Akshaya Tritiya 2023: ଅକ୍ଷୟ ତୃତୀୟା ଦିନ ସୁନା କିଣି ନ ପାରିଲେ ,ଘରକୁ ଆଣନ୍ତୁ ଏହି ୫ଟି ଜିନିଷ, ଖୋଲିଯିବ ଆପଣଙ୍କ ଭାଗ୍ୟ
Advertisement
Article Detail0/zeeodisha/odisha1662080

Akshaya Tritiya 2023: ଅକ୍ଷୟ ତୃତୀୟା ଦିନ ସୁନା କିଣି ନ ପାରିଲେ ,ଘରକୁ ଆଣନ୍ତୁ ଏହି ୫ଟି ଜିନିଷ, ଖୋଲିଯିବ ଆପଣଙ୍କ ଭାଗ୍ୟ

Akshaya Tritiya 2023 News In Odia : ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା (Akshaya Tritiya )ଭାବେ ପରିଚିତ । ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଏ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । କୃଷକ ଏହି ଦିନ ଅମୃତ ବେଳାରେ ଅକ୍ଷିମୁଠି (ଅକ୍ଷୟମୁଠି) (Akhi Muthi ) ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାଏ (Akhi Muthi Anukula ritual )।

ସୌଜନ୍ୟ- ସୋସିଆଲ ମିଡ଼ିଆ

Akshaya Tritiya 2023 News In Odia : ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା (Akshaya Tritiya )ଭାବେ ପରିଚିତ । ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଏ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । କୃଷକ ଏହି ଦିନ ଅମୃତ ବେଳାରେ ଅକ୍ଷିମୁଠି (ଅକ୍ଷୟମୁଠି) (Akhi Muthi ) ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାଏ (Akhi Muthi Anukula ritual )। ଶୁଭଦିନ ଭାବେ ମନେକରି ଏହି ଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ଅନୁଷ୍ଠିତ ହୁଏ । ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣେ । ଏହାକୁ ଅକ୍ଷିମୁଠି କହନ୍ତି । ସଧବା ସ୍ତ୍ରୀମାନେ ଏ ଦିନ ‘ଷଠିଦେବୀ’ଙ୍କ ପୂଜା କରନ୍ତି। 

ଅକ୍ଷୟ ତୃତୀୟା ଦିନ (Akshaya Tritiya ) ସୁନା (Gold) କିଣିବା ଅତ୍ୟନ୍ତ ଶୁଭ ବୋଲି ବିଶ୍ୱାସ କରାଯାଏ । ତେବେ ଯଦି ଏହି ଦିନ ସୁନା କିଣି (Gold) ପାରୁ ନାହିଁନ୍ତି, ତେବେ ନିରାଶ ନ ହୋଇ ଏହି ୫ଟି ଜିନିଷ ଘରକୁ ଆଣିପାରିବେ, ଯାହା ଦ୍ୱାରା ଧନ ବର୍ଷା ହେବ । ଘରେ କେବେ ଆର୍ଥିକ ଅନଟନ ସୃଷ୍ଟି ହେବ ନାହିଁ। ଏବଂ ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବ । 

Also Read: MP Anubhav Mohanty: ଦଳ ପାଇଁ ଅଲୋଡ଼ା ଅନୁଭବ, ପଚାରୁନାହାଁନ୍ତି ସୁପ୍ରିମୋ !

Also Read: Akshaya tritiya 2023: ଅକ୍ଷୟ ତୃତୀୟା ଦିନ କିଣନ୍ତୁ ନାହିଁ ଏହିସବୁ ଜିନିଷ; ମାଡ଼ି ବସିବ ସଙ୍କଟ, ହୋଇଯିବେ କାଙ୍ଗାଳ!

fallback

କଉଡି : ଏହି ଦିନ ୧୧ କଉଡି କିଣି ପୂଜା କରନ୍ତୁ । ଏହା ଦେବୀ ଲକ୍ଷ୍ମୀଙ୍କୁ ଖୁସି କରିବ ଏବଂ ଧନରେ କେବେ ଅଭାବ ହେବ ନାହିଁ । ସୁଖ ଏବଂ ସମୃଦ୍ଧତା ଘରକୁ ଆସିବ ।

ଦକ୍ଷିଣାବର୍ତ୍ତୀ ଶଙ୍ଖ : ଦକ୍ଷିଣାବର୍ତ୍ତୀ ଶଙ୍ଖରେ ମାତା ଲକ୍ଷ୍ମୀ ବାସ କରନ୍ତି । ଏହି ଶଙ୍ଖ ସମୁଦ୍ର ମନ୍ଥନରୁ ଉତ୍ପନ୍ନ ହୋଇଥିଲା । ଏହି ଦିନ ଦକ୍ଷିଣାମୁଖୀ ଶଙ୍ଖକୁ ଘରକୁ ଆଣି ଏହାକୁ ପୂଜା କରି ଦେବୀ ଲକ୍ଷ୍ମୀ ବାସ କରନ୍ତି ଏବଂ ତାଙ୍କର ବିଶେଷ ଆଶୀର୍ବାଦ ଲାଭ ହୁଏ ।

ଏକ ଆଖୀ ନଡ଼ିଆ : ଏକ ଆଖୀ ନଡ଼ିଆ ହେଉଛି ଦେବୀ ଲକ୍ଷ୍ମୀଙ୍କ ସ୍ୱରୂପ। ଯେଉଁମାନଙ୍କ ଘରେ ଏକ ଆଖୀ ନଡିଆ ଥାଏ, ମତେେ ଲକ୍ଷ୍ମୀଙ୍କ ବାସ ସେହି ଘରେ ଥାଏ । ସେହି ଘରୁ କେବେ ଧନ ସମ୍ପତ୍ତିର ଅଭାବ ନ ଥାଏ ଏବଂ ସେହି ଘରର ଲୋକ ଜୀବନରେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୁଅନ୍ତି ନାହିଁ । ସେଥିପାଇଁ ଅକ୍ଷୟ ତୃତୀୟା ଦିନ ଦିନ ନିଶ୍ଚିତ ଭାବରେ ଘରକୁ ଏକ ଆଖୀ ନଡ଼ିଆ ଆଣନ୍ତୁ ।

ପାରଦ ଶିବଲିଙ୍ଗ: ଏହି ଦିନ ପାରଦ ଶିବଲିଙ୍ଗ ଘରକୁ ଆଣିବା ଅତ୍ୟନ୍ତ ଶୁଭ ବୋଲି ବିଶ୍ୱାସ କରାଯାଏ । ପାରଦ ଶିବଲିଙ୍ଗ ଘରକୁ ଆଣନ୍ତୁ ଏବଂ ନିୟମ ଅନୁଯାୟୀ ପୂଜା କରନ୍ତୁ । ଏହାକୁ ଘରେ ରଖିଲେ ଭଗବାନ ଶିବ, ଲକ୍ଷ୍ମୀ ଏବଂ ଭଗବାନ କୁବେର ସ୍ଥାୟୀ ଭାବରେ ରୁହନ୍ତି ।

କ୍ରିଷ୍ଟଲ ବା ସ୍ଫଟିକ୍ କଇଁଛ – ଅକ୍ଷୟ ତୃତୀୟା ଦିନ କିଣିବା ଦ୍ୱାରା ଆରୋଗ୍ୟ ଲାଭ ହୋଇଥାଏ । ଘରର କୌଣସି ସଦସ୍ୟଙ୍କୁ ମଧ୍ୟ ରୋଗ ବ୍ୟଧି ହୁଏ ନାହିଁ । ଅକ୍ଷୟ ତୃତୀୟା ଦିନ ଆପଣ ନିଜ ଘରକୁ ସ୍ଫଟିକ୍ କଇଁଛ ଆଣିପାରିବେ ।

ସେହିପରି ଅକ୍ଷୟ ତୃତୀୟା ଦିନ ରଥ କାଠ(Rath wood ) ମଧ୍ୟ ଅନୁକୂଳ ହେବାର ପରମ୍ପରା ମଧ୍ୟ ରହିଛି । ତନ୍ତ୍ରବିଧି ଅନୁସାରେ ମହାକାଳୀ ମନ୍ତ୍ରରେ ପୂଜିତ କୁରାଢି ଲଗାଇ ବନଯୋଗହୋମର ଆଚାର୍ଯ୍ୟ ତଥା ଦେଉଳ ପୁରୋହିତ ରଥନିର୍ମାଣର ଶୁଭାରମ୍ଭ କରିଥାନ୍ତି । ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ ପାଇଁ ଉଦ୍ଦିଷ୍ଟ ଗୋଟିଏ ଧଉରା କାଠ ଗଣ୍ଡିରେ କୁରାଢି ସ୍ପର୍ଶ କରାଯାଇଥାଏ । ଶ୍ରୀମନ୍ଦିରରେ (lord Jagannath )ମଧ୍ୟାହ୍ନ ଧୂପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ଚନ୍ଦନଠାକୁରଙ୍କ ସହ ପଟୁଆରରେ ରଥଖଳାକୁ ଆସିଥାଏ । ଏହାକୁ ତିନିଜଣ ପୂଜାପଣ୍ଡା ଆଣିଥାନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖସ୍ଥ ରଥଖଳାରେ ଶ୍ରୀମନ୍ଦିର ପୁରୋହିତ,ରାଜଗୁରୁ ଓ ସ୍ତ୍ରୋତୀୟ ବ୍ରାହ୍ମଣମାନେ ବନଯୋଗ ପୂଜା ସମ୍ପାଦନା କରିବାର ବିଧି ରହିଛି । ରୂପକାର, କମାର, ଚିତ୍ରକର, ଭୋଇ, ଅମୀନସେବକମାନଙ୍କ ଉପସ୍ଥିତିରେ ବିଶ୍ୱକର୍ମାଙ୍କ ଶାଢୀବନ୍ଧା ନୀତି ପାଳିତ ହୁଏ । ରଥ ସଂହିତା ଓ ଶିଳ୍ପଶାସ୍ତ୍ର ଅବଲମ୍ବନରେ ରଥନିର୍ମାଣ କରାଯାଏ । ଏଥିରେ ୧୧୩୯ ଖଣ୍ଡ କାଠଲାଗିଥାଏ । ସେହି କାଠ ଗୁଡିକ ହେଲା ଫାସି, ଅସନ, ଧଉରା, ଶିମିଳି, ପାଳଧୂଆ, ମହାନିମ୍ବ, ଗମ୍ଭାରୀ, ମଇ, କଦମ୍ବ, ଦେବଦାରୁ ଇତ୍ୟାଦି । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର କର୍ମଚାରୀ ରଥଖଳାରେ ଉପସ୍ଥିତ ରହି ଏହିକାର୍ଯ୍ୟ ସୁରୁଖୁରରେ ହେବାରେ ସାହାଯ୍ୟ କରିଥାନ୍ତି । ବାହାର ଚନ୍ଦନ ଯାତ୍ରାର ଶେଷଦିନ ରଥ ଅଖରେ ଚକ ଲାଗେ ।

ଏହି ଦିନଠାରୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା(Chandan Yatra) ଆରମ୍ଭ ହୁଏ । ଏତଦବ୍ୟତୀତ ଓଡ଼ିଶାର ଅନ୍ୟ ସ୍ଥାନରେ ମଧ୍ୟ ଚନ୍ଦନ ଯାତ୍ରା ପାଳନ କରାଯାଏ । ଚନ୍ଦନଯାତ୍ରା ଶ୍ରୀମନ୍ଦିରରେ ସବୁଠୁ ଅଧିକ ଦିନ ଧରି ପାଳିତ ହେଉଥିବା ଏକ ପର୍ବ । ଏହା ଅକ୍ଷୟ ତୃତୀୟାଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ (ସ୍ନାନପୂର୍ଣ୍ଣିମାର ପୂର୍ବଦିନ) ପର୍ଯ୍ୟନ୍ତ ମୋଟ ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ । ଏହା ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ଦିନ (ଜ୍ୟୈଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ)ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ରୂପେ ପାଳିତ ହୋଇଥାଏ ।

Also Read: Odia jawan martyred in Jammu: ଜମ୍ମୁ କାଶ୍ମୀରରେ ଓଡ଼ିଆ ଯବାନ ସହିଦ, ଦିନକ ପରେ ପାଳିଥାଆନ୍ତେ ବିବାହ ବାର୍ଷିକୀ

Also Read: Sambalpur: ସମ୍ବଲପୁରରେ ଆହୁରୀ କୋହଳ ହେଲା କର୍ଫ୍ୟୁ ସମୟ, ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ ଲୋକେ