ତୁଳା: ଆଗାମୀ ସପ୍ତାହରେ ଏହି ରାଶିର ଲୋକେ ଭଲ ଫଳାଫଳ ପାଇବେ। ବିଶେଷକରି, ଯେଉଁମାନେ ଚାକିରି ଖୋଜୁଛନ୍ତି। ସେମାନଙ୍କୁ ନିଯୁକ୍ତି ଅଫର ନେଇ କୌଣସି ଫୋନ୍ କଲ୍ ବା ଅଫର ଲେଟର ମିଳିବ। ପ୍ରତ୍ୟକ କ୍ଷେତ୍ରରେ ସଫଳତା ପାଇବେ। ଆୟର ନୂତନ ଉତ୍ସ ବୃଦ୍ଧି ପାଇବ। ଆୟ -ଅପେକ୍ଷା ବ୍ୟୟ ଅଧିକ ହେବ। ଘରକୁ ଅତିଥିଙ୍କ ଆଗମନ ହୋଇପାରେ। ଶୁଭକାର୍ଯ୍ୟ ବା ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇ ଖର୍ଚ୍ଚାନ୍ତ ହେବେ। ନିଜ ପତ୍ନୀଙ୍କ ସହ ଦୂରଯାତ୍ରା କରିପାରନ୍ତି। ବ୍ୟବସାୟୀମାନେ କୌଣସି ଗୁରୁତ୍ବପୂର୍ଣ୍ଣ ଡିଲ୍ ଫାଇନାଲ୍ କରିବେ। ସାମାନ୍ୟ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ଅବିବାହିତମାନଙ୍କୁ ଭଲ ଜୀବନ ସାଥୀ ମିଳିବ।
ବିଛା: ଆଗାମୀ ସପ୍ତାହରେ ଏ-ହି ରାଶିର ଲୋକେ ଅଧିକ ଟେନସନରେ ରହିବେ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ପାଇବ। ଯାହାକୁ ନେଇ କ୍ଲାନ୍ତ ଅନୁଭବ କରିବେ। ପେଣ୍ତିଂ କାର୍ଯ୍ୟକୁ ଶେଷ କରିବାରେ ସମର୍ଥ ହେବେ। ପୁରୁଣା ରୋଗରୁ ମୁକ୍ତି ମିଳିଲେ ମଧ୍ୟ ଅଧିକ ଅଳସୁଆ ଅନୁଭବ କରିବେ। ବ୍ୟବସାୟୀମାନଙ୍କ ପାଇଁ ସମୟ ଆଦୌ ଭଲ ରହିବ ନାହିଁ। ବ୍ୟବସାୟରେ ଟଙ୍କା ବିନିଯୋଗ କରନ୍ତୁ ନାହିଁ କ୍ଷତି ସହିବେ। ଯଦି ସମ୍ଭବ ତେବେ, ଏହି ଯୋଜନାକୁ ସ୍ଥଗତି ରଖନ୍ତୁ। ଦିର୍ଘ ଦିନ ଧରି ଲାଗି ରହିଥିବା କୌଣସି ଜମିଜମା ବିବାଦର ସମାଧାନ ହେବ। ପ୍ରେମୀ ମାନଙ୍କ ପାଇଁ ଅତ୍ୟନ୍ତ ସମୟ ଅନୁକୂଳ ରହିବ। ସାଥୀଙ୍କ ସହ କ୍ବାଲିଟି ଟାଇମ୍ ଅତିବାହିତ କରିବେ।
ମକର: ଆଗାମୀ ସପ୍ତାହ ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟୀ ରହିବ। ଉଭୟ ଚାକିରିଆ ଓ ବ୍ୟବସାୟୀମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ଆମଦାନୀ-ରପ୍ତାନୀ ଓ ଟେକ୍ସଟାଇଲ୍ ରେ ଜଡ଼ିତ ବ୍ୟବସାୟୀମାନେ ବେପାର-ବାଣିଜ୍ୟରେ ଭଲ ଦି ପଇସା ଲାଭ ପାଇବେ। ପୁରୁଣା ବିନିଯୋଗ ଲାଭବାନ୍ କରାଇବ। ସପ୍ତାହ ମଧ୍ୟ ଭାଗରେ ଥଣ୍ତା-କାଶ ସମସ୍ୟା ଦେଖାଦେଇପାରେ। ଦୀର୍ଘ ଦନ ଧରି ଲାଗି ରହିଥିବା ପାରିବାରିକ ବିବାଦରୁ ମୁକ୍ତି ପାଇବେ। ଫସିଥିବା ଟଙ୍କା ପାଇବେ। ସପ୍ତାହ ଆରମ୍ଭରୁ ନିଜ ସାଥୀଙ୍କୁ କୌଣସି ପ୍ରକାର ଦାମୀ ଉପହାର ଦେବେ। କମ୍ପିଟେଟିଭ୍ ଏକ୍ସାମ ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀ ଭଲ ରେଜଲ୍ଟ ପାଇବେ। ଅବିବାହିତମାନଙ୍କୁ ଭଲ ଜୀବନ ସାଥୀ ମିଳିବ।
ट्रेन्डिंग फोटोज़