Lifestyle News: ବେଡରୁମରୁ ବାହାର କରନ୍ତୁ ଏହି ଚିତ୍ର ସବୁ
Advertisement

Lifestyle News: ବେଡରୁମରୁ ବାହାର କରନ୍ତୁ ଏହି ଚିତ୍ର ସବୁ

ବେଡରୁମର ମହତ୍ୱ କପଲ’ସଙ୍କ ପାଇଁ ଅତ୍ଯନ୍ତ ଖାସ ହୋଇଥାଏ । ତେଣୁ ସେଠାରେ କୌଣସି ବାସ୍ତୁଦୋଷ ରହିଲେ ତାହା ଆପଣଙ୍କ ପାରିବାରିକ ଜୀବନକୁ ପ୍ରଭାବିତ କରିବ । ଯେମିତି ସ୍ୱାମୀସ୍ତ୍ରୀଙ୍କ ମଧ୍ଯରେ ମତଭେଦ । ତେଣୁ ବେଡରୁମ୍ ବାସ୍ତୁଦୋଷ ମୁକ୍ତ ରହିବା ଅତ୍ଯନ୍ତ ଜରୁରୀ ।ବେଡରୁମରେ କିଛି ଜିନିସ ଏମିତି ଥାଏ ଯେଉଁଥିପାଇଁ ବାସ୍ତୁଦୋଷ ଉତ୍ପନ୍ନ ହୋଇଥାଏ ।

Lifestyle News: ବେଡରୁମରୁ ବାହାର କରନ୍ତୁ ଏହି ଚିତ୍ର ସବୁ

Lifestyle News: ବେଡରୁମର ମହତ୍ୱ କପଲ’ସଙ୍କ ପାଇଁ ଅତ୍ଯନ୍ତ ଖାସ ହୋଇଥାଏ । ତେଣୁ ସେଠାରେ କୌଣସି ବାସ୍ତୁଦୋଷ ରହିଲେ ତାହା ଆପଣଙ୍କ ପାରିବାରିକ ଜୀବନକୁ ପ୍ରଭାବିତ କରିବ । ଯେମିତି ସ୍ୱାମୀସ୍ତ୍ରୀଙ୍କ ମଧ୍ଯରେ ମତଭେଦ । ତେଣୁ ବେଡରୁମ୍ ବାସ୍ତୁଦୋଷ ମୁକ୍ତ ରହିବା ଅତ୍ଯନ୍ତ ଜରୁରୀ ।ବେଡରୁମରେ କିଛି ଜିନିସ ଏମିତି ଥାଏ ଯେଉଁଥିପାଇଁ ବାସ୍ତୁଦୋଷ ଉତ୍ପନ୍ନ ହୋଇଥାଏ । ଆସନ୍ତୁ ଜାଣିବା ସେସବୁ ଜିନିସ କ’ଣ ଯାହାକୁ ତୁରନ୍ତ ବେଡରୁମରୁ ହଟାଇ ଦେବା ଆପଣଙ୍କ ପାରିବାରିକ ଜୀବନ ପାଇଁ ନିହାତି ଜରୁରୀ ।

ସାଧାରଣତଃ ଆମେ ଆଧ୍ଯାତ୍ମିକ ହୋଇଥାଉ । ଅଳ୍ପବହୁତ ସମସ୍ତେ ଇଶ୍ୱରଙ୍କ ଅସ୍ଥିତ୍ୱକୁ ସ୍ୱୀକାର କରନ୍ତି । ତେଣୁ ଘରେ ଠାକୁର ଘର ଥାଏ । ଠାକୁର ଘର ଅଲଗା ଏଇଥିପାଇଁ ଥାଏ ଯେ, ଠାକୁର ଅଲଗା ରହିବେ । ଏବେ ଏହାର ଅର୍ଥ ବୁଝନ୍ତୁ । ଯଦି ବୁଝିଲେ ତ ଠିକ କଥା । ଯଦି ବୁଝି ନପାରିଛନ୍ତି ତେବେ ଆମେ ଆପଣଙ୍କୁ ବୁଝାଇ ଦେଉଛୁ । ଠାକୁରଙ୍କ ସ୍ଥାନ ନିର୍ଦ୍ଦିଷ୍ଟ । ସେ ଠାକୁର ଘରେ ହିଁ ରହିବେ । ତେବେ ଆମେ ଏଇଠି କିଛି ଭୁଲ କରିଥାଉ । ବେଡରୁମରେ ମଧ୍ଯ ଆମେ ଠାକୁରଙ୍କ ଛବି ଲଗାଇଥାଉ । ବାସ୍ତୁଶାସ୍ତ୍ର ଅନୁସାରେ ବେଡରୁମ ପତି ଓ ପତ୍ନୀଙ୍କ ସମ୍ବନ୍ଧକୁ ଦର୍ଶାଇଥାଏ । ଅର୍ଥାତ ଜ୍ଯୋତିଶ ଶାସ୍ତ୍ର ଅନୁସାରେ ବେଡରୁମର ସମ୍ବନ୍ଧ ଶୁକ୍ର ଗ୍ରହ ସହିତ ରହିଥାଏ । ଶୁକ୍ର ଦାନବଙ୍କ ଗୁରୁ । ତେଣୁ ଯେଉଁଠି ଶୁକ୍ର ରହିବେ ସେଠାରେ ଦେବୀ ଦେବତା ଅର୍ଥାତ ବୃହସ୍ପତି ଗ୍ରହଙ୍କ ରହିବା ଅଶୁଭ ବୋଲି ଗ୍ରହଣ କରାଯାଏ । କାରଣ ବୃହସ୍ପତି ହେଉଛନ୍ତି ଦେବତାଙ୍କ ଗୁରୁ,ଯିଏ ଶୁକ୍ରଙ୍କ ବିରୋଧୀ । ଉଭୟ ଶୁକ୍ର ଓ ବୃହସ୍ପତିଙ୍କ ମଧ୍ଯରେ ଅହିନକୁଳ ସମ୍ପର୍କ ରହିଛି । ଉଭୟ ଗୋଟିଏ ସ୍ଥାନରେ ରହି ପାରନ୍ତି ନାହିଁ । ତେଣୁ ବେଡରୁମରେ ଦେବାଦେବୀଙ୍କ ଫଟୋ ରହିଲେ ସ୍ୱାମୀସ୍ତ୍ରୀଙ୍କ ମଧ୍ଯରେ ବି ସମ୍ପର୍କ ଖରାପ ହୋଇଯିବ ।

ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍
ଜ୍ୟୋତିଷ ଶାସ୍ତ୍ରରେ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ ଉପରେ ରାହୁ ଓ ଶନିଙ୍କ ପ୍ରଭାବ ଥିବା କୁହାଯାଏ । ବେଡରୁମରେ ଇଲେକ୍ର୍ଟୋନିକ୍ ସାମଗ୍ରୀ ରଖିବା ଦ୍ୱାରା ଅଶୁଭ ଗ୍ରହଙ୍କ ପ୍ରଭାବ କାରଣରୁ ବୈବାହିକ ଜୀବନ ଉପରେ ମଧ୍ଯ ଅଶୁଭ ପ୍ରଭାବ ପଡିଥାଏ ।ତେଣୁ ନିଜ ବେଡରୁମରେ ଅତି କମ ସଂଖ୍ଯକ ଇଲେକ୍ଟରୋନିକ୍ ସାମଗ୍ରୀ ରଖନ୍ତୁ । କାରଣ ଇଲେକ୍ରୋଟ୍ରିନକ ସାମଗ୍ରୀ ଆପଣଙ୍କ ପ୍ରେମରେ ଭଟ୍ଟା ପକାଇ ପାରେ । 

ଆପଣଙ୍କ ନଜରରେ ତାଜମହଲ ପ୍ରେମର ପ୍ରତୀକ ହୋଇପାରେ । କିନ୍ତୁ ବାସ୍ତୁଶାସ୍ତ୍ର ହିସାବରେ ପ୍ରେମର ପ୍ରତିକ ତାଜମହଲ ଆପଣଙ୍କ ବୈବାହିକ ଜୀବନକୁ ଅସଫଳ କରିପାରେ । ଆପଣ ଯଦି ଭାବୁଛନ୍ତି ବେଡରୁମରେ ତାଜମହଲ ଚିତ୍ର ଲଗାଇଲେ ପ୍ରେମ ବଢିବ ତେବେ ଭୁଲ ଭାବୁଛନ୍ତି । ବାସ୍ତୁଶାସ୍ତ୍ର ଅନୁସାରେ କବର ଚିତ୍ର ବୈବାହିକ ସମ୍ପର୍କ ପାଇଁ ଖରାପ । ତେଣୁ କୌଣସି କବରର ଫଟୋ ବେଡରୁମରେ ଲଗାଇବା ଠିକ ନୁହେଁ । ଏବେ ଯଦି ଆପଣଙ୍କ ବେଡରୁମରେ ତାଜମହଲ କିମ୍ବା ଅନ୍ୟକୌଣସି ସୁନ୍ଦର ଦେଖାଯାଉଥିବା କବରର ଫଟୋ ଅଛି ତା’ହେଲେ ତାକୁ ତୁରନ୍ତ ହଟାଇ ଦିଅନ୍ତୁ ।

Also Read: Crime News: ଦୁଷ୍କର୍ମ ପରେ ରକ୍ତସ୍ରାବ, ଅଢେଇ ଘଣ୍ଟା ଧରି ସାହାଯ୍ୟ ମାଗିଲା ନାବାଳିକା ହେଲେ...

Also Read: ୯୨ ବର୍ଷ ବୟସରେ ପାଠ ପଢିଲେ ଖାନ ଚାଚି, ଅନ୍ୟ ପାଇଁ ସାଜିଲେ ପ୍ରେରଣା

Also Read: Arka Keshari Singh Deo: ବିଜେଡି ପାଇଁ କଳାହାଣ୍ଡି ସଙ୍କଟ: ଅର୍କ କେଶରୀ ବିଜେପିରେ ଯୋଗଦେଲେ