Advertisement
Photo Details/zeeodisha/odisha815622
photoDetails0hindi

ସୁରକ୍ଷିତ ବାର୍ଦ୍ଧକ୍ୟ; ମୋଦି ସରକାରଙ୍କ ଏହି ୪ଟି ଯୋଜନାରେ ମିଳିବ ପେନସନ୍

ଏବେ ଚିନ୍ତା କରିବାର କିଛି ନାହିଁ, ଯଦି ଆପଣ ଅବସର ପରେ ପ୍ରତି ମାସରେ ପେନସନ ଚାହୁଁଛନ୍ତି, ତେବେ ମୋଦି ସରକାରଙ୍କ ଏହି ୪ଟି ଯୋଜନାର ଲାଭା ଉଠାଇ ପାରିବେ।

ଅଟଳ ପେନସନ୍ ଯୋଜନା ଅଟଳ ପେନ୍ସନ୍ ଯୋଜନା (APY):

1/5
ଅଟଳ ପେନସନ୍ ଯୋଜନା ଅଟଳ ପେନ୍ସନ୍ ଯୋଜନା (APY):

ଅଟଳ ପେନସନ୍ ଯୋଜନା ହେଉଛି ଏକ ଲୋକପ୍ରିୟ ଯୋଜନା। ଅଣ ସରକାରୀ ଚାକିରିଆ ମଧ୍ୟ ଏହି ଯୋଜନାର ଲାଭ ଉଠାଇ ପାରିବେ। ଏହି ଯୋଜନା ଅଧୀନରେ ଅବସର ପରେ ୧୦୦୦ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ମାସିକ ପେନସନ୍ ମିଳିପାରିବ। ଏହାର ଲାଭ ଉଠାଇବାକୁ ଡାକଘର ଏବଂ ବ୍ୟାଙ୍କରେ Atal Pension Yojana ଆକାଉଣ୍ଟ ଖୋଲିବାକୁ ପଡିବ।୧୮ ବର୍ଷ ବୟସରେ ମଧ୍ୟ ଏହି ପେନସନ୍ ଯୋଜନାରେ ବିନିଯୋଗ କରିହେବ। ପ୍ରତି ମାସରେ ୨୧୦ ଟଙ୍କା ବିନିଯୋଗ  ଅବସର ପରେ ମାସିକ ୫୦୦୦ ଟଙ୍କା ପର୍ଯ୍ୟନ୍ତ ମିଳିବ। କେବଳ ୧୮ରୁ ୪୦ ବର୍ଷ ମଧ୍ୟରେ ଥିବା ଲୋକମାନେ APY ଅନ୍ତର୍ଭୁକ୍ତ ହୋଇ ପାରିବେ।

ପ୍ରଧାନମନ୍ତ୍ରୀ କିସାନ ମାନଧନ୍ ଯୋଜନା

2/5
ପ୍ରଧାନମନ୍ତ୍ରୀ କିସାନ ମାନଧନ୍ ଯୋଜନା

କୃଷକଙ୍କ ପାଇଁ କେନ୍ଦ୍ର ସରକାର ମଧ୍ୟ ପେନସନ୍ ଯୋଜନା ଚଳାଉଛନ୍ତି। PM Kisan Mandhan Yojana ରେ କୃଷକମାନେ ପେନସନ ପାଇପାରିବେ। ଏହି ଯୋଜନାରେ ରେଜିଷ୍ଟ୍ରେସନ୍ କରିବା ପରେ କୃଷକମାନେ ୬୦ ବର୍ଷ ବୟସ ପରୋ ମାସକୁ ଅତି କମରେ ୩୦୦୦ ଟଙ୍କା କିମ୍ବା ବାର୍ଷିକ ୩୬ ହଜାର ଟଙ୍କା ପାଇବେ। ଏପର୍ଯ୍ୟନ୍ତ ପ୍ରାୟ ୨୦  ଲକ୍ଷ କୃଷକ ଏହି PM Kisan Mandhan Yojana ସହିତ ସଂଯୁକ୍ତ ହୋଇଛନ୍ତି।  

ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ୍ ଯୋଜନା

3/5
 ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ୍ ଯୋଜନା

୨୦୧୯ରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ୍ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ଅଧୀନରେ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ ସରକାରଙ୍କଠାରୁ ପେନସନ୍ ଦିଆଯାଉଛି। ଏହି ଯୋଜନାରେ ୧୮ରୁ ୪୦ ବର୍ଷିୟ ବ୍ୟକ୍ତି ସାମିଲ ହୋଇ ପାରିବେ। PM Shram Yogi Mandhan Yojana ମଧ୍ୟ Kisan Mandhan Yojana ପରି ୬୦ ବର୍ଷ ବୟସ ପରେ, ମାସିକ ୩୦୦୦ କିମ୍ବା ବାର୍ଷିକ ୩୬୦୦୦ ଟଙ୍କା ମିଳିବ। ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଏହି ଯୋଜନା ମାଧ୍ୟମରେ ପ୍ରାୟ ୪୩.୭ ଲକ୍ଷ ଲୋକ ସାମିଲ ହୋଇଛନ୍ତି।

ପ୍ରଧାନମନ୍ତ୍ରୀ କ୍ଷୁଦ୍ର ବ୍ୟବସାୟ ମାନଧନ୍ ଯୋଜନା

4/5
ପ୍ରଧାନମନ୍ତ୍ରୀ କ୍ଷୁଦ୍ର ବ୍ୟବସାୟ ମାନଧନ୍ ଯୋଜନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ୨୦୧୯ରେ PM Laghu Vyapari Mandhan Yojana ଆରମ୍ଭ କରାଯାଇଥିଲା। ଏହି ଯୋଜନା ମାଧ୍ୟମରେ ଛୋଟ ବ୍ୟବସାୟୀମାନେ ପେନସନ ଯୋଜନା ସହିତ ସଂଯୁକ୍ତ ହେଉଛନ୍ତି। ଯେଉଁଥିରେ ୬୦ ବର୍ଷ ବୟସ ପରେ ମାସିକ ୩୦୦୦ ଟଙ୍କା ଭତ୍ତା ଦିଆଯିବ। ଯଦି ୧୮ ବର୍ଷ ବୟସରେ ଯୋଜନାରେ ସାମିଲ ହେଲେ ମାସିକ ୫୫ ଟଙ୍କା ଜମା କରିବାକୁ ପଡିବ। ସେହିଭଳି, ଯେଉଁମାନଙ୍କ ବୟସ ୩୦ ବର୍ଷ ସେମାନଙ୍କୁ ୧୧୦ ଟଙ୍କା ଏବଂ 40 ବର୍ଷିୟଙ୍କୁ ମାସିକ ୨୦୦ ଟଙ୍କାର ପ୍ରିମିୟମ ଭରିବାକୁ ପଡିବ।

ପଞ୍ଜିକରଣ

5/5
ପଞ୍ଜିକରଣ

ଏହି ଯୋଜନା ଗୁଡିକର ବିଶେଷତ୍ୱ ହେଉଛି, ଉପଭୋକ୍ତ ଯେତିକି ଟଙ୍କା ବିନିଯୋଗ କରିବେ, ସରକାର ମଧ୍ୟ ସେତେ ଅଧିକ ଜମା କରିବେ। ଉପରୋକ୍ଟ ଯୋଜନା ଗୁଡିକର ପଞ୍ଜିକରଣ ଅତି ସହଜ। ସାଧାରଣ ସେବା କେନ୍ଦ୍ର, ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସ ପରିଦର୍ଶନ କରି ପଞ୍ଜିକରଣ କରିପାରିବ। ଏହି ଯୋଜନାର ଲାଭ ଉଠାଇବାକୁ କେବଳ ଆଧାର ନମ୍ବର ଏବଂ ବ୍ୟାଙ୍କ ପାସବୁକ୍ ଆବଶ୍ୟକ ହେବ।