Nag Panchami Date 2023: ନାଗପଞ୍ଚମୀରେ ଜାଣନ୍ତୁ କ’ଣ ରହିଛି ଏହାର ମହତ୍ତ୍ବ
Advertisement

Nag Panchami Date 2023: ନାଗପଞ୍ଚମୀରେ ଜାଣନ୍ତୁ କ’ଣ ରହିଛି ଏହାର ମହତ୍ତ୍ବ

Nag Panchami: ଶିବ ପୁରାଣ ଅନୁଯାୟୀ, ଶ୍ରାବଣ ମାସ ସୋମବାରେ ଉପବାସ କରୁଥିବା ବ୍ୟକ୍ତିର ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ । ଶ୍ରାବଣ ମାସର ଶୁଭାରମ୍ଭ କୃଷ୍ଣପକ୍ଷ ପ୍ରତିପଦା ତିଥିରୁ ହୋଇଥାଏ। ଚଳିତ ବର୍ଷ ଶ୍ରାବଣ ମାସ ପାଖାପାଖି ୨ ମାସ ଧରି ଚାଲିବ।

ସୌ(ସୋସିଆଲ ମିଡିଆ)

Nag Panchami 2023: ସନାତନ ଧର୍ମରେ ଶ୍ରାବଣ ମାସର ବିଶେଷ ମହତ୍ତ୍ବ ରହିଛି । ଏହି ମାସ ଭଗବାନ ଶିବଙ୍କୁ (Mahadev) ସମର୍ପିତ । କୁହାଯାଏ, ଶ୍ରାବଣ ମାସ ଭଗବାନ ଶିବଙ୍କ ପ୍ରିୟ ମାସ ଅଟେ, ତେଣୁ ଏହି ମାସରେ ମହାଦେବଙ୍କୁ ନିଷ୍ଠାର ସହ ପୂଜା ଉପାସନା କଲେ ସବୁ ଇଚ୍ଛା ପୂର୍ଣ୍ଣ ହୋଇଥାଏ । ଶିବ ପୁରାଣ ଅନୁଯାୟୀ, ଶ୍ରାବଣ ମାସ ସୋମବାରେ (Sawan Somwar) ଉପବାସ କରୁଥିବା ବ୍ୟକ୍ତିର ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ । ଶ୍ରାବଣ ମାସର ଶୁଭାରମ୍ଭ କୃଷ୍ଣପକ୍ଷ ପ୍ରତିପଦା ତିଥିରୁ ହୋଇଥାଏ। ଚଳିତ ବର୍ଷ ଶ୍ରାବଣ ମାସ ପାଖାପାଖି ୨ ମାସ ଧରି ଚାଲିବ।

ଅନ୍ୟପକ୍ଷରେ, ଶ୍ରାବଣ ମାସ ଶୁକ୍ଲ ପକ୍ଷ ପଞ୍ଚମୀ ତିଥିକୁ ନାଗପଞ୍ଚମୀ (Nag Panchami 2023) ଭାବେ ପାଳନ କରାଯାଏ। ଏହି ଦିନ ଭଗବାନ ଶିବଙ୍କ ବେକରେ ବାସ କରୁଥିବା ନାଗ ଦେବତାଙ୍କୁ ପୂଜା କରାଯାଏ। କେତେକ ସ୍ଥାନରେ ଏହି ଦିନ ନାଗ ଦେବତାଙ୍କୁ କ୍ଷୀର ଅର୍ପଣ ସହ ପୂଜା କରାଯାଇଥାଏ । ଏଥର ନାଗପଞ୍ଚାମୀ ଆଜି ଅର୍ଥାତ୍ ସୋମବାର ଦିନ ପାଳନ କରାଯିବ। ନାଗପଞ୍ଚମୀ ସୋମବାର ଦିନ ପଡିବା ଅତ୍ୟନ୍ତ ଶୁଭ ଅଟେ । କାରଣ ନାଗ ଭଗବାନ ଶିବଙ୍କ ଉପାସକ ହୋଇଥିବା ବେଳେ, ସୋମବାର ଭୋଲେନାଥଙ୍କ ପାଇଁ ଉତ୍ସର୍ଗୀକୃତ । ତେବେ ନାଗପଞ୍ଚାମୀ ଦିନ ନାଗ ଦେବତା ଓ ଭଗବାନ ଶିବଙ୍କୁ ପୂଜା କରିବା ଦ୍ବାରା ଦ୍ବିଗୁଣିତ କୃପା ଓ ଆର୍ଶବାଦ ଲାଭ ହେବ । ଏହାସହ ଚଳିତ ନାଗପଞ୍ଚମୀରେ ସାବର୍ଥ ସିଦ୍ଧ ଯୋଗ (sarvartha siddhi yoga) ସୃଷ୍ଟି ହେବାକୁ ଯାଉଛି । ଫଳରେ ଏହି ନାଗପଞ୍ଚାମୀ ଦିନ ଏହିସବୁ ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ଖୋଲିବାକୁ ଯାଉଛି ।

ନାଗପଞ୍ଚମୀର ମହତ୍ତ୍ବ

ଯେଉଁ ରାଶିର ବ୍ୟକ୍ତି ବିଶେଷଙ୍କ ଜାତକରେ କାଳ ସର୍ପ ଦୋଷ ଥାଏ ସେମାନେ ନାଗପଞ୍ଚମୀ ଦିନ ନାଗଦେବଙ୍କୁ ପୂଜା କରିବା ଦ୍ବାରା ସାପର ଭୟ ଦୂର ହୋଇଥାଏ । ଏହି ଲୋକମାନେ

ନାଗପଞ୍ଚାମୀରେ ପୂଜା, ଉପବାସ ଓ ଉପାସନା କରିବା ଉଚିତ୍ । ଏପରି କରିବା ଦ୍ବାରା କାଳ ସର୍ପ ଦୋଷରୁ ମୁକ୍ତି ମିଳିଥାଏ ।  ବିଶ୍ୱାସ କରାଯାଏ ଯେ, ଏହି ଦିନ ନାଗ ଦେବତାଙ୍କୁ କ୍ଷୀର ଅଭିଷେକ କରିବା ଦ୍ବାରା ଇଶ୍ୱରଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଏଥର ନାଗପଞ୍ଚାମୀ ସୋମବାର ଦିନ ପଡୁଥିବାରୁ ଏହା ଅତ୍ୟନ୍ତ ଖାସ ଅଟେ । ଶାସ୍ତ୍ର ଅନୁଯାୟୀ, ଏହା ଏକ ବିରଳ ଯୋଗ ଅଟେ । କାରଣ ସୋମବାରକୁ ପ୍ରଭୁ ଭୋଲେନାଥଙ୍କ ଦିନ ବୋଲି ବିବେଚନା କରାଯାଏ । ନାଗ ମଧ୍ୟ ଭଗବାନ ଶିବଙ୍କ ଅତ୍ୟନ୍ତ ପ୍ରିୟ ଅଟେ । ତେଣୁ ଏହି ଦିନ ଭଗବାନ ଶିବଙ୍କ ସହ ନାଗମାନଙ୍କୁ ଜଳ ଅର୍ପଣ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ବ୍ୟତୀତ ଏହି ଦିନ ଗରିବ ଲୋକଙ୍କୁ ପୋଷାକ, ଖାଦ୍ୟ ଓ ଟଙ୍କା ଦାନ କରିବା ଦ୍ବାରା ଶୁଭ ଫଳ ମିଳିଥାଏ ।

ଏହି ରାଶି ପାଇଁ ଅତ୍ୟନ୍ତ ଶୁଭ ରହିବ ନାଗପଞ୍ଚାମୀ

ଚଳିତ ବର୍ଷ ନାଗପଞ୍ଚାମୀ କିଛି ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବ । ଏହି ସମୟରେ ଧନ୍ୟଧାନ୍ୟ ବୃଦ୍ଧି ହେବା ସହ ବ୍ୟବସାୟରେ ମଧ୍ଯ ଅଗ୍ରଗତି ହେବ ।

ବିଛା ରାଶି: ଚଳିତ ବର୍ଷ ନାଗପଞ୍ଚାମୀ ବିଛା ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ । ଏହି ଦିନ ନାଗ ଦେବତାଙ୍କୁ ପୂଜା କରିବା ଦ୍ବାରା ଆର୍ଶବାଦ ପ୍ରାପ୍ତ ହେବା ସହ କାର୍ଯ୍ୟରେ ସଫଳତା ମିଳିବ । ସୁଖ ଓ ସମୃଦ୍ଧି ବୃଦ୍ଧି ପାଇବ ସହ ବ୍ୟବସାୟରେ ଲାଭ ହେବ ।

ଧନୁ ରାଶି: ଏହି ଦିନ ସୃଷ୍ଟି ହେଉଥିବା ସାବର୍ଥ ସିଦ୍ଧ ଯୋଗ ଧନୁ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭଫଳ ଆଣିଦେବ । ଫଳରେ କାର୍ଯ୍ୟରେ ସଫଳତା ମିଳିବା ସହ ଚାକିରିରେ ଅଗ୍ରଗତି ହେବ । ବ୍ୟବସାୟରେ ଲାଭ ମିଳିବ । ବୈବାହିକ ଜୀବନ ସୁଖମୟ ହେବ। ଆକସ୍ମିକ ଧନ ଲାଭ ନେଇ ଯୋଗ ରହିଛି ।

ମକର ରାଶି: ଏହି ଦିନଠାରୁ ମକର ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଭଲ ସମୟ ଆରମ୍ଭ ହେବ । ସୁଖ ଓ ଶାନ୍ତି ବୃଦ୍ଧି ପାଇବ । ପାରିବାରିକ ଜୀବନ ସୁଖମୟ ହେବ । ଧନ ଓ ସମୃଦ୍ଧି ବୃଦ୍ଧି ପାଇବ । ଆୟ ବଢିବା ସହ ବ୍ୟବସାୟ କରୁଥିବା ଲୋକେ ଲାଭବାନ ହେବେ ।

କୁମ୍ଭ ରାଶି: ଏହି ନାଗପଞ୍ଚାମୀ କୁମ୍ଭ ରାଶି ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ଓ ଶୁଭଫଳ ଦାୟୀ ରହିବ । ଫଳରେ ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟା ଦୂର ହେବ । ସ୍ଥଗିତ ଥିବା କାର୍ଯ୍ୟ ଆରମ୍ଭ ହେବ। ଆୟ ବଢିବ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)