Pumpkin benefits: ସ୍ୱାସ୍ଥ୍ୟ ପାଇଁ ବରଦାନ କଖାରୁ, ଜାଣନ୍ତୁ କ’ଣ ରହିଛି କାରଣ
Advertisement

Pumpkin benefits: ସ୍ୱାସ୍ଥ୍ୟ ପାଇଁ ବରଦାନ କଖାରୁ, ଜାଣନ୍ତୁ କ’ଣ ରହିଛି କାରଣ

କଖାରୁ ହେଉଛି ଏମିତି ଏକ ପରିବା ଯାହା ଖୁବ ସହଜରେ ମିଳିପାରେ। ଖାଦ୍ୟର ସ୍ୱାଦ ବଢାଇବା ସହ ଏହା ଦୃଷ୍ଟିଶକ୍ତି ଓ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏହା ଏକ ଉପଯୁକ୍ତ ଡାଏଟାରି ଫୁ଼ଡ ଭାବରେ ବ୍ୟବହାର କରାଯାଇଥାଏ । ତେବେ ଯାଣନ୍ତୁ କଖାରୁ ଖାଇଲେ କଣ ସବୁ ଉପକାର ମିଳିଥାଏ ଆସନ୍ତୁ ଜାଣିବା । ଭିଟାମିନ “A”ର ଗନ୍ତାଘର ହେଉଛି କଖାରୁ ।

ସୌ(ସୋସିଆଲ ମିଡିଆ)

Pumpkin benefits: କଖାରୁ ହେଉଛି ଏମିତି ଏକ ପରିବା ଯାହା ଖୁବ ସହଜରେ ମିଳିପାରେ। ଖାଦ୍ୟର ସ୍ୱାଦ ବଢାଇବା ସହ ଏହା ଦୃଷ୍ଟିଶକ୍ତି ଓ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏହା ଏକ ଉପଯୁକ୍ତ ଡାଏଟାରି ଫୁ଼ଡ ଭାବରେ ବ୍ୟବହାର କରାଯାଇଥାଏ । ତେବେ ଯାଣନ୍ତୁ କଖାରୁ ଖାଇଲେ କଣ ସବୁ ଉପକାର ମିଳିଥାଏ ଆସନ୍ତୁ ଜାଣିବା ।

ଭିଟାମିନ “A”ର ଗନ୍ତାଘର ହେଉଛି କଖାରୁ । ଭିଟାମିନ୍ “A” ହେଉଛି ଏକ Fat-soluble Nutrient ଯାହା ଆମ ଶରୀରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହା ଖାଦ୍ୟରେ ପ୍ରାକୃତିକ ଭାବରେ ରହିଥାଏ । ଏହାଛଡା ଏହାକୁ ସପ୍ଲିମେଣ୍ଟ ମାଧ୍ୟମରେ ମଧ୍ୟ ଗ୍ରହଣ କରାଯାଏ। ସୁସ୍ଥ ଦୃଷ୍ଟି ଶକ୍ତି ବଜାୟ ରଖିବା ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ମଧ୍ୟ ସାହାଯ୍ୟ କରେ। ଏହାଛଡା ଗର୍ଭାଶୟରେ ଶିଶୁଙ୍କର ସଠିକ ବୃଦ୍ଧି ଓ ବିକାଶରେ ମଧ୍ୟ ସହାୟକ ହୋଇଥାଏ। କଖାରୁରେ ଭିଟାମିନ “A” ଭରପୁର ପରିମାଣରେ ରହିଥାଏ ଯାହାକି ଦୃଷ୍ଟି ଶକ୍ତି ପାଇଁ ବେଶ ଜରୁରୀ ଅଟେ ।

ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସହାୟକ କଖାରୁରେ ଭିଟାମିନ୍ “C” ରହିଛି, ଯାହା ସୁସ୍ଥ Immune System ପାଇଁ ଜରୁରୀ ଅଟେ। ଏହା ଶରୀରର ନାଚୁରାଲ Immune Systemକୁ ମଜବୁତ କରି ସଂକ୍ରମଣ ଓ ରୋଗକୁ ରୋକିବାରେ ସାହାଯ୍ୟ କରିଥାଏ |

ହୃତପିଣ୍ଡ ମନୁଷ୍ୟ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହା ଏକ ମାଂସପେଶୀ ଯାହା ଶରୀରର ସମସ୍ତ ଅଙ୍ଗକୁ ରକ୍ତ ସଞ୍ଚାଳନ କରିବାରେ ସାହାଯ୍ୟ କରିଥାଏ | ହୃତପିଣ୍ଡ ଦ୍ୱାରା ସଞ୍ଚାଳିତ ରକ୍ତ ଶରୀରକୁ ଅମ୍ଳଜାନ ଓ ପୋଷକ ତତ୍ତ୍ୱ ଯୋଗାଇଥାଏ | ହୃତପିଣ୍ଡ ଯେପରି ସୁଚାରୁ ରୂପେ କାର୍ଯ୍ୟ କରିବ ସେଥିପାଇଁ ଆମକୁ ଯତ୍ନବାନ ହେବା ଆବଶ୍ୟକ। କଖାରୁରେ ପୋଟାସିୟମ୍ ଭରପୂର ମାତ୍ରାରେ ଥାଏ, ଯାହା ରକ୍ତଚାପକୁ ହ୍ରାସ କରିବାରେ ସାହାଯ୍ୟ କରେ ଓ ହୃଦରୋଗର ଆଶଙ୍କା କମ କରିଥାଏ । କଖାରୁରେ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ଥାଏ ଯାହା ହୃଦୟକୁ ବିଭିନ୍ନ କ୍ଷତିରୁ ରକ୍ଷା କରିଥାଏ ।

Also Read-  Stone Currency: ଆଜିବି ଟଙ୍କା ବଦଳରେ ଚାଲେ ପଥର ମୁଦ୍ରା, ଜାଣିଛନ୍ତି କି କେଉଁଠି ରହିଛି ଏହି ପରମ୍ପରା

Also Read- Republic Day: ଗଣତନ୍ତ୍ର ଦିବସରେ ନୋଏଡା଼ ମେଟ୍ରୋ ପକ୍ଷରୁ ଯାତ୍ରୀଙ୍କୁ ନୂତନ ଭେଟି, ଆଗାମୀ 10 ଦିନ ପାଇଁ ମାଗଣାରେ ମିଳିବ ଏହି ଜିନିଷ

କଖାରୁରେ କ୍ୟାଲୋରୀ କମ୍ ଓ ଫାଇବରରେ ମାତ୍ରା ଅଧିକ ରହିଥାଏ । ଯେଉଁମାନେ ଓଜନ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ପାଇଁ କଖାରୁ ବେଶ ଉପଯୋଗୀ |

କଖାରୁ ଚର୍ମକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। କଖାରୁରେ ଭିଟାମିନ୍ “E” ଭରପୂର ମାତ୍ରାରେ ରହିଛି । ଏହାର ଆଣ୍ଟି-ଏଜିଙ୍ଗ୍ ଗୁଣ ପାଇଁ ଏହା ବେଶ ଜଣାଶୁଣା | କ୍ଷତିକାରକ UV rays ଓ ପ୍ରଦୂଷଣରୁ ଏହା ଚର୍ମକୁ ରକ୍ଷା କରିଥାଏ ।