Advertisement
Photo Details/zeeodisha/odisha2429277
photoDetails0hindi

Weekly Career Horoscope: କ୍ୟାରିୟରକୁ ନେଇ ଖୁସି ଖବର ପାଇବେ ଏହିସବୁ ରାଶି, ଚାକିରିରେ ମିଳିବ ପଦୋନ୍ନତି ସାଙ୍ଗକୁ...

Weekly Career Horoscope 16 to 22 September 2024: ସେପ୍ଟେମ୍ବରର ଏହି ତୃତୀୟ ସପ୍ତାହରେ ବୁଦ୍ଧାଦିତ୍ୟ ରାଜଯୋଗ ସୃଷ୍ଟି ହେଉଛି। ଯାହାକି କ୍ୟାରିୟରରେ ଉନ୍ନତି ଆଣିବା ସହ ବ୍ୟବସାୟୀଙ୍କ ପାଇଁ ବେଶ୍ ଶୁଭ ସମୟ ବୋଲି କୁହାଯାଇପାରିବ।  ଏହି ଯୋଗର ପ୍ରଭାବ ହେତୁ, ସିଂହ ଓ ଧନୁ ସହିତ ୫ ରାଶିର ଲୋକେ ପ୍ରତ୍ୟକ କ୍ଷେତ୍ରରେ ସଫଳତା ପାଇବେ। ତେବେ, ଆସନ୍ତୁ ଜାଣିବା କ୍ୟାରିୟରକୁ ନେଇ କେଉଁ କେଉଁ ରାଶିର ଲୋକେ ଆଗାମୀ ସପ୍ତାହରେ ଖୁସି ଖବର ପାଇବେ।  

1/12

ମେଷ: ଆଗାମୀ ସପ୍ତାହ ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଖାସ୍ ହେବାକୁ ଯାଉଛି। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପରିବାର ସଦସ୍ୟଙ୍କ ମଧ୍ୟରେ ଲାଗି ରହିଥିବା ଭୁଲ୍ ବୁଝାବଣା ଦୂର ହେବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ନିଜ ବନ୍ଧୁ ମାନଙ୍କ ଠାରୁ ସାହାର୍ଯ୍ୟ-ସହଯୋଗ ପାଇପାରନ୍ତି। କର୍ମକ୍ଷେତ୍ରରେ ମହିଳାମାନେ କୌଣସି ପ୍ରକାର ଅସୁବିଧାର ସମ୍ମୁଖିନ ହୋଇପାରନ୍ତି। ନିଜର ସହକର୍ମୀଙ୍କ ଦ୍ବାରା ବିଶ୍ବାସଘାତକତାର ଶୀକାର ହୋଇପାରନ୍ତି । ତେଣୁ ସତର୍କତାର ସହ ସହକର୍ମୀଙ୍କ ସହ ଚଳିବାକୁ ପଡିବ। ବ୍ୟବସାୟୀମାନେ ନିଜର ବାକି ପଡିଥିବା ଟଙ୍କା ପାଇବେ। 

ALSO READ: Shani Gochar 2024: ଏହିସବୁ ରାଶିଙ୍କ ଉପରେ ରହିବ ଶନିଙ୍କ କୃପା, ୨୦୨୫-ମାର୍ଚ୍ଚ ପର୍ଯ୍ୟନ୍ତ ରହିବନି ଧନର ଅଭାବ!

ALSO READ: Budh Asta 2024: ବୁଧଙ୍କ ଅସ୍ତ ବଦଳାଇବ ଏହିସବୁ ରାଶିଙ୍କ ଭାଗ୍ୟ, ମିଳିବ ଚାକିରିରେ ପଦୋନ୍ନତି ସାଙ୍ଗକୁ...

2/12

ବୃଷ: ଏହି ରାଶିର ଲୋକଙ୍କ ପାଇଁ ଆଗାମୀ ସପ୍ତାହ ଅତ୍ୟନ୍ତ ଶୁଭ ରହିବ। ସହକର୍ମୀଙ୍କ ସହ ଅଫିସ୍ ରେ ପାର୍ଟି କରିବେ। ଲାଗି ରହିଥିବା ଆର୍ଥିକ ସମସ୍ୟା  ଦୂର ହେବ।  ଆଗାମୀ ସପ୍ତାହ ପ୍ରେମୀ ମାନଙ୍କ ପାଇଁ ଅତ୍ୟନ୍ତ ଖାସ୍ ରହିବ। ନିଜ ସାଥୀଙ୍କ ସହ ଡେଟ୍ ରେ ଯିବା ସହ କୌଣସି ପ୍ରକାର ଖୁସି ଖବର ପାଇବେ। ପରପ୍ପର ମଧ୍ୟରେ ପ୍ରେମ ବଢିବ। ଦୂରଯାତ୍ରା ରୁ ନିବୃତ୍ତ ରହିବା ଭଲ । ନଚେତ୍ କୌଣସି ପ୍ରକାର ଅଘଟଣର ସାମ୍ନା କରିବାକୁ ପଡିପାରେ। ଏହି ସପ୍ତାହରେ କ୍ୟାରିୟରକୁ ନେଇ କୌଣସି ପ୍ରକାର ଗୁରୁତ୍ବପୂର୍ଣ୍ଣ ନିସ୍ପତି ନେବେ। ବ୍ୟବସାୟୀମାନେ ସପ୍ତାହ ଶେଷ ବେଳକୁ ବ୍ୟବସାୟରେ ଲାଭ ପାଇବେ। 

 

3/12

ମିଥୁନ: ଆଗାମୀ ସପ୍ତାହରେ ଏହି ରାଶିର ଲୋକେ ସଫଳତାର ପାହାଚ ଚଢିବେ। କର୍ମକ୍ଷେତ୍ରରେ ପଦୋନ୍ନତି ସହ ଦରମା ବଢିପାରେ। ଅଫିସ୍ କାର୍ଯ୍ୟରେ ରାଜ୍ୟ ବାହାରକୁ ଟୁର୍ ଯିବାକୁ ପଡିପାରେ। ବ୍ୟବସାୟୀମାନଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। ଏ-ହି ସମୟରେ ଆର୍ଥିକ ଦେଣନେଣ କରିପାରିବେ। କିନ୍ତୁ ବ୍ୟବସାୟରେ ହଠାତ୍ କ୍ଷତିର ସାମ୍ନା କରିବାକୁ ବି ପଡିପାରେ। ଦୂରଯାତ୍ରାରୁ ଶୁଭଫଳ ପାଇବେ। ପତି-ପତ୍ନୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ଫଳରେ ଆୟ ଠାରୁ ବ୍ୟୟ ଅଧିକ ରହିବ।

 

4/12

କର୍କଟ: ଏହି ରାଶିରେ ଲୋକେ ଆଗାମୀ ସପ୍ତାହରେ ବାକି ପଡିଥିବା କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବେ। ଆମଦାନୀ-ରପ୍ତାନୀ ବ୍ୟବସାୟରେ ଜଡି଼ତ ଥିବା ଲୋକଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ।  ନୂତନ ବ୍ୟବସାୟ ଆରମ୍ଭ କଲେ ଦ୍ବି-ଗୁଣିତ ଲାଭ ପାଇବେ। ସାହିତ୍ୟ-କଳା ଓ ରିସର୍ଚ୍ଚ କ୍ଷେତ୍ରରେ ଥିବା ଲୋକେ କୌଣସି ସଭା ସମିତିରେ ସମ୍ମାନୀତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାକୁ ନେଇ ମାନସିକ ଆଶାନ୍ତି ଦେଖାଦେବ। ଯେଉଁ ଛାତ୍ରଛାତ୍ରୀମାନେ କମ୍ପିଟେଟିଭ୍ ଏକ୍ସାମ୍ ଦେଉଛନ୍ତି । ସେମାନେ ସେଥିରୁ ଭଲ ରେଜଲ୍ଟ ପାଇବେ। 

5/12

  ସିଂହ:  ଆଗାମୀ ସପ୍ତାହ ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଖାସ୍ ରହିବ।  ଆର୍ଥିକ ସ୍ଥିତି ମଜବୁତ୍ ହେବ। ପାର୍ଟନରସିପ୍ ରେ ଚାଲିଥିବା ବ୍ୟବସାୟରୁ ଲାଭ ପାଇବେ। ବ୍ୟବସାୟରେ ନୂଆ ଯୋଜନାକୁ କାର୍ଯ୍ୟକାରୀ କରିବେ। ରିୟଲି-ଇଷ୍ଟେଟ୍ ବ୍ୟବସାୟୀମାନେ ନୂତନ ପ୍ରୋଜେକ୍ଟ ପାଇବେ। ଯେଉଁଥିରୁ ଅଧିକ ଲାଭବାନ୍ ହେବେ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି । ସେମାନଙ୍କୁ ଭଲ ଚାକିରି ମିଳିପାରେ। ପାରିବାରରେ ହସ-ଖୁସିର ମାହୋଲ ଦେଖିବାକୁ ମିଳିବ। ଅଯଥା-ଟେନସନରୁ ଦୂରେଇ ରହିବା ଭଲ। ସପ୍ତାହ ଶେଷ ବେଳକୁ ନିଜ ପୁରୁଣା ବନ୍ଧୁ ସହ ଭେଟ ହୋଇପାରେ। 

6/12

କନ୍ୟା:  ଆସନ୍ତା ସପ୍ତାହ ଏହି ରାଶିଙ୍କ ପାଇଁ ଅତ୍ୟନ୍ତ ଅଶୁଭ ରହିବ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ଷଡଯନ୍ତ୍ରରେ ଫସି ପାରନ୍ତି। ବରିଷ୍ଠ ଅଧିକାରୀଙ୍କ ସହ କୌଣସି କଥାକୁ ନେଇ ବିବାଦ ଦେଖାଦେଇପାରେ। ବ୍ୟବସାୟୀମାନଙ୍କ ପାଇଁ ସମୟ ପ୍ରତିକୂଳ ରହିବ। କୌଣସି ସ୍ଥାନରେ ଟଙ୍କା ବିନିଯୋଗ କରନ୍ତୁ ନାହିଁ। ନଚେତ୍ କ୍ଷତି ସହିବେ।  ପିତା-ମାତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସମସ୍ୟା ଦେଖାଦେବ।  ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଟଙ୍କା ପଇସାକୁ ନେଇ ଝଗଡା ହୋଇପାରେ। ତେଣୁ -ଅଯଥା ବିବାଦରୁ ନିଜକୁ ଦୂରେଇ ରଖିବା ଭଲ। 

 

7/12

ତୁଳା:  ଏହି ରାଶିର ଶୁଭ ସମୟ ସେପ୍ଟେମ୍ବର ୧୬ ତାରିଖରୁ ଆରମ୍ଭ ହେବ। ବିଶେଷକରି, ବ୍ୟବସାୟୀମାନେ ଆର୍ଥିକ ବିନିଯୋଗ ପାଇଁ ସମୟ ବେଶ୍ ଶୁଭ ରହିବ। ଲଟେରୀ- ପରୁଣା ବିନିଯୋଗକୁ ବଡ଼ ଧରଣର ଲାଭ ପାଇବେ। ଟଙ୍କା ସଂଚୟ କରିବାରେ ସମର୍ଥ ହେବେ। ସପ୍ତାହ ଶେଷ ବେଳକୁ କ୍ୟାରିୟରକୁ ନେଇ କୌଣସି ପ୍ରକାର ଗୁରୁତ୍ବପୂର୍ଣ୍ଣ ଖବର ମିଳିପାରେ। ଘରେ ସୁଖ-ସମୃଦ୍ଧି ବୃଦ୍ଧି ପାଇବା । ଚାକିରିଆମାନେ କର୍ମକ୍ଷେତ୍ରରେ ପ୍ରଂଶସା ସାଉଁଟିବେ। ପୁରୁଣା ରୋଗରୁ ମୁକ୍ତି ମିଳିବା ସହ ସ୍ବାସ୍ଥ୍ୟ ଭଲ ରହିବ।

 

8/12

ବିଛା: ଆମାଗୀ ସପ୍ତାହ ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ରହିବ। ପ୍ରତ୍ୟକ କ୍ଷେତ୍ରରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। ସହକର୍ମୀମାନେ ପ୍ରତ୍ୟକ କାର୍ଯ୍ୟରେ ସମର୍ଥନ କରିବେ। ବ୍ୟବସାୟୀମାନେ ଏହି ସମୟରେ କୌଣସି ବଡ଼ ଡିଲ୍ ଫାଇନାଲ୍ କରିବେ। ଦୂରଯାତ୍ରା ସ୍ଥଗିତ ରଖନ୍ତୁ। ଅବିବାହିତଙ୍କ ବିବାହ ଯୋଗ ଫିଟିବ। ଘରକୁ ଭଲ ବିବାହ ପ୍ରସ୍ତାବ ଆସିବ। ପ୍ରେମୀମାନଙ୍କ ପାଇଁ ସମୟ ଭଲ ରହିବ। ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ।

 

9/12

ଧନୁ:  ଆଗାମୀ ସପ୍ତାହ ଧନୁ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ ରହିବ। କର୍ମକ୍ଷେତ୍ରରେ ଅଗ୍ରଗତି କରିବେ। ପେଣ୍ତି ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବେ।  ଆର୍ଥିକ ସ୍ଥିତି ମଜବୁତ୍ ହେବ। ସହଭାଗିତା ବା ପାର୍ଟନରସିପ୍ ଚାଲିଥିବା ବ୍ୟବସାୟରୁ ପ୍ରଚୁର  ଲାଭ ପାଇବେ। ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ । ନଚେତ୍ ପାରିବାରରେ ଅଶାନ୍ତି ସୃଷ୍ଟି ହୋଇପାରେ। ପରିବାରରେ ହସ-ଖୁସିର ମାହୋଲ୍ ଦେଖିବାକୁ ମିଳିବ। ସ୍ବାସ୍ଥ୍ୟରେ ଉନ୍ନତି ହେବ। ସପ୍ତାହ ଶେଷ ବେଳକୁ କୌଣସି ପ୍ରକାର ଦୁଃଖ ଖବର ପାଇ ମନ ବ୍ୟଥିତ ହୋଇପାରେ।

10/12

ମକର: ଆସନ୍ତା ସପ୍ତାହରେ ମକର ରାଶିର ଲୋକେ ବ୍ୟବସାୟରେ ଅଗ୍ରଗତି କରିବ। ସଫଳତାର ନୂଆ ସ୍ବାଦ ଚାଖିବେ। କଠିନ ପରିଶ୍ରମର ଫଳ ପାଇବେ। ବିଶେଷକରି, ଟେକ୍ସ ଟାଇଲ୍ ଓ ମଧ୍ୟମ ଧରଣର ବ୍ୟବସାୟୀଙ୍କ ବେପାର-ବାଣିଜ୍ୟରେ ଅଧିକ ଲାଭ ପାଇବେ।  ନୂଆ ଗାଡି କିମ୍ବା ଜମି କିଣିପାରନ୍ତି। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ। ପିଠି- ଆଣ୍ଠୁ ଜନିତ ପୀଡା ଭୋଗିବେ।  ଘରେ କୌଣସି ପ୍ରକାର ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ପ୍ରେମୀଙ୍କ ପାଇଁ ସମୟ ଆଦୌ ଭଲ ରହିବ ନାହିଁ। ନିଜ ପରିବାର ଲୋକଙ୍କ ସହିତ ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି।

11/12

କୁମ୍ଭ: ଏହି ରାଶିର ଲୋକଙ୍କ ପାଇଁ ଆଗାମୀ ସପ୍ତାହ ମିଶ୍ରିତ ଫଳ ପ୍ରଦାନ କରିବ। କର୍ମକ୍ଷେତ୍ରରେ କାର୍ଯ୍ୟ ଭାର ବୃଦ୍ଧି ପାଇବ। ଫଳରେ ଟେନସନ୍ ବଢିବ।  ବ୍ୟବସାୟୀମାନେ ନିଜ ପାର୍ଟନରଙ୍କ ଦ୍ବାରା ଠକେଇର ଶୀକାର ହୋଇପାରନ୍ତି। ତେଣୁ କୌଣସି ପ୍ରକାର ଗୁରୁତ୍ବପୂର୍ଣ୍ଣ କାଗଜପତ୍ରରେ ଦସ୍ତଖସ କରୁଥିବା ସମୟରେ ଧ୍ୟାନ ଦେବା ଜରୁରୀ। ସପ୍ତାହ ଶେଷ ବେଳକୁ ସପିଂରେ ଅଧିକ ଟଙ୍କା ଖର୍ଚ୍ଚ ହୋଇପାରେ। ନିଜ ସନ୍ତାନ ମାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇପାରନ୍ତି।

 

12/12

ମୀନ: ସପ୍ତାହ ଆରମ୍ଭରୁ ବ୍ୟବସାୟୀମାନେ ଆର୍ଥିକ କ୍ଷତି ସହିବେ। ନୂତନ ବିନିଯୋଗରୁ ନିବୃତ୍ତ ରୁହନ୍ତୁ।  କର୍ମକ୍ଷେତ୍ରରେ ସହକର୍ମୀଙ୍କ ଦ୍ବାରା ରଚାଯାଇଥିବା ଷଡଯନ୍ତ୍ରକୁ ପଣ୍ତ କରିବେ। ଆଇଟି, ରିସର୍ଚ୍ଚ ଓ ଡାକ୍ତରୀ କ୍ଷେତ୍ରରେ ଜଡି଼ତ ଥିବା ଲୋକଙ୍କ ପାଇଁ ସମୟ ଭଲ ରହିବ। ପଦୋନ୍ନତି ପାଇବା ସହ ସମ୍ନାନୀତ ହୋଇପାରନ୍ତି। ସ୍ବାସ୍ଥ୍ୟ ଭଲ ରହିବା ସହ ଦାମ୍ପତ୍ୟ ଜୀବନ ସୁଖମୟ ହେବ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)