Shani Jayanti: ଦୀର୍ଘ ୩୦ ବର୍ଷ ପରେ ପଡୁଛି ଏପରି ମହାସଂଯୋଗ; ଶନି ଜୟନ୍ତୀରେ ମାଲାମାଲ ହେବ ଏହି ୪ ରାଶି!
Advertisement
Article Detail0/zeeodisha/odisha1701817

Shani Jayanti: ଦୀର୍ଘ ୩୦ ବର୍ଷ ପରେ ପଡୁଛି ଏପରି ମହାସଂଯୋଗ; ଶନି ଜୟନ୍ତୀରେ ମାଲାମାଲ ହେବ ଏହି ୪ ରାଶି!

Shani Jayanti:  ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ପ୍ରତିବର୍ଷ ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ଅମବାସ୍ୟା ତିଥିରେ ଶନି ଜୟନ୍ତୀ ପାଳନ କରାଯାଏ। ଏହି ବିଶେଷ ଦିନରେ ଶନି ଦେବଙ୍କୁ ପୂଜା କଲେ ସମସ୍ତ ରୋଗ, ବ୍ୟାଧି ଓ ବାଧାବିଘ୍ନରୁ ମୁକ୍ତି ମିଳିଥାଏ । ଚଳିତ ବର୍ଷ ଶନି ଜୟନ୍ତୀ ୧୯ ମଇ ଅର୍ଥାତ୍ ଶୁକ୍ରବାର ପାଳନ କରାଯିବ । ଶାସ୍ତ୍ର ଅନୁଯାୟୀ, ଶନି ଜୟନ୍ତୀ ଦିନ ଶନି ଦେବଙ୍କୁ ପୂଜା କଲେ ଶନି ସାଢେ ସତୀ ସହ ଶନି ମହାଦଶାରୁ ମୁକ୍ତି ମିଳିଥାଏ। 

ସୌ(ସୋସିଆଲ ମିଡିଆ)

Shani Jayanti 2023: ଶନିଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ । ଶନି ଦେବ ପ୍ରତ୍ୟେକ ମଣିଷକୁ ତା କର୍ମ ଅନୁଯାୟୀ ଉପଯୁକ୍ତ ଫଳ ଦେଇଥାଆନ୍ତି । ଧାର୍ମିକ ବିଦ୍ବାନଙ୍କ ମତ ଅନୁଯାୟୀ, ଶନି ଦେବ ସନ୍ତୁଷ୍ଟ ହେଲେ ମଣିଷର ଭାଗ୍ୟଦୋୟ ହେବାକୁ ବେଶି ସମୟ ଲାଗେ ନଥାଏ । ସେହିପରି ଶନି ଦେବ ରୋଷ କଲେ ବା ଅସନ୍ତୁଷ୍ଟ ହେଲେ ସମସ୍ତ କାର୍ଯ୍ୟ ଅସଫଳ ହେବା ସହ ଜୀବନରେ ନାନାଦି ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼ିଥାଏ। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ପ୍ରତିବର୍ଷ ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ଅମବାସ୍ୟା ତିଥିରେ ଶନି ଜୟନ୍ତୀ ପାଳନ କରାଯାଏ। ଏହି ବିଶେଷ ଦିନରେ ଶନି ଦେବଙ୍କୁ ପୂଜା କଲେ ସମସ୍ତ ରୋଗ, ବ୍ୟାଧି ଓ ବାଧାବିଘ୍ନରୁ ମୁକ୍ତି ମିଳିଥାଏ । ଚଳିତ ବର୍ଷ ଶନି ଜୟନ୍ତୀ ୧୯ ମଇ ଅର୍ଥାତ୍ ଶୁକ୍ରବାର ପାଳନ କରାଯିବ । ଶାସ୍ତ୍ର ଅନୁଯାୟୀ, ଶନି ଜୟନ୍ତୀ ଦିନ ଶନି ଦେବଙ୍କୁ ପୂଜା କଲେ ଶନି ସାଢେ ସତୀ ସହ ଶନି ମହାଦଶାରୁ ମୁକ୍ତି ମିଳିଥାଏ। ଜ୍ୟୋତିଷଙ୍କ ଅନୁଯାୟୀ, ଚଳିତ ବର୍ଷର ଶନି ଜୟନ୍ତୀ ଫଳରେ ୩ଟି ରାଶି ଉପରେ ଏହାର ଶୁଭଫଳ ପଡ଼ିବ । ଏହି ସମୟରେ ଏହି ରାଶିର ବ୍ୟକ୍ତି ବିଶେଷ ମାନେ ମାଲାମାଲ ହେବା ନେଇ ଯୋଗ ରହିଛି ।

ମେଷ ରାଶି- ଚଳିତ ବର୍ଷ ଶନି ଜୟନ୍ତୀର ବୃହସ୍ପତି ଓ ଚନ୍ଦ୍ରଙ୍କ ମିଶ୍ରଣ ହେତୁ ଗଜକେସରୀ ଯୋଗ ସୃଷ୍ଟି ହେଉଛି। ଏହି ସମୟରେ ମେଷ ରାଶିର ବ୍ୟକ୍ତି ବିଶେଷଙ୍କୁ ଧନ ଲାଭ ହେବା ନେଇ ଯୋଗ ରହିଛି । ପାରିପାରିବ ଜୀବନରେ ସୁଖମୟ ହେବ । ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ଲାଭ କରିବେ । ବ୍ୟବସାୟରେ ଉନ୍ନତି ହେବ । ମିତ୍ରମାନଙ୍କ ସହଯୋଗ ମିଳିବ । ଦୂରସ୍ଥାନ ଭ୍ରମଣ କରିବେ ।

ବୃଷ ରାଶି - ଶୁକ୍ରଙ୍କୁ ବୃଷ ରାଶିର ଦେବତା ବୋଲି କୁହାଯାଏ। ଶନି ଓ ଶୁକ୍ର ବନ୍ଧୁ ହୋଇଥିବାରୁ ଶନିଙ୍କ କୃପା ସର୍ବଦା ଏହି ରାଶି ଉପରେ ରହିଥାଏ । ଫଳରେ ବୃଷର ବ୍ୟକ୍ତି ବିଶେଷ ମାନେ ଜୀବନରେ ଅଗ୍ରଗତି କରିଥାଆନ୍ତି । ପ୍ରକୃତରେ, ଶୁକ୍ର ରାଶିରେ ଶନିଙ୍କୁ ଉପକାରୀ ବୋଲି ବିବେଚନା କରାଯାଏ । ତେଣୁ ଶନିଙ୍କ ଚଳନ ଯୋଗୁଁ ବୃଷ ରାଶିର ଲୋକଙ୍କୁ କ୍ଷତିର ସମ୍ମୁଖୀନ ହେବାକୁ ପଡ଼େ ନାହିଁ ।

ମିଥୁନ ରାଶି- ଗଜକେସରୀ ଯୋଗ ସହ ଶନି ଜୟନ୍ତୀ ପ୍ରଭାବ ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କ ଲାଗି ଅତ୍ୟନ୍ତ ଲାଭଦାୟୀ ହେବ । ମାନ ସମ୍ମାନ ବୃଦ୍ଧି ପାଇବ । ସମାଜରେ ପ୍ରତିଷ୍ଠା ଲାଭ ହେବ । ଦୀର୍ଘ ସମୟରୁ ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବ। ଚାକିରି କରୁଥିବା ଲୋକଙ୍କ ପଦୋନ୍ନତି ହେବା ନେଇ ସମ୍ଭାବନା ରହିଛି । ବ୍ୟବସାୟରେ ଲାଭ ମିଳିବ। ପରିବାର ସଦସ୍ୟଙ୍କ ସହଯୋଗ ମିଳିବ ।

କୁମ୍ଭ ରାଶି- କୁମ୍ଭ - ଶନି କୁମ୍ଭ ରାଶିର ସ୍ବାମୀ ଗ୍ରହ ଅଟନ୍ତି। ତେଣୁ ଏହି ରାଶି ଉପରେ ଶନି ଦେବଙ୍କ ନକରାତ୍ମକ ପ୍ରଭାବ ଖୁବ୍ କମ୍ ସମୟ ପର୍ଯ୍ୟନ୍ତ ରହିଥାଏ, ଯଦିଓ ଏବେ କୁମ୍ଭ ରାଶିରେ ଶନି ସାଢେ ସତୀ ଚାଳିଛି, ତେଣୁ ଶନି ଜୟନ୍ତୀ ଅବସରରେ ଶନି ଦେବକୁ ପ୍ରସନ୍ନ କରିବା ଲାଗି ରାଶି ତେଲରେ ଅଭିଷେକ କରନ୍ତି । ଏପରି କରିବା ଦ୍ବାରା ଶୁଭଫଳ ମିଳିଥାଏ ।  ସେପଟେ ପ୍ରାୟ ୩୦ ବର୍ଷ ପରେ ଶନି ଜୟନ୍ତୀରେ ଗଜକେସରୀ ଯୋଗ ସୃଷ୍ଟି ହେଉଥିବାରୁ ଏହାର ଶୁଭଫଳ ସମସ୍ତ ରାଶି ଉପରେ ପଡ଼ିବ ।

ଶନି ଜୟନ୍ତୀ ଦିନ କରନ୍ତୁ ଏହିସବୁ ଉପାୟ

  • ଶନି ଜୟନ୍ତୀ ଦିନ ସକାଳୁ ସ୍ନାନ କରିବା ପରେ କଳା ପୋଷାକ ପିନ୍ଧନ୍ତୁ । ଏହା ପରେ ଶନି ମନ୍ଦିର ଯାଇ ଶନି ଦେବଙ୍କୁ ନୀଳ ରଙ୍ଗର ଫୁଲ ଓ ରାଶି ତେଲ ଅପର୍ଣ କରନ୍ତୁ ।
  • କଳା ରଙ୍ଗର କପଡା ଦାନ କରିବା ସହ ଗରିବ ଅଭାବୀ ଲୋକଙ୍କୁ ଖାଇବାକୁ ଦେଲେ ଶନି ଦେବ ପ୍ରସନ୍ନ ହୋଇଥାଆନ୍ତି ।
  • ଶନିଙ୍କ କୃପା ଲାଭ ପାଇଁ ଆଜିର ଦିନରେ ଓସ୍ତ ଗଛ ମୂଳେ ଜଳ ଅର୍ପଣ କରିବା ସହ ରାଶି ତେଲରେ ଦୀପ ଜାଳନ୍ତୁ ।

Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।