Rahu Ketu Gochar: ତିନିରାଶିଙ୍କ ଭାଗ୍ୟ ଉଦୟ କରିବ ରାହୁକେତୁଙ୍କ ଚଳନ, ଏହି ଦିନରୁ ଶେଷ ହେବ ଖରାପ ସମୟ
Advertisement

Rahu Ketu Gochar: ତିନିରାଶିଙ୍କ ଭାଗ୍ୟ ଉଦୟ କରିବ ରାହୁକେତୁଙ୍କ ଚଳନ, ଏହି ଦିନରୁ ଶେଷ ହେବ ଖରାପ ସମୟ

Rahu Ketu Gochar:  ବର୍ତ୍ତମାନ  ରାହୁ ମେଷ ଓ କେତୁ ତୁଳା ରାଶି ବିରାଜମାନ ଅଛନ୍ତି । କିନ୍ତୁ  ଅକ୍ଟୋବର ୩୦ରେ, ଏହି ଦୁଇ ଗ୍ରହ ସେମାନଙ୍କର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ରାହୁ ମୀନ ଓ  କେତୁ କନ୍ୟାରେ ପ୍ରବେଶ କରିବାକୁ ଯାଉଛନ୍ତି।  ତେବେ, ଦୁଇ ଗ୍ରହଙ୍କ ଗୋଟିଏ ଦିନରେ ରାଶି ପରିବର୍ତ୍ତନ ତିନି ରାଶିଙ୍କୁ (zodiac sign ) ଶୁଭଫଳ ପ୍ରଦାନ କରିବ। ଖାସ୍ କରି ସେମାନଙ୍କ ଜୀବନରେ ଧନ, ଐଶ୍ବର୍ଯ୍ୟ ବୃଦ୍ଧି ପାଇବ। ଏବଂ ଆର୍ଥିକ ସ୍ଥିତି ମଜବୁତ୍ ହେବ। ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ....

ସୌଜନ୍ୟ- ସୋସିଆଲ ମିଡି଼ଆ

Rahu Ketu Gochar: ପ୍ରତ୍ୟେକ ଗ୍ରହ ନିର୍ଦ୍ଦିଷ୍ଟ ସମୟରେ ଏକ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିଥାଆନ୍ତି ।  ଜ୍ୟୋତିଷ ଶାସ୍ତ୍ରରେ ଅନୁସାରେ,ରାହୁ-କେତୁଙ୍କୁ (Rahu Ketu Gochar 2023) ସବୁଠାରୁ ଖରାପ ଗ୍ରହ ବୋଲି କୁହାଯାଏ। ଯେତେବେଳେ ବି ସେମାନେ ଗୋଟିଏ ରାଶି ଚିହ୍ନରୁ ଅନ୍ୟକୁ ଗମନାଗମନ କରନ୍ତି, ଅନେକ ରାଶିର ଭାଗ୍ୟରେ ଅନ୍ଧକାର ଘୋଟି ଆସେ (Rahu Ketu Gochar 2023) । ବର୍ତ୍ତମାନ  ରାହୁ ମେଷ ଓ କେତୁ ତୁଳା ରାଶି ବିରାଜମାନ ଅଛନ୍ତି । କିନ୍ତୁ  ଅକ୍ଟୋବର ୩୦ରେ, ଏହି ଦୁଇ ଗ୍ରହ ସେମାନଙ୍କର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ରାହୁ ମୀନ ଓ  କେତୁ କନ୍ୟାରେ ପ୍ରବେଶ କରିବାକୁ ଯାଉଛନ୍ତି।  ତେବେ, ଦୁଇ ଗ୍ରହଙ୍କ ଗୋଟିଏ ଦିନରେ ରାଶି ପରିବର୍ତ୍ତନ ତିନି ରାଶିଙ୍କୁ (zodiac sign ) ଶୁଭଫଳ ପ୍ରଦାନ କରିବ। ଖାସ୍ କରି ସେମାନଙ୍କ ଜୀବନରେ ଧନ, ଐଶ୍ବର୍ଯ୍ୟ ବୃଦ୍ଧି ପାଇବ। ଏବଂ ଆର୍ଥିକ ସ୍ଥିତି ମଜବୁତ୍ ହେବ। ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ....

ଏହି ରାଶିର ବ୍ୟକ୍ତି ହେବେ ମାଲେମାଲ୍:

ମେଷ ରାଶି: ରାହୁ ଓ କେତୁଙ୍କ ରାଶି ପରିବର୍ତ୍ତନ  ମେଷ ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ପ୍ରଦାନ କରିବ। ଏଭଳି ସ୍ଥିତିରେ ଚଳିତ ମାସ ଶେଷ ସପ୍ତାହରୁ ଆରମ୍ଭ ହେବ ଏହି ରାଶିର ଲୋକଙ୍କ ପାଇଁ ଶୁଭଦିନ।  ଦିର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ପାଇଁ ଆଶାରେ ରହିଛନ୍ତି । ସେମାନଙ୍କୁ ଏହି ସମୟରେ ନିଯୁକ୍ତି ଅଫର ଆସିପାରେ। ବ୍ୟବସାୟରେ ଅଧିକ ଲାଭ ପାଇବେ । ଖାସ୍ କରି ଏହି ସମୟରେ ନୂତନ ବ୍ୟବସାୟ ଆରମ୍ଭ କଲେ ଆପଣଙ୍କୁ ଭଲ ଫଳ ମିଳିବ । ଯେଉଁମାନେ କମ୍ପିଟେଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି । ସେମାନେ ଏହି ସମୟରେ ଭଲ ରେଜଲ୍ଚ ପାଇବେ ।ରାହୁ କେତୁଙ୍କ ଆର୍ଶିବାଦରୁ ରାଜନୀତି କ୍ଷେତ୍ରରେ ଜଡି଼ତ ଥିବା ଲୋକେ ଏହି ସମୟରେ କୌଣସି ବଡ଼ ପଦବୀ ପାଇ ପାରନ୍ତି। ଏବଂ ସ୍ବାସ୍ଥ୍ୟରେ ଉନ୍ନତି ଆସିବ। 

ବୃଷ ରାଶି: ରାହୁ କେତୁଙ୍କ ଆର୍ଶିବାଦରୁ ଏହି ରାଶିଙ୍କ ଭାଗ୍ୟ ଚମକିବ। ବିଦେଶ ଯାତ୍ରାର ଯୋଗ ରହିଛି। ଆୟ ବଢିବା ସହ ଆର୍ଥିକ ସ୍ଥିତି ମଜବୁତ୍ ରହିଛି । ଖାସ୍ କରି,  ଏହି ଅବଧି ମଧ୍ୟରେ  ଅବିବାହିତଙ୍କ ପାଇଁ ଭଲ ପ୍ରସ୍ତାବ ଆସିପାରେ। କାର୍ଯ୍ୟାଳୟରେ ଆପଣଙ୍କୁ ପଦୋନ୍ନତି ମିଳିପାରେ। ନିଯୁକ୍ତି ନେଇ ନୂଆ ଅଫର ମିଳିପାରେ। ଏହା ବ୍ୟତୀତ, ଏହି ଅବଧି ମଧ୍ୟରେ ପୂର୍ବରୁ କରାଯାଇଥିବା ନିବେଶରୁ ଆପଣ ଲାଭ ପାଇବେ । ଅଟକି ରହିଥିବା ଟଙ୍କା ମିଳିବ।  କୋର୍ଟରେ ଦିର୍ଘ ଦିନଧରି ଚାଲିଥିବା ମକୋଦ୍ଦମାର ରାୟ ଆପଣଙ୍କ ସପକ୍ଷରେ ଆସିବ। ଏହି ସମୟରେ ଆପଣ ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। 

ମିଥୁନ ରାଶି: ରାହୁ-କେତୁଙ୍କ ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ଭାଗ୍ୟ ଉଦୟ କରିବ।  ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିବ। କ୍ୟାରିୟରେ ସଫଳତା ପାଇବେ।  ଆପଣ ବ୍ୟବସାୟରୁ ବିପୁଳ ଆର୍ଥିକ ଲାଭ ପାଇବେ । ଆକସ୍ମିତ ଧନଲାଭର ଯୋଗ ମଧ୍ୟ ରହିଛି । ଏହି ଅବଧି ମଧ୍ୟରେ ଆପଣ ଘର,ଗାଡି କିମ୍ବା ନୂତନ ଜମି ବି କିଣିବାର ସମ୍ଭାବନା ରହିଛି। 
​ 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)