Refined Oil Side Effects: ବ୍ୟବହାର କରୁଛନ୍ତି କି ଏହି ରିଫାଇନ୍ ଅଏଲ, କ୍ୟାନସରକୁ କରୁଛନ୍ତି ଆମନ୍ତ୍ରଣ !
Advertisement
Article Detail0/zeeodisha/odisha1476836

Refined Oil Side Effects: ବ୍ୟବହାର କରୁଛନ୍ତି କି ଏହି ରିଫାଇନ୍ ଅଏଲ, କ୍ୟାନସରକୁ କରୁଛନ୍ତି ଆମନ୍ତ୍ରଣ !

Refined Oil Side Effects: ଶରୀରକୁ ଫିଟ୍ ରଖିବା ଏବଂ ଆଭ୍ୟନ୍ତରୀଣ ଅଙ୍ଗଗୁଡ଼ିକୁ ନମନୀୟ ରଖିବା ପାଇଁ ଘିଅ ଏବଂ ତେଲ ଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏଥିରୁ ଆମ ଶରୀରକୁ ଅନେକ ଭିଟାମିନ୍ ମିଳିଥାଏ । କିନ୍ତୁ ଏହା ନୁହେଁ ଯେ, ସମସ୍ତ ପ୍ରକାରର ତେଲ ଆମ ଶରୀର ପାଇଁ ଲାଭଦାୟକ ଅଟେ ।

Refined Oil Side Effects: ବ୍ୟବହାର କରୁଛନ୍ତି କି ଏହି ରିଫାଇନ୍ ଅଏଲ, କ୍ୟାନସରକୁ କରୁଛନ୍ତି  ଆମନ୍ତ୍ରଣ !

Refined Oil Side Effects: ଶରୀରକୁ ଫିଟ୍ ରଖିବା ଏବଂ ଆଭ୍ୟନ୍ତରୀଣ ଅଙ୍ଗଗୁଡ଼ିକୁ ନମନୀୟ ରଖିବା ପାଇଁ ଘିଅ ଏବଂ ତେଲ ଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏଥିରୁ ଆମ ଶରୀରକୁ ଅନେକ ଭିଟାମିନ୍ ମିଳିଥାଏ । କିନ୍ତୁ ଏହା ନୁହେଁ ଯେ, ସମସ୍ତ ପ୍ରକାରର ତେଲ ଆମ ଶରୀର ପାଇଁ ଲାଭଦାୟକ ଅଟେ । ଏହିପରି ଅନେକ ରାସାୟନିକ ତୈଳ ବଜାରରେ କମ୍ ମୂଲ୍ୟରେ ବିକ୍ରି ହୋଇଥାଏ । ଯାହା ଆମ ଶରୀରକୁ ଧୀରେ ଧୀରେ ଦୁର୍ବଳ କରିଥାଏ । ସେଥିପାଇଁ ବଜାରରେ କମ୍ ମୂଲ୍ୟରେ ମିଳୁଥିବା ବିଶୋଧିତ ତେଲ ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଯଦି ଆପଣ ଏପରି ତୈଳ  ବ୍ୟବହାର କରୁଛନ୍ତି । ତେବେ, ଏହାକୁ ବ୍ୟବହାର କରିବା ବନ୍ଦ କରି ଉତ୍ତମ ଗୁଣବତ୍ତା ଥିବା ତେଲ ବ୍ୟବହାର କରନ୍ତୁ । 

ଏହିପରି ବିଶୋଧିତ ତେଲ ତିଆରି ହୁଏ : 

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହା ଅତି ଉଚ୍ଚ ତାପମାତ୍ରାରେ ବିଶୋଧିତ ହୁଏ ଏବଂ ତା’ପରେ ଏଥିରେ ଅନେକ ପ୍ରକାରର ରାସାୟନିକ ପଦାର୍ଥ ମିଶାଯାଏ । ଯାହା ପରେ ଏଥିରେ କୈଣସି ଗନ୍ଧ କିମ୍ବା ସ୍ୱାଦ ରହିଥାଏ । ଏହା କରିବା ଦ୍ୱାରା ପ୍ରାକୃତିକ ତେଲର ସମସ୍ତ ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ ଏବଂ ଶରୀରରେ ଟ୍ରାନ୍ସ ଫ୍ୟାଟ୍ର ପରିମାଣ ବଢିବାରେ ଲାଗେ । ଏହି କାରଣରୁ, ଶରୀରରେ ଉଚ୍ଚ କୋଲେଷ୍ଟ୍ରଲ, ଇନସୁଲିନ୍ ଏବଂ ଟ୍ରାଇଗ୍ଲେସିରାଇଡ୍ ସ୍ତର ବଢିବାରେ ଲାଗିଥାଏ । ଯେଉଁ କାରଣରୁ  ଏଚଡିଏଲ (HDL) କୋଲେଷ୍ଟ୍ରଲ୍ର ପରିମାଣ କମିଯାଏ । 

ଏହି ୬ଟି ତେଲରୁ ନିଜକୁ ଦୂରେଇ ରଖନ୍ତୁ :

ସୋୟାବିନ୍ ତେଲ, ବାଦାମ ତେଲ, ଧଳା ସୋରିଶ ତେଲ, ମକା ତେଲ, ସୂର୍ଯ୍ୟମୁଖୀ ତେଲ ଏବଂ ଚାଉଳ ତେଳ ଏହିପରି 6 ଟି ବିଶୋଧିତ ତେଲକୁ ରିଫାଇନ ତେଲ ବୋଲି କୁହାଯାଏ । ଡାକ୍ତରମାନେ କହିଛନ୍ତି ଯେ ଯଦି ଆପଣ ପ୍ରତିଦିନ ଏହି ୬ ଟି ତେଲ ମଧ୍ୟରୁ କୈଣସଟି ବି ବ୍ୟବହାର କରୁଛନ୍ତି । ତେବେ ଆପଣ ମୋଟାପଣ, କର୍କଟ, ଗ୍ୟାଷ୍ଟିକ୍, ରୋଗ ପ୍ରତିରୋଧକ କ୍ଷମତା ହ୍ରାସ ପାଇବା ଏବଂ ଆଥେରୋସ୍କିରୋସିସ୍ (atherosclerosis) ଭଳି ଗୁରୁତର ରୋଗରେ ପୀଡିତ ହେବାର ଆଶଙ୍କା ଆପଣଙ୍କ ଠାରେ ବେଶ ଅଧିକ ରହିବ । ଯଦି ଆପଣ ୬ଟି ରିଫାଇନ୍ ତେଲ ମଧ୍ୟରୁ କୈଣସିଟି ବ୍ୟବହାର କରୁଛନ୍ତି । ତେବେ, ଆଜି ହିଁ ଆପଣ ବ୍ୟବହାର କରିବା ବନ୍ଦ କରନ୍ତୁ । 

ଏହି ପ୍ରାକୃତିକ ତେଲ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ  : 

ସେପଟେ, କିଛି ଆୟୁର୍ବେଦିକ ବିଶେଷଜ୍ଞ କହିଛନ୍ତି ଯେ,  ବିଶୋଧିତ ତେଲ ବଦଳରେ ଆପଣ ସୋରିଷ ତେଲ,ନଡିଆ ତେଲ, ପ୍ରାକୃତିକ ବାଦାମ ତେଲ ଓ ଦେଶୀ ଘିଅ ବ୍ୟବହାର କରିପାରିବେ । ସେଗୁଡିକ ଖାଇବା ଦ୍ୱାରା ଶରୀର ଉପରେ କୈଣସି ପାର୍ଶ୍ୱ ପ୍ରତିକ୍ରିୟା ପକାଏ ନାହିଁ ଏବଂ ଶରୀରକୁ ମଧ୍ୟ ଭିତରୁ ଶକ୍ତିଶାଳୀ କରାଏ । ଏହି ପ୍ରାକୃତିକ ତେଲ (ପ୍ରାକୃତିକ ତେଲର ଲାଭ) ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୁଏ, ନୂତନ କୋଷ ଗଠନ କରେ ଓ ହରମୋନ୍ ଉତ୍ପାଦନ କରିଥାଏ ।

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)