Advertisement
Photo Details/zeeodisha/odisha2459619
photoDetails0hindi

Weekly Special Horoscope: ଏହିସବୁ ରାଶିଙ୍କ ପାଇଁ ଶୁଭ ସମୟ ଆଣୁଛନ୍ତି ମାଆ ଦୁର୍ଗା, ବ୍ୟବସାୟରେ ବଢିବ ଲାଭ ,ଚାକିରିଆ ପାଇବେ ଖୁସି ଖବର!

Weekly Special Horoscope 7 to 13 October 2024: ଆସିଛି ପାର୍ବଣର ଋତୁ। ଅକ୍ଟୋବର ଦ୍ବୀତିୟ ସପ୍ତାହ କିପରି କଟିବ । ଦଶହରା ଅବସରରେ ମାଆ ଦୁର୍ଗାଙ୍କ ବିଶେଷ ଆର୍ଶିବାଦ କିଛି ରାଶି ଉପରେ ରହିବ। ନୂଆ ସପ୍ତାହରେ କିପରି ରହିବ ଆପଣଙ୍କ ସ୍ବାସ୍ଥ୍ୟବସ୍ଥା, ଆର୍ଥିକ ଓ ବ୍ୟବସାୟିକ ସ୍ଥିତି। କିଛି ରାଶି ପାଇଁ ଅତ୍ୟନ୍ତ ଶୁଭ ରହିବ ପାର୍ବଣର ଏହି ସପ୍ତାହ ଆଉ କିଛି ରାଶିଙ୍କୁ ଟିକେ ସତର୍କତାର ସହ ଚଳିବାକୁ ପଡିବ। ତେବେ, ଆସନ୍ତୁ ଜାଣିବା ୧୨ ଟି ରାଶିଙ୍କ ପାଇଁ କିଭଳି ରହିବ ଆଗାମୀ ସପ୍ତାହ....?

1/12

ମେଷ: ଆଗାମୀ ସପ୍ତାହ ଏ-ହି ରାଶିଙ୍କ ପାଇଁ ବେଶ୍ ଶୁଭ ରହିବ। ପୁରୁଣା ବିବାଦରୁ ମୁକ୍ତି ମିଳିବ। ମାନସିକ ଓ ଶାରୀରିକ ସୁସ୍ଥତା ଅନୁଭବ କରିବେ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ପାଇବେ। ପଦୋନ୍ନତି ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଆର୍ଥିକ ସ୍ଥିତି ଭଲ ରହିବ। ଯେଉଁମାନେ ବିଦେଶରେ ପାଠପଢିବା ପାଇଁ ଆଶା ରଖିଛନ୍ତି। ସେମାନଙ୍କ ଆଶା ପୂରଣ ହେବ।  ପ୍ରେମୀମାନଙ୍କ ପାଇଁ ସମୟ ଭଲ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହିତ ପରିବାର ସହ ଧାର୍ମିକ ସ୍ଥଳକୁ ଯାତ୍ରା କରିପାରନ୍ତି। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ। 

ALSO READ: Guru Gochar: ୨୦୨୫ ପର୍ଯ୍ୟନ୍ତ ଏହିସବୁ ରାଶି ଉପରେ ରହିବ ଦେବଗୁରୁ ବୃହସ୍ପତିଙ୍କ କୃପା, ରହିବନି ଧନର ଅଭାବ!

ALSO READ: Today Horoscope: ବୃଷ-କନ୍ୟା ସହ ଏହି ସବୁ ରାଶିଙ୍କ ପାଇଁ ଆଜି ବଢିପାରେ ଅଡୁଆ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

2/12

ବୃଷ: ପାର୍ବଣ ସପ୍ତାହରେ ଏହି ରାଶିର ଲୋକେ ମିଶ୍ରିତ ଫଳ ପାଇବେ। ଏହି ସମୟ ମଧ୍ୟରେ ଦିର୍ଘ ଦିନର ଆଶା ପୂରଣ ହେବ। ଆର୍ଥିକ ସ୍ଥିତି ଏତେ ଖାସ୍ ରହିବ ନାହିଁ। ନିଜ ବନ୍ଧୁଙ୍କ ଠାରୁ ଆର୍ଥିକ ସହାୟତା ଲୋଡ଼ି ପାରନ୍ତି। କର୍ମକ୍ଷେତ୍ରରେ କାର୍ଯ୍ୟ ଭାର ଅଧିକ ରହିବ। ଯାହା ଆପଣଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇବ। ଏ-ହି ସମୟରେ ବ୍ୟବସାୟୀମାନେ ଆର୍ଥିକ ଦେଣନେଣ କରିବା ଠାରୁ ନିବୃତ୍ତ ରୁହନ୍ତୁ। ଟଙ୍କା-ପଇସାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇପାରେ। ସ୍ବାସ୍ଥ୍ୟବସ୍ଥାରେ ସମସ୍ୟା ଦେଖାଦେଇପାରେ। ତେଣୁ ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ । ସନ୍ତୁଳିତ ଖାଦ୍ୟ ଖାଆନ୍ତୁ। ଏବଂ ପ୍ରତିଦିନ ବ୍ୟାୟମ୍ କରନ୍ତୁ। ପ୍ରେମୀ ମାନଙ୍କ ପାଇଁ ସମୟ ଏତେ ଖାସ୍ ରହିବ ନାହିଁ। 

3/12

ମିଥୁନ:  ପାର୍ବଣର ସପ୍ତାହ ଏହି ରାଶିଙ୍କ ପାଇଁ ଅଶୁଭ ରହିବ। ନିଜ ଲୋକଙ୍କ ଆପଣଙ୍କୁ ବିଶ୍ବାସଘାତକା କରିବେ। ତେଣୁ ସତର୍କ ରୁହନ୍ତୁ। କର୍ମକ୍ଷେତ୍ରରେ ସହକର୍ମୀଙ୍କର ଷଡ଼ଯନ୍ତ୍ରର ଶୀକାର ହେବେ। ତେଣୁ ଅଯଥା ବିବାଦରୁ ନିଜକୁ ଦୂରେଇ ରଖନ୍ତୁ। ଅଫିସ୍-ର ପେଣ୍ତିଂ କାର୍ଯ୍ୟକୁ ନେଇ ଚାପରେ ରହିବେ। ଯାହାକୁ ନେଇ ମାନସିକ ଚାପ ବଢିବ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହ ସୁସମ୍ପର୍କ ବଜାୟୀ ରଖନ୍ତୁ। ସ୍ବାସ୍ଥ୍ୟ ଜନିତ ସମସ୍ୟା , ଯେପରିକି ଜ୍ବର ଓ ଥଣ୍ତାରେ ପୀଡିତ ହୋଇପାରନ୍ତି।  ବିରୋଧିଙ୍କ ଷଡଯନ୍ତ୍ରର ଫାଶରେ ପଶିବାର ସମ୍ଭାବନା ରହିଛି। ତେଣୁ ସତର୍କତା ଅବଲମ୍ବନ କରିବା ଜରୁରୀ।  ଆର୍ଥିକ ସ୍ଥିତି ଦୋହଲିପାରେ।  ବ୍ୟବସାୟୀମାନେ ଠକାମୀର ଶିକାର ହୋଇପାରନ୍ତି। ପ୍ରେମୀ ମାନଙ୍କ ଲାଗି ସମୟ ଆଦୌ ଭଲ ରହିବ ନାହିଁ। ସାଥୀଙ୍କ ସହ କୌଣସି କଥାକୁ ନେଇ ଝଗଡା ହୋଇପାରେ। 

 

4/12

କର୍କଟ: ନୂଆ ସପ୍ତାହ ଏହି ରାଶିର ବ୍ୟକ୍ତିଙ୍କ ଲାଗି ମିଶ୍ରିତ ଫଳ ପ୍ରଦାନ କରିବ। ଦିର୍ଘ ଦିନ ଧରି ଲାଗି ରହିଥିବା ପାରିବାରିକ ବିବାଦରୁ ମୁକ୍ତି ମିଳିବ। ବ୍ୟବସାୟୀମାନେ ପୂର୍ବ ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କରିବେ। ବ୍ୟବସାୟରେ ପୁଞ୍ଜି ବିନିଯୋଗ ପାଇଁ ସମୟ ଅନୁକୂଳ ରହିବ। ଧାର୍ମିକ କାର୍ଯ୍ୟରେ ସମୟ ଅତିବାହିତ ହେବ। ରାଜନୈତିକ ବ୍ୟକ୍ତି ବିଶେଷଙ୍କ ଲାଗି ସମୟ ଅନୁକୂଳ ରହିବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ପାଇବେ। ସ୍ବାସ୍ଥ୍ୟ ଭଲ ରହିବ। ନିଜ ପରିବାର ଲୋକଙ୍କ ସହ ଭଲ ସମୟ ଅତିବାହିତ କରିବେ। ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ। 

 

5/12

ସିଂହ:  ପାର୍ବଣର ଏହି ନୂଆ ସପ୍ତାହ ଏହି ରାଶିର ଲୋକଙ୍କ ପାଇଁ ବେଶ୍ ଶୁଭଦାୟୀ ରହିବ। ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ସକ୍ଷମ ହେବେ।  ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି । ସେମାନଙ୍କୁ ମନଲାଖି ଚାକିରି ମିଳିବ। କିନ୍ତୁ ଆର୍ଥିକ ଅବସ୍ଥା ବିଗିଡିପାରେ।  ନିଜ ସାଙ୍ଗ ମାନଙ୍କ ପାଖରେ ହାତ ପତେଇବାକୁ ପଡିପାରେ। କର୍ମକ୍ଷେତ୍ରରେ କୌଣସି କଥାକୁ ନେଇ ବରିଷ୍ଠ ଅଧିକାରୀଙ୍କ ସହ ଯୁକ୍ତିତର୍କ ହୋଇପାରେ। ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ଥକ୍କାପଣ ଅନୁଭବ କରିବେ। ସପ୍ତାହ ଶେଷ ବେଳକୁ କୌଣସି ବନ୍ଧୁଙ୍କ ଠାରୁ ସାହାର୍ଯ୍ୟ ପାଇପାରନ୍ତି।  ପ୍ରେମୀମାନଙ୍କ ଲାଗି ସମୟ ଭଲ ରହିବ। 

 

6/12

କନ୍ୟା: କନ୍ୟା ରାଶିଙ୍କ ପାଇଁ ନୂଆ ସପ୍ତାହ ସତର୍କତାର ସହ ଚଳିବାକୁ ପଡିବ। ବ୍ୟବସାୟୀମାନେ କୌଣସି ସଂସ୍ଥାରେ ଟଙ୍କା ବିନିଯୋଗ କରନ୍ତୁ ନାହିଁ। ଆର୍ଥିକ ଦେଣନେଣରୁ ନିବୃତ୍ତ ରୁହନ୍ତୁ।  ଭାବିଚିନ୍ତି ଗୁରୁତ୍ବପୂର୍ଣ୍ଣ ନିସ୍ପତ୍ତି ନିଅନ୍ତୁ। କର୍ମକ୍ଷେତ୍ରରେ କାହାକୁ ଅଧିକ ବିଶ୍ବାସ କରନ୍ତୁ ନାହିଁ।  ନଚେତ୍ ସମସ୍ୟାରେ ପଡିବେ। ପୌତୃକ ସମ୍ପତ୍ତିକୁ ନେଇ ବିବାଦ ଦେଖାଦେଇପାରେ। ସ୍ବାସ୍ଥ ସମସ୍ୟା ପିଛା ଛାଡିବ ନାହିଁ। ଫଳରେ ମେଡିକାଲ୍ ଖର୍ଚ୍ଚ ବୃଦ୍ଧି ହୋଇପାରେ।  ଆର୍ଥିକ ସ୍ଥିତି ଦୁର୍ବଳ ହୋଇପାରେ। ତେଣୁ ଅଯଥା ଖର୍ଚ୍ଚରୁ ନିଜକୁ ଦୂରେଇ ରଖନ୍ତୁ। ପ୍ରେମ ଜୀବନରେ ନିଜ ସାଥୀଙ୍କ ସହ କୌଣସି କଥାକୁ ନେଇ ଝଗଡା ହୋଇପାରେ। ଫଳରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ। 

 

7/12

ତୁଳା:  ଦଶହରାର ସପ୍ତାହ ଏହି ରାଶିଙ୍କ ପାଇଁ ଏତେ ଖାସ୍ ରହିବ ନାହିଁ।  ଦୂରଯାତ୍ରାରୁ ନିବୃତ୍ତ ରହିବା ଭଲ। ନଚେତ୍ କୌଣସି ଅଘଟଣର ସାମ୍ନା କରିବାକୁ ପଡିପାରେ। ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଚିନ୍ତାରେ ରହିବେ।  ଆର୍ଥିକ ସ୍ଥିତି ଆଦୌ ଭଲ ରହିବ ନାହିଁ।  କିନ୍ତୁ କ୍ୟାରିୟର ଦୃଷ୍ଟିକୋଣରୁ ଆଗାମୀ ସପ୍ତାହ ବେଶ୍ ଶୁଭ ରହିବ। କର୍ମକ୍ଷେତ୍ରରେ ସମ୍ମାନୀତ ହୋଇପାରନ୍ତି । ପଦୋନ୍ନତି ସହ ଦରମା ବଢିପାରେ। ପ୍ରେମୀମାନଙ୍କ ଲାଗି ସମୟ ଖୁବ୍ ଭଲ ରହିବ। ନିଜ ସାଥୀଙ୍କ ଠାରୁ ବିବାହ ଭଳି ପ୍ରତିଶ୍ରୃତି ମିଳିବ। ପୁରୁଣା ରୋଗରୁ କଷ୍ଟ ଅନୁଭବ କରିବେ। ତେଣୁ ନିଜ ସ୍ବାସ୍ଥ୍ୟ ଯତ୍ନ ନେବା ଜରୁରୀ। 

 

8/12

ବିଛା:  ମାଆ ଦୁର୍ଗାଙ୍କ କୃପାରୁ ଆଗାମୀ ସପ୍ତାହ ଏହି ରାଶିର ଲୋକଙ୍କ ପାଇଁ ବେଶ୍ ଭଲ ରହିବ। ବିଶେଷକରି, ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପୁରୁଣା ବିନିଯୋଗ ଓ ସେୟାର ମାର୍କେଟ୍ ରୁ ଲାଭ ପାଇବେ।  ଦିର୍ଘ ଦିନ ଧରି କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାରୁ ମୁକ୍ତି ମିଳିବ।  ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବ।  ଆପଣଙ୍କ କାର୍ଯ୍ୟକୁ ବରିଷ୍ଠ ଅଧିକାରୀ ଭୁରି ଭୁରି ପ୍ରଶଂସା କରିବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। କିନ୍ତୁ ସ୍ବାସ୍ଥ୍ୟବସ୍ଥା ଏତେ ଭଲ ରହିବ ନାହିଁ। ଥଣ୍ତା, ଥକ୍କା ପଣ ଓ କଫ ଜନିତ  ସମସ୍ୟା ଦେଖାଦେବ। ପ୍ରେମୀମାନଙ୍କ ଲାଗି ସମୟ ଖୁବ୍ ଅନୁକୂଳ ରହିବ। ସାଥୀଙ୍କ ସହିତ କ୍ବାଲିଟି ଟାଇମ୍ ଅତିବାହିତ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

9/12

ଧନୁ: ନୂଆ ସପ୍ତାହ ଏ-ହି ରାଶିର ଲୋକଙ୍କୁ ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବ। ବିଶେଷ କରି, ସାହିତ୍ୟ, କଳା ଓ ସାମ୍ବାଦିତା କ୍ଷେତ୍ରର ଥିବା ଲୋକଙ୍କ ପାଇଁ ସମୟ ଭଲ ରହିବ। କୌଣସି ସଭା-ସମିତିରେ ସମ୍ମାନୀତ ହେବେ। ଘରେ କୌଣସି ପ୍ରକାର ଶୁଭ ବା ମାଙ୍ଗଳିକ କାର୍ଯ୍ୟ ହେବ।  ସପ୍ତାହର ଦ୍ବୀତିୟାର୍ଦ୍ଧରେ ନିଜ ସନ୍ତାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇବେ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ରହିବ। ପାର୍ଟନରସିପରେ ଚାଲିଥିବା ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ। ଯେଉଁମାନେ ବିଦେଶରେ ବ୍ୟବସାୟ ବିସ୍ତାର କରିବାକୁ ଚାହୁଁଛନ୍ତି , ସେମାନଙ୍କ ଲାଗି ସମୟ ଭଲ ରହିବ।  ପ୍ରେମୀମାନେ ନିଜ ସାଥୀଙ୍କ ସହ କୌଣସି କଥାକୁ ନେଇ ବିବାଦ ସୃଷ୍ଟି କରିବେ। 

 

10/12

ମକର : ସପ୍ତାହ ପ୍ରଥାମାର୍ଦ୍ଧରେ ପୁରୁଣା ସମସ୍ୟାକୁ ନେଇ ଚିନ୍ତାରେ ରହିବେ। ଆର୍ଥିକ ସ୍ଥିତି ଭଲ ରହିବା ନାହିଁ। ଟଙ୍କା ପାଇଁ ଅନ୍ୟମାନଙ୍କ ଉପରେ ନିର୍ଭର କରିବାକୁ ପଡିପାରେ। ପଡୋଶୀମାନଙ୍କ ସହିତ କୌଣସି କଥାକୁ ନେଇ ଝଗଡା ହୋଇପାରେ। ତେଣୁ ଅଯଥା ଯୁକ୍ତିତର୍କରୁ ନିଜକୁ ଦୂରେଇ ରଖନ୍ତୁ। ସପ୍ତାହର ଦ୍ବୀତିୟାର୍ଦ୍ଧରେ କର୍ମକ୍ଷେତ୍ରରେ ସହକର୍ମୀଙ୍କ ଦ୍ବାରା ରଚାଯାଇଥିବା ଷଡଯନ୍ତ୍ରର ଶୀକାର ହୋଇପାରନ୍ତି। କଠିନ ପରିଶ୍ରମର ଫଳ ମିଳିବ ନାହିଁ। ପାର୍ଟନର-ସିପ୍ ରେ ଚାଲିଥିବା ବ୍ୟବସାୟରୁ ଧୋକା ମିଳିପାରେ।  ତେଣୁ କୌଣସି ଗୁରୁତ୍ବପୂର୍ଣ୍ଣ ଡିଲ୍ ଫାଇନାଲ୍ ସମୟରେ ସମସ୍ତ କାଗଜପତ୍ରକୁ ତନ୍ନ ତନ୍ନ କରି ଯାଞ୍ଚ କରନ୍ତୁ। ପ୍ରେମୀମାନଙ୍କ ଲାଗି ସମୟ ଅନୁକୂଳ ରହିବ। 

11/12

କୁମ୍ଭ :  ପାର୍ବଣର ନୂଆ ସପ୍ତାହ ଏହି ରାଶିଙ୍କ ଲାଗି ମିଶ୍ରିତ ଫଳ ପ୍ରଦାନ କରିବ। ଆର୍ଥିକ ଅବସ୍ଥା ଦୁର୍ବଳ ହେବ।  ମା ଦୁର୍ଗାଙ୍କ କୃପାରୁ କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ମିଳିବ। ଯାହାକୁ ନେଇ ଆପଣ ଉତ୍ସାହିତ ରହିବ। କାର୍ଯ୍ୟଭାର ବୃଦ୍ଧି ପାଇବ। ଯାହାକୁ ନେଇ ବିଚଳିତ ଅନୁଭବ କରିବେ। ପୌତୃକ ସମ୍ପତ୍ତିକୁ ନେଇ ନିଜ ଲୋକଙ୍କ ସହ କଳହ ସୃଷ୍ଟି ହୋଇପାରେ। ବ୍ୟବସାୟୀ-ବାଣିଜ୍ୟ କ୍ଷେତ୍ରରେ ନିଜ ପାର୍ଟନରଙ୍କୁ ଅନ୍ଧ ଭଳି ବିଶ୍ବାସ କରନ୍ତୁ ନାହିଁ । ନଚେତ୍ ପସ୍ତେଇବେ। ପାରିବାରିକ ସମସ୍ୟା ଆପଣଙ୍କ ଚିନ୍ତା ବଢାଇବ। କୌଣସି ଗୁରୁତ୍ବପୂର୍ଣ୍ଣ ନିସ୍ପତ୍ତି ନେବା ପୂର୍ବରୁ ପିତାମାତାଙ୍କ ପରାମର୍ଶ ନେବା ଜରୁରୀ। ବ୍ୟବସାୟରେ ଲାଭ କମ୍ ଘାଟା ଅଧିକ ହୋଇପାରେ। 

12/12

ମୀନ: ନୂଆ ସପ୍ତାହ ଏହି ରାଶିର ଲୋକଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ରହିବ। କର୍ମକ୍ଷେତ୍ରରେ କିଛି ଗୁରୁ ଦାୟିତ୍ବ ମିଳିପାରେ। ଆୟ ବଢିବ। ରାଜନୈତିକ ବ୍ୟକ୍ତି ବିଶେଷଙ୍କ ଲାଗି ସମୟ ଅନୁକୂଳ ରହିବ। ଦଳ ପକ୍ଷରୁ କୌଣସି ବଡ ପଦବୀ ମିଳିପାରେ। ବ୍ୟବସାୟୀମାନେ ବ୍ୟବସାୟରେ  ଅଗ୍ରଗତି କରିବେ। କ୍ୟାରିୟରକୁ ନେଇ ଖୁସି ଖବର ମିଳିବ। ପୁରୁଣା ରୋଗରୁ ମୁକ୍ତି ମିଳିବ। ସ୍ବାସ୍ଥ୍ୟ ଭଲ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପ୍ରେମୀ-ମାନଙ୍କ ଲାଗି ସମୟ ଭଲ ରହିବ ନାହିଁ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)