Advertisement
Photo Details/zeeodisha/odisha2365782
photoDetails0hindi

Career Horoscope Today: କର୍ମକ୍ଷେତ୍ରରେ ଶୁଭଫଳ ପାଇବେ ଏହିସବୁ ରାଶି, ମିଳିବ ପଦୋନ୍ନତି ସହ ...

Career Horoscope Today: ଆଜି ଅଗଷ୍ଟ ୩ ଶ୍ରାବଣର ମାସର ଦ୍ବୀତିୟ ଶନିବାର। ଶନିମହାରାଜ୍ ଓ ଶଶ ରାଜଯୋଗ ଶୁଭ ସମକକ୍ଷ ପ୍ରଭାବରୁ  ମିଥୁନ ଏବଂ ମକର ସହିତ ୫ ରାଶିଙ୍କ ଭାଗ୍ୟ ଉଦୟ ହେବ। ସେମାନଙ୍କୁ କର୍ମକ୍ଷେତ୍ରରେ ଶୁଭଫଳ ମିଳିବା ସହ ବ୍ୟବସାୟୀମାନେ ବାଣିଜ୍ୟ ବ୍ୟାପାରରେ ଶୁଭଫଳ ପାଇବେ। ତେବେ, ଆସନ୍ତୁ ଜାଣିବା ରାଶି ଚକ୍ରରେ ଥିବା ୧୨ଟି ରାଶିଙ୍କ ଦିନ ଆଜି କର୍ମକ୍ଷେତ୍ରରେ କିଭଳି କଟିବ?

 

1/12

ମେଷ: ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଅତ୍ୟନ୍ତ  ଭଲ ରହିବ। କର୍ମକ୍ଷେତ୍ରରେ ପ୍ରତ୍ୟକ କାର୍ଯ୍ୟରେ ସହକର୍ମୀଙ୍କ ସାହାର୍ଯ୍ୟ ଲୋଡିବେ। ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ତାରିଫ୍ କରିବେ। ଅନ୍ୟମାନଙ୍କ ପ୍ରତି ଆପଣଙ୍କ ଆଚରଣ ଅତ୍ୟନ୍ତ ଦୟାଳୁ ସ୍ବାଭାବର ରହିବ। ନିଜ ସାଥୀଙ୍କ ସ୍ବାସ୍ଥ୍ୟର ଅବସ୍ଥା ଖରାପ ରହିବ। ଯାହାକୁ ନେଇ ଚିନ୍ତାରେ ରହିବେ। ସନ୍ଧ୍ୟା ସମୟରେ କୌଣସି ଏକ ବଡ଼ ଖବର ପାଇପାରନ୍ତି। 

ALSO READ: Today Horoscope: କ୍ରୋଧକୁ ନିୟନ୍ତ୍ରଣରେ ନ ରଖିଲେ ଅସୁବିଧାରେ ପଡି଼ବେ ଏହିସବୁ ରାଶି, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

2/12

ବୃଷ: ଏହି ରାଶିର ଲୋକଙ୍କ ଦିନଟି ମଉଜ ମଜଲିସ୍ ରେ କଟିବ। କର୍ମକ୍ଷେତ୍ରରେ କୌଣସି ପାର୍ଟି ବା କାର୍ଯ୍ୟକ୍ରମରେ ଯୋଗ ଦେବାର ସମ୍ଭାବନା ରହିଛି। ସହକର୍ମୀଙ୍କ ସହ କୌଣସି ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି। ଉତ୍ତମ ଭୋଜନ ମଧ୍ୟ କରିପାରନ୍ତି। ସନ୍ଧ୍ୟା ସମୟରେ ଘରକୁ ଅତିଥିଙ୍କ ଆଗମନ ହୋଇପାରେ। ଅବିବାହିତମାନେ ନିଜ ସାଥୀଙ୍କ ସହ ଏକ ରୋମାଣ୍ଟିକ୍ ଡେଟ୍ ରେ ଯାଇପାରନ୍ତି। 

3/12

ମିଥୁନ: ମିଥୁନ ରାଶିର ଲୋକଙ୍କ ପାଇଁ ଦିନଟି ଶୁଭ ରହିବ। କର୍ମକ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ପାଇବ। ସହକର୍ମୀଙ୍କ ପ୍ରିୟ ହେବେ। ବରିଷ୍ଠ ଅଧିକାରୀ କୌଣସି ବଡ଼ ଦାୟିତ୍ବ ଆପଣଙ୍କୁ ଦେଇପାରନ୍ତି। ଆୟ ବୃଦ୍ଧି ହେବା ସହ ନୂଆ ସମ୍ପତ୍ତି କ୍ରୟ କରିପାରନ୍ତି। ସାରା ଦିନ ବ୍ୟସ୍ତତା ଭିତରେ କଟିବ। ଥକ୍କା ଅନୁଭବ କରିବେ। ଦୂରଯାତ୍ରା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ନିଜ ପତ୍ନୀଙ୍କ ସହ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। 

4/12

କର୍କଟ: ଆଜି କ୍ୟାରିୟରରେ ବଡ଼ ସଫଳତା ପାଇବେ। ବେକାରିମାନେ ଆଜି କୌଣସି ସ୍ଥାନରୁ ନିଯୁକ୍ତି ଅଫର ପାଇପାରନ୍ତି। ଆକସ୍ମିକ ଧନଲାଭର ଯୋଗ ରହିଛି । ବ୍ୟବସାୟୀମାନଙ୍କ ପାଇଁ ଦିନଟି ଭଲ ରହିବ। ଆଶା କରୁଥିବା ଦିଗରୁ ଟଙ୍କା ମିଳିବ। ପୂର୍ବ ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କରାଇବେ। ସନ୍ଧ୍ୟା ସମୟରେ କୌଣସି ସ୍ଥାନକୁ ଦୂର ଯାତ୍ରା କରିବାକୁ ପଡିପାରେ।  

 

5/12

ସିଂହ: ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଖାସ୍ ରହିବ। ଦଳ ପକ୍ଷରୁ କୌଣସି ବଡ଼ ଦାୟିତ୍ବ ମିଳିପାରେ। ଦିର୍ଘ ଦିନର ଆଶା ପୂରଣ ହେବ। ନିଜ ସନ୍ତାନ ମାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇପାରନ୍ତି। ବ୍ୟବସାୟୀମାନେ କୌଣସି ବଡ଼ ଡିଲ୍ ଫାଇନାଲ୍ କରିପାରନ୍ତି। ପିତାମାତାଙ୍କ ସେବାରେ ଦିନଟି ଅତିବାହିତ ହେବ। ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। 

 

6/12

କନ୍ୟା:  ଏ-ହି ରାଶିର ଲୋକଙ୍କୁ ଆଜି ସତର୍ତ ରହିବାକୁ ପଡିବ। ବ୍ୟବସାୟୀମାନେ କୌଣସି ଅର୍ଥ ବିନିଯୋଗ କରନ୍ତୁ ନାହିଁ । ନଚେତ୍ କ୍ଷତି ସହିବାର ସମ୍ଭାବନା ରହିଛି। ହେବାକୁ ଥିବା କାର୍ଯ୍ୟ ସ୍ଥଗିତ ହୋଇପାରେ। ଅଯଥା ଖର୍ଚ୍ଚ ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ଦେଖାଦେଇପାରେ।  ତେଣୁ ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ। କର୍ମକ୍ଷେତ୍ରରେ ମନ ଅଶାନ୍ତ ରହିବ।  

7/12

ତୁଳା : ଏ-ହି ରାଶିର ବ୍ୟକ୍ତି ବିଶେଷ ଆଜି ଦିନରେ ମିଶ୍ରିତ ଫଳ ପାଇବେ। କର୍ମକ୍ଷେତ୍ରରେ ବିଶେଷ ସଫଳତା ହାସଲ କରିବେ। ପଦୋନ୍ନତି ହେବାର ଖବର ପାଇ ପାରନ୍ତି। ଆୟର ନୂତନ ଉତ୍ସ ସୃଷ୍ଟି ହେବ। ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବ। ନିଜ ସାଥୀ ଆପଣଙ୍କୁ ପ୍ରତ୍ୟକ କାର୍ଯ୍ୟରେ ସମର୍ଥନ କରିବେ। ଉଚ୍ଚ ଶିକ୍ଷା ପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

8/12

ବିଛା :  ଏହି ରାଶିର ଲୋକଙ୍କୁ ଆଜି ଜଗିରଖି ଚଳିବାକୁ ପଡି଼ବ।  କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହ ବିବାଦ ଦେଖାଦେଇପାରେ। କର୍ମକ୍ଷେତ୍ରରେ ଚାପ ଅଧିକ ରହିବ। ଗାଡି଼ ଚଳାଇବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ନିଜ ସାଥୀଙ୍କ ସହ ମନୋମାଳିନ୍ୟ ହୋଇପାରେ। ବ୍ୟବସାୟୀମାନେ କ୍ଷତି ସହିପାରନ୍ତି। ତରବରିଆ ଭାବେ କୌଣସି ନିସ୍ପତ୍ତି ନିଅନ୍ତୁ ନାହିଁ।  

9/12

ଧନୁ:  ଧନୁ ରାଶିର ଲୋକଙ୍କ ପାଇଁ ଦିନଟି ମଧ୍ୟ ଭଲ ରହିବ ନାହିଁ। କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଉପୁଜିପାରେ। ସହକର୍ମୀମାନେ ଆପଣଙ୍କ ବିରୋଧରେ ଷଡଯନ୍ତ୍ର କରିପାରନ୍ତି।  ପାର୍ଟନରସିପ୍ ରେ କରୁଥିବା ବ୍ୟବସାୟ କରୁଥିବା ବ୍ୟବସାୟୀମାନେ ସତର୍କ ରୁହନ୍ତୁ। ଆଜି ଭାବିଚିନ୍ତି ବ୍ୟବସାୟରେ ଅର୍ଥ ବିନିଯୋଗ କରନ୍ତୁ। 

 

10/12

ମକର: ଏହି ରାଶିଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। କର୍ମକ୍ଷେତ୍ରରେ ଭଲ ମାହୋଲ ରହିବ। ସମସ୍ତଙ୍କ ପ୍ରିୟ ଭାଜନ ହେବେ। ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତି ଭଲ ରହିବ। ଖର୍ଚ୍ଚ ବୃଦ୍ଧି ପାଇବ। ବ୍ୟବସାୟୀମାନେ ଦୂରଯାତ୍ରାରୁ ଲାଭବାନ୍ ହେବେ। ଘରେ କୌଣସି ଶୁଭ କାର୍ଯ୍ୟ ହୋଇପାରେ। ଗାଡି଼ ଚଳାଇବା ସମୟରେ ସତର୍କ ରୁହନ୍ତୁ।  

 

11/12

କୁମ୍ଭ: ଆଜି ବ୍ୟବସାୟୀମାନଙ୍କ ସମୟ ଅନୁକୂଳ ରହିଛି। ବ୍ୟବସାୟ ରୋଜଗାର ବଢିବା ସହ ଅବାଞ୍ଛିତ ସଫଳତା ମିଳିବ । ଅବିବାହିତମାନେ ନିଜ ଜୀବନସାଥୀଙ୍କ ସହ ଏକ ରୋମାଣ୍ଟିକ୍ ଡେଟ୍ ରେ ଯାଇପାରନ୍ତି। ଦିର୍ଘ ଦିନ ଧରି ଚାଲିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ଏନେଇ କୌଣସି ପ୍ରକାର ଏକ ଖିସି ଖବର ଅପରାହ୍ନରେ ମିଳିପାରେ। ଶୁଭ କିମ୍ବା ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଆୟ-ବଢିବା ସହ ଅସହାୟ ଲୋକଙ୍କୁ ସାହାର୍ଯ୍ୟ କରିପାରନ୍ତି। 

 

12/12

ମୀନ: ଏହି ରାଶିର ଲୋକଙ୍କ ପାଇଁ ଦିନଟି ଅଶୁଭ ରହିବ। ଅଯଥା ଖର୍ଚ୍ଚ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ କୌଣସି କଥାକୁ ନେଇ ବରିଷ୍ଠ ଅଧିକାରୀଙ୍କ ସହ ବିବାଦ ଦେଖାଦେଇପାରେ। ଯାହାକୁ ନେଇ ଆପଣ ଚାପରେ ରହିବେ। ଦିର୍ଘ ଦିନ ଧରି ପଡ଼ି ରହିଥିବା ସରକାରୀ କାର୍ଯ୍ୟକୁ ଆଜି ସାରିବାରେ ସଫଳ ହେବେ। ଶତ୍ରୃଙ୍କ ଚକ୍ରବୃହରେ ଫସି ପାରନ୍ତି । ବ୍ୟବସାୟୀମାନେ କୌଣସି କାର୍ଯ୍ୟପାଇଁ ଧାର-କରଜ କରିପାରନ୍ତି। ପାରିବାରିକ ଜୀବନରେ ଝଡ଼ ଉଠିପାରେ।  

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)