Advertisement
Photo Details/zeeodisha/odisha2561662
photoDetails0hindi

ଏହିସବୁ ରାଶିଙ୍କ ଉପରେ ରହିବ ଶନି-ଶୁକ୍ରଙ୍କ ବିଶେଷ କୃପା, ନୂଆବର୍ଷ ପୂର୍ବରୁ ଆରମ୍ଭ ହେବ ଶୁଭଦିନ, ପୂରଣ ହେବ ସବୁ ସ୍ବପ୍ନ!

Shani Shukra Yuti 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ର-ହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଶନି ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ଡିସେମ୍ବର ୧୯ ତାରିଖ ସକାଳ ୬ଟା ୪୦ ମିନିଟ୍ ସମୟରେ ପ୍ରେମ,ସୌନ୍ଦର୍ଯ୍ୟ , ସମ୍ପର୍କର କାରକ ଶୁକ୍ର ସେହି ରାଶିକୁ ଚଳନ କରିବେ। ଗୋଟିଏ ରାଶିରେ ଶନି-ଶୁକ୍ରଙ୍କ ମିଳନ ଶୁକ୍ର-ଶନି ୟୁତି ବା ଦୁର୍ଲଭ ସଂଯୋଗ ସୃଷ୍ଟି କରୁଛି। ଏ-ହି ଦୁର୍ଲଭ ସଂଯୋଗ କିଛି ରାଶିକୁ ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବ। ଯଦି ଜାତକରେ ଶନି-ଶୁକ୍ରଙ୍କ ସ୍ଥିତି ମଜବୁତ୍ ରୁହେ, ତେବେ, ବ୍ୟକ୍ତି ଜଣକ ନିଜ ଜୀବନରେ ଧନୀ ହେବା ସହ ସୁଖୀ ହୋଇଥାଏ। ପରିବାରରେ ସୁଖ-ସମୃଦ୍ଧି ବୃଦ୍ଧି ପାଇଥାଏ। ତେବେ, ଆସନ୍ତୁ ଜାଣିବା ଶନି-ଶୁକ୍ରଙ୍କ କୃପାରୁ କେଉଁ ସବୁ ରାଶିଙ୍କ ଭାଗ୍ୟ ଖୋଲିବାକୁ ଯାଉଛି।...

1/5

ବୃଷ: ଶନି-ଶୁକ୍ରଙ୍କ ମିଳନ ଏହି ରାଶି ପାଇଁ ବେଶ୍ ଶୁଭଦାୟୀ ପ୍ରମାଣିତ ହେବ। ବିଶେଷକରି, ନୂଆବର୍ଷ ପୂର୍ବରୁ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଚାକିରି କରୁଥିବା ଲୋକଙ୍କୁ କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବ।  କର୍ମକ୍ଷେତ୍ରରେ ମାନ-ସମ୍ମାନ ବୃଦ୍ଧି ହେବ। ବରିଷ୍ଠ ଅଧିକାରୀଙ୍କ ଠାରୁ ସମ୍ମାନୀତ ହେବେ। କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ମିଳିବ। ବ୍ୟବସାୟୀମାନେ ବଡ଼ ଡିଲ୍ ଫାଇନାଲ୍ କରିବାରେ ସକ୍ଷମ ହେବେ। ଯଦି ବ୍ୟବସାୟୀମାନେ କୌଣସି ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତେବେ, ଶୁଭ ସମୟ ରହିଛି। ଏହି ସମୟରେ ନୂତନ ବାଣିଜ୍ୟ-ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ପାଇବେ। ପୁରୁଣା ବିନିଯୋଗରୁ ଅଧିକ ଲାଭ ପାଇବେ।  ପରିବାରରେ ହସ-ଖୁସିର ମାହୋଲ୍ ଲାଗି ରହିବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ। ସ୍ବାସ୍ଥ୍ୟ ଭଲ ରହିବ।

ALSO READ: Today Horoscope: ଆଜି ଏହି ରାଶିଙ୍କୁ ହେବ ଲାଭ ହିଁ ଲାଭ, ସମସ୍ୟା ଭୋଗିବେ ଏମାନେ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର?

ALSO READ: Weekly Special Horoscope: ସେୟାର ମାର୍କେଟରୁ ପାଇବେ ଭଲ ରିଟର୍ଣ୍ଣ, କମାଇବେ ମୋଟା ଅଙ୍କର ଟଙ୍କା; ପଢ଼ନ୍ତୁ କିପରି ରହିବ ଆପଣଙ୍କ ଆଗାମୀ ସାପ୍ତାହ?

2/5

 ସିଂହ:  ଶନି-ଶୁକ୍ରଙ୍କ କୃପା ଏହି ରାଶି ଉପରେ ବିଶେଷ ଭାବରେ ରହିବ।  ଆର୍ଥିକ ସ୍ଥିତି ମଜବୁତ୍ ହେବ। ଦିର୍ଘ ଦିନର ଆଶା ପୂରଣ ହେବେ। ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି, ସେମାନଙ୍କୁ ଭଲ ସଂସ୍ଥାରୁ ଚାକିରି ନେଇ ଅଫର ଲେଟର ମିଳିବ।  କର୍ମକ୍ଷେତ୍ରରେ ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ସହକର୍ମୀଙ୍କ ଠାରୁ ପ୍ରତ୍ୟକ କାର୍ଯ୍ୟରେ ସହଯୋଗ ମିଳିବ। ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିବ। ଦିର୍ଘ ଦିନ ଧରି ବ୍ୟବସାୟରେ ଚାଲିଥିବା ମାନ୍ଦାବସ୍ଥା ଦୂର ହେବ। କାରବାର ଭଲ ହେବା ସହିତ ଦୈନିକ ଆୟରେ ବୃଦ୍ଧି ହେବ। ଗ୍ରାହକଙ୍କ ସଂଖ୍ୟା ବଢିବ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଦୂର ହେବ। ବିଦେଶରେ ପାଠ ପଢିବାକୁ ଇଚ୍ଛା ରଖିଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ।  ନୂଆ ଗାଡି କିଣିବେ। ପ୍ରେମୀମାନଙ୍କ ଲାଗି ସମୟ ଖାସ୍ ରହିବ। ନିଜ ସାଥୀଙ୍କ ସହିତ ଭଲ ସମୟ ଅତିବାହିତ କରିବେ। 

 

3/5

ମକର:   ଶନି-ଶୁକ୍ରଙ୍କ ୟୁତି ବା ଦୁର୍ଲଭ ସଂଯୋଗ ଏହି ରାଶି  ପାଇଁ ବେଶ୍ ଶୁଭଦାୟୀ ରହିବ। ନୂଆ ଘର କିମ୍ବା ଜମି କିଣିବାର ସ୍ବପ୍ନ ସାକାର ହେବ। କର୍ମକ୍ଷେତ୍ରରେ ପଦୋନ୍ନତି ପାଇବା ସହ ଦରମାରେ ବୃଦ୍ଧି ଘଟିବ। ଯେଉଁମାନେ ବିଦେଶରେ ବାଣିଜ୍ୟ-ବ୍ୟବସାୟ ବୃଦ୍ଧି କରିବାକୁ ଯୋଜନା କରିଛନ୍ତି। ସେମାନଙ୍କ ସ୍ବପ୍ନ ସାକାର ହେବ।  ଏହି ସମୟରେ ସେମାନଙ୍କ ଯୋଜନା ଫଳବତୀ ହେବ। ଯେଉଁଥିରୁ ସେମାନେ ଅଧିକ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେବେ। ପାର୍ଟନର-ସିପ୍-ରେ ଚାଲୁଥିବା ବ୍ୟବସାୟରୁ ଅଧିକ ଲାଭ ପାଇବେ। ପିତାମାତାଙ୍କ ସ୍ବାସ୍ଥ୍ୟକୁ ନେଇ ଲାଗି ରହିଥିବା ସମସ୍ୟା ଦୂର ହେବ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। ନିଜ ପରିବାର ସହ ଦୂରଯାତ୍ରା କରିବେ। ପ୍ରେମୀମାନଙ୍କ ପାଇଁ ସମୟ ଖାସ୍ ରହିବ।

 

4/5

ତୁଳା: ନୂଆବର୍ଷ ପୂର୍ବରୁ ଶନି-ଶୁକ୍ରଙ୍କ କୃପାରୁ ଉଜ୍ଜଳ ହେବ ଏହି ରାଶିଙ୍କ ଭାଗ୍ୟ। ଏହି ସମୟ ମଧ୍ୟରେ ସମସ୍ତ କାର୍ଯ୍ୟ କରିବା ପାଇଁ ଆତ୍ମବିଶ୍ବାସ ବୃଦ୍ଧି ପାଇବ। ବ୍ୟବସାୟୀ ଓ ଚାକିରିଆଙ୍କ ପାଇଁ ସମୟ ଶୁଭ ରହିବ। ଯେଉଁମାନେ ଦିର୍ଘ ଦିନ ହେବ, ପୁଞ୍ଜି ନିବେଶ କରିବା ପାଇଁ ଯୋଜନା କରୁଛନ୍ତି। ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ନିବେଶ କଲେ ଭଲ ରିଟର୍ଣ୍ଣ ପାଇବେ। ଦିର୍ଘ ଦିନ ଧରି ଚାଲିଥିବା ମାଲି-ମକଦ୍ଦମାରେ ବିଜୟୀ ଲାଭ କରିବେ।  ଧାର-କରଜ କରିଥିବା ଟଙ୍କାକୁ ସୁଝିବାରେ ସକ୍ଷମ ହେବେ। ପରିବାର ସହ ଧାର୍ମିକ ସ୍ଥଳକୁ ଯାତ୍ରା କରିବେ। ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଖାସ୍ ରହିବ। ଏହି ସମୟରେ ଦଳ ପରିବର୍ତ୍ତନ କଲେ କୌଣସି ବଡ଼ ପଦବୀ ମିଳିବ।ପୁରୁଣା ରୋଗରୁ ମୁକ୍ତି ମିଳିବ। 

 

5/5

ଧନୁ:  ଶନି-ଶୁକ୍ରଙ୍କ ଆର୍ଶିବାଦ ଏହି ରାଶି ଉପରେ ସଦା ସର୍ବଦା ରହିଥାଏ। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଖାସ୍ ରହିବ। ଏହି ସମୟ ମଧ୍ୟରେ କର୍ମକ୍ଷେତ୍ରରୁ କୌଣସି ପ୍ରକାର ବଡ଼ ଦାୟିତ୍ବ ମିଳିବ। ଆୟରେ ବୃଦ୍ଧି ହେବା ସହିତ ବ୍ୟାଙ୍କ୍ ବାଲାନ୍ସ ବଢିବ।  ବ୍ୟବସାୟୀମାନଙ୍କର କାରବାର ଭଲ ହେବା ସହ ପ୍ରଚୁର ଟଙ୍କା ରୋଜଗାର କରିବାରେ ସମର୍ଥ ହେବେ। ପୁରୁଣା ବିନିଯୋଗ ବା ଲଟେରୀରୁ ଲାଭବାନ୍ ହେବେ। ଆୟ ଦ୍ବି-ଗୁଣିତ ହେବ। ବିଦେଶର ଚାଲିଥିବା ବାଣିଜ୍ୟ ବ୍ୟବସାୟରୁ ଟଙ୍କା ଛାଣିବେ। ପିତା-ମାତାଙ୍କ ସହ ଭଲ ସମୟ ବିତାଇବେ। ନିଜ ସ୍ତ୍ରୀଙ୍କ ପାଇଁ ଦାମୀ ଉପହାର କ୍ରୟ କରିବେ। ବିଦେଶ ଯିବାର ସ୍ବପ୍ନ ସାକାର ହେବା ସହ ନୂଆ ଘର କିଣିବେ। କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଭଲ ରେଜଲକ୍ଟ କରିବେ। ସ୍ବାସ୍ଥ୍ୟ ଭଲ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)