Peeing after Sex: ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ପରେ ଜଣେ ମହିଳା ଗର୍ଭଧାରଣ କରିଥାଏ। ଦମ୍ପତି ବାପା ଓ ମାଆ ହେବା ପାଇଁ ଅନେକ ଗୁଡି଼ଏ ନିୟମ ପାଳନ କରିଥାଆନ୍ତି। ଏହି ସମୟରେ କିଛି ଅପପ୍ରଚାର ରହିଥିବାର ମଧ୍ୟ ଦେଖାଯାଏ। କୁହାଯାଏ ଯେ ସମ୍ପର୍କ ରଖିବା ପରେ ମହିଳା ମାନେ ପରିଶ୍ରା(Peeing after Sex) କରିବା ଉଚିତ୍ ନୁହେଁ। କାରଣ ଶାରୀରିକ ସମ୍ପର୍କ ରଖିବା ପରେ ସଙ୍ଗେ ସଙ୍ଗେ ପରିଶ୍ରା ଗଲେ ସ୍ପର୍ମ ଗୁଡି଼କ ବାହାରି ଯାଇଥାଏ। ଫଳରେ ଗର୍ଭଧାରଣ କରିବାର ସମ୍ଭାବନା କମିଯାଏ।
Trending Photos
Peeing after Sex: ଗର୍ଭାବସ୍ଥା(Pregnancy) ଏମିତି ଏକ ସମୟ ଯେଉଁଥିରେ ଜଣେ ମାଆ ନିଜ ଜନ୍ମ ହେବାକୁ ଥିବା ସନ୍ତାନକୁ ନିଜ ଗର୍ଭରେ ପାଳିଥାଏ। ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ପରେ ଜଣେ ମହିଳା ଗର୍ଭଧାରଣ କରିଥାଏ। ତେବେ ଦମ୍ପତି ବାପା ଓ ମାଆ ହେବା ପାଇଁ ଅନେକ ଗୁଡି଼ଏ ନିୟମ ପାଳନ କରିଥାଆନ୍ତି। ଏହି ସମୟରେ କିଛି ଅପପ୍ରଚାର ରହିଥିବାର ମଧ୍ୟ ଦେଖାଯାଏ। କୁହାଯାଏ ଯେ ସମ୍ପର୍କ ରଖିବା ପରେ ମହିଳା ମାନେ ପରିଶ୍ରା(Peeing after Sex) କରିବା ଉଚିତ୍ ନୁହେଁ। କାରଣ ଶାରୀରିକ ସମ୍ପର୍କ ରଖିବା ପରେ ସଙ୍ଗେ ସଙ୍ଗେ ପରିଶ୍ରା ଗଲେ ସ୍ପର୍ମ ଗୁଡି଼କ ବାହାରି ଯାଇଥାଏ। ଫଳରେ ଗର୍ଭଧାରଣ କରିବାର ସମ୍ଭାବନା କମିଯାଏ।
ଡାକ୍ତରଙ୍କ କହିବା ଅନୁଯାୟୀ, ଶାରୀରିକ ସମ୍ପର୍କ( Physical Relationship) ରଖିବା ପରେ ପରିଶ୍ରା ଗଲେ କିମ୍ବା ଯୋନି ଅଞ୍ଚଳ ସଫା କଲେ ଗର୍ଭଧାରଣ କରିବା ସମ୍ଭାବନା କମି ନଥାଏ। ମହିଳାଙ୍କ ଶରୀର ପ୍ରାକୃତିକ ଭାବରେ ଫେରୋମୋନ ସୃଷ୍ଟି କରିଥାଏ। ଏହା ଶୁକ୍ରାଣୁ ଗୁଡି଼କୁ ଆକର୍ଷିତ କରେ। ପୁରୁଷଙ୍କ ଶରୀରରୁ ବାହାରିବା ପରେ ଏହି ଶୁକ୍ରାଣୁ ଗୁଡି଼କ ଆପେ ଆପେ ନିଜ ଲାଞ୍ଜ ସହାୟତାରେ ମହିଳାଙ୍କ ଗର୍ଭାଶୟ ଆଡ଼କୁ ଗତି କରିଥାଆନ୍ତି। ଶାରୀରିକ ସମ୍ପର୍କ ପରେ ପରିଶ୍ରା ଲାଗିବା ସାଧାରଣ କଥା ଅଟେ। ଏହା ସ୍ୱାସ୍ଥ୍ୟ ପାଇଁ ଭଲ ଅଟେ। ଶାରୀରିକ ସମ୍ପର୍କ ପରେ ପରିଶ୍ରା ଯିବା ଦ୍ୱାରା ମୂତ୍ରାଶୟ ଦେଇ ବ୍ୟାକ୍ଟେରିଆ ବାହାରି ଯାଇଥାଆନ୍ତି। ଫଳରେ ଯୌନ ସଂକ୍ରମଣ(Urine Infection) ହେବା ଆଶଙ୍କା କମିଯାଏ। ଏହାଦ୍ୱାରା ମୂତ୍ରାଶୟ ପ୍ରାକୃତିକ ଉପାୟରେ ସଫା ହୋଇଥାଏ । ଏହା କରିବା ଦ୍ବାରା ରହିବା ସହିତ ସ୍ପର୍ମ ବାହାରି ନ ଥାଏ ବୋଲି ଯୌନ ବିଷେଶଜ୍ଞ ମାନେ ସ୍ପଷ୍ଟ କରିଛନ୍ତି। ମୂତ୍ରାଶୟ ଦେଇ ପରିଶ୍ରା ନିଷ୍କାସିତ ହୋଇଥାଏ। କିନ୍ତୁ ଶାରୀରିକ ସମ୍ପର୍କ ପରେ ଯୋନିରେ ପୁରୁଷଙ୍କ ସ୍ପର୍ମ(Sperm) ନିର୍ଗତ ହୋଇଥାଏ। ମହିଳାମାନେ ଲକ୍ଷ୍ୟ କରିଥିବେ ଯେ, ସମ୍ଭୋଗ ପରେ ପରିଶ୍ରା ଯିବା ପାଇଁ ଠିଆ ହେଲେ ଯୌନାଙ୍ଗରୁ କିଛି ସ୍ପର୍ମ ବାହାରି ଆସିଥାଏ। ଏହା ଏକ ସାଧାରଣ କଥା ଅଟେ। ଏହାପରେ ବି ପର୍ଯ୍ୟାପ୍ତ ପରିମାଣରେ ସେମିନାଲ ଫ୍ଲୁଇଡ (Seminal Fluid) ଗର୍ଭାଶୟରେ ପ୍ରବେଶ କରି ସାରିଥାଏ। ଯାହାକି ଗର୍ଭ ଧାରଣ କରିବା ପାଇଁ ଯଥେଷ୍ଟ।
ଏଥିରୁ ସ୍ପଷ୍ଟ ହେଉଛି ଯେ, ପରିଶ୍ରା ଯିବା ସହ ଗର୍ଭାଶୟରୁ ସ୍ପର୍ମ କ୍ଷୟ ହେବାର କୌଣସି ସମ୍ପର୍କ ନାହିଁ। ଉଭୟ ସ୍ୱାମୀ ଓ ସ୍ତ୍ରୀ ସମ୍ପର୍କ ରଖିବା ପରେ ଭଲ ଭାବେ ପରିଷ୍କାର ପରିଚ୍ଛନ୍ନ ରହିବା ଉଚିତ। ଏହା ଦ୍ୱାରା ଅନେକ ସଂକ୍ରମଣକୁ ରୋକା ଯାଇପାରିବ।
ଏହା ମଧ୍ଯ ପଢନ୍ତୁ- World sleep day 2023: କମ ସମୟ ଶୋଇବା ଦ୍ବାରା ହୋଇଥାଏ ଏହି ସବୁ ସମସ୍ୟା, ହୋଇଯାଆନ୍ତୁ ସାବଧାନ
ଏହା ବି ପଢନ୍ତୁ- Health Tips: ମହିଳାମାନଙ୍କ ପାଇଁ ମଧ୍ୟ ଥାଏ କି ଭାୟାଗ୍ରା? ଜାଣନ୍ତୁ ପୂରା ଡିଟେଲ୍ସ