Shani Margi 2023: ଶନିଦେବଙ୍କ ପଡ଼ିବ କୃପାଦୃଷ୍ଟି; ନଭେମ୍ବର ମାସ ଯାଏଁ ମାଲାମାଲ୍ ହେବେ ଏହି ତିନି ରାଶି
Advertisement

Shani Margi 2023: ଶନିଦେବଙ୍କ ପଡ଼ିବ କୃପାଦୃଷ୍ଟି; ନଭେମ୍ବର ମାସ ଯାଏଁ ମାଲାମାଲ୍ ହେବେ ଏହି ତିନି ରାଶି

Shani Margi 2023:  ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଯିବା ପାଇଁ ଶନିଙ୍କୁ ପ୍ରାୟ ଅଢେଇ ବର୍ଷ ଲାଗିଥାଏ। ତେବେ, ବର୍ତ୍ତମାନ ଶନି କନ୍ୟା ରାଶିରେ ରହିଛନ୍ତି କିନ୍ତୁ ଆସନ୍ତାକାଲି ସେ ଏହି ରାଶି ଛାଡି ମିଥୁନ ରାଶିରେ ପ୍ରବେଶ କରିବେ। ଏବଂ ୪ ନଭେମ୍ବର ଯାଏଁ ( 4 november 2023) ସେ ଏହି ରାଶିରେ ରହିବେ। ଦିର୍ଘ ୩୦ ବର୍ଷ ପରେ ଶନି ମିଥୁନ ରାଶିରେ (Shani Margi 2023) ପ୍ରବେଶ କରିବେ। ଫଳରେ ୧୨ ରାଶିଙ୍କ ମଧ୍ୟରୁ  ଏହି ତିନି ରାଶିଙ୍କ ଜୀବନରେ ବଡ ପରିବର୍ତ୍ତନ ଆସିବ। 

ସୌଜନ୍ୟ- ସୋସିଆଲ ମିଡି଼ଆ

Shani Margi 2023:  ଶନିଦେବ (Shani Dev) ଲୋକଙ୍କୁ ସେମାନଙ୍କ କର୍ମ ଅନୁଯାୟୀ ଫଳ ପ୍ରଦାନ କରନ୍ତି।  ଧାର୍ମିକ ବିଦ୍ବାନଙ୍କ ମତ ଅନୁଯାୟୀ, ଶନିଦେବ (Shani Margi 2023) ସନ୍ତୁଷ୍ଟ ହେଲେ ମଣିଷର ଭାଗ୍ୟଦୋୟ ହେବାକୁ ବେଶି ସମୟ ଲାଗେ ନଥାଏ । ସେହିପରି ଯଦି ଶନି ଦେବ ରୋଷ କଲେ ବା ଅସନ୍ତୁଷ୍ଟ ହେଲେ ବ୍ୟକ୍ତି କୌଣସି କାର୍ଯ୍ୟରେ ସଫଳ ହୋଇପାରନ୍ତି ନାହିଁ । ଜୀବନରେ ନାନାଦି ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼ିଥାଏ। ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଶନିଦେବ ତାଙ୍କର ନିଜ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଯିବା ପାଇଁ ଶନିଙ୍କୁ ପ୍ରାୟ ଅଢେଇ ବର୍ଷ ଲାଗିଥାଏ। ତେବେ, ବର୍ତ୍ତମାନ ଶନି କନ୍ୟା ରାଶିରେ ରହିଛନ୍ତି କିନ୍ତୁ ଆସନ୍ତାକାଲି ସେ ଏହି ରାଶି ଛାଡି ମିଥୁନ ରାଶିରେ ପ୍ରବେଶ କରିବେ। ଏବଂ ୪ ନଭେମ୍ବର ଯାଏଁ ( 4 november 2023) ସେ ଏହି ରାଶିରେ ରହିବେ। ଦିର୍ଘ ୩୦ ବର୍ଷ ପରେ ଶନି ମିଥୁନ ରାଶିରେ (Shani Margi 2023) ପ୍ରବେଶ କରିବେ। ଫଳରେ ୧୨ ରାଶିଙ୍କ ମଧ୍ୟରୁ  ଏହି ତିନି ରାଶିଙ୍କ ଜୀବନରେ ବଡ ପରିବର୍ତ୍ତନ ଆସିବ। 

ମାଲେମାଲ୍ ହେବେ ଏହି ତିନି ରାଶି:

ବୃଷ:  ଶନି ମିଥୁନ ରାଶିରେ ପ୍ରବେଶ କରିବାକୁ ଯାଇଛନ୍ତି । ଫଳରେ ବୃଷ ରାଶିର ଲୋକେ ଅଧିକ ଲାଭବାନ୍ ହେବେ। ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ  କୋର୍ଟ କଚେରୀ ଜନିତ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ ।  ଆପଣଙ୍କୁ ଏହି ସମୟରେ କାର୍ଯ୍ୟାଳୟରେ ପଦୋନ୍ନତି ମିଳିପାରେ। ଆୟ ବୃଦ୍ଧି ହେବା ସହ ବ୍ୟବସାୟରେ ସଫଳତା ମଧ୍ୟ ମିଳିବ । ଏହି ସମୟରେ ଆପଣ ନୂତନ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ପାଇବେ । ରାଜନିତୀ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ଏହା ଅତ୍ୟନ୍ତ ଶୁଭ ସମୟ । କେବଳ ଏତିକି ନୁହେଁ, ଏହି ସମୟରେ ଆପଣ ଏହି କ୍ଷେତ୍ରରେ ଅନେକ ସହଯୋଗ ପାଇବେ । ଜୀବନ ସାଥୀଙ୍କ ସମର୍ଥନ ପାଇବେ। 

କର୍କଟ: ଏହି ସମୟରେ ଆପଣଙ୍କ ଆୟ ବହୁତ ବୃଦ୍ଧି ପାଇବ। କେବଳ ଏତିକି ନୁହେଁ, ଆପଣଙ୍କର ଲୋକପ୍ରିୟତା ସାମାଜିକ ଭାବେ ବୃଦ୍ଧି ପାଇବ। ଭବିଷ୍ୟତରେ ମଧ୍ୟ ସେମାନେ ବହୁତ ଲୋକପ୍ରିୟ ହେବାକୁ ଯାଉଛନ୍ତି। ପୁରୁଣା ନିବେଶ ଏହି ସମୟରେ ଲାଭବାନ ହେବ। ବ୍ୟବସାୟରେ ଅଭିବୃଦ୍ଧି ହେବାର ସମ୍ଭାବନା ଅଛି। ସେୟାର ମାର୍କେଟ, ବେଟିଂ ଏବଂ ଲଟେରୀରୁ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେବେ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ଠାରୁ ପ୍ରଶଂସା ପାଇବେ। 

କନ୍ୟା: ଆୟ ବଢିବା ସହ ଦିର୍ଘ ଦିନ ଧରି ଅଧା ରହିଥିବା କାର୍ଯ୍ୟ ସମ୍ପୁର୍ଣ୍ଣ ହେବ । ବ୍ୟବସାୟରେ ମଧ୍ୟ ଆପଣଙ୍କୁ ଶୁଭ ଫଳ ମିଳିବ ।  କର୍ମ କ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସମର୍ଥନ ମିଳିବ । ବିଦେଶ ଯାତ୍ରା ନେଇ ସୁଯୋଗ ମିଳିପାରେ । ଧନଲାଭର ଯୋଗ ରହିଛି । ଆପଣଙ୍କ କାର୍ଯ୍ୟ ହେତୁ ସମାଜରେ ସମ୍ମାନ ବୃଦ୍ଧି ପାଇବ।  କମ୍ପିଟେଟିଭ୍ ପରିକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏହି ସମୟରେ ଶୁଭଫଳ ମିଳିବ । କେବଳ ସେତିକି ନୁହେଁ, ଶନିଙ୍କ କୃପା ଆପଣଙ୍କ ଉପରେ ରହିଥିବାରୁ ଆପଣଙ୍କ ଜୀବନରେ ସମସ୍ତ ବାଧାବିଘ୍ନ ଦୂର ହୋଇଯିବ।  ବିବାହିତ ଜୀବନ ମଧ୍ୟ ସୁଖୀ ହେବ। ଆତ୍ମବିଶ୍ୱାସ ହେତୁ, ଆପଣ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)