Monthly job And Career Horoscope November 2024: ନଭେମ୍ବର ମାସ ଆରମ୍ଭ ହୋଇଛି। ଚଳିତ ମାସ କିଛି ରାଶିଙ୍କ ପାଇଁ ଖାସ୍ ହେବାକୁ ଯାଉଛି। କାହିଁକିନା ଏହି ମାସରେ ଏକାଧିକ ଗ୍ରହ ନିଜର ମୂଳ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଫଳରେ ନଭେମ୍ବରର ପ୍ରଥମ ସପ୍ତାହରେ ଲକ୍ଷ୍ମୀନାରାୟଣ ରାଜଯୋଗ, ସୂର୍ଯ୍ୟ- ବୃହସ୍ପତିଙ୍କ ମିଳନ ହେତୁ ସମସ୍ତାପକ ଯୋଗ ପରି ଦୁର୍ଲଭ ସଂଯୋଗ ସୃଷ୍ଟି ହେଉଛି। ଏହି ଦୁର୍ଲଭ ସଂଯୋଗ କ୍ୟାରିୟର ଦୃଷ୍ଟିକୋଣରୁ କିଛି ରାଶିଙ୍କ ପାଇଁ ଖୁବ୍ ଶୁଭ ରହିବ। କିଛି ରାଶିକୁ ବ୍ୟବସାୟରେ ଲାଭ ହେବା ସହ ଚାକିରିରେ ମଧ୍ୟ ଉନ୍ନତି ହେବ। ପ୍ରୋମୋସନର ଯୋଗ ମଧ୍ୟ ରହିଛି । ତେବେ, ଆସନ୍ତୁ ଜାଣିବା କ୍ୟାରିୟର ଦୃଷ୍ଟିକୋଣରୁ ୧୨ଟି ରାଶିଙ୍କ ପାଇଁ କିଭଳି ରହିବ ନଭେମ୍ବର ମାସ?...
ମେଷ: ଚଳିତ ମାସ କ୍ୟାରିୟର ଦୃଷ୍ଟିକୋଣରୁ ବେଶ୍ ଅନୁକୂଳ ରହିବ। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। ବ୍ୟବସାୟୀମାନେ ଲାଭବାନ୍ ହେବେ। ଯେଉଁମାନେ ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି। ସେମାନଙ୍କ ଆଶା ପୂରଣ ହେବ। ପାର୍ଟନରସିପ୍ ରେ ଚାଲିଥିବା ବ୍ୟବସାୟରୁ ଲାଭ ପାଇବେ। ଯଦି କୌଣସି ସ୍ଥାନରେ ପୁଞ୍ଜି ବିନିଯୋଗ କରିବା ଲାଗି ଯୋଜନା କରୁଛନ୍ତି। ତେବେ, ଜଣେ ଏକ୍ସପର୍ଟଙ୍କ ପରାମର୍ଶରେ ଏହା କରନ୍ତୁ ଭଲ ଲାଭ ପାଇବେ। ଖର୍ଚ୍ଚକୁ ନିୟନ୍ତ୍ରଣରେ ରଖନ୍ତୁ। ପରିବାରରେ କୌଣସି ସଦସ୍ୟଙ୍କ ଅସୁସ୍ଥତାକୁ ନେଇ ଚିନ୍ତାରେ ରହିବେ। ପରିବାରରେ ଅଶାନ୍ତିରେ ମାହୋଲ ଦେଖାଦେଇପାରେ। ତେଣୁ ଅଯଥା ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ। ମାସ ଶେଷ ବେଳକୁ କୌଣସି ସ୍ଥାନକୁ ଭ୍ରମରେ ଯାଇପାରନ୍ତି।
ALSO READ: Weekly Special Horoscope: ୭ ରାଶିଙ୍କ ପାଇଁ ଖାସ୍ ରହିବ ନୂଆ ସପ୍ତାହ, ବ୍ୟବସାୟୀ ଓ ଚାକିରିଆଙ୍କୁ ମିଳିବ ଶୁଭଫଳ!
ALSO READ: Asima Panda Viral Video: କେମିତି ଦୀପାବଳି ପାଳିଲେ କଣ୍ଠଶିଳ୍ପୀ ଅସୀମା ପଣ୍ତା? ଦେଖନ୍ତୁ ଭିଡିଓ
ବୃଷ: ନଭେମ୍ବର ମାସ ଏହି ରାଶିଙ୍କ ଲାଗି କ୍ୟାରିୟର ଦୃଷ୍ଟିକୋଣରୁ ଭଲ ରହିବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି। ସେମାନଙ୍କୁ ଭଲ ଚାକିରି ମିଳିବ। କର୍ମକ୍ଷେତ୍ରରେ ମାନ -ସମ୍ମାନ ବୃଦ୍ଧି ହେବ। ଆଇଟି କ୍ଷେତ୍ରରେ ଜଡିତ ଲୋକେ କର୍ମକ୍ଷେତ୍ରରୁ ନୂଆ ପ୍ରୋଜେକ୍ଟ ପାଇବେ। ବ୍ୟବସାୟୀମାନେ ପୂର୍ବ ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କରିବେ। ବ୍ୟବସାୟରେ ଲାଭ ପାଇବେ। କିନ୍ତୁ କାମରେ ଆତ୍ମସନ୍ତୋଷ ପାଇବେ ନାହିଁ। ନିଜ ପରିବାର ସହ ଦୂରଯାତ୍ରା କରିବେ। ଆର୍ଥିକ ସ୍ଥିତି ସେତେଟା ଭଲ ରହିବ ନାହିଁ। ଦୂରଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ସଂଚିତ ଧନକୁ ଖର୍ଚ୍ଚ କରନ୍ତୁ ନାହିଁ।
ମିଥୁନ : ଚଳିତ ମାସରେ ବ୍ୟବସାୟରେ ଲାଭରେ ରହିବେ। ଦିର୍ଘ ଦିନ ଧରି ହେଇ ପାରୁନଥିବା ବଡ଼ ଡିଲ୍ ଏହି ମାସରେ ଫାଇନାଲ୍ ହେବ। ଅନାବଶ୍ୟକ ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତୁ। ନଚେତ୍ ହଇରାଣରେ ପଡିବେ। ପରିବହନ ବ୍ୟବସାୟ କରୁଥିବା ଲୋକମାନେ ଏହି ମାସରେ କିଛି ବଡ ଲାଭ ପାଇପାରିବେ। ଟଙ୍କା ସ୍ଥିତି ଦୃଢ଼ ରହିବ। କର୍ମକ୍ଷେତ୍ରରେ କଠିନ ପରିଶ୍ ବିଗତ ଦିନର କଠିନ ପରିଶ୍ରମ ମଧ୍ୟ ଫଳ ଦେବ। ସାଥୀଙ୍କୁ ମନାଇବା ପାଇଁ ଆପଣ ତାଙ୍କୁ କିଛି ଉପହାର ଦେଇ ପାରନ୍ତି ଏହା ଆପଣଙ୍କର ସମ୍ପର୍କର ମଧୁରତା ବଢାଇବ।
କର୍କଟ: ଚଳିତ ମାସ ବ୍ୟବସାୟୀଙ୍କ ଲାଗି ବରଦାନ ସାବ୍ୟସ୍ତ ହୋଇପାରେ। ବ୍ୟବସାୟରେ ହଠାତ୍ ଲାଭ ହୋଇପାରେ । ଯାହା ଆପଣଙ୍କ ଆର୍ଥିକ ସ୍ଥିତିକୁ ମଜବୁତ୍ କରିବ। କର୍ମକ୍ଷେତ୍ରେର କାର୍ଯ୍ୟର ଭାର ଅଧିକ ରହିବ। ଦିର୍ଘ ଦିନର ଆଶା ପୂରଣ ହେବ। ଗାଡି କଣିବେ। ଯେଉଁମାନେ କମ୍ପିଟେଟିଭ୍ ଏକଜାମ୍ ଦେଉଛନ୍ତି । ସେମାନେ ଭଲ ରେଜଲ୍ଟ ପାଇବେ। ନବ-ବିବାହିତମାନେ ଏକ ଲଙ୍ଗ୍ ଟୁର୍ ରେ ବିଦେଶ ଯାତ୍ରା କରିବେ। ସ୍ୱାସ୍ଥ୍ୟ ଗତ ସମସ୍ୟା ଦେଖାଦେଇ ପାରେ ।
ସିଂହ : ନଭେମ୍ବର ମାସରେ ଚମକିବ ଏହିରାଶିଙ୍କ ଭାଗ୍ୟ। ଯେଉଁମାନେ ବିଦେଶରେ ପାଠ ପଢିବାକୁ ଯୋଜନା କରିଛନ୍ତି। ସେମାନର ଦିର୍ଘ ଦିନର ଆଶା ପୂରଣ ହେବ। କର୍ମକ୍ଷେତ୍ରରେ କିଛି ଦାୟିତ୍ବ ବଢିବାରେ। ଦରମାରେ ବୃଦ୍ଧି ଘଟିବ। ଯେଉଁମାନେ ଚାକିରି ବଦଳାଇବାକୁ ଚେଷ୍ଟା କରୁଛନ୍ତି। ସେମାନେ ଚେଷ୍ଟା ଜାରି ରଖନ୍ତୁ। ଶୁଭଫଳ ପାଇବେ। ବ୍ୟାଙ୍କ୍ ବାଲାନ୍ସ ବଢିବ। ପରିବାରରେ ଲୋକଙ୍କ ସହ କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରିବାକୁ ପଡିପାରେ। ଯେଉଁମାନେ ପ୍ରେମ ସମ୍ପର୍କରେ ଅଛନ୍ତି। ସେମାନେ ନିଜ ସାଥୀଙ୍କ ସହ କ୍ବାଲିଟି ଟାଇମ୍ ବିତାଇବେ। ମାସ ଶେଷ ବେଳକୁ ସ୍ବାସ୍ଥ୍ୟରେ ଉନ୍ନତି ଆସିପାରେ।
କନ୍ୟା : ବ୍ୟବସାୟୀମାନେ ବ୍ୟବସାୟ ବିସ୍ତାର ପାଇଁ ଯୋଜନା ପ୍ରସ୍ତୁତ କରିବା ସହ ତାକୁ କାର୍ଯ୍ୟକାରୀ କରିବେ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ମିଳିବ। ଯେଉଁମାନେ ରିୟଲି-ଇଷ୍ଟେଟ୍ କାର୍ଯ୍ୟରେ ଜଡି଼ତ ସେମାନେ ଭଲ ପ୍ରୋଜେକ୍ଟ ପାଇବେ। ସୁନା ବ୍ୟବସାୟୀ ଓ ଜମି କିଣାବିକା କାର୍ଯ୍ୟରେ ନିଯୁକ୍ତ ଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ। ଅନେକ ଅନାବଶ୍ୟକ ଖର୍ଚ୍ଚ ମଧ୍ୟ ହେବ । ପରିବାରରେ ହସ-ଖୁସିର ମାହୋଲ୍ ମଧ୍ୟ ଦେଖିବାକୁ ମିଳିବ। ସମସ୍ତ କାର୍ଯ୍ୟରେ ପରିବାର ଲୋକଙ୍କ ଠାରୁ ସମର୍ଥନ ପାଇବେ। ଋତୁ ପରିବର୍ତ୍ତନ ହେତୁ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।
ତୁଳା: ଚଳିତ ମାସଟି ଭଲରେ କଟିବ। ବ୍ୟବସାୟ କ୍ଷେତ୍ରରେ ଲାଭବାନ୍ ହେବ । ବାଣିଜ୍ୟ- ବ୍ୟବସାୟରେ ବୃଦ୍ଧି ଘଟିବ। ଦିର୍ଘ ଦିନ ଧରି କ୍ଷତି ସହୁଥିବା ଲୋକଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ନୂତନ ବ୍ୟବସାୟ ଆରମ୍ଭ କରିବା ଲାଗି ସମୟ ଅନୁକୂଳ ରହିଛି। ଯେଉଁମାନେ ରାଜନୀତି, ପ୍ରଶାସନିକ କ୍ଷେତ୍ରରେ କାର୍ଯ୍ୟରତ ସେମାନଙ୍କ ଲାଗି ସମୟ ଶୁଭ ରହିବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ସମ୍ମାନୀତ ହେବେ। ପାରିବାରିକ ପରିବେଶ ଭଲ ରହିବ । ଦାନ ଓ ଧର୍ମିକ କାର୍ଯ୍ୟ ପାଇଁ ମନ ବଳିବ। ପରିବାର ସହ ସପିଂରେ ଯାଇ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିପାରେ। ଦେବ ଓ ମନ ଭଲ ରହିବ।
ବିଛା: ଚଳିତ ମାସ କର୍ମକ୍ଷେତ୍ର ଲାଗି ସମୟ ପ୍ରତିକୂଳ ରହିବ। ବ୍ୟବସାୟିକ କାର୍ଯ୍ୟକଳାପରେ ଛୋଟ ବାଧାବିଘ୍ନ ଦେଖାଦେଇପାରେ । କିନ୍ତୁ କଠିନ ପରିଶ୍ରମ କାର୍ଯ୍ୟରେ ସଫଳତା ଆଣିବ । ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ଯୁକ୍ତି ଏଡ଼ାଇବାକୁ ଚେଷ୍ଟା କରନ୍ତୁ । ପାରିବାରିକ ପରିବେଶ ଆପଣଙ୍କ ପାଇଁ ଅନୁକୂଳ ହେବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା, ଯେପରିକି ଥଣ୍ତା, ଜ୍ବର ଭଳି ରୋଗ ହୋଇପାରେ । ପିତାମାତାଙ୍କ ସହିତ ଭଲ ସମୟ ବିତେଇବାକୁ ସମୟ ମିଳିବ।
ଧନୁ: ଚଳିତ ମାସ ଏହି ରାଶିଙ୍କ ଲାଗି ବେଶ୍ ଫଳଦାୟୀ ରହିବ। ଉଭୟ ବ୍ୟବସାୟରେ ଆର୍ଥିକ ଲାଭ ଏବଂ ଚାକିରିରେ ଅଗ୍ରଗତି ହେବାର ସମ୍ଭାବନା ରହିଛି । ହଠାତ୍ ଆର୍ଥିକ ଲାଭର ସମ୍ଭାବନା ମଧ୍ୟ ଅଛି । ପ୍ରତ୍ୟକ କାର୍ଯ୍ୟରେ ଭାଗ୍ୟ ଆପଣଙ୍କ ସାଥ୍ ଦେବ। ବିଦେଶରେ ବ୍ୟବସାୟ କରୁଥିବା ବ୍ୟବସାୟୀମାନେ ଲାଭ ପ୍ରଚୁର ପାଇବେ। ନିଜ ପ୍ରୟ ଜନ ବା ସାଥୀଙ୍କ ସହିତ ଦୂରଯାତ୍ରା କରିବେ। ଆପଣ ନିଜ ପିଲାମାନଙ୍କର ଶିକ୍ଷା ବିଷୟରେ ଚିନ୍ତିତ ହୋଇପାରନ୍ତି ।
ମକର : ଚଳିତ ମାସ ଏହି ରାଶିର ଲୋକମାନେ ଲାଭରେ ରହିବ। ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ। ଯେଉଁମାନେ ଫୁଜ୍ ବିଜନେସ୍ କରୁଛନ୍ତି । ସେମାନଙ୍କ ପାଇଁ ସମୟ ଭଲ ରହିବ। ବ୍ୟବସାୟରେ ଆଶାତିତ ଲାଭ ପାଇବେ। ସରକାରୀ ଚାକିରିଆଙ୍କ ପାଇଁ ସମୟ ଭଲ ରହିବ। ପଦୋନ୍ନତି ହେବା ସହ ମନ ପସନ୍ଦର ସ୍ଥାନକୁ ଟ୍ରାନ୍ସଫର ମଧ୍ୟ ହୋଇପାରେ। ସଂଚୟ ବୃଦ୍ଧି ପାଇବ। ସ୍ତ୍ରୀଙ୍କ ପାଇଁ କିଛି ଦାମୀ ଉପହାର କିଣିବ। ଏହି ସମୟ ମଧ୍ୟରେ ନୂତନ ଜମି କ୍ରୟ କରିବେ। ସ୍ବାସ୍ଥ୍ୟ ଜନିତ ସମସ୍ୟା ସାମାନ୍ୟ ଦେଖାଦେଇପାରେ।
କୁମ୍ଭ: କ୍ୟାରିୟର ଦୃଷ୍ଟିକୋଣରୁ ଚଳିତ ମାସ ଅତ୍ୟନ୍ତ ଫଳଦାୟ ରହିବ। ଯେଉଁମାନେ କଳା, ସାହିତ୍ୟ, ସାମ୍ବାଦିକତା, ରିସର୍ଚ୍ଚ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ଲାଗି ସମୟ ଅତ୍ୟନ୍ତ ଶୁଭ ରହିବ। କୌଣସି ସଭା ସମିତିରେ ସମ୍ମାନୀତ ହୋଇପାରନ୍ତି। ବ୍ୟବସାୟୀଙ୍କ ଲାଗି ସମୟ ଅନୁକୂଳ ରହିବ ନାହିଁ। କୌଣସି ପ୍ରକାର କ୍ଷତି ସହି ପାରନ୍ତି। ପାର୍ଟନର -ସିପ୍ ବ୍ୟବସାୟରେ ପାର୍ଟନର ଆପଣଙ୍କୁ ଠକି ପାରନ୍ତି। ତେଣୁ ନିଜ ବ୍ୟବସାୟିକ ପାର୍ଟନର ଅନ୍ଧ ଭଳି ବିଶ୍ବାସ କରିବା ଉଚିତ୍ ନୁହେଁ। ଆର୍ଥିକ ଦେଣନେଣ କରିବା ଲାଗି ସମୟ ଅନୁକୂଳ ନୁହେଁ।
ମୀନ: ନଭେମ୍ବର ମାସ ଏହି ରାଶିର ଲୋକଙ୍କ ପାଇଁ ଶୁଭର ଦିନ ଆଣିଛି। ଦିର୍ଘ ଦିନରୁ ଚାକିରି ଆଶାରେ ଥିବା ଲୋକଙ୍କୁ ଭଲ ଚାକିରି ମିଳିବ। କୌଣସି ସଂସ୍ଥାରୁ ଅଫର ଲେଟର ବା ଫୋନ୍ କଲ୍ ଆସିପାରେ। ଚାକିରିରେ ଚାହୁଁଥିବା ପ୍ରମୋସନ୍ ମିଳିବ। ବ୍ୟବସାୟୀମାନଙ୍କର ଆର୍ଥିକ ସ୍ଥିତି ସେତେଟା ଭଲ ରହିବ ନାହିଁ। ବ୍ୟବସାୟରେ ଅଧିକ ଲାଭ ମିଳି ନ ପାରେ। ପ୍ରେମୀଙ୍କ ଲାଗି ସମୟ ଭଲ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)
ट्रेन्डिंग फोटोज़