Oranges Side Effects: ଏହି ରୋଗରେ ପୀଡି଼ତ ଥିବା ଲୋକେ ଖାଆନ୍ତୁ ନାହିଁ କମଳା, ଶରୀରକୁ ହୋଇପାରେ ବଡ଼ କ୍ଷତି!
Advertisement
Article Detail0/zeeodisha/odisha1673558

Oranges Side Effects: ଏହି ରୋଗରେ ପୀଡି଼ତ ଥିବା ଲୋକେ ଖାଆନ୍ତୁ ନାହିଁ କମଳା, ଶରୀରକୁ ହୋଇପାରେ ବଡ଼ କ୍ଷତି!

Orange Side Effects and Harmful News In Odia: ଫଳ (Fruit) ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଏହି କାରଣରୁ ଅଧିକାଂଶ ଲୋକେ ଫଳ ଖାଇଥାନ୍ତି । କିନ୍ତୁ ବେଳେ ବେଳେ ଅଧିକ ଫଳ ଖାଇବା ଦ୍ବାରା ସ୍ବାସ୍ଥ୍ୟରେ ସମସ୍ୟା ଦେଖାଦେଇଥାଏ । ଖାସ୍ କରି କମଳା (Oranges)ଖାଇବାକୁ ଅଧିକାଂଶ ଲୋକଙ୍କୁ ଭଲ ଲାଗିଥାଏ ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Orange Side Effects and Harmful News In Odia: ଫଳ (Fruit) ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଏହି କାରଣରୁ ଅଧିକାଂଶ ଲୋକେ ଫଳ ଖାଇଥାନ୍ତି ।  କିନ୍ତୁ ବେଳେ ବେଳେ ଅଧିକ ଫଳ ଖାଇବା ଦ୍ବାରା ସ୍ବାସ୍ଥ୍ୟରେ ସମସ୍ୟା ଦେଖାଦେଇଥାଏ । ଖାସ୍ କରି କମଳା (Oranges)ଖାଇବାକୁ ଅଧିକାଂଶ ଲୋକଙ୍କୁ ଭଲ ଲାଗିଥାଏ । କିନ୍ତୁ ଏହି ଫଳ ଅଧିକ ଖାଇଲେ କଣ ସବୁ ସମସ୍ୟା ଦେଖାଦେଇଥାଏ ।  ଆସନ୍ତୁ ଜାଣିବା କମଳା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ହେଉଥିବା କ୍ଷତି ସମ୍ପର୍କରେ।

ଭିଟାମିନ୍ ସି'ରେ ଭରପୂର କମଳା ସ୍ୱାଦ ଏବଂ ପୁଷ୍ଟିକର ଅଟେ । ଏ-ଥିରେ ସୋଡିୟମ୍, ପୋଟାସିୟମ୍ ଏବଂ ଲୌହ ମଧ୍ୟ ପ୍ରଚୁର ପରିମାଣରେ ମିଳିଥାଏ । ଏହାକୁ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ହୋଇଥାଏ। କିନ୍ତୁ କେତେକ ପରିସ୍ଥିତିରେ ଏହାକୁ ଅତ୍ୟଧିକ ଖାଇବା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ। 

Also Read: Kalahandi News: ସହିହେଲାନି ପ୍ରେମିକାର ଧୋକା, ମୃତ୍ୟୁ ପୂର୍ବରୁ ଅନ୍ତରଙ୍ଗ ମୂହୁର୍ତ୍ତର ଷ୍ଟାଟସ୍ ରଖିଦେଲା ପ୍ରେମିକ

Also Read: Angul Road Accident: ଖେଳୁଥିବା ବେଳେ ଶିଶୁଙ୍କ ଉପରେ ମାଡିଗଲା କାର୍, ଘଟଣାସ୍ଥଳରେ ତିନି ମୃତ

Also Read: Shani Upay: ଶନିବାର ଦିନ କରନ୍ତୁ କେବଳ ଏହି ୫ଟି କାମ, ଦୂର ହେବ ଶନିଦଶା ମାଡ଼ିଯିବ ଧନସମୃଦ୍ଧି!

କମଳା ଖାଇଲେ କ'ଣ ସବୁ ସମସ୍ୟା ଦେଖାଦେଇଥାଏ(Orange Side Effects ),ଜାଣନ୍ତୁ :

-କମଳା ଫାଇବରରେ ଭରପୂର ଅଟେ । ଏ-ହାକୁ ଅଧିକ ପରିମାଣରେ ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ଦେଖାଦେଇଥାଏ । ଖାସ୍ କରି ଏସିଡିଟି ଭଳି ରୋଗ ଅଧିକ ହୋଇଥାଏ।  ଖାସ କରି ଯେଉଁମାନେ ଗ୍ୟାସ ଜନିତ ସମସ୍ୟାରେ ପୀଡିତ ଅଛନ୍ତି। ସେମାନେ,କମଳା କମ୍ ପରିମାଣରେ ଖାଇବା ଉଚିତ୍ । 

-ଯେଉଁମାନଙ୍କର ଆଇରଏଡ୍ ଏବଂ ଗଣ୍ଠି ଯନ୍ତ୍ରଣା ଜନିତ ସ୍ବାସ୍ଥ୍ୟ ସମସ୍ୟା ରହିଛି । ସେମାନେ କମଳାକୁ ଅତ୍ୟଧିକ ଖାଇବା ଉଚିତ୍ ନୁହେଁ । କମଳାରେ ଥଣ୍ଡା ଜାତୀୟ ଫଳ ହୋଇଥିବାରୁ ଏହା ଆଇରଏଡ୍ ଏବଂ ଗଣ୍ଠି ଯନ୍ତ୍ରଣା ଜନିତ ସ୍ବାସ୍ଥ୍ୟକୁ ଆହୁରୀ ବଢାଇଥାଏ। 

- ଅତ୍ୟଧିକ କମଳା ଖାଇବା ଦ୍ୱାରା ଆପଣଙ୍କ ଦାନ୍ତ ବି ଖରାପ ହୋଇପାର। ଏହାର କାରଣ ହେଉଛି କମଳା ରେ ଥିବା ଏସିଡ୍| ଏହା ଏନାଲ୍ ରେ କ୍ୟାଲସିୟମ୍ ସହିତ ପ୍ରତିକ୍ରିୟା କରେ । 

-ଯେଉଁମାନଙ୍କର କିଡନୀ ସହିତ ଜଡିତ ସମସ୍ୟା ରହିଛି। ସେହି ଲୋକମାନେ ଡାକ୍ତରଙ୍କ ପରାମର୍ଶ ବିନା କମଳା ଖାଇବା ଉଚିତ୍ ନୁହେଁ । କାରଣ କମଳା କିଡନୀ ରୋଗୀଙ୍କ ପାଇଁ ବିଷ ସଦୃଶ୍ୟ ଅଟେ। 

-ସେହିପରି ଯେଉଁମାନଙ୍କର ଆଲର୍ଜ ସମସ୍ୟା ରହିଛି । ସେମାନେ ମଧ୍ୟ କମଳା ଖାଇବା ଉଚିତ୍ ନୁହେଁ । ସେହିପରି ଅଧିକ କମଳା ଖାଇବା ଦ୍ୱାରା ହୃଦଘାତ ଭଳି ସମସ୍ୟା ସୃଷ୍ଟି ହୋଇପାରେ । କାରଣ ଏଥିରେ ଏସିଡ୍ ପରିମାଣ ଅଧିକ ଥାଏ ।

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି । ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ଓ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)