Advertisement
Photo Details/zeeodisha/odisha2477642
photoDetails0hindi

Weekly Special Horoscope: ଏହିସବୁ ରାଶିଙ୍କ ଶୁଭ ରହିବ ନୂଆ ସପ୍ତାହ , କର୍ମକ୍ଷେତ୍ରରୁ ମିଳିବ ଖୁସି ଖବର, ବ୍ୟବସାୟୀଙ୍କର ବଢିବ ଲାଭ!

   
Weekly Special Horoscope 21 to 27 October 2024: ଅକ୍ଟୋବର ଶେଷ ସପ୍ତାହ କିପରି କଟିବ? ନୂଆ ସପ୍ତାହରେ କିପରି ରହିବ ଆପଣଙ୍କ ଆର୍ଥିକ, ସ୍ବାସ୍ଥ୍ୟବସ୍ଥା ଓ ବ୍ୟବସାୟିକ ସ୍ଥିତି? ମାସ ଶେଷ ଆଡକୁ ବୃଷ ରାଶିରେ ବୃହସ୍ପତିଙ୍କ ଚଳନ ହେବ। ଯେଉଁ ରାଶିରେ କି ପୂର୍ବର ଚନ୍ଦ୍ର ବିରାଜମାନ ଅଛନ୍ତି। ଫଳରେ ଏହି କାରଣରୁ , ଗଜକେଶରୀ ଯୋଗ ସୃଷ୍ଟି ହେବ। ଯାହାର ପ୍ରଭାବ ରାଶିଚକ୍ରରେ ଥିବା ୧୨ ଟି ରାଶିଙ୍କ ଉପରେ ପଡିବ।ଗଜକେଶରୀ ଯୋଗର ପ୍ରଭାବରୁ କିଛି ରାଶିର ଲୋକଙ୍କ ପାଇଁ ଶୁଭ ସମୟ ଆରମ୍ଭ ହେବାକୁ ଥିବା ବେଳେ ଆଉ କିଛି ରାଶିଙ୍କୁ ସତର୍କତାର ସହ ଚଳିବାକୁ ପଡିବ। ତେବେ, ଆସନ୍ତୁ ଜାଣିବା ୧୨ଟି ରାଶିଙ୍କ ପାଇଁ ନୂଆ ସପ୍ତାହ କିପରି ରହିବ?

1/12

ମେଷ: ନୂଆ ସପ୍ତାହ ଏହି ରାଶିଙ୍କ ପାଇଁ ବେଶ ଶୁଭ ରହିବ। ଗଜକେଶରୀ ଯୋଗ ପ୍ରଭାବରୁ ଆର୍ଥିକ ସ୍ଥିତିରେ ସୁଧାର ଆସିବ। କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। ଯେଉଁମାନେ ଚାକିରି ବଦଳାଇବାକୁ ଚାହୁଁଛନ୍ତି । ସେମାନେ ଚେଷ୍ଟା ଜାରି ରଖନ୍ତୁ ସଫଳତା ନିଶ୍ଚୟ ପାଇବେ। ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିବ। ଆର୍ଥିକ ଦେଣନେଣରୁ ଲାଭ ପାଇବେ। ଆୟରେ ବୃଦ୍ଧି ଘଟିବ। ସାହିତ୍ୟ, କଳା, ସାମ୍ବାଦିକତା  ଓ ରିସର୍ଚ୍ଚ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଭଲ ରହିବ। ପିତା-ମାତାଙ୍କ ସହ ହୋଇଥିବା ଭୁଲ୍-ବୁଝାବଣା ଦୂର ହେବ। ପ୍ରେମୀ ମାନେ ନିଜ ସାଥୀଙ୍କ ସହ ଭଲ ସମୟ ଅତିବାହିତ କରିବେ। ବୈବାହିକ ଜୀବନ ସୁଖମୟ ହେବ। ସନ୍ତାନ ମାନଙ୍କ ଠାରୁ କୌଣସି ଖୁସି ଖବର ପାଇପାରନ୍ତି। 

ALSO READ: Career Horoscope: ଅକ୍ଟୋବର ୧୯ରେ ଉଦୟ ହେବ ୭ ରାଶିଙ୍କ ଭାଗ୍ୟ, ସର୍ବର୍ଥ ସିଦ୍ଧି ଯୋଗ ଓ ଶନିଙ୍କ କୃପାରୁ ପାଇବେ ଅପାର ଲାଭ!

ALSO READ: Viral Video: ପୁଣି ଥରେ ଛାତ ଉପରୁ ଭାଇରାଲ୍ ହେଲା ଓଡିଆ ଭାଉଜଙ୍କ ଏହି ଭିଡିଓ, ଦେଖନ୍ତୁ

2/12

ବୃଷ:  ନୂଆ ସପ୍ତାହ ଏହି ରାଶିଙ୍କର ବେଶ୍ ମଉଜମଜଲିସ୍ ରେ କଟିବ। କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ମିଳିବ। କାର୍ଯ୍ୟାଳୟରେ ପ୍ରତ୍ୟକ କାର୍ଯ୍ୟରେ ସିନିୟର ଓ ଜୁନିୟରଙ୍କ ସମର୍ଥନ ପାଇବେ।  ଆୟର ନୂତନ ଉତ୍ସ ସୃଷ୍ଟି ହେବ।  କୌଣସି କାର୍ଯ୍ୟ ପାଇଁ ସମ୍ମାନୀତ ହୋଇପାରନ୍ତି। ଯେଉଁମାନେ ବିଦେଶରେ ବ୍ୟବସାୟ କରୁଛନ୍ତି। ସେମାନଙ୍କ ପାଇଁ ସମୟ ଅନୁକୂଳ ରହିବ। କୌଣସି ବଡ଼ ଡିଲ୍ ଫାଇନାଲ୍ ହୋଇପାରେ। ପୁଞ୍ଜି ବିନିଯୋଗ ପାଇଁ ସମୟ ଭଲ ରହିବ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ। ଜ୍ବର-କାଶ ପରି ରୋଗରେ ପୀଡିତ ହୋଇପାରନ୍ତି।

 

3/12

ମିଥୁନ:  ନୂଆ ସପ୍ତାହ ଏହି ରାଶିର ଲୋକଙ୍କ ପାଇଁ ସମୟ ଏତେ ଭଲ ରହିବ ନାହିଁ।  କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହ କୌଣସି ଅଯଥା ଯୁକ୍ତିତର୍କ ହୋଇପାରେ। ସମ୍ପର୍କୀୟଙ୍କ ସହ ଲାଗି ରହିଥିବା ବିବାଦର ଅନ୍ତ ଘଟିବ ହେଲେ ମନ ଭଲ ରହିବ ନାହିଁ। ନିଜ ରାଗ-କ୍ରୋଧକୁ ନିୟନ୍ତ୍ରଣରେ ରଖିବା ସହ ପରିସ୍ଥିତିକୁ ଧୌର୍ଯ୍ୟର ସହକାରେ ମୁକାବିଲା କରିବାକୁ ପଡିବ। ରାଗରେ କୌଣସି ଗୁରୁତ୍ବପୂର୍ଣ୍ଣ ନିସ୍ପତି ନିଅନ୍ତୁ ନାହିଁ। ସପ୍ତାହର ଦ୍ବୀତିୟାର୍ଦ୍ଧରେ ସ୍ବାସ୍ଥ୍ୟ ଜନିତ ସମସ୍ୟାକୁ ନେଇ ଚିନ୍ତାରେ ରହିବେ।  ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ପ୍ରେମୀମାନେଙ୍କ ସମ୍ପର୍କରେ ଫାଟ ହୋଇପାରେ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ।  

4/12

କର୍କଟ:  ନୂଆ ସପ୍ତାହ ଏହି ରାଶିଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ।  କର୍ମକ୍ଷେତ୍ରରେ ହୋଇଥିବା ଷଡଯନ୍ତ୍ରକୁ ପଣ୍ତ କରିବାର ସଫଳ ହେବେ। ଶତ୍ରୃମାନେ ମିତ୍ରତାର ହାତ ବଢେଇବା। କିନ୍ତୁ କ୍ରୋଧରେ କୌଣସି ପ୍ରକାର ବଡ଼ ନିସ୍ପତ୍ତି ନିଅନ୍ତୁ ନାହିଁ । ନଚେତ୍ ପରେ ପସ୍ତେଇବେ। ଆମଦାମୀ-ରପ୍ତାନୀ ବ୍ୟବସାୟୀମାନେ ବିପୁଳ ଲାଭ ପାଇବେ। ଭାଙ୍ଗି ଯାଇଥିବା ପ୍ରେମ ସମ୍ପର୍କ ପୁଣି ଥରେ ଯୋଡି ହୋଇପାରେ। ଗାଡି଼ ଚଳାନ ବେଳେ ସତର୍କତା  ଅବଲମ୍ବନ କରନ୍ତୁ। ନିଜ ଲୋକଙ୍କୁ ଅନ୍ଧ ଭଳି ବିଶ୍ବାସ କରନ୍ତୁ ନାହିଁ।

 

5/12

ସିଂହ: ନୂଆ ସପ୍ତାହ ଏହି ରାଶିଙ୍କର ବ୍ୟସ୍ତତା ଭିତରେ କଟିବ। କର୍ମକ୍ଷେତ୍ରରେ ଅଟକି ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସମର୍ଥ ହେବେ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରିବେ।  କ୍ୟାରିୟରକୁ ନେଇ କୌଣସି ଖୁସି ଖବର ମିଳିବ। ବ୍ୟବସାୟୀମାନେ ବାକି ପଡିଥିବା ଟଙ୍କାକୁ ନେଇ ପାଇବା ନେଇ ଟେନସନରେ ରହିବେ।  ସପ୍ତାହର ଦ୍ବୀତିୟାର୍ଦ୍ଧରେ ନିଜ ପରିବାର ଲୋକଙ୍କ ସହ ଧାର୍ମିକ ସ୍ଥଳକୁ ଯାତ୍ରା କରିବେ।  ଦିର୍ଘ ଦିନ ଧରି ଲାଗି ରହିଥିବା ଅସୁସ୍ଥତା ଦୂର ହେବ। ବୈବାହିକ ଜୀବନ ସୁଖମୟ ହେବ। ସେୟାର ବଜାର ଓ ଲଟେରୀ ରୁ ଲାଭ ପାଇବେ। ପ୍ରେମୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ଅବିବାହିତ ଲୋକମାନେ ନିଜ ସାଥୀଙ୍କ ସହ ଭଲ ସମୟ ବିତେଇବେ।

6/12

କନ୍ୟା:  ବିଶେଷକରି, କ୍ୟାରିୟର ଦୃଷ୍ଟିକୋଣରୁ ନୂଆ ସପ୍ତାହ ଲାଭଦାୟୀ ରହିବ। ଯେଉଁମାନେ ବିଦେଶରେ ବ୍ୟବସାୟ କରୁଛନ୍ତି । ସେମାନେ ଗୁରୁତ୍ବପୂର୍ଣ୍ଣ ଡିଲ୍ ଫାଇନାଲ୍ କରିବାର ସମର୍ଥ ହେବେ। ବ୍ୟବସାୟରେ ଅଗ୍ରଗତି କରିବେ। ଘରେ କୌଣସି ପ୍ରକାର ଶୁଭ କାର୍ଯ୍ୟ ହେବ। ଇଶ୍ବରଙ୍କ ଉପରେ ଆଶା ଓ ଭରସା ବୃଦ୍ଧି ପାଇବ। ଆର୍ଥିକ ସ୍ଥିତି ଭଲ ରହିବ। ବିଦେଶରେ ପାଠ-ପଢିବାକୁ ଆଗ୍ରହୀ ଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ। ପ୍ରେମୀମାନେ ନିଜ ସାଥୀଙ୍କୁ ପ୍ରତ୍ୟକ କାର୍ଯ୍ୟରେ ସମର୍ଥନ କରିବେ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ। ବୈବାହିକ ଜୀବନ ଅଧିକ ସୁଖମୟ ହେବ। 

 

7/12

ତୁଳା:  ପ୍ରତ୍ୟକ କାର୍ଯ୍ୟରେ ଭାଗ୍ୟ ଆପଣଙ୍କ ସାଥ୍ ଦେବ।  ପୂର୍ବ ନିର୍ଦ୍ଦାରିତ ଯୋଜନାକୁ କାର୍ଯ୍ୟକାରୀ କରିବେ। ପାର୍ଟନରସିପ୍ ରେ ଚାଲିଥିବା ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ନେଇ ଖୁସି ଖବର ପାଇବେ। ସପ୍ତାହ ଶେଷ ଭାଗରେ ସପିଂରେ ଅଧିକ ପଇସା ଖର୍ଚ୍ଚ ହୋଇପାରେ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ପ୍ରେମ ଜୀବନ ଭର ରହିବା ସହ ବୈବାହିକ ଜୀବନ ସୁଖମୟ ହେବ। 

 

8/12

ବିଛା : ନୂଆ ସପ୍ତାହ ଏହି ରାଶିର ଲୋକଙ୍କ ପାଇଁ ଅନୁକୂଳ ରହିବ। ଯେଉଁ ବ୍ୟବସାୟୀମାନେ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଶୁଭ ରହିବ। ଏହି ସମୟରେ ନୂତନ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭବାନ୍ ହେବେ। ଏବଂ ଚାକିରି ଖୋଜୁଥିବା ଲୋକଙ୍କୁ ନୂତନ ନିଯୁକ୍ତି ମିଳିବ। କୌଣସି କାର୍ଯ୍ୟ ପାଇଁ ଗୁରୁଜନଙ୍କ ଠାରୁ ପରାମର୍ଶ ନେଇପାରନ୍ତି। ଯାହା ଆପଣଙ୍କ ଭବିଷ୍ୟତ ପାଇଁ ଭଲ। ଅବିବାହିତମାନେ ସପ୍ତାହର ପ୍ରଥମାର୍ଦ୍ଧରେ ଭଲ ଜୀବନ ସାଥୀ ପାଇବେ। କିନ୍ତୁ ପାରିବାରିକ ଜୀବନ ଏତେ ଖାସ୍ ରହିବ ନାହିଁ। ସପ୍ତାହର ଦ୍ବୀତିୟାର୍ଦ୍ଧରେ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ଫଳରେ ମେଡିକାଲ୍ ଖର୍ଚ୍ଚ ବୃଦ୍ଧି ପାଇବ।  ପ୍ରେମୀଙ୍କ ପାଇଁ ସମୟ ଭଲ ରହିବ।  

9/12

ଧନୁ:  କର୍ମକ୍ଷେତ୍ରରେ ଦିର୍ଘ ଦିନ ଧରି ଚାଲିଥିବା ବିବାଦର ଅନ୍ତ ଘଟିବ। ମହିଳା କର୍ମଚାରୀମାନେ କାର୍ଯ୍ୟାଳୟରେ ସମ୍ମାନୀତ ହେବେ। ସପ୍ତାହ ଆରମ୍ଭରୁ ବରିଷ୍ଠ ଅଧିକାରୀଙ୍କ ଠାରୁ ପ୍ରଶଂସା ଶୁଣିପାରନ୍ତି। ପ୍ରତ୍ୟକ କାର୍ଯ୍ୟରେ ପରିବାର ଲୋକଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ନିଜ ପୁରୁଣା ବନ୍ଧୁଙ୍କ ସହ ଭେଟ ହୋଇପାରେ। ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଅନୁକୂଳ ରହିବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ପରିବାରର ହସ-ଖୁସିର ମାହୋଲ ଦେଖାଦେବ। 

10/12

ମକର:  ଅକ୍ଟୋବର ମାସର ଶେଷ ସପ୍ତାହ ଏହି ରାଶିଙ୍କ ପାଇଁ ଅନୁକୂଳ ରହିବ।  ଦିର୍ଘ ଦିନର ଆଶା ପୂରଣ ହେବ।  ନୂତନ ଗାଡି କିଣିପାରନ୍ତି। ନବ-ବିବାହିତ ମାନେ ସନ୍ତାନ ପ୍ରାପ୍ତି ନେଇ କୌଣସି ପ୍ରକାର ଖୁସି ଖବର ପାଇପାରନ୍ତି। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ।  ବ୍ୟବସାୟୀମାନେ ପୁରୁଣା ବିନିଯୋଗରୁ ଲାଭ ପାଇବେ। ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ। ପ୍ରେମୀମାନଙ୍କ ପାଇଁ ସମୟ ଅତ୍ୟନ୍ତ ଖାସ୍ ରହିବ। ସାଥୀଙ୍କ ସହ କ୍ବାଲିଟି ଟାଇମ୍ ଅତିବାହିତ କରିବେ।  ସ୍ବାସ୍ଥ୍ୟ ଭଲ ରହିବ। 

11/12

କୁମ୍ଭ :  କୁମ୍ଭ ରାଶିଙ୍କ ପାଇଁ ଆଗାମୀ ସପ୍ତାହ ଅଶୁଭ ରହିପାରେ।  ଗାଡି଼ ଚାଳନା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ନଚେତ୍ କୌଣସି ପ୍ରକାରର ଅଘଟଣର ସାମ୍ନା କରିପାରନ୍ତି।  କର୍ମକ୍ଷେତ୍ରରେ କ୍ଲାନ୍ତି ଅନୁଭବ କରିବେ। କାମରେ ମନ ଲାଗିବ ନାହିଁ। ଟଙ୍କା-ପଇସାକୁ ନେଇ ପରିବାରରେ କଳହ ସୃଷ୍ଟି ହୋଇପାରେ। ଆର୍ଥିକ ସ୍ଥିତି ବିଗିଡିବ। ବ୍ୟବସାୟୀମାନେ ବ୍ୟବସାୟ ବୃଦ୍ଧି କରିବା ଯୋଜନାରେ କ୍ଷତି ସହିପାରନ୍ତି। ଟଙ୍କା ବିନିଯୋଗ ପାଇଁ ସମୟ ଖାସ୍ ରହିବ ନାହିଁ। ଯଥା ସମ୍ଭବ-ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ସପ୍ତାହ ଶେଷ ବେଳକୁ ନିଜ ପୁରୁଣା ବନ୍ଧୁଙ୍କ ସହ ଦେଖାହୋଇପାରେ। ଘରେ କୌଣସି ପ୍ରକାର ମାଙ୍ଗଳିକ କାର୍ଯ୍ୟ ହେବ। 

 

12/12

ମୀନ:  ନୂଆ ସପ୍ତାହ ଏହି ରାଶିଙ୍କ ଲାଗି  ଆଦୌ ଭଲ ରହିବ ନାହିଁ। ସପ୍ତାହ ଆରମ୍ଭରୁ ସ୍ବାସ୍ଥ୍ୟ ଖରାପ୍ ହୋଇପାରେ।  ତେଣୁ ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଏବଂ ଖାଦ୍ୟ-ପାନୀୟ ପ୍ରତି ଧ୍ୟାନ ଦିଅନ୍ତୁ। କର୍ମକ୍ଷେତ୍ରରେ ଅଶାନ୍ତିର ବାତାବରଣ ରହିବ। ସହକର୍ମୀଙ୍କ ଷଡଯନ୍ତ୍ରର ଶୀକାର ହୋଇପାରନ୍ତି। ତେଣୁ ନିଜ ସହକର୍ମୀଙ୍କ ସହ କଥା ହେଉଥିବା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ସପ୍ତାହରେ ଦ୍ବୀତିୟାର୍ଦ୍ଦରେ ନିଜ ପରିବାର ସହିତ ଦୂର ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି। ବ୍ୟବସାୟିକ ଦୃଷ୍ଟି କୋଣରୁ ସମୟ ଭଲ ରହିବ। ପ୍ରେମୀମାନେ ନିଜ ସାଥୀଙ୍କ ସହ ଭଲ ସମୟ ଅତିବାହିତ କରିବେ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)