Advertisement
Photo Details/zeeodisha/odisha2438544
photoDetails0hindi

Weekly Career Horoscope: ଏହିସବୁ ରାଶିଙ୍କ ପାଇଁ ମଙ୍ଗଳମୟ ରହିବ ଆଗାମୀ ସପ୍ତାହ, ଚାକିରିରେ ମିଳିବ ପଦୋନ୍ନତି ସହ ବଢିବ ଆୟ!

Weekly Career Horoscope 23 to 29 September 2024: ଆରମ୍ଭ ହେବାକୁ ଯାଉଛି ନୂଆ ସପ୍ତାହ।  ସେପ୍ଟେମ୍ବରର ଶେଷ ସପ୍ତାହରେ ବୁଦ୍ଧାଦିତ୍ୟ ରାଜଯୋଗ ଓ ଶୁକ୍ରାଦିତ୍ୟ ଯୋଗ ଗଠନ ହେଉଛି। ଏହି କାରଣରୁ କ୍ୟାରିୟର ଦୃଷ୍ଟି କୋଣରୁ ଆଗାମୀ ସପ୍ତାହ କିଛି ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ରହିବ।  କିଛି ରାଶିର ବ୍ୟକ୍ତିଙ୍କୁ କର୍ମକ୍ଷେତ୍ର ଓ ବ୍ୟବସାୟରେ ଶୁଭଫଳ ମିଳିବା ସହ ଆଉ କିଛି ରାଶିଙ୍କୁ ନିରାଶ ହେବାକୁ ପଡିବ। ତେବେ, ଆସନ୍ତୁ ଜାଣିବା ୧୨ଟି ରାଶି ପାଇଁ କ୍ୟାରିୟର ଦୃଷ୍ଟି କୋଣରୁ କିଭଳି ଆଗାମୀ ସପ୍ତାହ....

1/12

ମେଷ:  ଆଗାମୀ ସପ୍ତାହ ଏହି ରାଶିଙ୍କ ପାଇଁ ପ୍ରଗତିର ନୂଆ ରାସ୍ତା ଖୋଲିବ। କର୍ମକ୍ଷେତ୍ରରେ ସଫଳତା ପାଇବେ। ଦିର୍ଘ ଦିନ ଧରି ଅଧା ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବେ।  କର୍ମକ୍ଷେତ୍ରେରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ବ୍ୟବସାୟୀ ମାନେ ନିଜ ବ୍ୟବସାୟରୁ ଉପକୃତ ହେବେ। ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି ହେବ। ପରିବାରରେ ହସ-ଖୁସିର ମାହୋଲ ଦେଖିବାକୁ ମିଳିବ। ସ୍ବାସ୍ଥ୍ୟ ଭଲ ରହିବ। ପ୍ରତ୍ୟକ କାର୍ଯ୍ୟରେ ପରିବାର ଲୋକଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ଦୂରଯାତ୍ରା ମଙ୍ଗଳମୟ ହେବ। ପରିବାର ସହ ଭ୍ରମଣରେ କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିବେ। 

ALSO READ: Guru Shani Yuti 2024: ବୃହସ୍ପତି-ଶନି ବଦଳାଇବେ ଏହିସବୁ ରାଶିଙ୍କ ଭାଗ୍ୟ, ଅକ୍ଟୋବରରୁ ଆରମ୍ଭ ହେବ ଶୁଭ ସମୟ!

ALSO READ:  Weekly Special Horoscope: ଏହିସବୁ ରାଶିଙ୍କ ପାଇଁ ଅତ୍ୟନ୍ତ ଖାସ୍ ରହିବ ଆଗାମୀ ସପ୍ତାହ, କ୍ୟାରିୟରକୁ ନେଇ ମିଳିବ ଖୁସି ଖବର ସାଙ୍ଗକୁ...

ALSO READ: Shardiya Navratri 2024: ନବରାତ୍ରୀରେ ଏହିସବୁ ରାଶିଙ୍କୁ ଧନବାନ୍ କରାଇବେ ମାଆ ଦୁର୍ଗା, ଆରମ୍ଭ ହେବ ଶୁଭ ସମୟ

 

2/12
  ବୃଷ: ଏହି ରାଶିର ଲୋକ ଆଗାମୀ ସପ୍ତାହରେ ମିଶ୍ରିତ ଫଳ ପାଇବେ। କର୍ପୋରେଟ୍ ସେକ୍ଟରରେ କାର୍ଯ୍ୟରତ ଲୋକମାନେ ନିଜ କାମ ବଳରେ ବରିଷ୍ଠ ଅଧିକାରୀଙ୍କୁ ଖୁସି କରିବେ। କଠିନ-ପରିଶ୍ରମର ଫଳ ପାଇବେ। ସହକର୍ମୀଙ୍କ ଦ୍ବାରା ରଚାଯାଇଥିବା ଷଡଯନ୍ତ୍ରର ଶୀକାର ହୋଇପାରନ୍ତି। ତେଣୁ ନିଜ ସହକର୍ମୀଙ୍କ ଦ୍ବାରା କଥାବାର୍ତ୍ତା କଲାବେଳେ ସତର୍କତା ଅବଲମ୍ବନ କରନ୍ତୁ। ନିଜକୁ ଅଯଥା ବିବାଦରୁ ଦୂରେଇ ରଖନ୍ତୁ। ବ୍ୟବସାୟୀମାନେ କୌଣସି ସ୍ଥାନରେ ଟଙ୍କା ବିନିଯୋଗ କରନ୍ତୁ ନାହିଁ। ନଚେତ୍ କ୍ଷତି ସହିବେ। କୌଣସି ବଡ଼ ଡିଲ୍ ମଧ୍ୟ ଫାଇନାଲ୍ କରନ୍ତୁ ନାହିଁ। ପରିବାରରେ ଟଙ୍କା-ପଇସାକୁ ନେଇ ବିବାଦ ଦେଖାଦେବ। ପ୍ରେମୀ ମାନଙ୍କ ପାଇଁ ସମୟ ଖରାପ ରହିବ।

3/12

ମିଥୁନ:  ଆଗାମୀ ସପ୍ତାହ ଏହି ରାଶିଙ୍କ ପାଇଁ ବେଶ୍ ଅନୁକୂଳ ରହିବ। କର୍ମକ୍ଷେତ୍ରରେ ଅଗ୍ରଗତି କରିବେ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାରେ ସଫଳ ହେବେ। ଅଫିସରେ କାମ କରିବା ପାଇଁ ମାହୋଲ ବେଶ୍  ଭଲ ରହିବ। ଯେଉଁମାନେ ଦିର୍ଘ ଦିନ ଧରି- ଚାକିରି ପାଇଁ ଚେଷ୍ଟା କରୁଛନ୍ତି। ସେମାନଙ୍କୁ ଆଗାମୀ ସପ୍ତାହରେ କୌଣସି ସ୍ଥାନରୁ ନିଯୁକ୍ତି ନେଇ କୌଣସି ଫୋନ୍ କଲ୍ ବା ଅଫର ଲେଟର ମିଳିପାରେ। ବ୍ୟବସାୟୀମାନେ ବ୍ୟବସାୟର ନୂତନ ଯୋଜନା କାର୍ଯ୍ୟକାରୀ କରିବେ। ଆର୍ଥିକ ସ୍ଥିତି ମଜବୁତ୍ ହେବ। ଘରକୁ କୌଣସି ଅତିଥିଙ୍କ ଆଗମନ ହୋଇପାରେ। ସ୍ବାସ୍ଥ୍ୟ ଭଲ ରହିବା  ସହ ପୁରୁଣା ରୋଗରୁ ମୁକ୍ତି ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସପ୍ତାହ ଶେଷ ବେଳକୁ ଖର୍ଚ୍ଚ ବୃଦ୍ଧି ପାଇବ। 

4/12
  କର୍କଟ:  ଆଗାମୀ ସପ୍ତାହ ଏହି ରାଶିର ଲୋକଙ୍କ ପାଇଁ ଅଶୁଭ ରହିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଷଡଯନ୍ତ୍ରର ଶୀକାର ହେବ। କୌଣସି କାର୍ଯ୍ୟକୁ ନେଇ ବରିଷ୍ଠ ଅଧିକାରୀଙ୍କ ସହ ଯୁକ୍ତିତର୍କ ହୋଇପାରେ। ହେବାକୁ ଥିବା ପଦୋନ୍ନତି ମଧ୍ୟ ଅଟକି ଯାଇପାରେ। ପାର୍ଟନରସିପ୍- ରେ ଚାଲିଥିବା ବ୍ୟବସାୟରେ ନିଜ ପାର୍ଟନର ଆପଣଙ୍କୁ ଠକିବେ। ଏଥିପାଇଁ କୌଣସି ଗୁରୁତ୍ବପୂର୍ଣ୍ଣ ଡିଲ୍ ଫାଇନାଲ୍ ବେଳେ  ସମସ୍ତ ଦିଗକୁ ଧ୍ୟାନ ଦିଅନ୍ତୁ। ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ। କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଭବିଷ୍ୟତ ପାଇଁ ନୂଆ ଯୋଜନା କରିବେ। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। 

5/12

ସିଂହ: ଏହି ରାଶିର ଲୋକଙ୍କ ପାଇଁ ଆଗାମୀ ସପ୍ତାହ ଅନୁକୂଳ ରହିବ। ସପ୍ତାହ ଆରମ୍ଭରୁ କର୍ମକ୍ଷେତ୍ରରୁ କୌଣସି ଖୁସି ଖବର ପାଇବେ। ପଦୋନ୍ନତି ମିଳିବା ସହ ଦରମା ବଢିବ। ବ୍ୟବସାୟୀମାନେ ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ କରିବେ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି। ନିଜ ପରିବାର ସଦସ୍ୟଙ୍କ ସହ ଦୂରଯାତ୍ରା କରିବେ। ଘରେ ଅଶାନ୍ତିର ହାତାବରଣ ଦେଖିବାକୁ ମିଳିବ। କୌଣସି କଥାକୁ ନେଇ ମନ ଅସ୍ଥିର ରହିବ। ପ୍ରେମୀମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ନିଜ ସାଥୀଙ୍କ ସହ କ୍ବାଲିଟି ଟାଇମ୍ ଅତିବାହିତ କରିବେ। ସ୍ବାସ୍ଥ୍ୟ ଜନିତ ସାମାନ୍ୟ ସମସ୍ୟା ଦେଖାଦେବ। ଚାପରୁ ଦୂରେଇ ରୁହନ୍ତୁ। 

6/12

କନ୍ୟା :  ଆଗାମୀ ସପ୍ତାହ ଏହି ରାଶିଙ୍କ ପାଇଁ ଏତେ ଖାସ୍ ରହିବ ନାହିଁ । ବିଶେଷକରି ,ଆମଦାନୀ-ରପ୍ତାନୀ ବ୍ୟବସାୟରେ ଜଡ଼ିତ ଥିବା ଲୋକେ ବ୍ୟବସାୟରେ କ୍ଷତି ସହିବେ। ଆର୍ଥିକ ସ୍ଥିତି ଭଲ ରହିବ ନାହିଁ। କର୍ମକ୍ଷେତ୍ରରେ ପରିଶ୍ରମ ଅନୁସାରେ ଫଳ ମିଳିବ। ସହକର୍ମୀଙ୍କ ଦ୍ବାରା ମାନସିକ ଯନ୍ତ୍ରଣା ପାଇବେ। ପାରିବାରିକ ଜୀବନରେ ଝଡ଼ ଉଠିବ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କହଳ ସୃଷ୍ଟି ହେବ। ପୁରୁଣା ରୋଗରୁ କଷ୍ଚ ପାଇବେ। ମାନସିକ-ଶାରୀରିକ ପୀଡାର ଶୀକାର ହେବେ। ପଡୋଶୀଙ୍କ ଦ୍ବାରା କୌଣସି କଥାକୁ ନେଇ କଳହ ହୋଇପାରେ।  

7/12
ତୁଳା:  ଆଗାମୀ ସପ୍ତାହ ଏହି ରାଶିର ଲୋକଙ୍କର ବ୍ୟସ୍ତତା ଭିତରେ ଅତିବାହିତ ହେବ।  କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ପାଇବ। ନୂଆ କାର୍ଯ୍ୟ ନେଇ ଟେନସନରେ ରହିବେ। ଶରୀର ଅସୁସ୍ଥ ଥିବାରୁ କାର୍ଯ୍ୟରେ ମନ ଲାଗିବ ନାହିଁ। ପାର୍ଟନରସିପ୍- ରେ ଚାଲିଥିବା ବ୍ୟବସାୟରେ ଲାଭ ଦ୍ବି-ଗୁଣିତ ମିଳିବ। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବାରୁ ମେଡିକାଲ୍ ଖର୍ଚ୍ଚ ବୃଦ୍ଧି ପାଇବ। ସପ୍ତାହ ମଧ୍ୟ ଭାଗରେ କୌଣସି ପ୍ରକାର ଖରାପ ଖବର ପାଇ ମନ ଦୁଃଖିତ ରହିବ। ସପ୍ତାହ ଶେଷ ବେଳକୁ ନିଜ ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ। 

8/12
ବିଛା:   ଏହି ରାଶିଙ୍କ ପାଇଁ ଆସନ୍ତା ସପ୍ତାହ ଅତ୍ୟନ୍ତ ଲାଭଦାୟୀ ରହିବ। ବିଶେଷ କରି, ଦିର୍ଘ ଦିନ ଧରି ତାଲିଥିବା ଜମିବାଡି ବିବାଦର ସମାଧାନ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। କର୍ମକ୍ଷେତ୍ରରେ ସଫଳତା ପାଇବେ। ଅଯଥା ଖର୍ଚ୍ଚ ବୃଦ୍ଧି ପାଇବ। ଏଣୁ ଭାବିଚିନ୍ତ ଖର୍ଚ୍ଚ କରନ୍ତୁ। ବ୍ୟବସାୟୀମାନେ ଆର୍ଥିକ ଦେଣନେଣ କରିବା ପାଇଁ  ସମୟ ଭଲ ରହିବ। କିନ୍ତୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ। ଯାହାକୁ ନେଇ ଚିନ୍ତାରେ ରହିବେ। ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ। ପ୍ରେମୀଙ୍କ ପାଇଁ ସମୟ ଖୁବ୍ ଭଲ ରହିବ। ସପ୍ତାହ ଶେଷ ବେଳକୁ ସାଥୀଙ୍କ ସହ ଲଙ୍ଗ୍ ଡ୍ରାଇଭ୍ ରେ ଯିବେ। ପାରିବାରିକ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ।  

9/12

ଧନୁ: ଆଗାମୀ ସପ୍ତାହରେ ଏହି ରାଶିର ଲୋକଙ୍କୁ ଟିକେ ସତର୍କତାର ସହ ଚଳିବାକୁ ପଡିବ। କର୍ମକ୍ଷେତ୍ରରେ ପକ୍ଷପାତିତାର ଶୀକାର ହେବେ। ଅଯଥା ବିବାଦରୁ ନିଜକୁ ଦୂରେଇ ରଖନ୍ତୁ। ସହକର୍ମୀଙ୍କ ଆପଣଙ୍କୁ ହଇହାଣ ହରକତ କରିବାକୁ ଚେଷ୍ଟା କରି ବିଫଳ ହେବ। ଧୌର୍ଯ୍ୟର ସହ ସମସ୍ତ ପରିସ୍ଥିତିକୁ ସାମ୍ନା କରନ୍ତୁ।  ବ୍ୟବସାୟୀ ମାନେ ମଧ୍ୟ ନୂତନ କାରବାର କରନ୍ତୁ ନାହିଁ। ଟେକ୍ସଟାଇଲ୍, ଅଳଙ୍କାର ବ୍ୟବସାୟୀ ବ୍ୟବସାୟରେ ଅଧିକ କ୍ଷତି ସହିବେ। କଠିନ ପରିଶ୍ରମର ଫଳ ମିଳିବ ନାହିଁ। ଯେଉଁ ଛାତ୍ରଛାତ୍ରୀମାନେ କମ୍ପିଟେଟିଭ୍ ଏକ୍ସାମ୍  ପାଇଁ ପ୍ରସ୍ତୁତି ହେଉଛନ୍ତି । ସେମାନଙ୍କୁ ଭଲ ରେଜଲ୍ଟ ମିଳିବ। 

10/12
ମକର: ଆମାଗୀ ସପ୍ତାହରେ ଏହି ରାଶିର ଲୋକେ ଶୁଭଫଳ ପାଇବେ।  ବିଶେଷକରି, ବ୍ୟବସାୟୀମାନେ ପୁରୁଣା ବିନିଯୋଗରୁ ଲାଭ ପାଇବେ। ବାକି ପଡିଥିବା ଟଙ୍କା ପାଇ ମନ ଆନନ୍ଦିତ ରହିବ। ଆଇଟି, ରିସର୍ଚ୍ଚ, ଡାକ୍ତରୀ, କଳା, ସାମ୍ବାଦିକତା କ୍ଷେତ୍ରରେ ଥିବା ଲୋକେ କୌଣସି ସ୍ଥାନରେ ସମ୍ମାନୀତ ହେବେ। ଯେଉଁମାନେ ଚାକିରି ଖୋଜୁଛନ୍ତି। ସେମାନଙ୍କୁ ଭଲ ନିଯୁକ୍ତି ମିଳିବ। କର୍ମକ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ମାହୋଲ୍ ଭଲ ରହିବ। ପରିବାରରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ।

11/12

କୁମ୍ଭ:  ଆଗାମୀ ସପ୍ତାହ ଏହି ରାଶିଙ୍କୁ ପ୍ରତ୍ୟକ କ୍ଷେତ୍ରରେ ମିଶ୍ରିତ ଫଳ ପ୍ରଦାନ କରିବ।  କର୍ମକ୍ଷେତ୍ରରେ ଆତ୍ମ ବିଶ୍ବାସ ବଢିବ। ଫଳରେ ଆପଣଙ୍କ ବ୍ୟକ୍ତିତ୍ୱରେ ଚମକ ଦେଖାଯିବ । ଶତ୍ରୃଙ୍କ ଉପରେ ବିଜୟ ଲାଭ କରବେ। ବ୍ୟବସାୟରେ ବୃଦ୍ଧି  ହେବ। ଯେଉଁମାନେ ରିୟଲି-ଇଷ୍ଟେଟ୍ ବ୍ୟବସାୟରେ ଜଡିତ ,ସେମାନଙ୍କୁ ନୂଆ ପ୍ରୋଜେକ୍ଟ ମିଳିବ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ସ୍ବାସ୍ଥ୍ୟ ଭଲ ରହିବା ସହ ଅବିବାହିତମାନେ ଭଲ ଜୀବନ ସାଥୀ ପାଇବେ। 

12/12
ମୀନ: ଦିର୍ଘ  ଦିନ ଧରି ବ୍ୟବସାୟରେ ଅଟକିଥିବା କାର୍ଯ୍ୟ ପୂର୍ଣ୍ଣ ହେବା ସହ ନୂତନ ପ୍ରୋଜେକ୍ଟ ମିଳିବ। ବ୍ୟପାରରେ କୌଣସି ନୂଆ ଡିଲ୍ ମିଳିବାର ସମ୍ଭାବନା ରହିଛି।  ଯାହାକୁ ନେଇ ଉତ୍ସାହିତ ରହିବ। କର୍ମକ୍ଷେତ୍ରରେ ଟାର୍ଗେଟ୍ ପୂରା କରିବାରେ ସଫଳ ହେବେ। ପରିବାର ସହ ଦୂର ଯାତ୍ରା କରିବେ। ଛାତ୍ରଛାତ୍ରୀ ମାନେ ପାଠପଢ଼ାରେ ମନ ନିବେଶ କରିବେ ।      (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)