Radish Side Effects: ଯଦି ଆପଣଙ୍କର ମଧ୍ୟ ଅଛି ଏହି ରୋଗ ତ ଭୁଲରେ ବି ଖାଆନ୍ତୁନି ମୂଳା, ନଚେତ୍ ଭୋଗିବେ ଏସବୁ ସମସ୍ୟା!
Advertisement

Radish Side Effects: ଯଦି ଆପଣଙ୍କର ମଧ୍ୟ ଅଛି ଏହି ରୋଗ ତ ଭୁଲରେ ବି ଖାଆନ୍ତୁନି ମୂଳା, ନଚେତ୍ ଭୋଗିବେ ଏସବୁ ସମସ୍ୟା!

Radish Side Effects: ଥଣ୍ଡା ପାଗରେ ମୂଳା, ଗାଜର ଏବଂ ବିଟ୍ ସମେତ ଅନେକ ପନିପରିବାକୁ କଞ୍ଚା ଖାଇବାକୁ ପରାମର୍ଶ ଦିଆଯାଇଥାଏ । କିନ୍ତୁ ମୂଳା ସମ୍ବନ୍ଧରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମନେ କରନ୍ତି ଯେ, କିଛି ଲୋକ ମୂଳାଠାରୁ ଦୂରରେ ରହିବା ଉଚିତ୍ । ଅନ୍ୟଥା, ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅଧିକ କ୍ଷତିକାର ହୋଇଥାଏ । 

Radish Side Effects: ଯଦି ଆପଣଙ୍କର ମଧ୍ୟ ଅଛି ଏହି ରୋଗ ତ ଭୁଲରେ ବି ଖାଆନ୍ତୁନି ମୂଳା, ନଚେତ୍ ଭୋଗିବେ ଏସବୁ ସମସ୍ୟା!

Radish Side Effects: ଶୀତ ଋତୁରେ କିଛି ପନିପରିବା କଞ୍ଚା ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହି ପନିପରିବା ଶୀତଦିନେ ହ୍ରାସ ପାଉଥିବା ଇମ୍ୟୁନିଟି ବଢ଼ାଇବାରେ ବହୁତ ସହାୟକ ହୋଇଥାଏ । ଥଣ୍ଡା ପାଗରେ ମୂଳା (Radish), ଗାଜର (Carrot) ଏବଂ ବିଟ୍ (Beetroot) ସମେତ ଅନେକ ପନିପରିବାକୁ କଞ୍ଚା ଖାଇବାକୁ ପରାମର୍ଶ ଦିଆଯାଇଥାଏ । କିନ୍ତୁ ମୂଳା ସମ୍ବନ୍ଧରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମନେ କରନ୍ତି ଯେ, କିଛି ଲୋକ ମୂଳାଠାରୁ ଦୂରରେ ରହିବା ଉଚିତ୍ । ଅନ୍ୟଥା, ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅଧିକ କ୍ଷତିକାର ହୋଇଥାଏ । କେତେକ ରୋଗରେ ପୀଡିତ ଲୋକମାନେ ମୂଳାଠାରୁ ଦୂରରେ ରହିବା ଉଚିତ୍, ନଚେତ୍ ଆପଣଙ୍କ ସ୍ୱାସ୍ଥ୍ୟ ଦିନକୁ ଦିନ ଖରାପ ହେବାକୁ ଲାଗିବ ।

ଏହି ଲୋକମାନେ ମୂଳା ଠାରୁ ଦୂରରେ ରୁହନ୍ତୁ

୧. ଶୀତ ଋତୁରେ ମୂଳା (Radish) ଖାଇବା ଦ୍ୱାରା ଶରୀର ଭିତରେ ଉତ୍ତାପ ସୃଷ୍ଟି ହୋଇଥାଏ, ଯେଉଁ କାରଣରୁ ଆମେ ଥଣ୍ଡା ଠାରୁ ଦୂରରେ ରହିଥାଉ । ଏହା ବ୍ୟତୀତ ମୂଳା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ବହୁତ ସହାୟକ ହୋଇଥାଏ । ଏତେଗୁଡ଼ାଏ ଲାଭ ସତ୍ତ୍ୱେ, ଲୋ ରକ୍ତଚାପରେ ପୀଡିତ ରୋଗୀମାନେ ମୂଳା ଖାଇବା ଉଚିତ୍ ନୁହେଁ । ନଚେତ୍ ସେମାନଙ୍କର ସମସ୍ୟା ଆହୁରି ବଢ଼ିବ ।

୨. ଶୀତ ଋତୁରେ କିଛି ଲୋକ ଅତ୍ୟଧିକ ତୃଷାର୍ତ୍ତ ଅନୁଭବ କରନ୍ତି । ଏହି ସମୟରେ ସେମାନେ କମ୍ ପାଣି ପିଅନ୍ତି । ଯଦି ଆପଣ ମଧ୍ୟ ସେହିମାନଙ୍କ ମଧ୍ୟରେ ଅଛନ୍ତି ଯେଉଁମାନେ ଶୀତଦିନେ କମ୍ ପାଣି ପିଉଛନ୍ତି, ତେବେ ଆପଣ ମୂଳାଠାରୁ ଦୂରରେ ରହିବା ଉଚିତ୍ । ଏହି ସମୟରେ ମୂଳା ଖାଇବା ଆପଣଙ୍କ ଶରୀରରେ ସୋଡିୟମର ସନ୍ତୁଳନକୁ ବିଗାଡ଼ି ଦେଇପାରେ । ଏହି କାରଣରୁ ଥାଇରଏଡ୍ ହରମୋନରେ ଅସ୍ଥିରତା ଦେଖାଯାଏ ।

ଅଧିକ ପଢ଼ନ୍ତୁ:-ଅନ୍ତିମ ସଂସ୍କାର ସମୟରେ କାହିଁକି କୁହାଯାଏ ରାମ ନାମ ସତ୍ୟ ହେ..., ଜାଣନ୍ତୁ ଏହା ପଛର କାରଣ

ଅଧିକ ପଢ଼ନ୍ତୁ:-ଯେଉଁ ବେଶ୍ୟାଳୟରେ ଯାଉଥିଲା ପତି, ସେଠାରେ କାମ କରିବା ଆରମ୍ଭ କଲେ ପତ୍ନୀ; କାରଣ ଜାଣିଲେ ଆପଣ ବି ହୋଇଯିବେ ଚକିତ

ଅଧିକ ପଢ଼ନ୍ତୁ:-ପୁରୁଣା ପେନସନକୁ ନେଇ ସୃଷ୍ଟି ହେଲା ବବାଲ୍, ଜାଣନ୍ତୁ ନୂଆ ପେନସନ ଅପେକ୍ଷା ଏହା କିପରି ଅଧିକ ଲାଭଦାୟକ?

 

୩. ଯେଉଁମାନେ ଅଧିକ ମୂଳା ଖାଆନ୍ତି, ସେମାନେ ବାରମ୍ବାର ପରିସ୍ରା କରନ୍ତି । ଯାହାର ବିପି କମ୍, ଯଦି ସେମାନେ ଅଧିକ ମୂଳା ଖାଉଛନ୍ତି, ତେବେ ରକ୍ତ ଯୋଗାଣରେ ସମସ୍ୟା ଆସିଥାଏ । ଏହି କାରଣରୁ ଶରୀର ଅସୁସ୍ଥ ହେବା ଆରମ୍ଭ କରେ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ । ZEE ODISHA NEWS ଏହାକୁ ନିଶ୍ଚିତ କରେ ନାହିଁ।)