Advertisement
Photo Details/zeeodisha/odisha2556476
photoDetails0hindi

Budh Gochar 2025: ବୁଧଙ୍କ ଚଳନ ଚମକାଇବ ଏହିସବୁ ରାଶିଙ୍କ ଭାଗ୍ୟ! ନୂଆବର୍ଷରୁ ବ୍ୟବସାୟରେ ବଢିବ ଲାଭ, କିଣିବେ ନୂଆ ଗାଡି

Budh Gochar 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଆଆନ୍ତି। ଏହି କ୍ରମରେ ଗ୍ରହ ମାନଙ୍କର ରାଜକୁମାର ବୁଧ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୫ ରେ ଜାନୁଆରୀ ୪ ତାରିଖ ରାତି ୧୨ଟା ୧୧ ମିନିଟ୍ ସମୟରେ ଧନୁ ରାଶିରେ ଚଳନ କରିବେ। ଆସନ୍ତାବର୍ଷ ବୁଧ ମୋଟ୍ ୧୫ ଥର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଯାହାର ପ୍ରଭାବ ବିଶେଷ ଭାବରେ ତିନି ରାଶି ଉପରେ ରହିବ। ବୁଧଚଳନ ବର୍ଷ ତମାମ୍ ଏହି ରାଶିକୁ ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ବାଣିଜ୍ୟ-ବ୍ୟବସାୟରେ ଉନ୍ନତି ହେବା ସହ ଚାକିରିରେ ପଦୋନ୍ନତି ପରି ଯୋଗ ରହିଛି। ତେବେ, ଆସନ୍ତୁ ଜାଣିବା ବୁଧଙ୍କ କୃପାରୁ କେଉଁ ରାଶିର ଲୋକେ ବର୍ଷସାରା ଧନବାନ୍ ହେବାକୁ ଯାଉଛନ୍ତି। 

1/3
ମେଷ: ବୁଧଙ୍କ ଚଳନ ଏହି ରାଶି ପାଇଁ ବେଶ୍ ଲାଭାଦୟୀ ରହିବ। ବିଶେଷକରି, ଏହି ଅବଧି ମଧ୍ୟରେ ବ୍ୟକ୍ତିଗତ ଜୀବନରେ ଲାଗି ରହିଥିବା ସମସ୍ୟାରୁ ମୁକ୍ତି ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବ୍ୟବସାୟୀମାନେ ବିଦେଶରେ ବାଣିଜ୍ୟ-ବ୍ୟବସାୟରେ ଆରମ୍ଭ କରିବାରେ ସଫଳ ହେବେ। କାରାବର ଭଲ ହେବା ସହିତ ଗ୍ରାହକଙ୍କ ସଂଖ୍ୟା ବଢିବ। ନିଜ ସନ୍ତାନମାନଙ୍କ ଠାରୁ କୌଣସି ପ୍ରକାର ଶୁଭ ଖବର ଶୁଣିପାରନ୍ତି। ନବ-ବିବାହିତ ଲୋକେ ବିଦେଶ ଯିବାର ସ୍ବପ୍ନ ପୂରଣ ହେବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ। ସ୍ବାସ୍ଥ୍ୟ ଭଲ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ। 

ALSO READ: Dhanu Sankranti 2024: ଧନୁ ସଂକ୍ରାନ୍ତିରେ ପଡୁଛି ତିନି ଦୁର୍ଲଭ ଯୋଗ, ଚମକିବ ଏହି ରାଶିଙ୍କ ଭାଗ୍ୟ, ହେବ ଟଙ୍କା ବର୍ଷା!

ALSO READ: Gold Rate Today: ଆଜି ସୁନା ଦରରେ ବଡ଼ ଧରଣର ହ୍ରାସ, ୧୦ ଗ୍ରାମ୍-କୁ ରହିଛି ମାତ୍ର ଏତିକି ଟଙ୍କା

2/3

ମକର: ବୁଧଙ୍କ କୃପାରୁ ଉଦୟ ହେବ ଏହି ରାଶିଙ୍କ ଭାଗ୍ୟ। ଆର୍ଥିକ ସ୍ଥିତି ମଜବୁତ୍ ହେବ। ଦିର୍ଘ ଦିନ ଧରି ଚାଲିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ।  ବ୍ୟବସାୟୀଙ୍କ ପାଇଁ ସଫଳତାର ବର୍ଷ ହେବ। ବ୍ୟବସାୟୀଙ୍କ ବାଣିଜ୍ୟ- ବ୍ୟବସାୟରେ ଆସୁଥିବା ବାଧାବିଘ୍ନ ଦୂର ହେବ। ଦିର୍ଘ ଦିନର ଆଶା ପୂରଣ ହେବ, ଯେଉଁମାନେ ଗାଡି କିଣିବାକୁ ପ୍ଲାନ୍ କରିଛନ୍ତି। ଆସନ୍ତା ବର୍ଷ ସେମାନଙ୍କ ସ୍ବପ୍ନ ପୂରଣ ହେବ। କର୍ମକ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି। ଲାଗି ରହିଥିବା ଶାରୀରିକ ଅସୁସ୍ଥତା ଦୂର ହେବା ସହ ପ୍ରେମୀମାନେ ନିଜ ସାଥୀଙ୍କ ସହିତ ଭଲ ସମୟ ବିତାଇବେ। 

3/3
ଧନୁ: ବୁଧଙ୍କ ଚଳନ ଏ-ହି ରାଶି ପାଇଁ ବେଶ୍ ଶୁଭଦାୟୀ ପ୍ରମାଣିତ ହେବ। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଅନୁକୂଳ ରହିବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ଦରମା ବଢିବ। ବ୍ୟାଙ୍କ୍ ବାଲାନ୍ସ ବୃଦ୍ଧି ପାଇବ।  ନୂଆ ବର୍ଷ ଆରମ୍ଭରୁ ବ୍ୟବସାୟୀମାନେ ବାଣିଜ୍ୟ-ବେପାରରେ ଅଗ୍ରଗତି କରିବେ। ଯେଉଁମାନେ ସେୟାର ମାର୍କେଟ୍ ରେ ପୁଞ୍ଜି ବିନିଯୋଗ ପାଇଁ ଯୋଜନା କରିଛନ୍ତି। ସେମାନେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ନିବେଶ କରନ୍ତୁ ଭଲ ରିଟର୍ଣ୍ଣ ପାଇବେ। ନୂଆ ଗାଡି କିଣିବାର ସ୍ବପ୍ନ ସାକାର ହେବ। ପରିବାର ସହ ଧାର୍ମିକ ଯାତ୍ରା କରିବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ।   (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)