Shani Ketu Shadashtak Yog: ୨୦୨୪ ଯାଏଁ ଏହି ୪ ରାଶିଙ୍କ ଉପରେ ରହିବ ଶନି-କେତୁଙ୍କ କୋପ ଦୃଷ୍ଟି
Advertisement

Shani Ketu Shadashtak Yog: ୨୦୨୪ ଯାଏଁ ଏହି ୪ ରାଶିଙ୍କ ଉପରେ ରହିବ ଶନି-କେତୁଙ୍କ କୋପ ଦୃଷ୍ଟି

Shani Ketu Shadashtak Yog:  ଶନି(shani) ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଅଛନ୍ତି।  ଆଉ ସେହି ରାଶିକୁ ଆଜି( ନଭେମ୍ବର ୧୩)ରେ କେତୁ (ketu) ଚଳନ କରିଛନ୍ତି।  ଗୋଟିଏ ରାଶିରେ ଦୁଇଟି ଗ୍ରହଙ୍କ ସ୍ଥିତି (Shani Ketu Shadashtak Yog) ଶନି-କେତୁ ଶଦାସକ ଯୋଗ ସୃଷ୍ଟି କରୁଛି।  ଶନି-କେତୁ ଶଦାସକ ଯୋଗ  ଖାସ କରି ୪ଟି ରାଶି ଉପରେ ଏହା ଅଧିକ ପ୍ରଭାବ ପକାଇବ। 

Shani Ketu Shadashtak Yog: ୨୦୨୪ ଯାଏଁ ଏହି ୪ ରାଶିଙ୍କ ଉପରେ ରହିବ ଶନି-କେତୁଙ୍କ କୋପ ଦୃଷ୍ଟି

Shani Ketu Shadashtak Yog: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି।  ଶନି(shani) ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଅଛନ୍ତି।  ଆଉ ସେହି ରାଶିକୁ ଆଜି( ନଭେମ୍ବର ୧୩)ରେ କେତୁ (ketu) ଚଳନ କରିଛନ୍ତି। କେତୁ ଏହି ରାଶିରେ ୨୦୨୪, ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ରହିବେ। ଫଳରେ ଗୋଟିଏ ରାଶିରେ ଦୁଇଟି ଗ୍ରହଙ୍କ ସ୍ଥିତି (Shani Ketu Shadashtak Yog) ଶନି-କେତୁ ଶଦାସକ ଯୋଗ ସୃଷ୍ଟି କରୁଛି। ଫଳରେ ଏହା ସମସ୍ତ ୧୨ଟି ରାଶି ଉପରେ କିଛି ନା କିଛି ପ୍ରଭାବ ପକାଇବ। କିନ୍ତୁ ଖାସ କରି ୪ଟି ରାଶି ଉପରେ ଏହା ଅଧିକ ପ୍ରଭାବ ପକାଇବ। ଯେଉଁ କାରଣରୁ ସେହି ରାଶିର ବ୍ୟକ୍ତିମାନେ ଅନେକ ସମସ୍ୟାର ସମ୍ମୁଖୀନ ହେବେ। ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ୪ ରାଶି ବିଷୟରେ...

Also Read: Mangal Ruchak Rajyog 2023: ଦୀପାବଳିରେ ମଙ୍ଗଳଙ୍କ ଚଳନ, ବଦଳାଇବ ଏହି ରାଶିଙ୍କ ଭାଗ୍ୟ!

ଏହି ରାଶିର ଲୋକେ ରୁହନ୍ତୁ ସାବଧାନ୍:

ବୃଷ: ଶନି-କେତୁ ଶଦାସକ ଯୋଗ ଏହି ରାଶିଙ୍କୁ ଅଶୁଭ ଫଳ ପ୍ରଦାନ କରିବ। ସ୍ବାସ୍ଥ୍ୟ ଖରାପ ରହିବ। ଏହି ଅବଧି ମଧ୍ୟରେ ଚ୍ୟାଲେଜିଂ କାମ ଠାରୁ ଆପଣ ଦୂରେଇ ରୁହନ୍ତୁ। ଗାଡି଼ ଚଳାଇବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। କୌଣସି ଟଙ୍କା ବିନିଯୋଗ କରିବା ପୂର୍ବରୁ ଆପଣଙ୍କ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ, ନଚେତ୍ କ୍ଷତି ସହିବେ। ଧନ ହାନୀର ମଧ୍ୟ ଯୋଗ ରହିଛି । ସେହିପରି ଆୟ କମ୍ ହେବା ସହ ଖର୍ଚ୍ଚ ବଢିବାର ମଧ୍ୟ ସମ୍ଭାବନା ରହିଛି। ପରିବାରରେ ଅଶାନ୍ତି ଲାଗି ରହିବ । 

କର୍କଟ: ଶନି-କେତୁଙ୍କ କୋପଦୃଷ୍ଟି ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ରହିବ। ଏହି ଅବଧି ମଧ୍ୟରେ ହେବାକୁ ଥିବା କାମ ମଧ୍ୟ ବି ବିଗିଡି଼ ଯିବ। ଫଳରେ କାମରେ ଅନେକ ସମସ୍ୟା ସୃଷ୍ଟି ହେବ । କେବେଳ ସେତିକି ନୁହେଁ, ପରିଶ୍ରମର ଉପଯୁକ୍ତ ଫଳ ମିଳିବ ନାହିଁ । ଏହି ସମୟରେ ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଆର୍ଥିକ ସ୍ଥିତି ଦୁର୍ବଳ ହେବ। କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହିତ ବିବାଦ ଦେଖାଦେଇପାରେ। ଟଙ୍କା ବିନିଯୋଗ ପାଇଁ ଏହା ଏକ ଶୁଭ ସମୟ ନୁହେଁ ।  ଯେଉଁମାନେ ବ୍ୟବସାୟ କରୁଛନ୍ତି ସେମାନେ ଏହି ସମୟରେ କୌଣସି ନୂତନ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ।  ଏଥିସହିତ ନିଜ ଜୀବନସାଥିଙ୍କ ସହ ମତାନ୍ତର ମନାନ୍ତର ଦେଖାଦେବ।

ବିଛା:  ଏହି ରାଶିର ବ୍ୟକ୍ତିଙ୍କୁ ଆଜିଠୁ ସାବଧାନ ଓ ସତର୍କତାର ସହିତ ଚଳିବାକୁ ପଡିବ। ଅଯଥା ଖର୍ଚ୍ଚ ବଢିବ। ଏଥି ସହିତ ଆପଣଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ । ତେଣୁ ଏହି ସମୟରେ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଆବଶ୍ୟକ ।  ଆର୍ଥିକ ସଙ୍କଟ ମଧ୍ୟ ଦେଖା ଦେଇପାରେ । ଏହି ସମୟରେ ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ ନଚେତ ଏହା ଆପଣଙ୍କୁ ସମସ୍ୟାରେ ପକାଇପାରେ। ଆପଣଙ୍କୁ ଏକ ପ୍ରକାର ବଡ଼ ବିବାଦର ସାମ୍ନା କରିବାକୁ ପଡିପାରେ। ଏହା ବ୍ୟତୀତ ଅର୍ଥ କାରବାରରେ ମଧ୍ୟ ସତର୍କତା ଅବଲମ୍ବନ କରିବାକୁ ପଡିବ।

ମୀନ: ବିଶେଷ କରି  କ୍ରୋଧ ଏବଂ ବିତର୍କରୁ ଆପଣ ଦୂରେଇ ରୁହନ୍ତୁ। ଯେଉଁମାନେ ଚାକିରିରେ କରୁଛନ୍ତି ସେମାନେ ଏହି ସମୟରେ ଦେଖିଚାହିଁ କାର୍ଯ୍ୟାଳୟରେ କାମ କରିବାକୁ ପଡିବ।  ଚାକିରିରେ ହେବାକୁ ଥିବା ପଦୋନ୍ନତି ଆପଣଙ୍କୁ ମିଳି ନ ପାରେ। କ୍ୟାରିଅରକୁ ନେଇ ଚିନ୍ତିତ ରହିବେ। ବ୍ୟବସାୟରେ କ୍ଷତି ହୋଇପାରେ। ଏହି ଅବଧି ମଧ୍ୟରେ ପିତାମାତାଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ବୈବାହିକ ଜୀବନରେ ମଧ୍ଯ ସମସ୍ୟା ଦେଖାଦେବ ।  ଏହି ସମୟ ପ୍ରେମୀ ଯୁଗଳଙ୍କ ପାଇଁ ଅଶୁଭ ଫଳ ପ୍ରଦାନ କରିବ । 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)