Advertisement
Photo Details/zeeodisha/odisha2406719
photoDetails0hindi

Mahalaxmi Yoga: ଦିର୍ଘ ଦଶନ୍ଦି ପରେ ମହାସଂଯୋଗ, ମହାଲକ୍ଷ୍ମୀ ଯୋଗ ପ୍ରଭାବରୁ ଧନୀ ହେବେ ଏହିସବୁ ରାଶି!

Mahalaxmi Yoga: ନବଗ୍ରହଙ୍କ ମଧ୍ୟରୁ ଚନ୍ଦ୍ରଙ୍କ ସ୍ଥାନ ବେଶ୍ ଗୁରୁତ୍ବପୂର୍ଣ୍ଣ। ବୈଦିକ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ, ଚନ୍ଦ୍ର ରାଶି ପରିବର୍ତ୍ତନ କରିବା ପାଇଁ ଅଢେଇ ଦିନ ସମୟ ନେଇ ଥାଆନ୍ତି। ଏହି କ୍ରମରେ ଆସନ୍ତାକାଲି ଦିନ ୧୧ ଟା ୪୦ ମିନିଟ୍ ସମୟରେ ଚନ୍ଦ୍ର ମିଥୁନରୁ କର୍କଟ ରାଶିକୁ ଚଳନ କରିବେ। ଏଭଳି ସ୍ଥିତିରେ, ସେହି ରାଶିରେ ପୂର୍ବରୁ ରକ୍ତ, ସମ୍ପର୍ତ୍ତି, କ୍ରୋଧ ଓ ସାହାସର କାରକ ମଙ୍ଗଳ ବିରାଜମାନ ଅଛନ୍ତି।  ଗୋଟିଏ ରାଶିରେ ଚନ୍ଦ୍ର-ମଙ୍ଗଳଙ୍କ ଅପୂର୍ବ ମିଳନ ମହାଲକ୍ଷ୍ମୀ-ଯୋଗ ସୃଷ୍ଟି କରୁଛି।  ଜାତକ ବା ରାଶିରେ ମଙ୍ଗଳ ଙ୍କ ସ୍ଥାନ ମଜବୁତ୍ ରହିଲେ ବ୍ୟକ୍ତି ଜୀବନରେ ସାହାସୀ ହେବା ସହ ପ୍ରତ୍ୟକ କ୍ଷେତ୍ରରେ ସଫଳତା ପାଇଥାଏ। ତେବେ, ଆସନ୍ତୁ ଜାଣିବା କେଉଁ ସବୁ ରାଶିଙ୍କ ପାଇଁ ମହାଲକ୍ଷ୍ମୀ ଯୋଗ ଶୁଭଫଳ ପ୍ରଦାନ କରିବାକୁ ଯାଉଛି।....

1/3
ମେଷ: ମହାଲକ୍ଷ୍ମୀ ଯୋଗର ପ୍ରଭାବ ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ। ପ୍ରତ୍ୟକ କାର୍ଯ୍ୟରେ ଭାଗ୍ୟ ଆପଣଙ୍କ ସାଥ୍ ଦେବ। ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। ବ୍ୟବସାୟରେ ଆର୍ଥିକ ଲାଭ ସହ କୌଣସି ବଡ଼ ଡିଲ୍ ପାଇନାଲ୍ ହୋଇପାରେ। ଦିର୍ଘ ଦିନ ଧରି ଚାକିରି ଅପେକ୍ଷାରେ ଥିବା ଲୋକଙ୍କୁ ଭଲ ଚାକିରି ମିଳିବ। କଳା, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ଜଡ଼ିତ ଲୋକେ କୌଣସି ସ୍ଥାନରେ ସମ୍ମାନୀତ ହୋଇପାରନ୍ତି। ଏହି ଅବଧି ମଧ୍ୟରେ ଗାଡି଼ କିଣିପାରନ୍ତି। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ। ପ୍ରେମୀ ମାନେ ନିଜ ସାଥୀଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ଶୁଣିପାରନ୍ତି।    ALSO READ: Weekly Horoscope: ଏହିସବୁ ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ ସେପ୍ଟେମ୍ବରର ପ୍ରଥମ ସପ୍ତାହ, ପଢନ୍ତୁ ସାପ୍ତାହିକ ରାଶିଫଳ

2/3
କନ୍ୟା:  ମହାଲକ୍ଷ୍ମୀ ଯୋଗ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଧନବାନ୍ କରିବ। ଏହି ସମୟ ମଧ୍ୟରେ ବ୍ୟବସାୟୀ ମାନେ ନୂତନ ସମ୍ପତ୍ତି କିଣିବେ। ସେୟାର ମାର୍କେଟ୍ ରେ ଟଙ୍କା ବିନିଯୋଗ କଲେ, ଭଲ ଲାଭ ପାଇବେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ନୂତନ ବ୍ୟବସାୟ ଆରମ୍ଭ କରିବାକୁ ସମୟ ଭଲ ରହିଛି। କର୍ମକ୍ଷେତ୍ରରେ ପଦୋନ୍ନିତି ମିଳିବା ସହ ଦରମା ବଢିବ। ଆର୍ଥିକ ସ୍ଥିତି ମଜବୁତ୍ ହେବା । ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଥିବା ତିକ୍ତତା ଦୂର ହେବ। ଅବିବାହିତମାନେ ଭଲ ଜୀବନ ସାଥୀ ପାଇବେ। 

3/3
ଧନୁ:  ମହାଲକ୍ଷ୍ମୀ ଯୋଗର ପ୍ରଭାବ ଏହି ରାଶି ଉପରେ ରହିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ।  ଦିର୍ଘ ଦିନ ଆଶା ପୂରଣ ହେବ। ବିଦେଶ ଯାତ୍ରା କରିବେ। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବା ସହିତ ଆୟର ନୂତନ ଉତ୍ସ ଖୋଲିବ। ଆସନ୍ତା ମାସ ଶେଷ ସୁଧା କ୍ୟାରିୟରକୁ ନେଇ କୌଣସି ବଡ଼ ଖବର ପାଇବେ। ବୈବାହିକ ଜୀବନ ସୁଖମୟ ହେବ। ରାଜନୀତି କ୍ଷେତ୍ରରେ ଜଡ଼ିତ ଥିବା ଲୋକେ ଦଳ ପକ୍ଷରୁ କୌଣସି ବଡ଼ ଦାୟିଦ୍ବ ବା ପଦ ପାଇପାରନ୍ତି। ସ୍ବାସ୍ଥ୍ୟରେ ଉନ୍ନତି ହେବା ସହ ପରିବାରରେ ହସଖୁସିର ମାହୋଲ୍ ଦେଖିବାକୁ ମିଳିବ।    (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)