Shani Dev Rajyog: ଏହି ୪ ରାଶିଙ୍କ ଭାଗ୍ୟରେ ସୁନା କଳସ ଢାଳିବେ ଶନିଦେବ, ଭୋଗ କରିବେ ରାଜସୁଖ
Advertisement

Shani Dev Rajyog: ଏହି ୪ ରାଶିଙ୍କ ଭାଗ୍ୟରେ ସୁନା କଳସ ଢାଳିବେ ଶନିଦେବ, ଭୋଗ କରିବେ ରାଜସୁଖ

Shani Dev Rajyog: ଶନିଦେବ ବର୍ତ୍ତମାନ କୁମ୍ଭରେ ରାଶିରେ ବିରାଜମାନ କରିଛନ୍ତି। ଫଳେ ରାଜଯୋଗ ସୃଷ୍ଟି ହୋଇଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନିଙ୍କ ଏହି ରାଜଯୋଗ (Shani Dev Rajyog) କାରଣରୁ  ୧୨ ରାଶି ମଧ୍ୟରୁ ୪ଟି ରାଶିର ବ୍ୟକ୍ତିଙ୍କୁ (zodiac signs) ଶୁଭଫଳ ମିଳିବ। ଫଳରେ  ଏହି ୪ ରାଶି ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ଶୁଭଫଳ ପାଇବେ । ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ଧନଧାନ୍ୟରେ ସେମାନଙ୍କ ଜୀବନ ପୂରି ଉଠିବ। ଫଳରେ ଏହି ୪ ରାଶି ରାଜସୁଖ ଭୋଗ କରିବେ। ତେବେ, ଆସନ୍ତୁ ଜାଣିବା ସେହି ୪ଟି ରାଶି ଗୁଡି଼କ ବିଷୟରେ...

ସୌଜନ୍ୟ- ସୋସିଆଲ ମିଡି଼ଆ

Shani Dev Rajyog: ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ (Shani Dev) ଏକ ନିଷ୍ଠୁର ଗ୍ରହ ବୋଲି କୁହାଯାଏ।  କାହିଁକିନା ଶନି ପ୍ରତ୍ୟକ ମଣିଷକୁ ତାର କର୍ମ ଅନୁସାରେ ଭଲ ଓ ଖରାପ ଫଳ ପ୍ରଦାନ କରନ୍ତି। ଶନିଦେବ ବର୍ତ୍ତମାନ କୁମ୍ଭରେ ରାଶିରେ ବିରାଜମାନ କରିଛନ୍ତି। ଫଳେ ରାଜଯୋଗ ସୃଷ୍ଟି ହୋଇଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନିଙ୍କ ଏହି ରାଜଯୋଗ (Shani Dev Rajyog) କାରଣରୁ  ୧୨ ରାଶି ମଧ୍ୟରୁ ୪ଟି ରାଶିର ବ୍ୟକ୍ତିଙ୍କୁ (zodiac signs) ଶୁଭଫଳ ମିଳିବ। ଫଳରେ  ଏହି ୪ ରାଶି ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ଶୁଭଫଳ ପାଇବେ । ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ଧନଧାନ୍ୟରେ ସେମାନଙ୍କ ଜୀବନ ପୂରି ଉଠିବ। ଫଳରେ ଏହି ୪ ରାଶି ରାଜସୁଖ ଭୋଗ କରିବେ। ତେବେ, ଆସନ୍ତୁ ଜାଣିବା ସେହି ୪ଟି ରାଶି ଗୁଡି଼କ ବିଷୟରେ...

ଏହି ୪ ରାଶିଙ୍କ ଭାଗ୍ୟରେ ଶନି ସୁନା କଳସ ଢାଳିବେ:

ବୃଷ:  ଶନିଦେବ  (Shani Dev) ଏହି ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ପ୍ରଦାନ କରିବେ। ଏହି ସମୟ ମଧ୍ୟରେ ଏହି ରାଶିର ବ୍ୟକ୍ତିଙ୍କର ସମସ୍ତ ଆଶା ପୂରଣ ହେବ। ବ୍ୟବସାୟରେ ଅଗ୍ରଗତି ହେବ । ଏହି ସମୟରେ ଆପଣ ନୂଆ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ପାଇବେ। ଯେପରିକି ବ୍ୟବସାୟୀ କରୁଥିବା ଲୋକମାନଙ୍କ ପାଇଁ ଆଶାନୁରୂପକ ଫଳ ପ୍ରାପ୍ତ ହେବ।  ଖାସ୍ କରି ଆଶାୟୀମାନେ ଏହି ଅବଧି ମଧ୍ୟରେ ନୂଆ ଚାକିରି ପାଇବାର ସମ୍ଭାବନା ରହିଛି । ଚାକିରିରେ ପଦୋନ୍ନତି ପାଇବାର ମଧ୍ୟ ଅଧିକ ସମ୍ଭାବନା ରହିଛି। ଅଟକି ରହିଥିବା ଧନ ପ୍ରାପ୍ତ ହେବାର ସୁଯୋଗ ମଧ୍ୟ ରହିଛି। ଦୂରଯାତ୍ରା କରିପାରନ୍ତି । ବିଦେଶ ଯାତ୍ରାର ଯୋଗ ମଧ୍ୟ ରହିଛି । ଏହି ସମୟ ମଧ୍ୟରେ ଆପଣଙ୍କ ପିଲାମାନଙ୍କର ମଧ୍ୟ ନୂଆ ଚାକିରି ପାଇଁ ଅଫର ବି ମିଳିପାରେ। 

ସିଂହ:  ଶନିଦେବଙ୍କ କୃପାରୁ ସିଂହ ରାଶିର ଲୋକଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ଦିର୍ଘ ଦିନ ଆଶା ପୂରଣ ହେବ। ଘର, ଗାଡି଼ କିଣିବାର ସମ୍ଭାବନା ରହିଛି । ଦିର୍ଘ ଦିନ ଧରି ଚାଲିଥିବା କୋର୍ଟ କଚେରୀ ମାମଲା ଆପଣଙ୍କ ସପକ୍ଷରେ ଯିବ। ଖାସ୍ କରି ଏହି ସମୟ ମଧ୍ୟରେ ପୁରୁଣା ନିବେଶରୁ ଅଧିକ ଅର୍ଥ ପାଇବେ। ବ୍ୟବସାୟରେ ଅଟକି ରହିଥିବା ଟଙ୍କା ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ।  ଏହି ଅବଧି ମଧ୍ୟରେ ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ଖାସ୍ କରି ରାଜନୀତି କ୍ଷେତ୍ରରେ କାର୍ଯ୍ୟ କରୁଥିବେ ଲୋକେ ଅଧିକ ଶୁଭଫଳ ପାଇବେ।  

ତୁଳା : ଶନିଙ୍କ କୃପା ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ଧନ ଐଶ୍ବର୍ଯ୍ୟ ବଢିବ। ଶନିଦେବଙ୍କ ଆର୍ଶିବାଦ ଆପଣଙ୍କ ଉପରେ ରହିବ। ଫଳ ସୂରୁପ ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ୍ ହେବ। ଏ-ହି ରାଶିର ଲୋକମାନେ ଚାକିରି ସାଙ୍ଗକୁ ପଦୋନ୍ନତୀ ପାଇବାର ସମ୍ଭାବନା ରହିଛି। ଆପଣଙ୍କ ଆୟ ବୃଦ୍ଧି ପାଇବ। ତୁଳା ରାଶିର ଲୋକେ ,  କୌଣସି ନୂଆ ଯୋଜନା ମଧ୍ୟ ଏହି ସମୟରେ ଆରମ୍ଭ କରିପାରନ୍ତି। ଯାହା ଆପଣଙ୍କୁ ଶୁଭଫଳ ପ୍ରଦାନ କରିବ। ଖାସ୍ କରି ନିଜ ପରିବାର ଲୋକଙ୍କ ସମର୍ଥନ ଆପଣ ଏହି ସମୟରେ ପାଇବେ। ବୈବାହିତ ଜୀବନ ସୁଖମୟ ହେବ। ଜୀବନ ସାଥୀଙ୍କ ସହ କ୍ବାଲିଟି ଟାଇମ୍ ଅତିବାବିତ କରିବେ। 

କୁମ୍ଭ : ଶନିଙ୍କ ଏହି ରାଜଯୋଗ (Shani Dev Rajyog) କାରଣରୁ ଏହି ରାଶିର ଲୋକେ ଶୁଭଫଳ ପାଇବେ।  ଏହି ସମୟରେ, କମ୍ପିଟେଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ସଫଳତା ପାଇବାର ସମ୍ଭାବନା ରହିଛି। ବ୍ୟବସାୟୀମାନେ ବ୍ୟବସାୟରେ ଅଧିକ ଲାଭ ପାଇବେ। ଆପଣଙ୍କ ଆତ୍ମବିଶ୍ୱାସ ଶିଖରରେ ରହିବ। ଆପଣଙ୍କ ପାଇଁ ଆୟର ନୂତନ ଉତ୍ସ ସୃଷ୍ଟି ହେବାର ମଧ୍ୟ ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ ଆପଣଙ୍କର କାର୍ଯ୍ୟ ପାଇଁ ଆପଣ ପ୍ରଶଂସିତ ହେବେ। ଆପଣଙ୍କ ଆୟର ଉତ୍ସ ବୃଦ୍ଧି ପାଇବ, ଯାହା ଆପଣଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)