Margashirsha Thursday Horoscope: ଓଡ଼ିଶାରେ ମାର୍ଗଶୀର ମାସର ପ୍ରତି ଗୁରୁବାରକୁ ମାଣବସା ଗୁରୁବାର ଭାବେ ପାଳନ କରାଯାଏ। ଓଡ଼ିଶାରେ ସବୁ ପର୍ବ ଗୁଡିକ ମଧ୍ୟରୁ ଗୁରୁବାର ଓଷା ହେଉଛି ଅନ୍ୟତମ ପର୍ବ ଯାହା ପୁରପଲ୍ଲୀଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି କରାଯାଏ। ମାର୍ଗଶୀର ମାସର ପ୍ରତି ଗୁରୁବାର ୪ ପାଳି ବା ୫ ପାଳି ମାଣ ବସାଯାଇଥାଏ। ଚଳିତ ବର୍ଷ ମାର୍ଗଶୀର ମାସ ନଭେମ୍ବର ୨୮ ରୁ ଆରମ୍ଭ ହେଉଛି। ତେବେ ଏହି ଓଷାରେ ମା ଲକ୍ଷ୍ମୀଙ୍କ ଉପାସନା କରାଯାଏ। ପ୍ରତିଟି ମହିଳା ମାଣବସା ଦିନ ମାଣ ବସାଇ ବ୍ରତ ପାଳନ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ମାଣବସା ଗୁରୁବାର ଅର୍ଥାତ୍ ମାର୍ଗଶୀର ମାସ କେଉଁ ୩ରାଶିଙ୍କ ପାଇଁ ଶୁଭ ହେବାକୁ ଯାଉଛି।
ଗୁରୁବାର ମା ଲକ୍ଷ୍ମୀଙ୍କର ଅତି ପ୍ରିୟ ଦିନ ହୋଇଥାଏ । ଅନ୍ୟ ଗୁରୁବାର ଅପେକ୍ଷା ମାର୍ଗଶିର ମାସ ଗୁରୁବାର ମାତା ଲକ୍ଷ୍ମୀଙ୍କର ଅତି ପ୍ରିୟ ଦିନ ହୋଇଥାଏ । କୁହାଯାଏ ଭକ୍ତି ସହକାରେ ଡାକିଲେ ଘରେ ମାତା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ । ଯେଉଁ ବ୍ୟକ୍ତିଙ୍କ ଉପରେ ତାଙ୍କର କୃପା ଦୃଷ୍ଟି ରହିଥାଏ ସେହି ବ୍ୟକ୍ତିଙ୍କ ଜୀବନରେ ଦୁଃଖ ପ୍ରବେଶ କରେ ନାହିଁ ।
Also Read: Gajakeshari Yog: ୧୮ ନଭେମ୍ବରରୁ ବୃଷ ରାଶିରେ ଚନ୍ଦ୍ର ଓ ବୃହସ୍ପତିଙ୍କ ସଂଯୋଗ, ୫ରାଶିଙ୍କ ଫିଟିବ ଭାଗ୍ୟ!
Also Read: Manoj And Mamta Nanda: କେବେ ବି ଦେଖିନଥିବେ ମନୋଜ ମିଶ୍ର ଓ ୨ୟ ପତ୍ନୀ ମମତା ନନ୍ଦଙ୍କ ଏହି ପୁରୁଣା ଫଟୋ...
ସକାଳୁ ଉଠି ଦାଣ୍ଡ ଦୁଆରେ ଚିତା ପକାଇ ମାଙ୍କୁ ସ୍ୱାଗତ କରାଯାଏ। ସୁଦ୍ଧ ପୂତ ହୋଇ ଏହି ପୂଜା କରାଯାଏ। କଥାରେ ଅଛି ଯେଉଁ ଘରେ ଅଶାନ୍ତି ଓ ଅଶାନ୍ତ ବାତାବରଣ ରହିଥାଏ ସେଠାରେ ମାତା ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ। ତେବେ ଏହି ବ୍ରତକୁ ମହିଳା ମାନେ ଅତି ନିଷ୍ଠାର ସହ ପାଳନ କରିଥାନ୍ତି। ଏବେ ଆସନ୍ତୁ ଜାଣିବା ସେହି ୩ଟି ରାଶି ବିଷୟରେ ସବୁକିଛି ଯାହାଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ରହିବ।
ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, କର୍କଟ ରାଶି ଉପରେ ମାଙ୍କ କୃପା ଅଧିକ ରହିଥାଏ। ଏହି ରାଶିର ସ୍ୱାମୀ ହେଉଛନ୍ତି ଚନ୍ଦ୍ର ଏବଂ ଆରାଧ୍ୟ ଭଗବାନ ଶିବ । ବୃହସ୍ପତି ଶକ୍ତିଶାଳୀ ରହିଲେ ଜାତକର ଆର୍ଥିକ ସ୍ଥିତି ସୁଦୃଢ଼ ରହିଥାଏ। କର୍କଟ ରାଶିର ବ୍ୟକ୍ତିମାନେ ପରିଶ୍ରମୀ ଅଟନ୍ତି । ଏମାନେ କଠିନ ପରିଶ୍ରମରୁ ମୁହଁ ଫେରାନ୍ତି ନାହିଁ। ଏହି କାରଣରୁ ଧନର ଦେବତା କୁବେର ଓ ଧନର ଦେବୀ ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ। ମାତା ଲକ୍ଷ୍ମୀଙ୍କ କୃପାରୁ କର୍କଟ ରାଶିର ଲୋକଙ୍କ ଭାଗ୍ୟ ଓ ଭବିଷ୍ୟତ ସୁବର୍ଣ୍ଣ ରହିଥାଏ। ତେଣୁ ଏହି ରାଶିର ମହିଳା ମାନେ ମାର୍ଗଶୀର ଗୁରୁବାର ବ୍ରତ ନିଷ୍ଠାର ସହ ପାଳନ କରିବା ଉଚିତ୍।
ବିଛା ଏହି ରାଶିର ଭଗବାନ ହେଉଛନ୍ତି ମଙ୍ଗଳ ଦେବ ଏବଂ ଆରାଧ୍ୟ ଦେବତା ହେଉଛନ୍ତି ପ୍ରଭୁ ହନୁମାନ । ବିଛା ରାଶିର ଲୋକମାନେ ଜିଦି ସ୍ୱଭାବର ଓ ଉତ୍ସାହୀ ହୋଇଥାନ୍ତି। ଥରେ ଯାହାକୁ କରିବାକୁ ସ୍ଥିର କରନ୍ତି ତାହା ପୂରଣ କରିବାକୁ ଏମାନେ ଜୀ ଜାନ୍ ଲଗାଇଦିଅନ୍ତି। ଏଥିପାଇଁ ବିଛା ରାଶି ମଧ୍ୟ କଠିନ ପରିଶ୍ରମୀ ହୋଇଥାନ୍ତି। ଏହି ସବୁ ଗୁଣ ଯୋଗୁଁ ମା' ଲକ୍ଷ୍ମୀ ବିଛା ରାଶିର ବ୍ୟକ୍ତିଙ୍କ ଉପରେ ବିଶେଷ ଆଶୀର୍ବାଦ ଅର୍ପଣ କରିଥାନ୍ତି। ତାଙ୍କ କୃପାରୁ ବିଛା ନିଜ ଜୀବନରେ ବହୁ ସଫଳତା ହାସଲ କରନ୍ତି। ତେବେ ଚଳିତ ମାର୍ଗଶୀର ମାସରେ ମା ଲକ୍ଷ୍ମୀଙ୍କ କୃପା ଏହି ରାଶି ଉପରେ ପଡ଼ିବାକୁ ଯାଉଛି।
ତୁଳା ରାଶିର ବ୍ୟକ୍ତିମାନେ ହୃଦୟରୁ ବହୁତ ସଫା ହୋଇଥାନ୍ତି। ସେମାନଙ୍କ ମନରେ ଗର୍ବ ଅହଂକାର ନଥାଏ। । ସେମାନଙ୍କ ମନ ସଚ୍ଚୋଟତାରେ ପରିପୂର୍ଣ୍ଣ ରହିଥାଏ । ଏହି ରାଶିର ସ୍ୱାମୀ ହେଉଛନ୍ତି ଶୁକ୍ର ଏବଂ ଆରାଧ୍ୟା ହେଉଛନ୍ତି ସଂସାରର ମାତା ମା'ଦୁର୍ଗା । ତାଙ୍କ କୃପାରୁ ତୁଳା ରାଶିର ଜୀବନରେ କୌଣସି ବଡ଼ ଅସୁବିଧା ଆସେନାହିଁ। ଆସିଲେ ବି ମା' ଦୁର୍ଗାଙ୍କ କୃପାରୁ ଏହାକୁ ଏଡ଼ାଇ ଦିଆଯାଏ। ତେବେ ଚଳିତ ମାର୍ଗଶୀର ମାସରେ ଏହି ରାଶି ଖୁବ ଲାଭବାନ ହେବାକୁ ଯାଉଛନ୍ତି।
(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)
ट्रेन्डिंग फोटोज़