Zodiac signs: ପରସ୍ପରର ଭଲ ଜୀବନସାଥୀ ହୋଇପାରନ୍ତି ନାହିଁ ଏହି ରାଶିର ବ୍ୟକ୍ତି, ଅଳ୍ପ ଦିନରେ ଭାଙ୍ଗି ଯାଇଥାଏ ସମ୍ପର୍କ
Advertisement
Article Detail0/zeeodisha/odisha1601040

Zodiac signs: ପରସ୍ପରର ଭଲ ଜୀବନସାଥୀ ହୋଇପାରନ୍ତି ନାହିଁ ଏହି ରାଶିର ବ୍ୟକ୍ତି, ଅଳ୍ପ ଦିନରେ ଭାଙ୍ଗି ଯାଇଥାଏ ସମ୍ପର୍କ

Zodiac signs: ଆମେ ଜୀବନରେ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥାଉ । କିଛି ଜଣଙ୍କ ସହ ପ୍ରଥମ ଦେଖାରୁ ହିଁ ଭଲ ବନ୍ଧୁତା ହୋଇଯାଇଥାଏ ତ ଆଉ କେତେ ଲୋକଙ୍କ ସହ ବର୍ଷ ବର୍ଷ ରହିବା ପରେ ମଧ୍ଯ କିଛି ଖାସ ସମ୍ପର୍କ ହୋଇପାରେନାହିଁ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, କେତେକ ରାଶିର ଲୋକଙ୍କ ପରସ୍ପର ସହ ଭଲ ସମ୍ପର୍କ ରହିଥିବା ବେଳେ ଆଉ କେତେକ ରାଶିର ଲୋକଙ୍କ ମଧ୍ଯରେ ସମ୍ପର୍କ କେବେ ଭଲ ହୋଇପାରେନାହିଁ । ତେବେ ଆଜି ଆସନ୍ତୁ ଆଲୋଚନା କରିବା କେଉଁ କେଉଁ ରାଶିର ଲୋକେ ଭଲ ଜୀବନସାଥୀ ହୋଇପାରନ୍ତି ନାହିଁ।

ସୌ(ସୋସିଆଲ ମିଡିଆ)

Zodiac signs: ଆମେ ଜୀବନରେ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥାଉ । କିଛି ଜଣଙ୍କ ସହ ପ୍ରଥମ ଦେଖାରୁ ହିଁ ଭଲ ବନ୍ଧୁତା ହୋଇଯାଇଥାଏ ତ ଆଉ କେତେ ଲୋକଙ୍କ ସହ ବର୍ଷ ବର୍ଷ ରହିବା ପରେ ମଧ୍ଯ କିଛି ଖାସ ସମ୍ପର୍କ ହୋଇପାରେନାହିଁ । କିନ୍ତୁ ପ୍ରଥମ ଥର କାହା ସହ ମିଶିବା ପରେ ଆମ ମନରେ ଏକ ଧାରଣା ଆସିଥାଏ କି ଏହି ମଣିଷ ଆମ ଆମ ଜୀବନସାଥୀ ହେବା ଯୋଗ୍ୟ କି ନୁହେଁ । କେତେକ ଲୋକଙ୍କ ସହ ପ୍ରଥମ ଦେଖାରୁ ହିଁ ସେମାନଙ୍କ ଗୁଣ ଓ ଚିନ୍ତାଧାରା ଆମକୁ ଭଲ ଲାଗିଥାଏ । ପରେ ଧୀରେ ଧୀରେ ଉଭୟଙ୍କ ମନ ମିଶିବା ଆରମ୍ଭ କରିଥାଏ ।  କିନ୍ତୁ ଅନେକ ଲୋକ ଏମିତି ବି ଅଛନ୍ତି ଯାହାଙ୍କ ସହ ବହୁ ସମୟ କାଟିବା ପରେ ମଧ୍ଯ ମାନସିକତା ବା ଚିନ୍ତାଧାରା ମେଳ ଖାଇନଥାଏ । ପରେ ପାରିବାରିକ କଳହ ଓ ବିବାଦ ଦେଖାଦେଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, କେତେକ ରାଶିର ଲୋକଙ୍କ ପରସ୍ପର ସହ ଭଲ ସମ୍ପର୍କ ରହିଥିବା ବେଳେ ଆଉ କେତେକ ରାଶିର ଲୋକଙ୍କ ମଧ୍ଯରେ ସମ୍ପର୍କ କେବେ ଭଲ ହୋଇପାରେନାହିଁ । ତେବେ ଆଜି ଆସନ୍ତୁ ଆଲୋଚନା କରିବା କେଉଁ କେଉଁ ରାଶିର ଲୋକେ ଭଲ ଜୀବନସାଥୀ ହୋଇପାରନ୍ତି ନାହିଁ।

କୁମ୍ଭ ବୃଷ ରାଶି(Aquarius & Taurus) - କୁମ୍ଭ ରାଶିର ଲୋକମାନେ ସ୍ବାଧୀନ ମାନସିକତା ଓ ଜିଦିଖୋର ସ୍ବଭାବର ହୋଇଥିବାରୁ ଏମାନଙ୍କର ବୃଷ ରାଶିଙ୍କ ଲୋକଙ୍କ ସହ ଭଲ ପଡ଼ିନଥାଏ । ଯଦି ଏହି ରାଶିର ଲୋକମାନେ ପରସ୍ପରର ଜୀବନସାଥି ହୁଅନ୍ତି ତାହାଲେ ଏମାନଙ୍କ ବୈବାହିକ ଜୀବନ ସୁଖମୟ ହୋଇନଥାଏ । ଚିନ୍ତାଧାରାରେ ପାର୍ଥକ୍ୟ ଯୋଗୁଁ ଉଭୟ ରାଶିର ଲୋକଙ୍କ ମଧ୍ଯରେ ଝଗଡ଼ା ଓ ମତାନ୍ତର ଦେଖିବାକୁ ମିଳିଥାଏ । 

ମକର ମେଷ ରାଶି(Capricorn &Aries )- ଉତ୍ତମ ଚିନ୍ତାଧାରା ଓ ଶୃଙ୍ଖଳିତ ଭାବେ ଜୀବନ ବିତାଉଥିବା ମକର ରାଶିର ଲୋକଙ୍କର ମେଷ ରାଶିର ଲୋକଙ୍କ ସହ ଚିନ୍ତାଧାରା ମେଳ ଖାଇନଥାଏ । ମେଷ ରାଶିର ଲୋକମାନଙ୍କ ନିୟନ୍ତ୍ରଣରେ ରଖିବା ଚିନ୍ତାଧାରାକୁ ଆଦୌ ପସନ୍ଦ କରୁନଥାଆନ୍ତି ମକରର ରାଶିର ଲୋକେ । ଏହି କାରଣରୁ ଉଭୟଙ୍କ ମଧ୍ଯରେ ସମ୍ପର୍କ ଭଲ ନଥାଏ ।

ବୃଷ ସିଂହ ରାଶି(Taurus & Leo)-  ଉଭୟ ରାଶିର ଲୋକଙ୍କ ସ୍ବଭାବ ଜିଦଖୋର ହୋଇଥାଏ । ସିଂହ ରାଶିର ଲୋକମାନେ କେବଳ ନିଜ ବିଷୟରେ ହିଁ ଚିନ୍ତା କରିଥାଆନ୍ତି , ଏମାନେ ସବୁବେଳେ ଚର୍ଚ୍ଚାରେ ରହିବାକୁ ପସନ୍ଦ କରୁଥିବା ବେଳେ ବୃଷ ରାଶିର ଲୋକମାନେ ନିଜ ଦୁନିଆରେ ବଞ୍ଚିବାକୁ ଚାହଁଥାଆନ୍ତି ଏହି କାରଣରୁ ଏମାନଙ୍କ ମଧ୍ଯରେ ସର୍ବଦା କଳହ ଓ ଅଶାନ୍ତି ଲାଗି ରହିଥାଏ ।

ମିଥୁନ କନ୍ୟା ରାଶି( Gemini & Virgo)-  ଉତ୍ସାହିତ ଓ ଜୀଜ୍ଞାସୁ ସ୍ବାଭାବର ମିଥୁନ ରାଶିର ଲୋକେ ବେଶ ପ୍ରାକ୍ଟିକାଲ ରହୁଥିବା କନ୍ୟା ରାଶିର ଲୋକଙ୍କୁ ପସନ୍ଦ କରିନଥାଆନ୍ତି ।  ମିଥୁନ ରାଶିର ଲୋକେ ଆନନ୍ଦ ଉଲ୍ଲାସ ସହ ନିଜ ପରିବାର ଓ ଜୀବନସାଥିଙ୍କ ସହ ସମୟ ବିତାଇବାକୁ ପସନ୍ଦ କରୁଥିବା ବେଳେ କନ୍ୟା ରାଶିର ଲୋକେ ନିଜ କର୍ମକୁ ପ୍ରାଥମିକତା ଦେଇଥାଆନ୍ତି । ମିଥୁନ ରାଶିର ଲୋକେ ପ୍ରେମ ଜାହିର କରିବାରେ ଓସ୍ତାତ ଥିବାବେଳେ ନିଜ ମନର କଥା ପ୍ରକାଶ କରିବା ଲାଗି ସଂକୋଚ କରିଥାଆନ୍ତି କନ୍ୟା ରାଶିର ଲୋକେ । ଏହି କାରଣରୁ ଉଭୟଙ୍କ ମଧ୍ଯରେ ସମ୍ପର୍କ ଭଲ ରୁହେ ନାହିଁ ।

ବିଛା କୁମ୍ଭ ରାଶି(Scorpio & Aquarius) - ଉଭଯ ରାଶିର ବ୍ୟକ୍ତିଙ୍କ ସ୍ବଭାବ ପରସ୍ପରଠାରୁ ବେଶ ଭିନ୍ନ ହୋଇଥାଏ । ଏହି ଦୁଇ ରାଶିର ଲୋକଙ୍କ ମଧ୍ଯରେ ପ୍ରେମ ଓ ଭରସାର କମ ଦେଖିବାକୁ ମିଳିଥାଏ । ଚିନ୍ତାଧାରା ଅଲଗା ହୋଇଥିବାରୁ ଏମାନେ ପରସ୍ପର ସହ କୌଣସି କଥାରେ ଏକ ମତ ହୋଇପାରନ୍ତି ନାହିଁ ।

Also Read- Horoscope Today 8 March 2023: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର