Advertisement
photoDetails0hindi

Mosquito bite: ବାରମ୍ବାର କାମୁଡୁଛନ୍ତି କି ମଶା? ଜାଣନ୍ତୁ, ଆପଣଙ୍କୁ ଭଲ ପାଇବାର ୫ଟି କାରଣ

Mosquito bite: ଭାରତରେ ମଶା ଏକ ସାଧାରଣ ସମସ୍ୟା। ମଶା ଦ୍ୱାରା ମ୍ୟାଲେରିଆ, ଡେଙ୍ଗୁ, ଫାଇଲେରିଆ ଭଳି ମାରାତ୍ମକ ରୋଗ ହୋଇଥାଏ। ମଶାମାନେ ସାଧାରଣତଃ ସନ୍ଧ୍ୟା ସମୟରେ ଅଧିକ ଆକ୍ରମଣ କରିଥାନ୍ତି। 

ଝାଳ ଓ ମହକ-

1/5
ଝାଳ ଓ ମହକ-

ମଶା ଗନ୍ଧ ଓ ବାସ୍ନା ସବୁ ସୁଙ୍ଘି ପାରନ୍ତି। ସେମାନଙ୍କୁ ଝାଳରୁ ବାହାରୁ ଥିବା ଲାକ୍ଟିକ୍ ଏସିଡ, ଆମୋନିଆ ଓ ଅନ୍ୟ କମ୍ପାଉଣ୍ଡକୁ ମଧ୍ୟ ଚିହ୍ନଟ କରିପାରନ୍ତି। ଯଦି ଆପଣଙ୍କ ଶରୀରରୁ ବାହାରୁଥିବା ଗନ୍ଧ ମଶାକୁ ଅଧିକ ଭଲ ଲାଗିଲେ ସେ ଆପଣଙ୍କୁ କାମୁଡେ।

ଚର୍ମ-

2/5
ଚର୍ମ-

ଚର୍ମ ଉପରେ ଥିବା ବ୍ୟାକ୍ଟେରିଆ, ମଶାଙ୍କୁ ନିମନ୍ତ୍ରଣ ଦେଇଥାଏ। କିଛି ଗବେଷଣା ଅନୁସାରେ, ବ୍ୟକ୍ତିର ଶରୀରରେ ଯେତିକି ପରିମାଣର ବ୍ୟାକ୍ଟେରିଆ ରହିବେ, ମଶା ସେତିକି ଆକୃଷ୍ଟ ହେବେ। ମଶାମାନେ ଗୋଡରେ ଅଧିକ କାମୁଡନ୍ତି, କାରଣ ଗୋଡରେ ହିଁ ଅଧିକ ବ୍ୟାକ୍ଟେରିଆ ଥାଏ।

ଗ୍ୟାସ-

3/5
ଗ୍ୟାସ-

କାର୍ବନଡାଇଅକ୍ସାଇଡ୍ ଏଭଳି ଏକ ଗ୍ୟାସ, ଯାହାକୁ ମଶାମାନେ ସହଜରେ ଜାଣିପାରନ୍ତି। ୫ରୁ ୧୦ ମିଟର ଦୂରରୁ ମଶାମାନେ ନିଜ ଟାର୍ଗଟକୁ ଚିହ୍ନି ପାରନ୍ତି। ଯେଉଁମାନେ ଲମ୍ବା ନିଶ୍ୱାସ ଛାଡନ୍ତି, ସେମାନଙ୍କୁ ସେତିକି ଅଧିକ ମଶା କାମୁଡନ୍ତି। 

ମେଟାବଲିକ-

4/5
ମେଟାବଲିକ-

ମେଟାବଲିକ ରେଟ୍ ମଧ୍ୟ ମଶାଙ୍କୁ ଆକୃଷ୍ଟ କରିବାର ଆଉ ଏକ କାରଣ ହୋଇପାରେ। ଗର୍ଭବତୀ ମହିଳା ଓ ମୋଟା ଲୋକଙ୍କ ଠାରେ ମେଟାବଲିକ ରେଟ ଅଧିକ ଥାଏ। ଯେଉଁଥିପାଇଁ ସେମାନେ ବାରମ୍ବାର ମଶା କାମୁଡାର ଶିକାର ହୋଇଥାନ୍ତି।

ବ୍ଲଡ୍ ଗ୍ରୁପ-

5/5
 ବ୍ଲଡ୍ ଗ୍ରୁପ-

ଅନେକ ଗବେଷଣାରୁ ଜଣା ଯାଇଛି ଯେ, ଟାଇପ୍ ଓ ଗ୍ରୁପର ଲୋକ ଅଧିକ ମଶା କାମୁଡାର ଶିକାର ହୋଇଥାନ୍ତି। ମଶାମାନେ ଏହି ଟାଇପର ବ୍ଲଡଗ୍ରୁପ ପ୍ରତି ଅଧିକ ଆକର୍ଷିତ ହୁଅନ୍ତି।