Advertisement
Photo Details/zeeodisha/odisha2444076
photoDetails0hindi

Budh Shukra Yuti 2024: ଆସନ୍ତାକାଲିଠୁ ବଦଳିବ ଏହିସବୁ ରାଶିର ଭାଗ୍ୟ, ଚାକିରିରେ ମିଳିବ ପଦୋନ୍ନତି ସହ ବଢିବ ଆୟ!

Budh Shukra Yuti 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି । ଏହିକ୍ରମରେ ବୁଧ କନ୍ୟା ରାଶିରେ ବିରାଜମାନ ଥିବା ବେଳେ ସେହି ରାଶିକୁ ଆସନ୍ତାକାଲି ସକାଳ ୧୦ଟା ୪୦ ମିନିଟ୍ ସମୟରେ ଶୁକ୍ର ଚଳନ କରିବେ। ଗୋଟିଏ ରାଶିରେ ବୁଧ-ଶୁକ୍ରଙ୍କ ମିଳନ ବୁଧ-ଶୁକ୍ର ୟୁତି ବା ଦୁର୍ଲଭ ସଂଯୋଗ ସୃଷ୍ଟି କରିବ। ଶୁକ୍ରଙ୍କୁ ପ୍ରେମ, ସମ୍ପର୍କ  ଓ ସୌନ୍ଦର୍ଯ୍ୟର କାରକ ବୋଲି ବିବେଚନା କରାଯାଉଥିବା ବେଳେ ବୁଧଙ୍କୁ ଅର୍ଥ, ବ୍ୟବସାୟ ଓ ବୁଦ୍ଧିର କାରକ ବୋଲି କୁହଯାଏ। ଯଦି ରାଶିରେ ବୁଧ ଓ ଶୁକ୍ରଙ୍କ ସ୍ଥିତି ଭଲ ରୁହେ, ତେବେ ବ୍ୟକ୍ତି ଜଣଙ୍କ ଜୀବନରେ ସମସ୍ତ ପ୍ରକାର ସୁଖ ସମୃଦ୍ଧି ପ୍ରାପ୍ତ କରିବା ସହ ରାଜସୁଖ ଭୋଗ କରିଥାଏ ବୋଲି ବୈଦିକ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି। ତେବେ, ଆସନ୍ତୁ ଜାଣିବା ବୁଧ-ଶୁକ୍ରଙ୍କ ମିଳନ କେଉଁ ସବୁ ରାଶିକୁ ଧନବାନ୍ କରୁଛି।....

 

1/4
  ମେଷ: ବୁଧ-ଶୁକ୍ରଙ୍କ ଆର୍ଶିବାଦ ଏହି ରାଶିକୁ ପ୍ରତ୍ୟକ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବ।  ଏହି ସମୟ ମଧ୍ୟରେ ବ୍ୟବସାୟରେ ଉନ୍ନତି ଆସିବା ସହ ଲାଭ ମଧ୍ୟ ଅଧିକ ହେବ। ବ୍ୟବସାୟରେ ବାକି ପଡିଥିବା ଟଙ୍କା ମିଳିବ। ଆୟ ବୃଦ୍ଧି ପାଇବ। ବିଶେଷକରି, କରି କମ୍ପିଟେଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କୁ ଏହି ଅବଧି ମଧ୍ୟରେ ଶୁଭଫଳ ମିଳିବ। ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି। ସେମାନଙ୍କୁ ଭଲ ଚାକିରି ମିଳିବ। ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ପରିବାର ସହ ଦୂରସ୍ଥାନକୁ ଭ୍ରମଣ କରିବେ। ପ୍ରେମୀମାନଙ୍କ ଲାଗି ସମୟ ଅନ୍ୟନ୍ତ ଅନୁକୂଳ ରହିବ। ସାଥୀଙ୍କ ସହ ଏକେ ଡେଟ୍ ରେ ଯିବେ।  ସ୍ବାସ୍ଥ୍ୟ ଭଲ ରହିବ।   ALSO READ: Budh Gochar 2024: କନ୍ୟାରେ ବୁଧଙ୍କ ଚଳନ, ଆଜିଠୁ ଏହିସବୁ ରାଶିର ଆରମ୍ଭ ହେଲା ଶୁଭ ସମୟ! ALSO READ: Weather Update: ଆଜି ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା, ଏସବୁ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ

2/4
ବୃଷ:  ବୁଧ ଓ ଶୁକ୍ରଙ୍କ କୃପାରୁ ଏହି ରାଶିର ଶୁଭଦିନ ଆରମ୍ଭ ହେବାକୁ ଯାଉଛି। ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। କର୍ମକ୍ଷେତ୍ରରେ ପଦୋନ୍ନତି ସହ ଦରମା ବୃଦ୍ଧି ହେବ। ବ୍ୟବସାୟ କରୁଥିବା ଲୋକେ ଲାଭବାନ ହେବେ। ଆୟ ବଢିବା ସହ ନୂତନ ବ୍ୟବସାୟ ମଧ୍ୟ ଆରମ୍ଭ କରିପାରିବେ। ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ ହୋଇପାରେ।  ଏହି ଅବଧି ମଧ୍ୟରେ ନୂତନ ଘର କିଣିବେ ।  ସନ୍ତାନମାନଙ୍କ ଠାରୁ ଖୁସି ଖବର ପାଇପାରନ୍ତି। ଦିର୍ଘ ଦିନ ଧରି ଚାଲିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଆସିବ। କିନ୍ତୁ ପୁରୁଣା ରୋଗରୁ କଷ୍ଟ ପାଇବେ। ତେଣୁ ନିଜ ସ୍ବାସ୍ଥ୍ୟର ଯଥା ସମ୍ଭବ ଯତ୍ନ ନିଅନ୍ତୁ। ପ୍ରେମୀମାନଙ୍କ ପାଇଁ ସମୟ ସେତେଟା ଖାସ୍ ରହିବ ନାହିଁ।   

3/4
ସିଂହ: ବୁଧ-ଶୁକ୍ରଙ୍କ କୃପାରୁ ଏହି ରାଶିର ଭାଗ୍ୟ ଚମକିବାକୁ ଯାଉଛି।  ବିଶେଷକରି, ସରକାରୀ ଚାକିରିଆଙ୍କ ପାଇଁ ସମୟ ଅତ୍ୟନ୍ତ ଶୁଭ ରହିବ।  ପଦୋନ୍ନତି ସହ ଦରମା ବଢିବ। ଏବଂ ମନ ପସନ୍ଦର ସ୍ଥାନକୁ ଟ୍ରାନ୍ସଫର ହୋଇପାରେ। ବିଦେଶ ଯାତ୍ରାର ଯୋଗ ରହିଛି। ଅନଲାଇନ୍ କାରବାର କରୁଥିବା ଲୋକଙ୍କୁ ସଫଳତା ମିଳିବ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ। ବ୍ୟବସାୟୀରେ ଆର୍ଥିକ ଦେଣନେଣ ପାଇଁ ସମୟ ଭଲ ରହିବ। ନୂତନ ବ୍ୟବସାୟ ଆରମ୍ଭ କଲେ ଦ୍ବି-ଗୁଣିତ ଲାଭ ପାଇବେ। ବିନିଯୋଗ ପାଇଁ ଶୁଭ ସମୟ ରହିଛି। ସେୟାର ବଜାର ଓ ଲଟେରୀରୁ ଲାଭବାନ୍ ହେବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। 

4/4

କୁମ୍ଭ:  ଏହି ଦୁର୍ଲଭ ସଂଯୋଗ  କୁମ୍ଭ ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। କର୍ମକ୍ଷେତ୍ରରେ ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ। କଠିନ ପରିଶ୍ରମର ଫଳ ପାଇବେ। ଯେଉଁମାନେ ଚାକିରି ବଦଳାଇବାକୁ ଚେଷ୍ଟା କରୁଛନ୍ତି । ସେମାନଙ୍କ ପାଇଁ ସମୟ ଭଲ ରହିଛି । ଚେଷ୍ଟା ଜାରି ରଖନ୍ତୁ। ସଫଳତା ନିଶ୍ଚୟେ ପାଇବେ। ରିୟଲି-ଇ-ଷ୍ଟେଟ୍ ବ୍ୟବସାୟୀମାନେ ନୂତନ ପ୍ରୋଜେକ୍ଟ ପାଇବେ। ଯେଉଁଥିରୁ ଅଧିକ କମିଶନ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କ ଲାଗି ସମୟ ଅନୁକୂଳ ରହିଛି । ଦଳ ପକ୍ଷରୁ କୌଣସି ପ୍ରକାର ବଡ଼ ଦାୟିତ୍ବ ବା ପଦ ମିଳିପାରେ। ଚଳିତ ସପ୍ତାହ ଶେଷରେ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)