେବା ସହ ମଣିଷ କରଜରେ ବୁଡି ଯାଏ। 

ଶନି ସାଢେସତୀର ଦ୍ୱିତୀୟ ପର୍ଯ୍ୟାୟ :
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନୀ ସାଢେସତିର ଦ୍ୱିତୀୟ ପର୍ଯ୍ୟାୟ ସବୁଠାରୁ ଯନ୍ତ୍ରଣାଦାୟକ ବୋଲି ବିବେଚନା କରାଯାଏ। ଯେତେବେଳେ ଶନି ଯେ କୌଣସି ରାଶିର ଦ୍ୱାଦଶ ଘରେ ପ୍ରବେଶ କରେ,ସେହି ସମୟକୁ ଶନି ସାଢେସତୀର ଦ୍ୱିତୀୟ ପର୍ଯ୍ୟାୟ କୁହାଯାଏ। ସେହି ସମୟରେ ମଣିଷକୁ ଦାରିଦ୍ରତା ଗ୍ରାସ କରେ। ଜୀବନରେ ଆର୍ଥିକ ସଙ୍କଟ ଦେଖାଦେବା ସହ ପାଖରେ ଧନ ରୁହେ ନାହିଁ। ଜଣେ ବ୍ୟକ୍ତିଙ୍କୁ ଟଙ୍କା ସହ ଜଡିତ ସମସ୍ତ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଏହା ସହ ବ୍ୟକ୍ତି ମଧ୍ୟ ଗୁରୁତର ରୋଗରେ ପୀଡିତ ହୁଏ। ଏପରିକି ଜୀବନରେ ଅନେକ ବାଧାବିଘ୍ନ ସମ୍ମୁଖିନ ହେବାକୁ ପଡିଥାଏ।  ଏହି ସମୟରେ ଶତ୍ରୃମାନେ ଜାଗ୍ରତ ହୋଇ ଥାଆନ୍ତି । ଆପଣଙ୍କ ବିରୋଧରେ ଷଡଯନ୍ତ୍ର କରିଥାଆନ୍ତି। 

ଶନି ସାଢେସତୀର ତୃତୀୟ ପର୍ଯ୍ୟାୟ :
ଯେତେବେଳେ ଶନି ମୂଳ ଚନ୍ଦ୍ର ଘରୁ ଦ୍ୱିତୀୟ ଘରେ ପ୍ରବେଶ କରେ,ଶନି ସାଢେସତୀଙ୍କ ତୃତୀୟ ପର୍ଯ୍ୟାୟ ଆରମ୍ଭ ହୁଏ । ଏହି ସମୟରେ ବ୍ୟକ୍ତି ବିଶେଷ ଅସୁବିଧାରେ ପଡି ନ ଥାଆନ୍ତି। ଛୋଟବଡ ସମସ୍ୟାର ସାମ୍ନା କରିବାକୁ ପଡିଥାଏ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)