Advertisement
Photo Details/zeeodisha/odisha2558316
photoDetails0hindi

Kidney Damage Causes: ୟୁରିନ୍ ଇନଫେକସନ ହେଉଛି କି? ଏହି ୫ଟି ଲକ୍ଷଣକୁ କରନ୍ତୁନି ଅଣଦେଖା

Kidney Damage Causes: UTI ସଂକ୍ରମଣ ମଧ୍ୟ କିଡନୀ ରୋଗର କାରଣ ହୋଇପାରେ । ଏଥିରେ ବିପଜ୍ଜନକ ଜୀବାଣୁ ମୂତ୍ରନଳୀରୁ କିଡନୀରେ ପହଞ୍ଚନ୍ତି, ଯେଉଁ କାରଣରୁ କିଡନୀ ସଂକ୍ରମଣର ଆଶଙ୍କା ମଧ୍ୟ ବଢିଥାଏ । ଆସନ୍ତୁ ଏହାର କାରଣ ଏବଂ ଲକ୍ଷଣ ଗୁଡିକ ବିଷୟରେ ଜାଣିବା ।

1/7

UTI କ’ଣ?

ଏହା ଏକ ପ୍ରକାର ପରିସ୍ରା ସଂକ୍ରମଣ, ଯାହା ଉଭୟ ପୁରୁଷ ଏବଂ ମହିଳାଙ୍କୁ ପ୍ରଭାବିତ କରିପାରେ । କିନ୍ତୁ ଏହା ମହିଳାମାନଙ୍କୁ ଅଧିକ ପ୍ରଭାବିତ କରିଥାଏ । ଏଥିରେ ଜୀବାଣୁ ମୂତ୍ର ମାର୍ଗ ଦେଇ ଶରୀରରେ ପ୍ରବେଶ କରି କିଡନୀକୁ ନଷ୍ଟ କରି ପାରନ୍ତି।

2/7

UTI କିଡନୀକୁ କିପରି କ୍ଷତି ପହଞ୍ଚାଉଛି?

ଯଦି UTI କୁ ଠିକ୍ ସମୟରେ ଚିକିତ୍ସା କରା ନ ଯାଏ, ତେବେ ଜୀବାଣୁ ମୂତ୍ରାଶୟରୁ କିଡନୀ ପର୍ଯ୍ୟନ୍ତ ବ୍ୟାପିପାରେ, ଯାହା କିଡନୀ ସଂକ୍ରମଣର ଆଶଙ୍କାକୁ ବୃଦ୍ଧି କରିଥାଏ ।

3/7

ବାରମ୍ବାର UTI କିଡନୀ କାର୍ଯ୍ୟ କରିବାର କ୍ଷମତାକୁ ପ୍ରଭାବିତ କରିଥାଏ । ଏହି କାରଣରୁ କିଡନୀ କୋଷଗୁଡ଼ିକ ନଷ୍ଟ ହୋଇଯାଏ ।

4/7

ଯଦି କାହାର ବାରମ୍ବାର UTI ଥାଏ ଏବଂ ଠିକ୍ ସମୟରେ ଚିକିତ୍ସା କରା ନ ଯାଏ, ତେବେ ଏହା କିଡନୀ ରୋଗର ଆଶଙ୍କା ବଢାଇଥାଏ । ଯାହା କିଡନୀ ଫେଲ ହେବାର ଆଶଙ୍କା ମଧ୍ୟ ବୃଦ୍ଧି କରିଥାଏ ।

5/7

UTI ହେତୁ କିଡନୀ ନଷ୍ଟ ହେବାର ଲକ୍ଷଣ ଗୁଡିକ ବିଷୟରେ ଆସନ୍ତୁ ଜାଣିବା

ମୂତ୍ରରେ ରକ୍ତ ପଡିବା

ପରିସ୍ରାରେ ଖରାପ ଗନ୍ଧ ଆସିବା 

ପରିସ୍ରାରେ ଫୋମ୍ ଦେଖିବା 

କିଡନୀ ନିକଟରେ କିମ୍ବା ତଳ ପିଠିରେ ଯନ୍ତ୍ରଣା ଅନୁଭବ କରିବା

କିଡନୀ ସଂକ୍ରମଣ କ୍ଷେତ୍ରରେ ଜ୍ୱର ଏବଂ ଥଣ୍ଡା ମଧ୍ୟ ଅନୁଭବ ହୋଇଥାଏ

6/7

ଘରୋଇ ଉପଚାର ସାହାଯ୍ୟ କରିପାରିବ କି?

ଯଦି କାହାର ଗୁରୁତର UTI ସମସ୍ୟା ରହିଥାଏ, ତେବେ ସେ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ 1 ଚାମଚ ଆଲୋଭେରା ସହ ଭିନେଗାର ମିଶାଇ ପିଇ ପାରିବେ । ଏହା ଦୈନନ୍ଦିନ କରିବା ଦ୍ୱାରା ଆପଣ ପରିସ୍ରା ଏବଂ UTI ସହିତ ଜଡିତ ପ୍ରତ୍ୟେକ ରୋଗରୁ ମୁକ୍ତି ପାଇପାରିବାର ସମ୍ଭାବନା ରହିଛି ।

7/7

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। ଆପଣ ଯଦି ସ୍ୱାସ୍ଥ୍ୟ ନିମନ୍ତେ କୌଣସି ପଦକ୍ଷେପ ଗ୍ରହଣ କରୁଛନ୍ତି ତେବେ ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବଶ୍ୟକ । ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।