Diabetes Control: ମଧୁମେହ ହେବା ପୂର୍ବରୁ ଖାଆନ୍ତୁ ଏହି ୬ଟି Dry Fruits, ଛୁଇଁବନି ରୋଗ!
Advertisement

Diabetes Control: ମଧୁମେହ ହେବା ପୂର୍ବରୁ ଖାଆନ୍ତୁ ଏହି ୬ଟି Dry Fruits, ଛୁଇଁବନି ରୋଗ!

Nuts For Diabetes Control: ମଧୁମେହ ରୋଗ ସାରା ବିଶ୍ବରେ ବ୍ୟାପିବାରେ ଲାଗିଛି । ଭାରତ ସମେତ ଅନେକ ଦେଶରେ ମଧୁମେହ ରୋଗୀଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଉଛି । ଏହା ଏକ ଜଟିଳ ରୋଗ ଯେଉଁଥିରେ ରୋଗୀକୁ ସବୁବେଳେ ରକ୍ତରେ ଶର୍କରା ସ୍ତର ଯାଞ୍ଚ କରିବାକୁ ପଡିଥାଏ । ଟିକିଏ ଅସାବଧାନତା ସାଂଘାତିକ କାରଣ ହୋଇପାରେ । ଏହା କିଡନୀ ରୋଗ,ହୃଦଘାତ ଭଳି ରୋଗର ଆଶଙ୍କା ବୃଦ୍ଧି ପାଇଥାଏ ।

ସୌଜନ୍ୟ- ସୋସିଆଲ ମିଡିଆ

Nuts For Diabetes Control: ମଧୁମେହ ରୋଗ ସାରା ବିଶ୍ବରେ ବ୍ୟାପିବାରେ ଲାଗିଛି । ଭାରତ ସମେତ ଅନେକ ଦେଶରେ ମଧୁମେହ ରୋଗୀଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଉଛି । ଏହା ଏକ ଜଟିଳ ରୋଗ ଯେଉଁଥିରେ ରୋଗୀକୁ ସବୁବେଳେ ରକ୍ତରେ ଶର୍କରା ସ୍ତର ଯାଞ୍ଚ କରିବାକୁ ପଡିଥାଏ । ଟିକିଏ ଅସାବଧାନତା ସାଂଘାତିକ କାରଣ ହୋଇପାରେ । ଏହା କିଡନୀ ରୋଗ,ହୃଦଘାତ ଭଳି ରୋଗର ଆଶଙ୍କା ବୃଦ୍ଧି ପାଇଥାଏ । ଏପରି ସ୍ଥିତିରେ ମଧୁମେହ ରୋଗୀ ନିଜ ପାଇଁ ଉଚିତ୍ ଖାଦ୍ୟ ବାଛିବା ଜରୁରୀ ଯାହା ଗ୍ଲୁକୋଜ ସ୍ତରକୁ ନିୟନ୍ତ୍ରଣ କରିପାରିବେ । ବିଶେଷଜ୍ଞଙ୍କ ମତରେ ମଧୁମେହ ରୋଗୀଙ୍କ ପାଇଁ ଉଚିତ୍ ଖାଦ୍ୟ ଖାଇବା ଅତ୍ୟନ୍ତ ଲାଭଦାୟକ । ମଧୁମେହ ଆପଣଙ୍କୁ ଛୁଇବା ପୂର୍ବରୁ ଆପଣ ଏସବୁ ଡ୍ରାଏ ଫ୍ଲଟସ୍ ଖାଇବା ଉଚିତ । ତେବେ, ଆସନ୍ତୁ ଜାଣିବା କେଉଁ ସମସ୍ତ ଡ୍ରାଏଫ୍ଲଟୁସ ଖାଇବା ଉଚିତ୍ ।  

ପିସ୍ତା: ପିସ୍ତା ସ୍ବାସ୍ଥ୍ୟ ପାଇଁ ବେଶ ଲାଭଦାୟକ । ପିସ୍ତା ଗ୍ଲାଇସେମିକ୍ ଇଣ୍ଡେକ୍ସ ବହୁତ କମ୍ ଥାଏ । ଏହାକୁ ଖାଇବା ଦ୍ୱାରା ସୁଗାର ସ୍ତର ନିୟନ୍ତ୍ରଣରେ ରହିଥାଏ। ପିସ୍ତା ଖାଇବା ଦ୍ୱାରା ଡାଇବେଟିସକୁ ରୋକାଯାଇପାରିବ ।

ଚିରୋଞ୍ଜି: ଚିରୋଞ୍ଜି ରକ୍ତରେ ଶର୍କରା ନିୟନ୍ତ୍ରଣ କରେ। ଏଥିରେ ଥିବା ପୋଷକ ତତ୍ତ୍ୱ ସାଧାରଣ ଗ୍ଲୁକୋଜର ସ୍ତର ବଜାୟ ରଖିବାରେ ସାହାଯ୍ୟ କରିଥାଏ । କ୍ଷୀର ସହିତ ଚିରୋଞ୍ଜୀକୁ ମିଶାଇ ପିଇଲେ ମଧୁମେହ ନିୟନ୍ତ୍ରଣରେ ରହେ ।

ବାଦାମ : ବାଦାମ ପୁଷ୍ଟିକର ଭଣ୍ଡାର ଅଟେ। ମଧୁମେହ ରୋଗୀଙ୍କ ପାଇଁ ବାଦାମ ଖାଇବା ଅତ୍ୟନ୍ତ ଲାଭଦାୟକ ଅଟେ । ଏଥିରେ ଫାଇବର, ଭିଟାମିନ୍-ଇ, ଭିଟାମିନ୍-ବି ୧୨ ଏବଂ ମ୍ୟାଗ୍ନେସିୟମ୍ ପରି ପୁଷ୍ଟିକର ଖାଦ୍ୟ ଥାଏ। ବାଦାମ ଗ୍ଲୁକୋଜର ସ୍ତରକୁ ସାଧାରଣ କରିବାରେ ସାହାଯ୍ୟ କରେ ।

ଚିନାବାଦାମ: ଚିନାବାଦାମ , ଏଥିରେ ଥିବା ପ୍ରୋଟିନ୍, ଫାଇବର ଏବଂ ଫ୍ୟାଟ୍ ଚିନି ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଚିନାବାଦାମରେ ଗ୍ଲାଇସେମିକ୍ ଇଣ୍ଡେକ୍ସ ମଧ୍ୟ ବହୁତ କମ୍, ଏହି କାରଣରୁ ଚିନାବାଦାମ ଖାଇବା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ଅଟେ ।

ଅଖରୋଟ: ଅଖରୋଟ ଖାଇବା ଶରୀର ପାଇଁ ବେଶ ଲାଇଦାୟକ ।  ଏଥିରେ ଓମେଗା ଫ୍ୟାଟି ଏସିଡ୍,ପ୍ରୋଟିନ୍ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଥାଏ । ଯଦି ଆପଣ ସୁଗାରକୁ ନିୟନ୍ତ୍ରଣ କରିବାକୁ ଚାହାଁନ୍ତି ତେବେ ଅଖରୋଟ ଆପଣଙ୍କ ଡାଏଟରେ ସାମିଲ କରନ୍ତୁ ।

କାଜୁ :କାଜୁରେ ମଧୁମେହ ରୋଗୀଙ୍କ ପାଇଁ ବେଶ ହିତକାରୀ । ଏହାକୁ ଖାଇବା ଦ୍ୱାରା ସୁଗାର ଏବଂ କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ରହିଥାଏ।  ଭିଜାଇଥିବା କାଜୁ ଖାଇବା ଦ୍ବାରା  ଡାଏବେଟିସ ଆପଣଙ୍କୁ ଛୁଏଁ ନଥାଏ ।

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)