Advertisement
Photo Details/zeeodisha/odisha2487594
photoDetails0hindi

Weekly Special Horoscope: ନୂଆସପ୍ତାହରେ ଏହିସବୁ ରାଶିଙ୍କ ପାଇଁ ଆରମ୍ଭ ହେବ ଶୁଭ ସମୟ, ଚାକିରିରେ ମିଳିବ ପଦୋନ୍ନତି, ମାଲାମାଲ୍ ହେବେ ବ୍ୟବସାୟୀ!

Weekly Special Horoscope 28 October to 3 November 2024: ନଭେମ୍ବର ପ୍ରଥମ ସପ୍ତାହ କିପରି ରହିବ? ନୂଆ ସପ୍ତାହରେ କିପରି ରହିବ ଆପଣଙ୍କ ବ୍ୟବସାୟିକ, ଆର୍ଥିକ ଓ ସ୍ବାସ୍ଥ୍ୟବସ୍ଥା ସ୍ଥିତି?  ନଭେମ୍ବର ପ୍ରଥମ ସପ୍ତାହରେ ଏକାଧିକ ଗ୍ରହ ନିଜର ରାଶି ପରିବର୍ତ୍ତନ କରୁଥିବାରୁ ବୁଦ୍ଧାଦିତ୍ୟ ରାଜଯୋଗ ସୃଷ୍ଟି ହେଉଛି। ଏହି ରାଜଯୋଗର ପ୍ରଭାବରୁ, କିଛି ରାଶିର ଲୋକଙ୍କ ଭାଗ୍ୟ ଉଜ୍ଜଳ ହେବାକୁ ଥିବା ବେଳେ ଆଉ କିଛି ରାଶିର ଲୋକଙ୍କୁ ସତର୍କତାର ସହ ଚଳିବାକୁ ପଡିବ। ତେବେ, ଆସନ୍ତୁ ଜାଣିବା ୧୨ ଟି ରାଶିଙ୍କ ପାଇଁ କିଭଳି ରହିବ ନୂଆ ସପ୍ତାହ?

1/12
ମେଷ: ନୂଆ ସପ୍ତାହ ଏହି ରାଶିର ଲୋକଙ୍କ ପାଇଁ ବେଶ୍ ଅନୁକୂଳ ରହିବ। ଚାକିରି ଖୋଜୁଥିବା ଲୋକଙ୍କୁ ନୂତନ ନିଯୁକ୍ତି ମିଳିବ। କ୍ୟାରିୟରକୁ ନେଇ କୌଣସି ଗୁରୁତ୍ବପୂର୍ଣ୍ଣ ନିସ୍ପତ୍ତି ନେବାକୁ ପଡିପାରେ।   ବ୍ୟବସାୟମାନେ ବ୍ୟବସାୟରେ ଆଶାତିତ ଲାଭ ପାଇବେ ନାହିଁ। ଯେଉଁମାନେ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଭଲ ରହିବ। ଏହି ସମୟରେ ନୂତନ ବ୍ୟବସାୟ ଆରମ୍ଭ କଲେ ଭଲ ଲାଭ ମିଳିବ। ଅବିବାହିତମାନେ ସପ୍ତାହର ପ୍ରଥମାର୍ଦ୍ଧରେ ଭଲ ଜୀବନ ସାଥୀ ପାଇବେ। କିନ୍ତୁ ପାରିବାରିକ ଜୀବନ ଏତେ ଖାସ୍ ରହିବ ନାହିଁ। କୌଣସି କାର୍ଯ୍ୟ ପାଇଁ ଗୁରୁଜନଙ୍କ ଠାରୁ ପରାମର୍ଶ ନେଇପାରନ୍ତି। ପ୍ରେମୀଙ୍କ ପାଇଁ ସମୟ ଭଲ ରହିବ। ସପ୍ତାହର ଦ୍ବୀତିୟାର୍ଦ୍ଧରେ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ଫଳରେ ମେଡିକାଲ୍ ଖର୍ଚ୍ଚ ବୃଦ୍ଧି ପାଇବ।   

ALSO READ:  Career Horoscope: ଅକ୍ଟୋବର ୨୬ରେ ଉଦୟ ହେବ ଏହିସବୁ ରାଶିଙ୍କ ଭାଗ୍ୟ, କର୍ମକ୍ଷେତ୍ରରୁ ମିଳିବ ଖୁସି ଖବର, ଲାଭରେ ରହିବେ ବ୍ୟବସାୟୀ! 

ALSO READ:  Dhanteras 2024: ଧନତେରାସ୍-ରୁ ଖୋଲିବ ଏହିସବୁ ରାଶିଙ୍କ ଭାଗ୍ୟ, ବେକାରିଙ୍କୁ ମିଳିବ ଚାକିରି ସହ ବଢିବ ବ୍ୟାଙ୍କ୍ ବାଲାନ୍ସ!

2/12
ବୃଷ:  ନୂଆ ସପ୍ତାହ ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ। କଠିନ ପରିଶ୍ରମର ଫଳ ମିଳିବ। କର୍ମକ୍ଷେତ୍ରରେ ଅଟକି ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସମର୍ଥ ହେବେ।  ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରିବେ।  ବ୍ୟବସାୟୀମାନେ ବାକି ପଡିଥିବା ଟଙ୍କାକୁ ନେଇ ପାଇବା ନେଇ ଟେନସନରେ ରହିବେ।  ସପ୍ତାହର ଦ୍ବୀତିୟାର୍ଦ୍ଧରେ ନିଜ ପରିବାର ଲୋକଙ୍କ ସହ ଧାର୍ମିକ ସ୍ଥଳକୁ ଯାତ୍ରା କରିବେ। ପ୍ରେମୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ଅବିବାହିତ ଲୋକମାନେ ନିଜ ସାଥୀଙ୍କ ସହ ଭଲ ସମୟ ବିତେଇବେ। ଦିର୍ଘ ଦିନ ଧରି ଲାଗି ରହିଥିବା ଅସୁସ୍ଥତା ଦୂର ହେବ। ବୈବାହିକ ଜୀବନ ସୁଖମୟ ହେବ। ସେୟାର ବଜାର ଓ ଲଟେରୀ ରୁ ଲାଭ ପାଇବେ।

3/12

ମିଥୁନ:  ଏହି ରାଶିର ଲୋକଙ୍କ ପାଇଁ  ନୂଆ ସପ୍ତାହ ଲାଭଦାୟୀ ରହିବ। ଆର୍ଥିକ ସ୍ଥିତି ଭଲ ରହିବ।  ବିଶେଷକରି, କ୍ୟାରିୟର ଦୃଷ୍ଟିକୋଣରୁ ଆସନ୍ତା ସପ୍ତାହ ଭଲ ରହିବ। ଯେଉଁମାନେ ବିଦେଶରେ ବ୍ୟବସାୟ କରୁଛନ୍ତି । ସେମାନେ ଗୁରୁତ୍ବପୂର୍ଣ୍ଣ ଡିଲ୍ ଫାଇନାଲ୍ କରିବାର ସମର୍ଥ ହେବେ। ବ୍ୟବସାୟରେ ଅଗ୍ରଗତି କରିବେ। ଘରେ କୌଣସି ପ୍ରକାର ଶୁଭ କାର୍ଯ୍ୟ ହେବ। ଇଶ୍ବରଙ୍କ ଉପରେ ଆଶା ଓ ଭରସା ବୃଦ୍ଧି ପାଇବ। ଶିକ୍ଷା କ୍ଷେତ୍ରରେ ଜଡ଼ିତ ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ। ବିଦେଶରେ ପାଠ-ପଢିବାକୁ ଆଗ୍ରହୀ ଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ। ପ୍ରେମୀମାନେ ନିଜ ସାଥୀଙ୍କୁ ପ୍ରତ୍ୟକ କାର୍ଯ୍ୟରେ ସମର୍ଥନ କରିବେ। ବୈବାହିକ ଜୀବନ ଅଧିକ ସୁଖମୟ ହେବ। 

4/12
କର୍କଟ:  କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ।  କ୍ରୋଧ ଓ ଅହଂକାରରୁ ନିବୃତ୍ତ ରହିବା ଭଲ। ନଚେତ୍ କ୍ରୋଧକୁ ନିୟନ୍ତ୍ରଣ ନ କଲେ ପାରିବାରିକ କହଳର ସାମ୍ନା କରିବାକୁ ପଡିପାରେ।  କାହା ସହ ଥଟ୍ଟା-ପରିହାସ ମଧ୍ୟ କରନ୍ତୁ ନାହିଁ। ନଚେତ୍ ଅଯଥା କଳହ ର ସାମ୍ନା କରିପାରନ୍ତି। ଯାହାକୁ ନେଇ ମାନସିକ ଅଶାନ୍ତି ଦେଖାଦେବ। ସପ୍ତାହର ମଧ୍ୟ ଭାଗରେ ବ୍ୟବସାୟୀମାନେ କୌଣସି ଗୁରୁତ୍ବପୂର୍ଣ୍ଣ ଡିଲ୍ ଫାଇନାଲ୍ କରିବେ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ।   ସପ୍ତାହ ଶେଷରେ ବିବାହିତ ଲୋକମାନେ ନିଜ ସାଥୀଙ୍କ ସହ ଧାର୍ମିକ ସ୍ଥାନକୁ ଯାତ୍ରା କରିବେ। ପ୍ରେମୀମାନଙ୍କ ପାଇଁ ସମୟ ସେତେଟା ଖାସ୍ ରହିବ ନାହିଁ। ଅଯଥା ଯୁକ୍ତିତର୍କରୁ ନିଜକୁ ଦୂରେଇ ରଖନ୍ତୁ।  ସମ୍ପର୍କ ଭଲ ରହିବ। ସପ୍ତାହ ମଧ୍ୟଭାଗରେ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ। 

5/12
  ସିଂହ:  ସପ୍ତାହ ଆରମ୍ଭରୁ କର୍ମକ୍ଷେତ୍ରରୁ କୌଣସି ପ୍ରକାର ଖୁସି ଖବର ପାଇ ପାରନ୍ତି। କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ମିଳିପାରେ। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ। କିଛି ବଡ଼ ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କରିବେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ଦିର୍ଘ ଦିନ ଧରି ଲାଗି ରହିଥିବା ଜମିବାଡ଼ି ବିବାଦର ସମାଧାନ ହେବ।  ସପ୍ତାହ ଶେଷଭାଗରେ, ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଭେଟିବେ। ଯାହାଙ୍କ ପାଖରୁ କୌଣସି ପ୍ରକାର ବଡ଼ ସାହାର୍ଯ୍ୟ ପାଇବେ। ପ୍ରେମ- ଜୀବନ ଶୁଭ ରହିବ। ନିଜ ସାଥୀଙ୍କ ଠାରୁ ବିବାହ ପ୍ରସ୍ତାବ ପାଇ ମନ ଖୁସି ରହିବ। ସ୍ବାସ୍ଥ୍ୟ ଜନିକ ସମସ୍ୟା ଦେଖାଦେଇପାରେ। 

6/12
କନ୍ୟା:   ଆଗାମୀ ସପ୍ତାହରେ ସତର୍କତାର ସହ ଚଳିବାକୁ ପଡିବ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହ କୌଣସି ଅଯଥା ଯୁକ୍ତିତର୍କ ହୋଇପାରେ। ନିଜ ରାଗ-କ୍ରୋଧକୁ ନିୟନ୍ତ୍ରଣରେ ରଖିବା ସହ ପରିସ୍ଥିତିକୁ ଧୌର୍ଯ୍ୟର ସହକାରେ ମୁକାବିଲା କରିବାକୁ ପଡିବ। ରାଗରେ କୌଣସି ଗୁରୁତ୍ବପୂର୍ଣ୍ଣ ନିସ୍ପତି ନିଅନ୍ତୁ ନାହିଁ। ଦିର୍ଘ ଦିନର ଆଶା ପୂରଣ ହେବେ। ଏହି ସମୟ ମଧ୍ୟରେ ନୂତନ ଘର କିଣିବେ। ସମ୍ପର୍କୀୟଙ୍କ ସହ ଲାଗି ରହିଥିବା ବିବାଦର ଅନ୍ତ ହେବ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। ସପ୍ତାହର ଦ୍ବୀତିୟାର୍ଦ୍ଧରେ ସ୍ବାସ୍ଥ୍ୟ ଜନିତ ସମସ୍ୟାକୁ ନେଇ ଚିନ୍ତାରେ ରହିବେ।  ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ପ୍ରେମୀମାନେଙ୍କ ସମ୍ପର୍କରେ ଫାଟ ହୋଇପାରେ।

7/12
ତୁଳା: ତୁଳା ରାଶିର ଲୋକଙ୍କ ପାଇଁ ଆଗାମୀ ସପ୍ତାହ ଅଶୁଭ ରହିପାରେ। ଗାଡି଼ ଚାଳନା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ନଚେତ୍ କୌଣସି ପ୍ରକାରର ଅଘଟଣର ସାମ୍ନା କରିପାରନ୍ତି। ବ୍ୟବସାୟୀମାନେ ବ୍ୟବସାୟ ବୃଦ୍ଧି କରିବା ଯୋଜନାରେ କ୍ଷତି ସହିପାରନ୍ତି। ଦେହ ଅସୁସ୍ଥ ଥିବାରୁ କର୍ମକ୍ଷେତ୍ରରେ ମନ ଲାଗିବ ନାହିଁ। ଟଙ୍କା-ପଇସାକୁ ନେଇ ପରିବାରରେ କଳହ ସୃଷ୍ଟି ହୋଇପାରେ। ଆର୍ଥିକ ସ୍ଥିତି ବିଗିଡିବ।  ସପ୍ତାହ ଶେଷ ବେଳକୁ ନିଜ ପୁରୁଣା ବନ୍ଧୁଙ୍କ ସହ ଦେଖାହୋଇପାରେ। ଘରେ କୌଣସି ପ୍ରକାର ମାଙ୍ଗଳିକ କାର୍ଯ୍ୟ ହେବ। ଯଥା ସମ୍ଭବ-ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। 

8/12
  ବିଛା: ନୂଆ ସପ୍ତାହ ବିଛା ରାଶିର ଲୋକଙ୍କ ପାଇଁ ବେଶ୍ ଅନୁକୂଳ ରହିବ।  କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ନେଇ ଖୁସି ଖବର ପାଇବେ। ଯେଉଁମାନେ ଚାକିରି ବଦଳାଇବାକୁ ଚାହୁଁଛନ୍ତି । ସେମାନଙ୍କ ପାଇଁ ସମୟ ଶୁଭ ରହିବ। ଚେଷ୍ଟା କରନ୍ତୁ ସଫଳତା ନିଶ୍ଚୟ ପାଇବେ। ସପ୍ତାହ ଶେଷ ଭାଗରେ ସପିଂରେ ଅଧିକ ପଇସା ଖର୍ଚ୍ଚ ହୋଇପାରେ। ପାର୍ଟନରସିପ୍ ରେ ଚାଲିଥିବା ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ। ପୂର୍ବ ନିର୍ଦ୍ଦାରିତ ଯୋଜନାକୁ କାର୍ଯ୍ୟକାରୀ କରିବେ। ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। ପ୍ରେମୀମାନେ ନିଜ ସାଥୀଙ୍କ ସହ ଦୂରସ୍ଥାନକୁ ଯାତ୍ରା କରିବେ।  ବୈବାହିକ ଜୀବନ ସୁଖମୟ ହେବ। 

9/12
ଧନୁ: ଏହି ରାଶିର ଲୋକଙ୍କ ପାଇଁ ନୂଆ ସପ୍ତାହ ବ୍ୟସ୍ତତା ଭିତରେ କଟିବ। ରାଜନୀତି କ୍ଷେତ୍ରରେ ଜଡିତ ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଶୁଭ ରହିବ। ଦଳ ପକ୍ଷରୁ କୌଣସି ଏକ ବଡ଼ ଦାୟିତ୍ବ ବା ପଦ ମିଳିବ।  ବ୍ୟବସାୟୀମାନେ ବ୍ୟବସାୟୀ କ୍ଷତି ସହିବାର ସମ୍ଭାବନା ରହିଛି । ଯଦି କୌଣସି ଗୁରୁତ୍ବପୂର୍ଣ୍ଣ ଡିଲ୍ ଫାଇନାଲ୍ କରୁଛନ୍ତି । ତେବେ, ସେ-ସବୁ ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟକୁ ତନ୍ନତନ୍ନ କରି ଯାଞ୍ଚ କରନ୍ତୁ। ପାର୍ଟନର ସିପ୍ ରେ ଚାଲିଥିବା ବ୍ୟବସାୟରେ ଠକାମୀର ଶୀକାର ହେବାକୁ ପଡିବ। ଭବିଷ୍ୟତ ପାଇଁ କିଛି ନୂତନ ଯୋଜନା କରିବେ। ନିଜ ପିତାମାତାଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଚିନ୍ତାରେ ରହିବ। ନୂଆକରି ବିବାହ କରିଥିବା ଲୋକେ ସନ୍ତାନ ପ୍ରାପ୍ତି ନେଇ ଖୁସି ଖବର ପାଇବେ।

10/12
ମକର: ମକର ରାଶିର ଲୋକଙ୍କ ପାଇଁ ଆଗାମୀ ସପ୍ତାହ ଆଦୌ ଭଲ ରହିବ ନାହିଁ। କର୍ମକ୍ଷେତ୍ରରେ ଅଶାନ୍ତିର ବାତାବରଣ ରହିବ। ସହକର୍ମୀଙ୍କ ଷଡଯନ୍ତ୍ରର ଶୀକାର ହୋଇପାରନ୍ତି। ତେଣୁ ନିଜ ସହକର୍ମୀଙ୍କ ସହ କଥା ହେଉଥିବା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ସପ୍ତାହରେ ଦ୍ବୀତିୟାର୍ଦ୍ଦରେ ନିଜ ପରିବାର ସହିତ ଦୂର ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି। ବ୍ୟବସାୟିକ ଦୃଷ୍ଟି କୋଣରୁ ସମୟ ଭଲ ରହିବ। ପ୍ରେମୀମାନେ ନିଜ ସାଥୀଙ୍କ ସହ କ୍ବାଲିଟି ଟାଇମ୍ ଅତିବାହିତ କରିବେ। ସପ୍ତାହ ଆରମ୍ଭରୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ତେଣୁ ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ସନ୍ତୁଳିତ ଖାଦ୍ୟ ଓ ବ୍ୟାୟାମ୍ କରନ୍ତୁ। 

11/12

କୁମ୍ଭ:  କର୍ମକ୍ଷେତ୍ରରେ କାର୍ଯ୍ୟଭାର ଅଧିକ ରହିବ। ଯାହାକୁ ନେଇ ଆପଣ ବିଚଳିତ ହେବେ ଓ ଟେନସନ୍ -ରେ ରହିବେ।  ସପ୍ତାହ ଆରମ୍ଭରୁ ସହକର୍ମୀଙ୍କ ସହ କୋଣସି କଥାକୁ ନେଇ ବିବାଦ ଦେଖାଦେଇପାରେ। ବ୍ୟବସାୟୀମାନେ କୌଣସି ସ୍ଥାନରେ ଟଙ୍କା ବିନିଯୋଗ ଯଦି କରୁଛନ୍ତି । ତେବେ, ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ କରନ୍ତୁ ନଚେତ୍ କ୍ଷତି ସହିବେ। କୌଣସି କାର୍ଯ୍ୟରେ କଠିନ ପରିଶ୍ରମର ଫଳ ମିଳିବ ନାହିଁ। ଧାର୍ମିକ କାର୍ଯ୍ୟରେ ଖର୍ଚ୍ଚାନ୍ତ ହେବେ। ସପ୍ତାହର ଦ୍ବୀତିୟାର୍ଦ୍ଧରେ ଅସୁସ୍ଥତା ଅନୁଭବ କରିବେ।  ପୁରୁଣା ରୋଗ କଷ୍ଟ ପାଇବେ।  ପ୍ରେମୀମାନଙ୍କ ପାଇଁ ସମୟ ପ୍ରତିକୂଳ ରହିବ। ସାଥୀଙ୍କ ଠାରୁ ଧୋକା ମିଳିପାରେ। ବୈବାହିକ ଜୀବନ ସୁଖମୟ ହେବ। 

12/12
ମୀନ:  ନୂଆ ସପ୍ତାହ ଏହି ରାଶିଙ୍କ ପାଇଁ ବେଶ୍ ଫଳଦାୟୀ ରହିବ। ପ୍ରତ୍ୟକ କ୍ଷେତ୍ରରେ ସଫଳତା ପାଇବେ।  କର୍ମକ୍ଷେତ୍ରରେ ଉଭୟ ଜୁନିୟର ଓ ସିନିୟର ପ୍ରତ୍ୟକ କାର୍ଯ୍ୟରେ ସମର୍ଥନ କରିବେ।  କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। ଆୟ ବୃଦ୍ଧି ପାଇବ। ବ୍ୟବସାୟରେ ନୂତନ ଯୋଜନା କାର୍ଯ୍ୟକାରୀ କଲେ ଅଧିକ ଲାଭ ପାଇବେ। ଯେଉଁମାନେ ବିଦେଶରେ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି । ସେମାନଙ୍କ ପାଇଁ ସମୟ  ଭଲ ରହିବ।  ଦିର୍ଘ ଦିନ ଧରି ଚାଲିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ।    (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)