Advertisement
Photo Details/zeeodisha/odisha2364243
photoDetails0hindi

Guru Vakri 2024: ଅଗଷ୍ଟ ୯ରେ ବୃହସ୍ପତିଙ୍କ ଚଳନ, ଏହି ତିନି ରାଶିଙ୍କୁ ମିଳିବ ବଡ଼ ଲାଭ !

Guru Vakri 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଦେବଗୁରୁ ବୃହସ୍ପତିଙ୍କୁ  ଧନ,ଜ୍ଞାନ, ସନ୍ତାନ, ଦାନ ଓ ପୁଣ୍ୟର କାରକ ବୋଲି ବିବେଚନା କରାଯାଏ।  ଦେବଗୁରୁ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିବା ପାଇଁ ପ୍ରାୟ ଗୋଟିଏ ବର୍ଷ ସମୟ ନେଇ ଥାଆନ୍ତି। ବୃହସ୍ପତି ବର୍ତ୍ତମାନ ସିଂହ ରାଶିରେ ବିରାଜମାନ ଥିବା ବେଳେ ଅଗଷ୍ଟ ୯ ରାତି ୧୨ଟା ୩୩ ମିନିଟ୍ ସମୟରେ ବୃଷ ରାଶିକୁ ଚଳନ କରିବେ। ଦେବଗୁରୁ ବୃହସ୍ପତିଙ୍କ ଏହି ଚଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ  ଆଉ କିଛି ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ, ଜାତକରେ ବୃହସ୍ପତିଙ୍କ ସ୍ଥିତି ବ୍ୟକ୍ତିକୁ ଧନୀ ଓ ଜ୍ଞାନୀ କରିଥାଏ।  ତେବେ ଗୁରୁଙ୍କ ଏହି ରାଶି ପରିବର୍ତ୍ତନ କିଛି ରାଶି ପାଇଁ ଅତ୍ୟନ୍ତ ମଙ୍ଗଳମୟ ରହିବ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ....

 

1/3

କର୍କଟ: ଦେବଗୁରୁ ବୃହସ୍ପତିଙ୍କ କୃପାରୁ ଏ-ହି ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ବିଶେଷକରି, ଏହି ଅବଧି ମଧ୍ୟରେ ଆର୍ଥିକ ସ୍ଥିତି ମଜବୁତ୍ ହେବ।  କର୍ମକ୍ଷେତ୍ରରେ ପଦୋନ୍ନତି ସହ ଦରମା ବୃଦ୍ଧି ପାଇବ। ଯେଉଁମାନେ, ଚାକିରି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ସେମାନଙ୍କ ପାଇଁ ସମୟ ଭଲ ରହିଛି । ଚେଷ୍ଟା ଜାରି ରଖନ୍ତୁ । ସଫଳତା ମିଳିବ। ପିତା-ମାତାଙ୍କ ସ୍ବାସ୍ଥ୍ୟ ଭଲ ରହିବ। ନିଜ ପରିବାର ସହ ଦୂରଯାତ୍ରା କରିପାରନ୍ତି। ବ୍ୟବସାୟୀମାନଙ୍କ ପାଇଁ ସମୟ ଭଲ ରହିବ। ବ୍ୟବସାୟରେ ଅଗ୍ରଗତି କରିବା ସହ ଭଲ ଫଳ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଲାଗି ରହିଥିବା ମନୋମାଳିନ୍ୟର ଅନ୍ତ ଘଟିବ।  

ALSO READ: Today Horoscope: ଦୂରଯାତ୍ରା ସମୟରେ ସତର୍କ ରୁହନ୍ତୁ ଏହି ରାଶିର ଲୋକେ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?

ALSO READ: Shani Margi 2024: ଏହିସବୁ ରାଶିଙ୍କ ଉପରେ ରହିବ ଶନିଙ୍କ ଶୁଭଦୃଷ୍ଟି, ବର୍ଷ ସାରା ହେବ ଧନବର୍ଷା!

2/3

ମିଥୁନ: ଦେବଗୁରୁଙ୍କ ରାଶି ପରିବର୍ତ୍ତନ ଏ-ହି ରାଶି ଉପରେ ବଡ଼ ପ୍ରଭାବ ପକାଇବ। ଦୂରଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରିବା ଜରୁରୀ। ଗାଡ଼ି ଚାଳନା ସମୟରେ ସତର୍କ ରୁହନ୍ତି।  କଳା, ସାହିତ୍ୟ, ସାମ୍ବାଦିକ ଓ ରିସର୍ଚ୍ଚ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ସମୟ ଭଲ ରହିବ।  କୌଣସି ସଭା ସମିତିରେ ସମ୍ମାନୀତ ହୋଇପାରନ୍ତି। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ପ୍ରିୟ ପାତ୍ର ହୋଇପାରନ୍ତି । କୌଣସି ପ୍ରକାର ବଡ଼ ଦାୟିତ୍ବ ମିଳିପାରେ। ଆୟ ବୃଦ୍ଧି ହେବ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି ହୋଇପାରେ। ପ୍ରେମୀ ମାନଙ୍କ ପାଇଁ ସମୟ ଭଲ ରହିବ। ନିଜ ସାଥୀଙ୍କ ସହ କ୍ବାଲିଟି ଟାଇମ୍ ଅତିବାହିତ କରିବେ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। 

3/3

ଧନୁ: ଧନୁ ରାଶିର ବ୍ୟକ୍ତି ବିଶେଷଙ୍କୁ ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବେ ଦେବଗୁରୁ ବୃହସ୍ପତି। ଏହି ଅବଧି ମଧ୍ୟରେ ବେକାରିଙ୍କୁ ଚାକିରି ମିଳିବ। ଧାର୍ମିକ କାର୍ଯ୍ୟରେ ମନ ବଳାଇବେ। ନିଜ ପିତାମାତାଙ୍କ ସେବାରେ ସମୟ ଅବିବାହିତ କରିବେ। ବ୍ୟବସାୟୀମାନଙ୍କ ପାଇଁ ଅଗଷ୍ଟ ମାସ ଅତ୍ୟନ୍ତ ଖାସ୍ ରହିବ। କୌଣସି ନୂତନ ବ୍ୟବସାୟ ଆରମ୍ଭ କଲେ ଭଲ ଲାଭ ମିଳିବ। ବ୍ୟବସାୟରେ ନଗଦ କାରବାର ହେବ। ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ସ୍ବାସ୍ଥ୍ୟରେ ସାମାନ୍ୟ ସମସ୍ୟା ଦେଖେଦେବ। ତେଣୁ ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)