Advertisement
Photo Details/zeeodisha/odisha2332434
photoDetails0hindi

Career Horoscope Today: ଆଜି ଚମକିବ ମେଷ-କନ୍ୟା ସହ ଏହିସବୁ ରାଶିଙ୍କ ଭାଗ୍ୟ, ମିଳିପାରେ ବ୍ୟବସାୟରେ ଲାଭ ସହ ଖୁସି ଖବର

Career Horoscope Today: ଆଜି ଜୁଲାଇ ୧୨ ଶୁକ୍ରବାର। ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଆଜି ଦିନର ମହତ୍ବ ଶିବଯୋଗ ସହିତ ରବିଯୋଗ ଗଠନ ହୋଇଛି। ମାଆ ମହାଲକ୍ଷ୍ମୀଙ୍କ ଆର୍ଶବାଦ ସହିତ ଏହି ଶୁଭ ସମକକ୍ଷତାରେ ଅନୁସାରେ ମେଷ, କନ୍ୟା ସହ ଏହି ୫ ରାଶିର ଲୋକଙ୍କ ପାଇଁ ଆଜିତ ଦିନଟି ମଙ୍ଗଳମୟ ରହିବ। ବ୍ୟବସାୟୀମାନେ ବେପାର-ବାଣିଜ୍ୟରେ ଲାଭ ପାଇବା ସହ ଚାକିରିରେ ମାନେ କାର୍ଯ୍ୟାଳୟରେ ଶୁଭଫଳ ପାଇବେ। ଆଶା କରୁଥିବା ଦିଗରୁ ଧନପ୍ରାପ୍ତିର ଯୋଗ ରହିଛି। ଆପଣଙ୍କ ଆୟର ନୂତନ ଉତ୍ସ ବୃଦ୍ଧି ପାଇବା ସହ କିପରି କଟିବ କର୍ମକ୍ଷେତ୍ରରେ ଆପଣଙ୍କ ଦିନ ଆସନ୍ତୁ ଜାଣିବା...

 

1/12

ମେଷ: ଆଜି ଏହି ରାଶିର ଲୋକଙ୍କର ଭାଗ୍ୟ ଉଦୟ ହେହ। ପ୍ରତ୍ୟକ କାର୍ଯ୍ୟରେ ଭାଗ୍ୟ ଆପଣଙ୍କ ପୂର୍ଣ୍ଣସାଥ୍ ଦେବ। କର୍ମକ୍ଷେତ୍ରରେ ଦିର୍ଘ ଦିନ ଧରି ଲାଗି ରହିଥିବା ବିବାଦର ଅନ୍ତ ଘଟିବ। କର୍ମକ୍ଷତ୍ରରେ କିଛି ବଡ଼ ଦାୟିତ୍ବ ଆପଣଙ୍କୁ ମିଳିପାରେ। ପଦୋନ୍ନତି ହେବା ସହ ଦରମା ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ନିଜ ସନ୍ତାନ ମାନଙ୍କ ପାଇଁ ବିବାହର କୌଣସି ପ୍ରସ୍ତାବ ଆପଣଙ୍କୁ ମିଳିପାରେ। 

2/12

ବୃଷ:  ବୃଷ ରାଶିର ଲୋକଙ୍କ ପାଇଁ ଆଜିର ଦିନ ବେଶ୍ ଭଲ ରହିବ ।କର୍ମକ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ପାଇବ। ଦରମା ବୃଦ୍ଧି ନେଇ କୌଣସି ଖୁସି ଖବର ମିଳିପାରେ। ସଂନ୍ଧ୍ୟା ସମୟରେ ନିଜ ସାଥୀଙ୍କ ସହ ଲଙ୍ଗ୍ ଡ୍ରାଇଭ୍ ରେ ଯାଇପାରନ୍ତି।  ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। 

ALSO READ: Love Horoscope 12 July 2024: ଏହିସବୁ ରାଶିଙ୍କ ପାଇଁ ଆଜିର ଦିନଟି ରହିବ ବହୁତ ଖାସ୍, ନିଜ ସାଥୀଙ୍କ ସହ ବିତାଇବେ କ୍ବାଲିଟି ଟାଇମ୍

3/12

ମିଥୁନ: ମିଥୁନ ରାଶିର ଲୋକଙ୍କ ପାଇଁ ଆଜିର ଦିନଟି ଭଲରେ କଟିବ। ଆପଣଙ୍କ କାର୍ଯ୍ୟକୁ ବରିଷ୍ଠ ଅଧିକାରୀମାନେ ପ୍ରଂଶସା କରିବେ। ଫଳରେ ଆତ୍ମବିଶ୍ବାସ ବୃଦ୍ଧି ପାଇବ। ସହକର୍ମୀଙ୍କ ସହଯୋଗ ଲୋଡିବେ। ବ୍ୟବସାୟୀମାନଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। ପାର୍ଟନରସିପ୍ ରେ କରୁଥିବା ବ୍ୟବସାୟରେ ଲାଭ ପାଇବେ। ଆମଦାନୀ ଓ ରପ୍ତାନୀରେ ଜଡ଼ିତ ଥିବା ବ୍ୟବସାୟୀମାନେ କୌଣସି ବଡ଼ ଡିଲ୍ ଫାଇନାଲ୍ କରିପାରନ୍ତି। ପ୍ରତ୍ୟକ କାର୍ଯ୍ୟରେ ପରିବାର ଲୋକଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ। ଟଙ୍କା ସଂଚୟ କରିବାକୁ ସକ୍ଷମ ହେବେ।

4/12

କର୍କଟ: ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ଆଜିର ଦିନଟି ଭଲ ରହିବ। କୌଣସି ସଭା ସମିତିରେ ଯୋଗ ଦେଇପାରନ୍ତି। କିଛି ବଡ଼ ଦାୟିତ୍ବ ଦଳ ପକ୍ଷରୁ ମିଳିପାରେ। ଚାକିରିଆମାନେ କର୍ମକ୍ଷେତ୍ରରେ ଚାପରେ ରହିବ।  ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ଆଜି ବ୍ୟବସାୟୀମାନେ ଲାଭରେ ରହିବ।  ବାକି ପଡିଥିବା ଟଙ୍କା ଆପଣଙ୍କୁ ମିଳିବ।

 

5/12

ସିଂହ:  ଆଜି ପ୍ରତ୍ୟକ କ୍ଷେତ୍ରରୁ ସଫଳତା ପାଇବେ ସିଂହ ରାଶିର ଲୋକେ। କର୍ମକ୍ଷେତ୍ରରେ ସହଯୋଗୀଙ୍କ ଠାରୁ ସାହାର୍ଯ୍ୟ ପାଇବେ। ସ୍ମାର୍ଟ ଓ୍ବାର୍କ କରି ବରିଷ୍ଠ ଅଧିକାରୀଙ୍କ ମନ ଜିତିବେ। କିନ୍ତୁ ପାରିବାରିକ ବିବାଦ ନେଇ ଟେନସନରେ ରହିବେ। ଯାହା କର୍ମକ୍ଷେତ୍ରକୁ ପ୍ରଭାବିତ କରିପାରେ। ଯେଉଁ ବ୍ୟବସାୟୀମାନେ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରିଛନ୍ତି । ସେମାନଙ୍କ ପାଇଁ ଆଜିର ସମୟ ଅନୁକୂଳ ରହିଛି।  

 

6/12

କନ୍ୟା:  କ୍ୟାରିୟରକୁ ନେଇ ଆଜି କୌଣସି ପ୍ରକାର ଖୁସି ଖବର ପାଇ ପାରନ୍ତି। ନୂତନ ନିଯୁକ୍ତି ନେଇ ଅଫର ଲେଟର ପାଇ ପାରନ୍ତି। ଦିର୍ଘ ଦିନ ଧରି ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ଅଫିସ୍ କାର୍ଯ୍ୟରେ କୌଣସି ସ୍ଥାନକୁ ଆଜି ଟୁର୍ ରେ ଯାଇପାରନ୍ତି। କର୍ମକ୍ଷେତ୍ରରେ ମହିଳା ସହକର୍ମୀ ଓ ଅଧିକାରୀମାନେ ଆପଣଙ୍କୁ ସମର୍ଥନ କରିବେ। ଆକସ୍ମିକ ଧନଲାଭ ନେଇ ଯୋଗ ରହିଛି। ବ୍ୟବସାୟୀମାନେ ବ୍ୟବସାୟରେ ଦ୍ବିଗୁଣିତ ଲାଭ ପାଇବେ। 

 

7/12

ତୁଳା:  ଏହି ରାଶିର ଲୋକଙ୍କର କର୍ମକ୍ଷତ୍ରରେ କୌଣସି ଅଘଟଣ ଘଟିପାରେ। ଏଥିପାଇଁ ଆପଣଙ୍କୁ ସତର୍କ ରହିବାକୁ ପଡି଼ବ। ସହକର୍ମୀଙ୍କ ସହ ଅଯଥା ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ। ନଚେତ୍ ବିବାଦରେ ଫସିପାରନ୍ତି। ଏପରିକି ମାମଲା କୋର୍ଟ କଚେରୀ ପର୍ଯ୍ୟନ୍ତ ଯାଇପାରେ। ଆଜି କୌଣସି କାର୍ଯ୍ୟରେ ଟଙ୍କା ବିନିଯୋଗ କରନ୍ତୁ ନାହିଁ। ନଚେତ୍ କ୍ଷତି ସହିବେ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲା ରାୟ ଆପଣଙ୍କ ସପକ୍ଷରେ ଯିବ ନାହିଁ। ଆୟ ଠାରୁ ବ୍ୟୟ ଅଧିକ ରହିବ। 

 

8/12

ବିଛା: ଏହି ରାଶିର ଲୋକେ ଆଜିର ଦିନଟି ମଉଜମଜଲିସ୍ ରେ କାଟିବେ। ବ୍ୟବସାୟୀମାନେ କୌଣସି ବ୍ୟବସାୟିକ କାର୍ଯ୍ୟରେ ବିଦେଶ ଯାତ୍ରା କରିପାରନ୍ତି। ବ୍ୟବସାୟରେ ନଗଦ କାରବାର କରିବା ଆପଣଙ୍କୁ ଲାଭ ଦେବ। ସନ୍ଧ୍ୟା ସମୟରେ ନିଜ ଜୀବନସାଥୀଙ୍କ ସହିତ ଏକ ରୋମାଣ୍ଟିକ୍ ଡେଟ୍ ରେ ଯାଇପାରନ୍ତି। ଏବଂ ସାଥୀଙ୍କ ଠାରୁ ଦାମୀ ଉପହାର ପାଇ ପାରନ୍ତି।  ଘରେ କୌଣସି ପ୍ରକାର ମାଙ୍ଗଳିକ କାର୍ଯ୍ଯ ହୋଇପାରେ। 

9/12

ଧନୁ: କର୍ମକ୍ଷେତ୍ର ଆପଣଙ୍କ ପରାମର୍ଶ ସ୍ବାଗତଯୋଗ୍ୟ ହେବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ଦରମା ବୃଦ୍ଧି ହେବାର ସମ୍ଭାବନା ରହିଛି। ବେକାରୀମାନେ କୌଣସି ନୂତନ ନିଯୁକ୍ତି ଅଫର ପାଇପାରନ୍ତି। ବ୍ୟବସାୟୀମାନେ ଆଣିଥିବା ଋଣ ପରିଶୋଧ କରିବେ। ପରିବାର ଲୋକଙ୍କ ସହିତ ଧାର୍ମିକ ସ୍ଥଳକୁ ଯାତ୍ରା କରିପାରନ୍ତି। ଅନାବଶ୍ୟକ ଭାବେ ଟଙ୍କା ଖର୍ଚ୍ଚ କରନ୍ତୁ ନାହିଁ। ଭବିଷ୍ୟକ ପାଇଁ ଟଙ୍କା ସଂଚୟ କରନ୍ତୁ।

10/12

ମକର:  ଏହି ରାଶିଙ୍କ ଲୋକଙ୍କ ପାଇଁ ଦିନଟି ଅଶୁଭ ରହିବ। କୌଣସି ଶୁଭକାର୍ଯ୍ୟ ଆଜି ଆରମ୍ଭ କରନ୍ତୁ ନାହିଁ। ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ। ଧାରକରଜ କରିପାରନ୍ତି। କର୍ମକ୍ଷେତ୍ରରେ ଅଶାନ୍ତିର ବାତାବରଣ ରହିବ। ସହକର୍ମୀଙ୍କ ଦ୍ବାରା ଷଡଯନ୍ତ୍ରର ଶିକାର ହୋଇପାରନ୍ତି। ଯଥାସମ୍ଭବ ଆଜି ଜଗିରଖି ଚଳିବା ଉଚିତ୍। 

 

11/12

କୁମ୍ଭ: ଦିନ ଆରମ୍ଭରୁ ବିବାଦରେ ଛନ୍ଦି ହୋଇପାନ୍ତି। କର୍ମକ୍ଷେତ୍ରରେ ନିଜ ସହକର୍ମୀଙ୍କ ସହ କୌଣସି ଛୋଟକଥାକୁ ନେଇ କହଳ ସୃଷ୍ଟି ହୋଇପାରେ। ଠିକା ଶ୍ରେଣୀର ବ୍ୟବସାୟୀମାନେ କ୍ଷତି ସହିବେ। କୌଣସି ସ୍ଥାନରେ ଆଜି ଟଙ୍କା ବିନିଯୋଗ କରନ୍ତୁ ନାହିଁ। ସ୍ବାମୀ-ସ୍ତ୍ରୀଙ୍କ ଭିତରେ ମତଭେଦ ଦେଖାଦଇପାରେ। ଆୟ-ବ୍ୟୟ ସମାନ ରହିବ। ପରୋଉପକାର କାର୍ଯ୍ୟରେ ଟଙ୍କା ଖର୍ଚ୍ଚ ହୋଇପାରେ।  

 

12/12

ମୀନ: କର୍ମକ୍ଷେତ୍ରେର କଠିନ ପରିଶ୍ରମର ଫଳ ପାଇବେ। ସରକାରୀ ଚାକିରିଆଙ୍କ ପଦୋନ୍ନତି ସହ ଟ୍ରନ୍ସଫର ଜନିତ ଖବର ପାଇ ପାରନ୍ତି। ବ୍ୟବସାୟୀଙ୍କ ପାଇଁ ଦୂରଯାତ୍ରା ଫଳପ୍ରଦ ହେବ। ବେପାର -ବାଣିଜ୍ୟରେ ବାକି ପଡିଥିବା ଟଙ୍କା ପ୍ରାପ୍ତ ହେବ। ବଡ଼ ଡିଲ୍ ଫାଇନାଲ୍ ହୋଇପାରେ। ବ୍ୟବସାୟରେ ଲାଭ ପାଇବା ସହ ଅଗ୍ରଗତି କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ପ୍ରେମ ଜୀବନରେ ମଧୁରତା ଭରିବ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )