Infertility: ଏସବୁ ଖାଦ୍ୟ ଖାଇଲେ ହେବ ବନ୍ଧ୍ୟାଦୋଷ, ମଉଳି ଯିବ ସନ୍ତାନ ସୁଖ
Advertisement

Infertility: ଏସବୁ ଖାଦ୍ୟ ଖାଇଲେ ହେବ ବନ୍ଧ୍ୟାଦୋଷ, ମଉଳି ଯିବ ସନ୍ତାନ ସୁଖ

Infertility: ମାଆ ହେବା ମହିଳାଙ୍କ ପାଇଁ ସବୁଠୁ ସୁନ୍ଦର ଅନୁଭବ । ଗର୍ଭାବସ୍ଥାରେ, ଗର୍ଭସ୍ଥ ଶିଶୁର ଯତ୍ନ, ଏହାର ବିକାଶ ପାଇଁ ଅନୁକୂଳ ପରିବେଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ସମୟରେ ସନ୍ତୁଳିତ ଖାଦ୍ୟ ଗ୍ରହଣ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । 

ସୌଜନ୍ୟ : ସୋସିଆଲ ମିଡିଆ

Infertility: ମାଆ ହେବା ମହିଳାଙ୍କ ପାଇଁ ସବୁଠୁ ସୁନ୍ଦର ଅନୁଭବ । ଗର୍ଭାବସ୍ଥାରେ, ଗର୍ଭସ୍ଥ ଶିଶୁର ଯତ୍ନ, ଏହାର ବିକାଶ ପାଇଁ ଅନୁକୂଳ ପରିବେଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ସମୟରେ ସନ୍ତୁଳିତ ଖାଦ୍ୟ ଗ୍ରହଣ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏକ ଭଲ ଡାଏଟ୍, ମହିଳା ଏବଂ ଗର୍ଭସ୍ତ ଶିଶୁକୁ ସୁସ୍ଥ ରଖେ । କିନ୍ତୁ, ଅନେକ ଥର ମହିଳାମାନେ ସମସ୍ତ ଚେଷ୍ଟା ପରେ ମଧ୍ୟ ଗର୍ଭଧାରଣ କରିବାକୁ ସକ୍ଷମ ହୁଅନ୍ତି ନାହିଁ । କାରଣ ଗର୍ଭାବସ୍ଥାରେ ଅନେକ ଗୁରୁତ୍ୱପୂର୍ଣ୍ଣ କାରଣ ମଧ୍ୟରୁ ଗୋଟିଏ ହେଉଛି ଖାଦ୍ୟ ।
ଏପରି ପରିସ୍ଥିତିରେ, କେଉଁ ଖାଦ୍ୟ ଆପଣଙ୍କ ପାଇଁ ଭଲ ହେବ, ତାହା ଆମେ ଆଜି ଆପଣଙ୍କୁ ଜଣାଇବୁ । 

ଅଧିକ ଚିନି ଖାଦ୍ୟ ଖାଇବା ଠାରୁ ଦୂରେଇ ରୁହନ୍ତୁ :

ଯଦି ଆପଣ ଗର୍ଭବତୀ ହେବାକୁ ଚାହାଁନ୍ତି, କି ଗର୍ଭାବସ୍ଥାରେ ଅଛନ୍ତି,  ତେବେ ଏହା ଆପଣଙ୍କ ପାଇଁ ଏକ ଜରୁରୀ ସୂଚନା । ଆପଣ ଅଧିକ ଚିନି ଯୁକ୍ତ ଖାଦ୍ୟରୁ ଦୂରେଇ ରୁହନ୍ତୁ । ଚିନି ଅଧିକ ଖାଇବା, ଗ୍ଲାଇକେସନ୍ ସୃଷ୍ଟି କରେ । ଏହା ଆମ ଅଙ୍ଗକୁ କ୍ଷତି ପହଞ୍ଚାଏ । ସୋଢା ବା ଏନର୍ଜି ଡ୍ରିଙ୍କ ଠାରୁ ମଧ୍ୟ ନିଜକୁ ଦୂରେଇ ରଖନ୍ତୁ । ଏକ, ଅନୁସନ୍ଧାନରୁ ଜଣାପଡିଛି ଯେ ଚିନିଯୁକ୍ତ ପାନୀୟ କେବଳ ମହିଳାଙ୍କ ପାଇଁ ନୁହେଁ, ପୁରୁଷଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ଖାସ କରି ଗର୍ଭାବସ୍ଥାରେ ଆପଣ କୋଲ୍ଡ ଡ୍ରିଙ୍କସ ବା ମୃଦ୍ୟୁ ପାନୀୟ ଠାରୁ ନିଜକୁ ଦୂରେଇ ରଖନ୍ତୁ । 

 ଏହାବି ପଢନ୍ତୁ : Health Tips: ଶୀତଦିନେ ଖାଆନ୍ତୁ ଏହି ଚାରୋଟି ଫଳ, ଶରୀରରେ ଦେଖାଦେବନି ଜଳୀୟ ଅଂଶର ଅଭାବ

ହାଇକାର୍ବ ଖାଦ୍ୟ ଠାରୁ ନିଜକୁ ଦୂରେଇ ରଖନ୍ତୁ :
ହାଇକାର୍ବ ଖାଦ୍ୟ ଯେପରିକି ପାସ୍ତା, ଶଷ୍ୟ ଯୁକ୍ତ ଖାଦ୍ୟ ଓ ଆଳୁ ଇତ୍ୟାଦି ଖାଇବା ପ୍ରଜନନ ପାଇଁ କ୍ଷତିକାରକ ପ୍ରମାଣିତ ହୋଇପାରେ । ଯଦିଓ ଆମ ଶରୀର ଶକ୍ତି ପାଇଁ କାର୍ବୋହାଇଡ୍ରେଟ୍ ଆବଶ୍ୟକ କରେ, କିନ୍ତୁ ଏଥିରେ ଥିବା ଚିନି  ଆପଣଙ୍କ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ  ହୋଇପାରେ । ଯେତେ ସମ୍ଭବ ଏସବୁ ଖାଦ୍ୟ ଠାରୁ ନିଜକୁ ଦୂରେଇ ରଖନ୍ତୁ । ଏହା ରକ୍ତରେ ଶର୍କରା ବୃଦ୍ଧି କରାଇଥାଏ । ଯାହା ହରମୋନ୍ ସନ୍ତୁଳନକୁ ପ୍ରଭାବିତ କରିଥାଏ।  ଏହା ଅଣ୍ଡାଦାନକୁ ପ୍ରତିରୋଧ କରିପାରେ ଏବଂ ଉର୍ବରତା ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ । ତେଣୁ ସରଳ କାର୍ବ ବଦଳରେ ଜଟିଳ କାର୍ବ ନିଅନ୍ତୁ । କାର୍ବସ୍ ସହିତ ଫାଇବର ସମୃଦ୍ଧ ଖାଦ୍ୟ ଖାଆନ୍ତୁ । 

କମ୍ ଚର୍ବି ,ଦୁଗ୍ଧଜାତ ଦ୍ରବ୍ୟ ବନ୍ଧ୍ୟାତ୍ୱ ସୃଷ୍ଟି କରିପାରେ :
ଏକ ଅନୁସନ୍ଧାନରୁ ଜଣାପଡିଛି ଯେ କମ୍ ଚର୍ବିଯୁକ୍ତ ଦୁଗ୍ଧଜାତ ଦ୍ରବ୍ୟ ମହିଳାମାନଙ୍କଠାରେ ବନ୍ଧ୍ୟାତ୍ୱ ସୃଷ୍ଟି କରିପାରେ । ଯେତେବେଳେ ଦୁଗ୍ଧଜାତ ଦ୍ରବ୍ୟରୁ ଚର୍ବି ବାହାର କରାଯାଏ, ଏହା ପୋକ୍ସୋ (PCOS )ଏବଂ ମହିଳାମାନଙ୍କ ମଧ୍ୟରେ ବନ୍ଧ୍ୟାକରଣର ଆଶଙ୍କା ବଢାଇଥାଏ ।