Advertisement
Photo Details/zeeodisha/odisha2339488
photoDetails0hindi

Career Horoscope Today: ଆଜି କର୍ମକ୍ଷେତ୍ରରେ ସଫଳତା ପାଇବେ ଏହିସବୁ ରାଶି, ବ୍ୟବସାୟୀଙ୍କ ପାଇଁ ଦିନଟି ରହିବ ଅନୁକୂଳ!


Career Horoscope Today: ଆଜି ଜୁଲାଇ ୧୭ ବୁଧବାର। ଆଜି ଦେବସାୟାଣୀ ଏକାଦଶୀ ଓ ସର୍ବାଥ ସିଦ୍ଧି ଯୋଗ ସୃଷ୍ଟି ହୋଇଛି । ଏହି ଶୁଭ ସମକକ୍ଷ ପ୍ରଭାବରୁ ବିଷ୍ଣୁଙ୍କ ଆର୍ଶିବାଦରୁ  ସିଂହ ଓ ଧନୁ ରାଶି ସମେତ ୫ ରାଶିର ଲୋକଙ୍କ ଭାଗ୍ୟ ଉଜ୍ଜଳମୟ ହେବ। କର୍ମକ୍ଷେତ୍ରରେ କ୍ଷ୍ୟାତି ଅର୍ଜନ କରିବା ସହିତ ବ୍ୟବସାୟୀମାନଙ୍କର ବେପାର -ବାଣିଜ୍ୟରେ ଲାଭ ହେବ। ଚାକିରିଆ ମାନଙ୍କ ପାଇଁ ମଧ୍ୟ ଦିନଟି ଶୁଭ ରହିବ। ତେବେ, ଆସନ୍ତୁ ଜାଣିବା ୧୨ଟି ରାଶିର ବ୍ୟକ୍ତିଙ୍କ ଦିନ କର୍ମକ୍ଷେତ୍ରରେ କେମିତି କଟିବ?

 

1/12

ମେଷ: ଏହି ରାଶିର ଲୋକଙ୍କ ଦିନଟି ଅନୁକୂଳ ରହିବ। କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତି କରିବେ। କାର୍ଯ୍ୟାଳୟରେ ଅନ୍ୟ ଦିନ ଅପେକ୍ଷା ଟିକେ ଆଜି ଚାପ କମ୍ ରହିବ। ବ୍ୟବସାୟୀମାନେ ଆଜି ସନ୍ଧ୍ୟାରେ କୌଣସି ବଡ଼ ଡିଲ୍ ଫାଇନାଲ୍ କରିପାରନ୍ତି। ନିଜ ସାଙ୍ଗ ବା ବନ୍ଧୁ ମାନଙ୍କ ସହ ମଉଜ ମଜଲିସ୍ ରେ ଦିନଟି ଅତିବାହିତ କରିବେ। କୌଣସି ପାର୍ଟିରେ ଯୋଗ ଦେଇପାରନ୍ତି। ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ନିଜ କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ। 

ALSO READ: Today Horoscope: ଆଜି ଏହିସବୁ ରାଶି ପାଇଁ ଉପୁଜିପାରେ ଅଡ଼ୁଆ ପରିସ୍ଥିତି, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର ?

2/12

ବୃଷ: ବୃଷ ରାଶିର ଲୋକମାନଙ୍କ ପାଇଁ ଦିନଟି ଖାସ୍ ରହିବ। କର୍ମକ୍ଷେତ୍ରରେ ଆଶା କରୁଥିବା ଖୁସି ଖବର ପାଇ ପାରନ୍ତି। ପଦୋନ୍ନତି ହେବାର ଖବର ପାଇ ମନ ଆନନ୍ଦିତ ରହିବ। କୌଣସି ବଡ଼଼ ପ୍ରୋଜେକ୍ଟ କାମ ଆପଣଙ୍କୁ ମିଳିପାରେ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯାଇପାରେ। ପ୍ରତ୍ୟକ କାର୍ଯ୍ୟରେ ଆତ୍ମ ବିଶ୍ବାସ ବୃଦ୍ଧି ପାଇବ। ଆଜି କାମ କରିବା ପାଇଁ ଏକ ଅନୁକୂଳ ପରିବେଶ ପାଇବେ। ସମସ୍ତ କାର୍ଯ୍ୟରେ ସହଯୋଗୀମାନେ ସମର୍ଥନ କରିବ।

 

3/12

ମିଥୁନ: କର୍ମକ୍ଷେତ୍ରରେ ଅଯଥା ବିବାଦର ସମ୍ମୁଖିନ ହୋଇପାରନ୍ତି । ସହକର୍ମୀଙ୍କ ସହ ଛୋଟମୋଟ କଥାରେ ଝଗଡା ହୋଇପାରେ। ତେଣୁ ଅଯଥା ବିବାଦରୁ ନିଜକୁ ଦୂରେଇ ରଖନ୍ତୁ । ବ୍ୟବସାୟୀମାନଙ୍କ ପାଇଁ ଦିନଟି ଏତେ ଖାସ୍ ରହିବ ନାହିଁ। ଆଶା କରୁଥିବା ଦିଗକୁ ଅର୍ଥ ମିଳିବ ନାହିଁ। ବେପାର ବାଣିଜ୍ୟ ବାକିରେ ଚାଲିବ। କୌଣସି କାରଣ ପାଇଁ କାହାଠାରୁ ଟଙ୍କା ଧାର ବା କରଜ ଆଣିପାରନ୍ତି। ଯାହାକୁ ନେଇ ଟେନସନରେ ରହିବେ। ଆୟ ଠାରୁ ବ୍ୟୟ ଅଧିକ ରହିବ। ବୟସ୍କ ମାନଙ୍କୁ ସାହାର୍ଯ୍ୟ କରିବେ।  

 

4/12

କର୍କଟ:  କର୍କଟ ରାଶିର ଲୋକଙ୍କର ଦିନଟି ପରୋପକାରରେ ବିତିବ। କର୍ମକ୍ଷେତ୍ରରେ ମୋହୋଲ ଭଲ ରହିବ। ସହକର୍ମୀମାନଙ୍କୁ କାର୍ଯ୍ୟରେ ସହଯୋଗ କରିବେ।  କଠିନ ପରିଶ୍ରମର ଫଳ ପାଇବେ। ଆପଣଙ୍କ କାର୍ଯ୍ୟକୁ ବରିଷ୍ଠ ଅଧିକାରୀ ପ୍ରଶଂସା କରିବେ। କାମ କରିବା ପାଇଁ ମନୋବଳ ବୃଦ୍ଧି ପାଇବ। ସଂନ୍ଧ୍ୟା ସମୟରେ ନିଜ ସାଥୀଙ୍କ ସହ ସମୟ ବିତାଇବେ। ପାରିବାରିକ ଜୀବନ ସୁଖମୟ ହେବା ସହ ଦାମ୍ପତ୍ୟ ଜୀବନରେ ମଧୁରତା ଭରିବ। ଆଜି ଖର୍ଚ୍ଚ ବଢିପାରେ। 

 

5/12

ସିଂହ: ଏ-ହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ସବୁ ଦିଗରୁ ଅନୁକୂଳ ରହିବ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ମିଳିପାରେ। କାର୍ଯ୍ୟାଳୟରେ ଆପଣଙ୍କ କାର୍ଯ୍ୟକୁ ବରିଷ୍ଠ ଅଧିକାରୀ ପ୍ରଶଂସା କରିପାରନ୍ତି।  ପଦୋନ୍ନତି ମିଳିବାର ସମ୍ଭାବନା ରହିଛି । ଦରମା ବୃଦ୍ଧି ହେବ। ଯେଉଁମାନେ ଅବିବାହିତ ଅଛନ୍ତି । ସେମାନେ ନିଜ ସାଥୀଙ୍କ ସହ ଏକ ରୋମାଣ୍ଟିକ୍ ଡେଟ୍ ରେ ଯାଇପାରନ୍ତି। ବ୍ୟବସାୟୀମାନେ କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପାଇଁ ବିଦେଶ ଯାତ୍ରା କରିପାରନ୍ତି। ବ୍ୟବସାୟରେ ଭଲ ଲାଭ ପାଇବା ସହ ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି। 

 

6/12

କନ୍ୟା: ଏହି ରାଶିର ଲୋକଙ୍କୁ ଆଜି ସତର୍କତାର ସହ ଚଳିବାକୁ ପଡି଼ବ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହ ବିବାଦ ଦେଖାଦେଇପାରେ। ଆପଣଙ୍କ କାର୍ଯ୍ୟରେ ସହକର୍ମୀ ବାଧା ସୃଷ୍ଟି କରିପାରନ୍ତି। ଅଯଥା ଖର୍ଚ୍ଚ ବଢିପାରେ।  ଦାମ୍ପତ୍ୟ ଜୀବନରେ ଝଡ଼ ଆସିପାରେ। ପତି-ପତ୍ନୀଙ୍କ ମଧ୍ୟରେ ଝଗଡା ହୋଇପାରେ। ତେଣୁ ଅଯଥା ଯୁକ୍ତିରୁ ଦୂରେଇ ରୁହନ୍ତୁ। ନିଜ ପିଲାମାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇ ପାରନ୍ତି। 

7/12

ତୁଳା: ତୁଳା ରାଶିର ଲୋକଙ୍କ ପାଇଁ ଆଜିର ଦିନ ମଙ୍ଗଳମୟ ହେବ। ପୂର୍ବ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ସକ୍ଷମ ହେବେ। କାର୍ଯ୍ୟାଳୟରେ ନୂତନ କାର୍ଯ୍ୟ ଆରମ୍ଭ କରିବା ନେଇ ଉତ୍ସାହିତ ରହିବେ। କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀ ଓ ସହଯୋଗୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ପୁରୁଣା ବିବାଦର ସମାଧାନ ହେବ। ରିୟଲି ଇ-ଷ୍ଟେଟ୍ ରେ ଜଡ଼ିତ ଲୋକେ ନୂତନ ପ୍ରୋଜେକ୍ଟ କାମ ପାଇବେ।  ଆମଦାମୀ-ରପ୍ତାନୀ କ୍ଷେତ୍ରରେ ଜଡି଼ତ ଥିବା ଲୋକେ କୌଣସି ପ୍ରକାର ଟଙ୍କା ବିନିଯୋଗ କରନ୍ତୁ ନାହିଁ । ବଡ଼ ଧରଣର କ୍ଷତି ସହିବେ। ସରକାରୀ ଚାକିରଆଙ୍କ ପାଇଁ ମଧ୍ୟ ସମୟ ଅନୁକୂଳ ରହିବ। 

8/12

ବିଛା: ବିଛା ରାଶିର ଲୋକଙ୍କ ପାଇଁ ଦିନଟି ଅଶୁଭ ରହିବ। ବ୍ୟବସାୟୀମାନେ ଆର୍ଥିକ କ୍ଷତି ସହିବେ। ସେହିପରି ଚାକିରିଆଙ୍କ କର୍ମକ୍ଷେତ୍ରରେ ଚାପ ଅଧିକ ରହିବ। ସ୍ବାସ୍ଥ୍ୟବସ୍ଥା ଭଲ ରହିବ ନାହିଁ। କୌଣସି କାର୍ଯ୍ୟରେ ଆଜି ସଫଳତା ମିଳିବ ନାହିଁ । ପାରିବାରିକ ସମସ୍ୟା ଦେଖାଦେଇପାରେ। କୌଣସି କାର୍ଯ୍ୟରେ ଦୂର ଯାତ୍ରା କରିପାରନ୍ତି। 

 

9/12

ଧନୁ: ଏହି ରାଶିର ଲୋକଙ୍କ ଆଜି ମିଶ୍ରିତ ଫଳ ମିଳିବ। ପ୍ରିୟ ଜନଙ୍କ ଠାରୁ ସାହାର୍ଯ୍ୟ ପାଇ ପାରନ୍ତି । ଆକସ୍ମିକ ଧନଲାଭର ଯୋଗ ରହିଛି। କଠିନ ପରିଶ୍ରମ ଫଳ ପାଇବେ। କୌଣସି ସ୍ଥାନରୁ ଚାକିରି ଅଫର ମିଳିପାରେ। ବ୍ୟବସାୟୀମାନେ ବ୍ୟବସାୟରେ ଦ୍ବି ଗୁଣିତ ଲାଭ ପାଇ ପାରନ୍ତି । ସନ୍ଧ୍ୟା ସମୟରେ କୌଣସି ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। 

 

10/12

ମକର: ମକର ରାଶିର ଲୋକେ ଆଜି ସତର୍କତାର ସହ ଚଳିବାକୁ ପଡିବ। ଚାକିରିଆ- ବ୍ୟବସାୟୀଙ୍କ ପାଇଁ ଦିନଟି ଖାସ୍ ରହିବ ନାହିଁ। କୌଣସି ନୂଆ ବା ଶୁଭ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। କିନ୍ତୁ ପ୍ରେମୀମାନଙ୍କ ପାଇଁ ଦିନଟି ଭଲ ରହିବ। ଆପଣଙ୍କୁ କେହି ଜଣେ କର୍ମକ୍ଷେତ୍ରରେ ପ୍ରେମ ନିବେଦନ କରିପାରନ୍ତି। ତରବରିଆ ଭାବେ କୌଣସି ନିସ୍ପତ୍ତି ନିଅନ୍ତୁ ନାହିଁ । ନଚେତ୍ ଭବିଷ୍ୟତରେ ପସ୍ତେଇବେ।  

 

11/12

କୁମ୍ଭ:  ଦିନ ଆରମ୍ଭରୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ତେଣୁ ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ । ବେକାରିମାନେ ଆଜି କୌଣସି ସ୍ଥାନରୁ ଅଫର ଲେଟର ପାଇପାରନ୍ତି। କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ବୟୋଜେଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ବେଶ୍ ଅନୁକୂଳ ରହିଛି । ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି।

12/12

ମୀନ :  ମୀନ ରାଶିରେ ଲୋକଙ୍କ ପାଇଁ ଦିନଟି ଠିକ୍ ଠାକ୍ ରହିବ। କର୍ମକ୍ଷେତ୍ରରେ ଆଜି ରିସ୍କ ନେଇ କୌଣସି ପ୍ରୋଜେକ୍ଟ କାର୍ଯ୍ୟ ଆରମ୍ଭ କରିପାରନ୍ତି । ଶତ୍ରୃମାନଙ୍କ ଉପରେ ବିଜୟ ଲାଭ କରିବେ। ଆପଣଙ୍କ ବ୍ୟବହାର ଦ୍ବାରା ଆଜି ଅନେକଙ୍କ ମନ ଜିଣିବେ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ। ଧୌର୍ଯ୍ୟର ସହକାରେ ପ୍ରତ୍ୟକ ପରିସ୍ଥିତିର ସାମ୍ନା କରିବେ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )