Advertisement
Photo Details/zeeodisha/odisha1105023
photoDetails0hindi

୧୪୧ ଦିନ ଯାଏଁ ଶନିଙ୍କ କୋପରୁ ସାବଧାନ ରୁହନ୍ତୁ ଏସବୁ ରାଶି, ଆପଣାନ୍ତୁ ଏହି ଉପାୟ, ନଚେତ୍...

Shani Vakri 2022: ଏହା ପରେ ଶନି ଦେବ (Shani Dev) ୧୪୧ ଦିନ ପାଇଁ ଓଲଟା ଗତିରେ ରହିବେ ଓ  ଅକ୍ଟୋବର ୨୩ରେ ମାର୍ଗୀ ହୋଇଯିବେ । ଶନିଙ୍କ ଏହି ବକ୍ରୀ ଗତିରୁ ସେହି ସବୁ ରାଶି ଉପରେ ବିଶେଷ ପ୍ରଭାବ ପକାଇବ ଯେଉଁମାନଙ୍କ ଉପରେ ସାଢ଼େସାତୀ କିମ୍ବା ଧାୟା ଚାଲିଛନ୍ତି । ଆସନ୍ତୁ ଜାଣିବା ଶନିଙ୍କ ବକ୍ରୀ ଗତିବିଧି ଉପରେ କେଉଁ ସବୁ ରାଶି ଉପରେ ବିଶେଷ ପ୍ରଭାବ ପଡ଼ିବ...

1/7

Shani Vakri 2022: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନି ଦେବ (Shani Dev) କୌଣସି ଗୋଟିଏ ରାଶିରେ ଅଢ଼େଇ ବର୍ଷ ପର୍ଯ୍ୟନ୍ତ ରହନ୍ତି । ଏହି ସମୟ ମଧ୍ୟରେ ସେ ମଧ୍ୟ କିଛି ସମୟ ପାଇଁ ବକ୍ରୀ ଗତିରେ ରହନ୍ତି । ଶନି ଦେବ ବର୍ତ୍ତମାନ ମକର ରାଶିରେ ଗୋଚର ଅବସ୍ଥାରେ ଅଛନ୍ତି । ଏପ୍ରିଲ ୨୯ରେ ଶନି ଦେବ ରାଶି ପରିବର୍ତ୍ତନ କରିବେ ଓ ଜୁନ୍ ୫ରେ ବକ୍ରୀ ହୋଇଯିବେ ।

2/7

ଏହା ପରେ ଶନି ଦେବ (Shani Dev) ୧୪୧ ଦିନ ପାଇଁ ଓଲଟା ଗତିରେ ରହିବେ ଓ  ଅକ୍ଟୋବର ୨୩ରେ ମାର୍ଗୀ ହୋଇଯିବେ । ଶନିଙ୍କ ଏହି ବକ୍ରୀ ଗତିରୁ ସେହି ସବୁ ରାଶି ଉପରେ ବିଶେଷ ପ୍ରଭାବ ପକାଇବ ଯେଉଁମାନଙ୍କ ଉପରେ ସାଢ଼େସାତୀ କିମ୍ବା ଧାୟା ଚାଲିଛନ୍ତି । ଆସନ୍ତୁ ଜାଣିବା ଶନିଙ୍କ ବକ୍ରୀ ଗତିବିଧି ଉପରେ କେଉଁ ସବୁ ରାଶି ଉପରେ ବିଶେଷ ପ୍ରଭାବ ପଡ଼ିବ...

କୁମ୍ଭ ରାଶି

3/7
କୁମ୍ଭ ରାଶି

ଏପ୍ରିଲ ୨୯ରେ ଶନି ଦେବ (Shani Dev) କୁମ୍ଭରେ ଗୋଚର କରିବେ । ଏହା ପରେ ଶନି ବକ୍ରା ଅବସ୍ଥାକୁ ଯିବେ । ଏପରି ପରିସ୍ଥିତିରେ କୁମ୍ଭ ରାଶିର ଲୋକଙ୍କୁ ଅଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ଶନି ବକ୍ରା ସମୟରେ ବାଦବିବାଦରୁ ଦୂରେଇ ରହିବାକୁ ପଡ଼ିବ । ଆହୁରି ମଧ୍ୟ କୌଣସି ନିଷ୍ପତ୍ତି ଧ୍ୟାନ ସହ ନିଆଯିବା ଆବଶ୍ୟକ ।

ମକର ରାଶି

4/7
ମକର ରାଶି

ଶନି ବକ୍ରୀ ଅବଧି ସମୟରେ ଏହି ରାଶିରେ ଲୋକଙ୍କ ଅସୁବିଧା ମଧ୍ୟ ବଢ଼ପାରେ । କ୍ୟାରିୟର ମଧ୍ୟ ପ୍ରଭାବିତ ହୋଇପାରେ । ଚାକିରି-ନିଯୁକ୍ତିରେ ମଧ୍ୟ ବାଧା ଆସିପାରେ । ଶନି ବକ୍ରୀ ସମୟରେ କ୍ରୋଧକୁ ନିୟନ୍ତ୍ରଣ କରିବାକୁ ପଡ଼ିବ ।

ବିଛା ରାଶି

5/7
ବିଛା ରାଶି

ଶନି ବକ୍ରୀ କାଳରେ ଏହି ରାଶିର ଲୋକମାନେ ଧାୟା ପର୍ଯ୍ୟାୟ ଦେଇ ଗତି କରିବେ । ଏପରି ସ୍ଥିତିରେ ଶାରୀରିକ ଯନ୍ତ୍ରଣା ବୃଦ୍ଧି ପାଇପାରେ । ଯେତେବେଳେ ଶନି ବକ୍ରୀ ହୁଅନ୍ତି, ସେତେବେଳେ ଧାୟା ରୋଗରେ ପୀଡିତ ଲୋକଙ୍କ ଦୁଃଖ ବଢ଼ିଯାଏ । ଏଭଳି ପରିସ୍ଥିତିରେ ଏହି ସମୟ ମଧ୍ୟରେ ସତର୍କ ରହିବା ଆବଶ୍ୟକ । ଶତ୍ରୁମାନେ ମଧ୍ୟ ହଇରାଣ କରିପାରନ୍ତି । ଏହା ବ୍ୟତୀତ କର୍ମକ୍ଷେତ୍ରରେ ଚ୍ୟାଲେଞ୍ଜ ମଧ୍ୟ ଆସିବ ।

କର୍କଟ ରାଶି

6/7
କର୍କଟ ରାଶି

ଶନିଙ୍କ ବକ୍ରୀ ସମୟରେ କର୍କଟ ରାଶି ଉପରେ ଶନିଙ୍କ ଧାୟା ଚାଲିବ । ଏପରି ପରିସ୍ଥିତିରେ ଏହି ରାଶିର ଲୋକମାନେ ଏହି ସମୟ ମଧ୍ୟରେ ସତର୍କ ହେବା ଆବଶ୍ୟକ । ଶନି ବକ୍ରୀ ସମୟରେ କାର୍ଯ୍ୟରେ ବାଧା ସୃଷ୍ଟି ହେବ । ଆହୁରି ମଧ୍ୟ ଆର୍ଥିକ ପରିସ୍ଥିତିରେ ପରିବର୍ତ୍ତନ ହୋଇପାରେ । ଏହା ବ୍ୟତୀତ ଗାଡ଼ି ଚଲାଇବା ସମୟରେ ବିଶେଷ ଯତ୍ନ ନେବା ଆବଶ୍ୟକ ।

ଏହା ବି ପଢ଼ନ୍ତୁ:-ୟୁରୋପରେ ୟୁକ୍ରେନ ହେଉଛି ଦ୍ୱିତୀୟ ବୃହତ୍ତମ ଦେଶ, ଜାଣନ୍ତୁ ଏହାର ଜନସଂଖ୍ୟା, ମୁଦ୍ରା, ଧର୍ମ, ଭାଷା ଏବଂ କିଛି ରୋଚକ ତଥ୍ୟ

ଏହା ବି ପଢ଼ନ୍ତୁ:-ଯଦି ୟୁକ୍ରେନ ଉପରେ ଆକ୍ରମଣ କରେ ଋଷ, ତେବେ ଦୁନିଆକୁ ଭୋଗିବାକୁ ପଡ଼ିବ ଏସବୁ ସମସ୍ୟା

ଏହା ବି ପଢ଼ନ୍ତୁ:-ପୁଟିନଙ୍କ ଏହି ଗୋଟିଏ ନିଷ୍ପତ୍ତି ବଢ଼ାଇ ଦେଇଛି ଯୁଦ୍ଧ ଆଶଙ୍କା, ଆମେରିକା ମଧ୍ୟ ନେଲା ବଡ଼ ପଦକ୍ଷେପ

ଏହା ବି ପଢ଼ନ୍ତୁ:-'କୋରୋନା ପରି ଆଉ ଏକ ମହାମାରୀ ଆସୁଛି', ଏହି ଚେତାବନୀ ବଢ଼ାଇଦେଲା ଟେନସନ

ଶନି ସାଢ଼େସାତୀ କିମ୍ବା ଧାୟା ପାଇଁ ପ୍ରତିକାର

7/7
ଶନି ସାଢ଼େସାତୀ କିମ୍ବା ଧାୟା ପାଇଁ ପ୍ରତିକାର

ଶନିଙ୍କ ସାଢ଼େସାତୀ କିମ୍ବା ଧାୟା କୋପକୁ ଏଡ଼ାଇବା ପାଇଁ ଶନିବାର ସନ୍ଧ୍ୟାରେ  ବର ଗଛକୁ ପୂଜା କରନ୍ତୁ । ସେଠାରେ ଏକ ସୋରିଷ ତେଲ ଦୀପ ମଧ୍ୟ ଜାଳନ୍ତୁ । ଏହା ପରେ ଶନି ଦେବଙ୍କ "ଓଁ ଶଂ ଶନୈଶ୍ଚରାୟ ନାମଃ" ମନ୍ତ୍ର ୧୦୮ ଥର ଜପ କରନ୍ତୁ । ମନେ କରାଯାଏ ଯେ ଏହା କରିବା ଦ୍ୱାରା ଶନି ସମସ୍ୟା ଉତ୍ପନ କରନ୍ତି ନାହିଁ ।

(ଡିସକ୍ଲେମର: ଏଠାରେ ଦିଆଯାଇଥିବା ସୂଚନା ସାମାନ୍ୟ ମାନ୍ୟତା ଓ ସୂଚନା ଉପରେ ଆଧାରିତ । ZEE ODISHA ଏହାର ପୃଷ୍ଟି କରେ ନାହିଁ ।)