Advertisement
Photo Details/zeeodisha/odisha2484594
photoDetails0hindi

Budh Vakri 2024: ନଭେମ୍ବର ୧୦ରେ ବୁଧଙ୍କ ଓଲଟା ଚଳନ, ମାଲାମାଲ ହେବେ ଏହିସବୁ ରାଶି!

Budh Vakri 2024: ବୁଧଙ୍କୁ ବ୍ୟବସାୟ, ବାଣିଜ୍ୟ, ବୁଦ୍ଧି ଓ ବାଣୀର କାରକ ବୋଲି କୁହାଯାଏ। ଏହି କ୍ରମରେ ଗ୍ରହମାନଙ୍କ ରାଜକୁମାର ବୁଧ ବର୍ତ୍ତମାନ କନ୍ୟା ରାଶିରେ ବିରାଜମାନ ଥିବା ବେଳେ ଆସନ୍ତାମାସ ୧୦ ତାରିଖ ସକାଳ ୬ଟା ୫୦ ମିନିଟ୍ ସମୟରେ ସେହି ରାଶିକୁ ଓଲଟା ଚଳନ କରିବେ। ବୁଧଙ୍କ ଏହି ଚଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କିଛି ରାଶି ପାଇଁ ବିପଡ଼ ଡାକି ଆଣିବ। ଜାତକରେ ବୁଧଙ୍କ ସ୍ଥିତି ଭଲ ଥିଲେ ବ୍ୟକ୍ତି ଜୀବନରେ ସମସ୍ତ ସୁଖ ସମୃଦ୍ଧିର ଅଧିକାରୀ ହୋଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। ତେବେ, ଆସନ୍ତୁ ଜାଣିବା ବୁଧ ନଭେମ୍ବର ମାସରେ କେଉଁ ସବୁ ରାଶି ଉପରେ ଧନ ବର୍ଷା କରିବାକୁ ଯାଉଛନ୍ତି। ....

1/4
ସିଂହ: ଆସନ୍ତାମାସରେ ଏହି ରାଶିର ଭାଗ୍ୟ ଉଦୟ କରିବ ବୁଧଙ୍କ ଓଲଟା ଚଳନ।  ବିଶେଷକରି, ଆର୍ଥିକ ସ୍ଥିତିରେ ପୂର୍ବଅପେକ୍ଷା ସୁଧାର ଆସିବ।  କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ମିଳିବ। ବେକାରିମାନେ ଭଲ ଚାକିରି ପାଇବେ। ବ୍ୟବସାୟୀମାନେ ପୂର୍ବ ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କଲେ ଦ୍ବି-ଗୁଣିତ ଲାଭ ପାଇବେ। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ନିଜ ପରିବାର ଲୋକଙ୍କ ଠାରୁ ବଡ଼ ସାହାର୍ଯ୍ୟ ପାଇପାରନ୍ତି।  ନିଜ ସାଥୀଙ୍କ ସହ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଧାର୍ମିକ ଯାତ୍ରାରେ ନିଜ ପରିବାର ସହ କୁଆଡେ ଯାଇପାରନ୍ତି। 

ALSO READ: Horoscope 2025: ଏହିସବୁ ରାଶିଙ୍କ ଭାଗ୍ୟ ଖୋଲିବ ଶନି-ବୃହସ୍ପତି-ରାହୁଙ୍କ ଶୁଭଯୋଗ, କିଣିବେ ନୂଆ ଘର ସହ ଚାକିରିରେ ମିଳିବ ପଦୋନ୍ନତି!

ALSO READ: Gold Rate Today: ଲଗାତର ତୃତୀୟ ଦିନରେ ବଢିଲା ସୁନା ଦର, ଜାଣନ୍ତୁ ଭରି ପିଛା ଭୁବନେଶ୍ବରରେ କେତେ ରହିଛି ରେଟ୍?

2/4
କନ୍ୟା: ବୁଧଙ୍କ ଓଲଟା ଚଳନ ଏହି ରାଶିଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ। ପ୍ରତ୍ୟକ କାର୍ଯ୍ୟରେ ଭାଗ୍ୟ ଆପଣଙ୍କ ସାଥ୍ ଦେବ। ଆୟରେ ବୃଦ୍ଧି ଘଟିବ।  ଯଦି ଆପଣ କୌଣସି ସ୍ଥାନରେ ଟଙ୍କା ବିନିଯୋଗ କରିବାକୁ ଚାହୁଁଛନ୍ତି। ତେବେ, ଏହି ସମୟ ବିନିଯୋଗ ପାଇଁ ଅନୁକୂଳ ରହିବ। ଦିର୍ଘ ଦିନ ଧରି କୋର୍ଟ କଚେରୀରେ ଚାଲିଥିବା ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଲୋକଙ୍କ ପାଇଁ ସମୟ ଅତ୍ୟନ୍ତ ଖାସ୍ ରହିବ। ଆଶାୟୀ ବା ଛାତ୍ରଛାତ୍ରୀମାନେ ଭଲ ରେଜକ୍ଟ କରିବେ। ବୈବାହିକ ଜୀବନ ସୁଖମୟ ହେବ। 

3/4

ମିଥୁନ: ବୁଧଙ୍କ ଓଲଟା ଚଳନ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ବେଶ ଅନୁକୂଳ ରହିବ। ଦିର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ପୂରା ହେବ। କର୍ମକ୍ଷେତ୍ରରୁ ଲାଗି ରହିଥିବା ବିବାଦରୁ ମୁକ୍ତି ମିଳିବ।  କ୍ୟାରିୟର ଓ ବ୍ୟବସାୟରେ ଅଗ୍ରଗତି କରିବେ।ବିଦେଶରେ ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଶୁଭ ରହିଛି।    ପୁରୁଣା ବିନିଯୋଗରୁ ଲାଭ ପାଇବେ। କଠିନ ପରିଶ୍ରମ ଫଳ ପାଇବେ। ସ୍ବାସ୍ଥ୍ୟ ଭଲ ରହିବା। ପ୍ରେମୀ ମାନେ ନିଜ ସାଥୀଙ୍କ ସହ ଭଲ ସମୟ ଅତିବାହିତ କରିବେ। 

4/4
ଧନୁ:  ବୁଧଙ୍କ କୃପାରୁ ଏହି ରାଶିର ଭାଗ୍ୟ  ଉଜ୍ଜଳ ହେବାକୁ ଯାଉଛି। ଯେଉଁମାନେ ଆମଦାମୀ-ରପ୍ତାନୀ ବ୍ୟବସାୟରେ ଜଡ଼ିତ ଅଛନ୍ତି । ସେମାନେ ବ୍ୟବସାୟରେ ଭଲ ଲାଭ ପାଇବେ। କର୍ମକ୍ଷେତ୍ରରେ ପ୍ରଂଶସିତ ହେବେ।  ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। ଘରେ କୌଣସି ମାଙ୍ଗଳିକ ବା ଶୁଭ କାର୍ଯ୍ୟ ହୋଇପାରେ। ଏହି ସମୟରେ କୌଣସି ସ୍ଥାନରେ ଟଙ୍କା ବିନିଯୋଗରୁ ନିବୃତ୍ତ ରହିବା ଭଲ। ପୁରୁଣା ରୋଗରୁ ମୁକ୍ତି ମିଳିବ।      (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)