Advertisement
Photo Details/zeeodisha/odisha2510776
photoDetails0hindi

Job And Business Horoscope: ନଭେମ୍ବର ୧୨ରେ ଉଦୟ ହେବ ୫ ରାଶିଙ୍କ ଭାଗ୍ୟ, ବିଷ୍ଣୁଙ୍କ କୃପାରୁ ପାଇବେ ଅପାର ଲାଭ!


Job And Business Horoscope: ଆଜି ନଭେମ୍ବର ୧୨ ମଙ୍ଗଳବାର। ଦେବ-ଉତ୍ଥାନି ଏକାଦଶୀରେ ସର୍ବାର୍ଥ ସିଦ୍ଧି ଯୋଗ ଗଠନ ହୋଇଛି। ସର୍ବାର୍ଥ ସିଦ୍ଧିଯୋଗର ଶୁଭ-ପ୍ରଭାବ ଓ  ସହ ବିଷ୍ଣୁଙ୍କ କୃପାରୁ ବୃଷ ଓ ସିଂହ ରାଶିଙ୍କ ସମେତ ୫ ରାଶିଙ୍କ ଭାଗ୍ୟ ଉଜ୍ଜଳ ହେବାକୁ ଯାଉଛି।  କର୍ମକ୍ଷେତ୍ରରୁ ଶୁଭ-ଖବର ପାଇବା ସହ ବାଣିଜ୍ୟ ବ୍ୟବସାୟ ଭଲ ହେବ। ଆଶା କରୁଥିବା ଦିଗରୁ ଶୁଭ ଖବର ମିଳିବା ସହ ଧନପ୍ରାପ୍ତି ହେବ। ତେବେ, ଆସନ୍ତୁ ଜାଣିବା ଆଜି ୧୨ଟି ରାଶିଙ୍କ ପାଇଁ କର୍ମକ୍ଷେତ୍ରରେ ଦିନଟି କିଭଳି କଟିବ?

1/12
ମେଷ: ଆଜି କର୍ମକ୍ଷେତ୍ରରେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ନଚେତ୍ ସମସ୍ୟାରେ ପଡିବେ। କଠିନ ପରିଶ୍ରମ ଦେଖି ସହକର୍ମୀମାନେ ଇର୍ସାପରାୟଣ ହୋଇଉଠିବେ। ଅଯଥା ଯୁକ୍ତିରୁ ଦୂରେଇ ରୁହନ୍ତୁ। ବ୍ୟବସାୟ କ୍ଷେତ୍ରରେ ବ୍ୟବସାୟୀ ପାର୍ଟନରଙ୍କର ସମ୍ପୂର୍ଣ୍ଣ ସହଯୋଗ ମିଳିବ। ମଧ୍ୟାହ୍ନ ପରେ କୌଣସି ପ୍ରକାର ଶୁଭ କିମ୍ବା ଖୁସି ଖବର ପାଇବେ। ଶରୀର ଓ ମନ ଭଲ ରହିବ। ଆର୍ଥିକ ରୂପରେ ଲାଭବାନ୍ ହେବ। ଛାତ୍ରଛାତ୍ରୀମାନ କୃତିତ୍ବ ହାସଲ କରିବେ।    ALSO READ: Kartik Purnima 2024: କାର୍ତ୍ତିକ ପୂର୍ଣ୍ଣିମାରେ ପଡୁଛି ତିନି ଶୁଭଯୋଗ, ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ, ବଢିବ ବ୍ୟାଙ୍କ୍ ବାଲାନ୍ସ!

ALSO READ: Viral Video: ଧାନ ବିଲରୁ ଭାଇଲାଲ୍ ହେଲା ରାଣୀ ଭାଉଜଙ୍କ ଏହି ଭିଡିଓ , ଦେଖନ୍ତୁ

2/12
ବୃଷ: ଆଜିର ଦିନ ବ୍ୟବସାୟୀମାନଙ୍କ ପାଇଁ ବହୁତ ଲାଭଦାୟୀ ଅଟେ। କୌଣସି ବଡ଼ ଡିଲ୍ ଫାଇନାଲ୍ ହେବ। ଆୟ ବୃଦ୍ଧି ପାଇବ। ଶତ୍ରୁମାନଙ୍କ ଉପରେ ବିଜୟୀ ଲାଭ କରିବେ।   ପାରିବାରିକ ବାତାବରଣ ମଧ୍ୟ ସୁଖ ଶାନ୍ତି ପୂର୍ଣ୍ଣ ରହିବ। ଚାକିରିଆ ମାନେ ଅଫିସ୍ ଟୁର କାର୍ଯ୍ୟରେ ଦୂରଯାତ୍ରା କରିବେ।  ମଧ୍ୟାହ୍ନ ପରେ ସାଙ୍ଗ ମାନଙ୍କ ସହ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। ସ୍ବାସ୍ଥ୍ୟ ଭଲ ରହିବ। 

3/12
  ମିଥୁନ:  ଆଜିର ଦିନ ଆପଣଙ୍କ ଆୟରେ ବୃଦ୍ଧି ଘଟିବ। ବ୍ୟାପାରରେ ଲାଭ ହେବାର ସମ୍ଭାବନା ଅଛି। ଆର୍ଥିକ ଦେଣନେଣ କରିବା ପାଇଁ ସମୟ ଶୁଭ ରହିବ। ସାମାଜିକ କାର୍ଯ୍ୟଗୁଡ଼ିକରେ ଭାଗ ନେବାରେ ମନ ପ୍ରସନ୍ନ ରହିବ। ସମାଜରେ ମାନ-ସମ୍ମାନ ବଢିବ।  ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ।  ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ନଚେତ୍ ସମସ୍ୟାରେ ପଡିବେ। 

4/12
  କର୍କଟ: ପୁଞ୍ଜି ନିବେଶ କରିଥିବା ଲୋକଙ୍କ ପାଇଁ ଆଜି ସମୟ ଲାଭଦାୟୀ ରହିବ। ବ୍ୟବସାୟୀମାନଙ୍କୁ ବିଦେଶରୁ ଲାଭଦାୟୀ ସମାଚାର ମିଳିବାର ସମ୍ଭାବନା ଅଧିକ ଅଛି।  ମଧ୍ୟାହ୍ନ ପରେ କୌଣସି ଖରାପ ଖବର ପାଇ ମନ ବିଚଳିତ ହେବ। ଏଥିପାଇଁ ମନରେ ହତାଶାର ଭାବନା ଦେଖାଦେବ। ସ୍ଥାବର ସଂପତ୍ତି ସମ୍ବନ୍ଧିତ କାଗଜପତ୍ରକୁ ପୂର୍ଣ୍ଣ କରିବା ପାଇଁ ଆଜିର ଦିନକୁ ନବାଛିଲେ ତେବେ ଭଲ ରହିବ। ସ୍ଵାସ୍ଥ୍ୟ ବିଗିଡ଼ି ପାରେ। 

5/12

ସିଂହ: ଆଜିର ଦିନ ବେଶ୍ ମଉଜ-ମଜଲିସ୍ ରେ ଅତିବାହିତ କରିବେ। ଦିର୍ଘ ଦିନର ଆଶା ପୂରଣ ହେବ। ଦାମୀ କାର୍ କିମ୍ବା ଘର କିଣିବେ। ନୂଆ ବସ୍ତ୍ର ତଥା ଆଭୂଷଣ କିଣିବାର ଯୋଗ ଅଛି। ମଧ୍ୟାହ୍ନ ପରେ ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ନିୟନ୍ତ୍ରିତ ବ୍ୟବହାର କରିବାକୁ ପଡ଼ିବ। ପ୍ରେମୀ ମାନଙ୍କ ପାଇଁ ସମୟ ଭଲ ରହିବ। ସାଥୀଙ୍କ ସହ ଦୂରଯାତ୍ରା କରିବେ। 

6/12
କନ୍ୟା: କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର ପ୍ରଭୃତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷ କୌଣସି ସଭା ସମିତିରେ ସମ୍ମାନିତ ହେବେ ।  ପାରିବାରିକ କ୍ଷେତ୍ରରେ ସମସ୍ୟା ସମାଧାନ ହେବା ସହଜ ହେବ ।  ବାଦବିବାଦରେ ଆପୋସ ସମାଧାନ ଘଟିବ । ପତି-ପତ୍ନୀଙ୍କ ମଧ୍ୟରେ  ଲାଗି ଥିବା ବିବାଦ ଦୂର ହେବ। ସ୍ବାସ୍ଥ୍ୟ ଜନିକ ସମସ୍ୟା ଦେଖାଦେବ। 

7/12
  ତୁଳା: ଆଜି କର୍ମକ୍ଷେତ୍ରରେ ବାଣୀ ଉପରେ ନିୟନ୍ତ୍ରଣ ରଖିବେ । ନଚେତ୍ ସମସ୍ୟାରେ ପଡିବେ। ବ୍ୟବସାୟୀମାନେ ଯେ କୌଣସି କ୍ଷେତ୍ରରେ ପୁଞ୍ଜି ନିବେଶ କଲେ ଭଲ ଲାଭ ପାଇବେ।   ଶାରୀରିକ ଓ ମାନସିକ ରୂପରେ ସ୍ଵାସ୍ଥ୍ୟ ମଧ୍ୟମ ଧରଣର ରହିବ। ସ୍ବାସ୍ଥ୍ୟ ଭଲ ନଥିବା ଯୋଗୁଁ ଠିକ୍ ଭାବରେ ହାତକୁ ନେଇଥିବା କାର୍ଯ୍ୟ ଶେଷ କରିପାରିବେ ନାହିଁ। ପରିବାର ସହିତ ଧାର୍ମିକ ଯାତ୍ରା କରିବେ। 

8/12

ବିଛା: ଆଜି ଯେଉଁ କାମରେ ହାତ ଦେବେ, ସେଥିରେ ଯଥେଷ୍ଟ ସଫଳତା ହେବେ ।  ପ୍ରଶାସନ, ଆଇନ, କଳା, ସାହିତ୍ୟ ଓ ଯାତ୍ରା କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ସମୟ ଶୁଭ ରହିବ। ହେଲେ ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ । ପରିବାରରେ ଟଙ୍କା -ପଇସାକୁ ନେଇ ଅଶାନ୍ତି ଦେଖାଦେଇପାରେ। 

9/12
  ଧନୁ: ଆଜି ସତର୍କତା ସହ ଚଳିବାକୁ ପଡିବ। ଉପରୀସ୍ଥ ଅଧିକାରୀମାନଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ , ନଚେତ୍ ସମସ୍ୟା ସୃଷ୍ଟି ହେବା ସହ ଚାକିରି ଯାଇପାରେ। ବ୍ୟବସାୟ କ୍ଷେତ୍ରରେ ଜଡିତ ଲୋକେ ଦୂରଯାତ୍ରାରୁ ଶୁଭଫଳ ପାଇବେ। ଗାଡି଼ ଚଲାଇବ ସମୟରେ ସତର୍କତା ଅବଲମ୍ବନ କରନ୍ତୁ।

10/12
ମକର:  ଆଜି ଦିନଟି ଅନୁକୂଳ ରହିବ। ବ୍ୟବସାୟରେ ସଫଳତା ମିଳିବ । କଳା ଓ ସାହିତ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକେ ପ୍ରଶଂସିତ ହେବେ ।  ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମଗୁଡ଼ିକ ସହଜରେ ସମ୍ପନ୍ନ ହୋଇପାରିବ । ଛୋଟ ଛୋଟ କଥାକୁ କେନ୍ଦ୍ର କରି ପରିବାରରେ ଝଡ଼ ଉଠିପାରେ ।  

11/12

କୁମ୍ଭ: ଆଜି  ବ୍ୟବସାୟ କିମ୍ବା ଚାକିରି କ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ । ସଭାସମିତିରେ ଯୋଗ ଦେଇ ଲାଭବାନ୍‌ ହେବେ । ସମାଜରେ ପ୍ରତିଷ୍ଠା ବୃଦ୍ଧି ପାଇବ।  ପୂର୍ବରୁ ସ୍ଥିର ହୋଇଥିବା କାର୍ଯ୍ୟ ଆକସ୍ମିକ ଭବେ ବାତିଲ ହେବାର ଆଶଙ୍କା ରହିଛି । ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। 

12/12

ମୀନ: ଆଜି କର୍ମକ୍ଷେତ୍ରରେ ଟେନସନ୍‌ କମ୍ ରହିବ। ସହକର୍ମୀଙ୍କ କୌଣସି ସ୍ଥାନକୁ ଟୁର୍ ଯିବାକୁ ପଡିପାରେ। ବରିଷ୍ଠ ଅଧିକାରୀଙ୍କ ଠାରୁ ନୂଆ ପ୍ରୋଜେକ୍ଟ ପାଇବେ। ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହେବ। ଛାତ୍ରାଛାତରୀମାନେ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିବେ। ସମ୍ପର୍କ ସ୍ଥାପନ କ୍ଷେତ୍ରରେ ଆଶାନୁରୂପ ସୁଫଳ ପାଇବେ । ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜିପାରନ୍ତି।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)