Vitamin D Deficiency: ଭିଟାମିନ୍ ଡି଼(Vitamin D) କିମ୍ବା ସନ୍ସାଇନ୍ ଭିଟାମିନ୍ ଏକ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ଯାହା ଶରୀରରେ କ୍ୟାଲସିୟମ୍ ଓ ଫସଫେଟର ପରିମାଣକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏହା ପରବର୍ତ୍ତୀ ସମୟରେ ଶକ୍ତିଶାଳୀ ହାଡ଼, ଦାନ୍ତ ଓ ମାଂସପେଶୀ ଗଠନରେ ସହାୟକ ହୁଏ। ତେବେ ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଭାରତର ୭୯ ପ୍ରତିଶତ ପୁରୁଷ ଓ ୭୫ ପ୍ରତିଶତ ମହିଳାଙ୍କ ଶରୀରରେ ଭିଟାମିନ୍ ଡି’ର ଅଭାବ ରହିଛି ।
Trending Photos
Vitamin D Deficiency: ଭିଟାମିନ୍ ଡି଼(Vitamin D) କିମ୍ବା ସନ୍ସାଇନ୍ ଭିଟାମିନ୍ ଏକ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ଯାହା ଶରୀରରେ କ୍ୟାଲସିୟମ୍ ଓ ଫସଫେଟର ପରିମାଣକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏହା ପରବର୍ତ୍ତୀ ସମୟରେ ଶକ୍ତିଶାଳୀ ହାଡ଼, ଦାନ୍ତ ଓ ମାଂସପେଶୀ ଗଠନରେ ସହାୟକ ହୁଏ। ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା ଏନ୍ଏଚ୍ଏସ୍ ଅନୁଯାୟୀ, ପିଲାଙ୍କଠାରେ ରିକେଟ୍ ଭଳି ହାଡ଼ର ଦିବ୍ୟାଙ୍ଗତା ଓ ବୟସ୍କଙ୍କଠାରେ ଅଷ୍ଟିଓମାଲାସିଆ ନାମକ ଅସ୍ଥିରୋଗ ଜନିତ ଯନ୍ତ୍ରଣାକୁ ରୋକିବାରେ ଭିଟାମିନ୍ (ଡି଼) ସାହାଯ୍ୟ କରିଥାଏ ।
ଏହାର ଅଭାବ ଜୀବନ ସାରା ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ। ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ଭିଟାମିନ୍ ଡି଼ ଅଭାବରେ ରୋଷ୍ଟେଟ୍ କର୍କଟ, ଉଦାସୀନତା, ମଧୁମେହ ଓ ଆଣ୍ଠୁଗଣ୍ଠି ଓ ବାତ ଭଳି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥାଏ। ଚିନ୍ତାର ବିଷୟ ହେଉଛି ଯେ, ଭାରତର ଏକ ବୃହତ ଜନସଂଖ୍ୟା ଏହି ପୁଷ୍ଟିତତ୍ତ୍ୱର ଅଭାବରେ ପୀଡି଼ତ। ଏକ ତଥ୍ୟ ଅନୁଯାୟୀ, ଭାରତୀୟ ଜନ ସଂଖ୍ୟାର ପ୍ରାୟ ୭୬ ପ୍ରତିଶତ ଲୋକ ଭିଟାମିନ୍ ଡି଼ ଅଭାବର ଶିକାର ହୋଇ ବିଭିନ୍ନ ରୋଗରେ ପୀଡି଼ତ ହେଇଥାଆନ୍ତି। ଏହି ଅଧ୍ୟୟନରେ ଭାରତର ୨୭ଟି ସହରର ୨.୨ ଲକ୍ଷରୁ ଅଧିକ ଲୋକଙ୍କୁ ନେଇ ପରୀକ୍ଷା କରାଯାଇଥିଲା । ଏଥିରେ ଜଣା ପଡି଼ଥିଲା ଯେ ଭାରତର ୭୯ ପ୍ରତିଶତ ପୁରୁଷ ଓ ୭୫ ପ୍ରତିଶତ ମହିଳାଙ୍କ ଶରୀରରେ ଭିଟାମିନ୍ ଡି’ର ଅଭାବ ରହିଛି । ଏହି ପୋଷକ ତତ୍ତ୍ୱର ଅଭାବରେ ଭଦୋଦରାର( Vadodara) ୮୯ ପ୍ରତିଶତ ଓ ସୁରତର( surat) ୮୮ ପ୍ରତିଶତ ଲୋକ ଶିକାର ହୋଇଥିବାରୁ ଏହି ୨ଟି ସହର ଶୀର୍ଷରେ ଥିବାବେଳେ ଦିଲ୍ଲୀ ଏନ୍ସିଆର( Delhi ncr) ସର୍ବନିମ୍ନ ୭୨ ପ୍ରତିଶତ ଥିବା ଜଣାପଡି଼ଛି । ଟାଟା ୱାନ୍ ଏମ୍ଜିର ତଥ୍ୟ ଅନୁସାରେ, ଜାତୀୟ ହାର ଅନୁସାରେ ଭିଟାମିନ୍ ଡି଼ ଅଭାବ ଦ୍ୱାରା ଯୁବକମାନେ ଅଧିକ ପ୍ରଭାବିତ ହୋଇଥାଆନ୍ତି । ୨୫ ବର୍ଷରୁ କମ୍ ବୟସର ୮୪ ପ୍ରତିଶତ, ୨୫ରୁ ୪୦ ବର୍ଷ ବୟସର ୮୧ ପ୍ରତିଶତ ଲୋକ ଏହାର ଅଭାବରୁ ବିଭିନ୍ନ ରୋଗର ସମ୍ମୁଖୀନ ହେଉଛନ୍ତି।
କେଉଁଠାରୁ ମିଳିଥାଏ ଭିଟାମିନ୍ ଡି଼-
ମାଛ ତେଲରେ ଭରପୂର ପରିମାଣର ଭିଟାମିନ୍ ଡି଼ ରହିଥାଏ । ସେହିପରି ସୂର୍ଯ୍ୟ କିରଣ ଆମ ଦେହରେ ପଡି଼ଲେ ଭିଟାମିନ ଡି଼ ତିଆରି ହୁଏ । ତେଣୁ ଯେଉଁମାନେ ଭିଟାମିନ୍ ଡି଼ ଅଭାବର ସମ୍ମୁଖୀନ ହୋଇଛନ୍ତି ସେମାନେ ମାଛ ତେଲ ପରି ଭିଟାମିନ୍ ଡି଼ ଥିବା ଔଷଧ ସେବନ କରିବା ସହ ଯଥା ସମ୍ଭବ ଅଧିକ ସମୟ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସିବାକୁ ଗବେଷକମାନେ କହିଛନ୍ତି । ତେବେ ଏହାର ଅଭାବରୁ ପାଞ୍ଚ ବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମହିଳା, ୬୫ ବର୍ଷରୁ ଅଧିକ ବୟସର ଲୋକେ ସହଜରେ ପୀଡି଼ତ ହୋଇଥାନ୍ତି ।
Disclaimer: Zee Odisha News ଏହି ପ୍ରବନ୍ଧରେ ଉଲ୍ଲେଖ କରାଯାଇଥିବା ବିଧି, ପଦ୍ଧତି ଏବଂ ଦାବିକୁ ନିଶ୍ଚିତ କରେ ନାହିଁ । ଏହାକୁ କେବଳ ପରାମର୍ଶ ଭାବରେ ନିଅନ୍ତୁ । ଏହିପରି କୌଣସି ଚିକିତ୍ସା /ଔଷଧ / ଡାଏଟ୍ ଅନୁସରଣ କରିବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।