Advertisement
Photo Details/zeeodisha/odisha2488086
photoDetails0hindi

Shani Dev Rajyog: ଦୀପାବଳିରେ ଶନିଦେବଙ୍କ ଶୁଭ ରାଜଯୋଗ, ଖୋଲିବ ଏହିସବୁ ରାଶିଙ୍କ ଭାଗ୍ୟ!

 
Shani Dev Rajyog: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ  ସବୁଠୁ ନିଷ୍ଠୁର ଗ୍ରହ ବୋଲି ବିବେଚନା କରାଯାଏ। କାହିଁକିନା ଶନିଦେବ ପ୍ରତ୍ୟକ ମଣିଷକୁ ତାର କର୍ମ ଅନୁସାରେ, ଫଳ ଦେଇଥାଆନ୍ତି। ତେବେ, ବର୍ତ୍ତମାନ ଶନି କୁମ୍ଭରେ ରାଶିରେ ବିରାଜମାନ ଥିବା ବେଳେ ସେହି ରାଶିକୁ ଚଳିତ ମାସ ୩୧ ତାରିଖ ଦିନ ସକାଳ ୮ଟା ୪୦ ମିନିଟ୍ ସମୟରେ ଶୁକ୍ର ଚଳନ କରିବେ। ଦୀପାବଳିରେ ଶନି-ଶୁକ୍ରଙ୍କ ମିଳନ ଶନିଦେବ ରାଜଯୋଗ ବା ଶନି-ଶୁକ୍ର ୟୁତି ଭଳି ଦୁର୍ଲଭ ସଂଯୋଗ ସୃଷ୍ଟି କରୁଛି। ଏହି ସଂଯୋଗ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କିଛି ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ତେବେ, ଆସନ୍ତୁ ଜାଣିବା ସେହିସବୁ ଭାଗ୍ୟବାନ୍ ରାଶି ଗୁଡିକ ବିଷୟରେ....

1/4
ମେଷ: ଶନି ଓ ଶୁକ୍ରଙ୍କ କୃପାରୁ ଏହି ରାଶିଙ୍କ ଭାଗ୍ୟ ଚମକିବ। ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ୍ ହେବ। କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ପଦୋନ୍ନତି ପାଇବାର ସମ୍ଭାବନା ରହିଛି। ଆୟ ବୃଦ୍ଧି ପାଇବ।  ମେଷ ରାଶିର ଲୋକେ ,ବ୍ୟବସାୟରେ କୌଣସି ନୂଆ ଯୋଜନା ମଧ୍ୟ ଏହି ସମୟରେ ଆରମ୍ଭ କରିପାରନ୍ତି। ଯାହା ଆପଣଙ୍କୁ ଅପ୍ରତ୍ୟାଶିତ ଲାଭ ଦେବ। ପ୍ରତ୍ୟକ କ୍ଷେତ୍ରରେ ପରିବାର ଲୋକଙ୍କ ସମର୍ଥନ ପାଇବେ। ବୈବାହିତ ଜୀବନ ସୁଖମୟ ହେବ। ଅବିବାହିତମାନେ ଜୀବନ ସାଥୀଙ୍କ ସହ କ୍ବାଲିଟି ଟାଇମ୍ ଅତିବାବିତ କରିବେ। 

ALSO READ: Viral Video: ଯାତ୍ରା-ବ୍ୟାକଷ୍ଟେଜ୍ ରେ ଚାଲିଛି କିଛି ଏମିତି, ଅଭିନେତ୍ରୀ କୁଇନଙ୍କ ଏହି ଭିଡିଓ ହେଲା ଭାଇରାଲ୍

ALSO READ: Weekly Special Horoscope: ନୂଆସପ୍ତାହରେ ଏହିସବୁ ରାଶିଙ୍କ ପାଇଁ ଆରମ୍ଭ ହେବ ଶୁଭ ସମୟ, ଚାକିରିରେ ମିଳିବ ପଦୋନ୍ନତି, ମାଲାମାଲ୍ ହେବେ ବ୍ୟବସାୟୀ!

2/4
  ସିଂହ: ଶନିଦେବଙ୍କ ରାଜଯୋଗ ଚମକାଇବ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ। ଦିର୍ଘ ଦିନର ସମସ୍ତ ଆଶା ପୂରଣ ହେବ। ବ୍ୟବସାୟରେ ଅଗ୍ରଗତି ହେବ । ଏହି ସମୟରେ ଆପଣ ନୂଆ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ପାଇବେ। ବ୍ୟବସାୟୀ ବାଣିଜ୍ୟ- ବେପାରରେ ଆଶାନୁରୂପକ ଫଳ ପାଇବେ। ଯେଉଁମାନେ ଦିର୍ଘଦିନ ହେବ ଚାକିରି ଖୋଜୁଛନ୍ତି। ସେମାନଙ୍କୁ ଭଲ କମ୍ପାନୀ ବା ସଂସ୍ଥାରୁ ଚାକିରି ମିଳିବ। ପୁରୁଣା ରୋଗରୁ ମୁକ୍ତି ମିଳିବ। 

3/4
ତୁଳା: ଶନିଦେବଙ୍କ କୃପାରୁ ଏହି ରାଶିର ଲୋକଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ଦିର୍ଘ ଦିନ ଆଶା ପୂରଣ ହେବ। ଘର, ଗାଡି଼ କିଣିବାର ସମ୍ଭାବନା ରହିଛି । ଦିର୍ଘ ଦିନ ଧରି ଚାଲିଥିବା କୋର୍ଟ କଚେରୀ ମାମଲା ଆପଣଙ୍କ ସପକ୍ଷରେ ଯିବ। ଖାସ୍ କରି ଏହି ସମୟ ମଧ୍ୟରେ ପୁରୁଣା ନିବେଶରୁ ଅଧିକ ଅର୍ଥ ପାଇବେ। ବ୍ୟବସାୟରେ ଅଟକି ରହିଥିବା ଟଙ୍କା ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ।  ଏହି ଅବଧି ମଧ୍ୟରେ ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ଖାସ୍ କରି ରାଜନୀତି କ୍ଷେତ୍ରରେ କାର୍ଯ୍ୟ କରୁଥିବେ ଲୋକେ ଅଧିକ ଶୁଭଫଳ ପାଇବେ।  

4/4
କୁମ୍ଭ: ଶନିଙ୍କ ଏହି ରାଜଯୋଗ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ଏହି ସମୟରେ ମଧ୍ୟରେ କମ୍ପିଟେଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ ରେଜଲ୍ଟ କରିବେ। ବ୍ୟବସାୟୀମାନେ ବ୍ୟବସାୟରେ ଅଧିକ ଲାଭ ପାଇବେ।  ଆତ୍ମବିଶ୍ୱାସ ବୃଦ୍ଧି ପାଇବ।  କର୍ମକ୍ଷେତ୍ରରେ ଆପଣଙ୍କର କାର୍ଯ୍ୟ ପାଇଁ ଆପଣ ପ୍ରଶଂସିତ ହେବେ। ଆପଣଙ୍କ ଆୟର ଉତ୍ସ ବୃଦ୍ଧି ପାଇବ।  ଆର୍ଥିକ ସ୍ଥିତି ମଜବୁତ୍ ରହିବ। ଦାମ୍ପତ୍ୟ ଜୀବନରେ ମଧୁରତା ଭରିବ।    (Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)