Sukra Gochar: ରଥଯାତ୍ରା ଠାରୁ ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ, ବର୍ଷିବ ସୁନା
Advertisement
Article Detail0/zeeodisha/odisha2325739

Sukra Gochar: ରଥଯାତ୍ରା ଠାରୁ ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ, ବର୍ଷିବ ସୁନା

ବୈଦିକ ଶାସ୍ତ୍ର ଅନୁଯାୟୀ ଏକ ନିର୍ଦ୍ଦିଷ୍ଟ ସମୟ ପରେ ନିଜର ଗ୍ରହ ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଶୁକ୍ର ନିଜ ଗ୍ରହ ବଦଳାଇବାକୁ ଯାଉଛନ୍ତି। ଶୁକ୍ର ହେଉଛନ୍ତି ଭୌତିକ ସୁଖ, ଧନ ଔ ସୌନ୍ଦର୍ଯ୍ୟର ଗ୍ରହ। ଶୁକ୍ର ଗୋଟିଏ ରାଶିରେ ଅତିକମରେ ୨୫ ଦିନ ପର୍ଯ୍ୟନ୍ତ ଅବସ୍ଥାନ କରିଥାଆନ୍ତି। ପଞ୍ଚାଙ୍ଗ ଅନୁସାରେ ଏହି ସମୟରେ ମିଥୁନ ରାଶିରେ ଅବସ୍ଥାନ କ

Sukra Gochar: ରଥଯାତ୍ରା ଠାରୁ ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ, ବର୍ଷିବ ସୁନା

Sukra Gochar: ବୈଦିକ ଶାସ୍ତ୍ର ଅନୁଯାୟୀ ଏକ ନିର୍ଦ୍ଦିଷ୍ଟ ସମୟ ପରେ ନିଜର ଗ୍ରହ ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଶୁକ୍ର ନିଜ ଗ୍ରହ ବଦଳାଇବାକୁ ଯାଉଛନ୍ତି। ଶୁକ୍ର ହେଉଛନ୍ତି ଭୌତିକ ସୁଖ, ଧନ ଔ ସୌନ୍ଦର୍ଯ୍ୟର ଗ୍ରହ। ଶୁକ୍ର ଗୋଟିଏ ରାଶିରେ ଅତିକମରେ ୨୫ ଦିନ ପର୍ଯ୍ୟନ୍ତ ଅବସ୍ଥାନ କରିଥାଆନ୍ତି। ପଞ୍ଚାଙ୍ଗ ଅନୁସାରେ ଏହି ସମୟରେ ମିଥୁନ ରାଶିରେ ଅବସ୍ଥାନ କରିଛନ୍ତି। ଆଜି ଅର୍ଥାତ ୭ ଜୁଲାଇ ୨୦୨୪ ରବିବାର ସକାଳ ୪ଟା ୧୫ ମିନିଟରେ କର୍କଟ ରାଶିକୁ ଚଳନ କରିଛନ୍ତି। ଫଳରେ ଏହା ୧୨ଟି ଯାକ ରାଶି ଉପରେ ପ୍ରଭାବ ପକାଇଛି। କିନ୍ତୁ ୫ଟି ରାଶି ଭାଗ୍ୟରେ ପ୍ରବଳ ମାତ୍ରାରେ ପରିବର୍ତ୍ତନ ହେବାକୁ ଯାଉଛି। ଆଜି ମହାପ୍ରଭୁ  ଶ୍ରୀ ଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଥିବାରୁ ଆଜିଠାରୁ ୫ଟି ରାଶିରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆଜିଠାରୁ ଏହି ୫ଟି ରାଶିର ଭାଗ୍ୟରେ ସୁଖ, ଧନ, ସମ୍ମାନ ଯଶ ବୃଦ୍ଧି ପାଇବାକୁ ଯାଉଛି। 

ମକର ରାଶି
ଛାତ୍ରଛାତ୍ରୀମାନେ ପରିଶ୍ରମର ମୂଲ୍ୟ ପାଇବେ। ଫଳପ୍ରଦ ହେବ କଠିନ ପରିଶ୍ରମ। ପରୀକ୍ଷାରେ ଉତ୍ତମ ନମ୍ବର ଲାଭ କରିବେ। ବ୍ୟବସାୟୀମାନଙ୍କର ଲାଭରେ ବୃଦ୍ଧି ହେବ। ଚାକିରିଆଙ୍କର ଆୟରେ ବୃଦ୍ଧି ହେବ। ଫଳରେ ସେମାନଙ୍କର ଆର୍ଥିକ ସ୍ଥିତି ମଜବୁତ ହେବ। ବ୍ୟବସାୟୀମାନଙ୍କ ପାଇଁ ଯାନବାହନ କିଣିବାର ସଂଯୋଗ ରହିଛି। 

ମେଷ ରାଶି
ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଧନ ବର୍ଷାର ସଂଯୋଗ ରହିଛି। ଆସନ୍ତା ସପ୍ତାହରେ ଘରେ କୌଣସି ସମ୍ପର୍କୀୟଙ୍କର ବିବାହ ଯୋଗ ରହିଛି। ବ୍ୟବସାୟୀମାନେ ଜାଗାବାଡି କିମ୍ବା ସମ୍ପତି କିଣିପାରନ୍ତି। ଚାକିରିଆଙ୍କର ଆୟରେ ବୃଦ୍ଧି ଘଟିବ। ପରିବାରର ସଦସ୍ୟଙ୍କ ସହିତ ଭ୍ରମଣ ଯୋଗ ରହିଛି। ବ୍ୟବସାୟୀମାନଙ୍କୁ ଅଚାନକ ଧନଲାଭ ହୋଇପାରେ। 

କୁମ୍ଭ ରାଶି
ବ୍ୟବସାୟୀଙ୍କ ପାଇଁ ଭଲ ସମୟର ଶୁଭାରମ୍ଭ। ବ୍ୟବସାୟୀମାନଙ୍କର ପରିଶ୍ରମ ଫଳପ୍ରଦ ହେବାକୁଯାଉଛି। ସଫଳତା ଶୀର୍ଷ ଛୁଇଁବ। ଚାକିରିଆମାନଙ୍କ ପାଇଁ ନୂଆ ଯାନବାହନ କିଣିବାର ସୁଯୋଗ ରହିଛି। ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ପୁରସ୍କୃତ ହୋଇପାରନ୍ତି। ପୁରସ୍କୃତ ହେବା ପରେ ଦିନଟି ଖୁସିରେ ବିତିବ। ସାମାଜିକ କାର୍ଯ୍ୟରେ ଲିପ୍ତଥିବା ବ୍ୟକ୍ତିବିଶେଷଙ୍କ ସମ୍ମାନରେ ବୃଦ୍ଧି ଘଟିବ। 

ତୁଳା ରାଶି
ବ୍ୟବସାୟୀ ଓ ଚାକିରିଆଙ୍କର ଆୟରେ ବୃଦ୍ଧି ଘଟିବ। ଋଣମୁକ୍ତ ହେବେ। ବ୍ୟବସାୟୀମାନେ ପରିବାରର ସଦସ୍ୟଙ୍କ ସହିତ ବିଦେଶ ଭ୍ରମଣରେ ଯାଇପାରନ୍ତି। ଯୁବକମାନେ ସେମାନଙ୍କର ମନପସନ୍ଦର ବାଇକ କିଣିପାରନ୍ତି। ବ୍ୟବସାୟୀମାନଙ୍କୁ ଅଚାନକ ଧନଲାଭର ଯୋଗ ରହିଛି। 

ମୀନ ରାଶି
କଳାକ୍ଷେତ୍ରରେ ଜଡ଼ିତ ବ୍ୟକ୍ତିମାନଙ୍କୁ ଅଚାନକ ଧନ ଲାଭ ହେବ। ଏହା ସହିତ ସଞ୍ଚିତ ରାଶିରେ ମଧ୍ୟ ବୃଦ୍ଧି ଘଟିବ। ମନୋରଞ୍ଜନ କ୍ଷେ୍ତରରେ ଥିବା ବ୍ୟକ୍ତିବିଶେଷ ସେମାନଙ୍କର ମନ ପସନ୍ଦର କମ୍ପାନୀ କାର୍ଯ୍ୟ କରିବାର ସୁଯୋଗ ପାଇପାରନ୍ତି। ଚାକିରିଆମାନେ ଉଚ୍ଚ ପଦକୁ ପଦୋନ୍ନତି ପାଇପାରନ୍ତି। ଦରମା ମଧ୍ୟ ବୃଦ୍ଧି ହେବାର ସୁଯୋଗ ରହିଛି। 

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।